STORYMIRROR

linki barik

Drama Inspirational Others

4.3  

linki barik

Drama Inspirational Others

ଅପେକ୍ଷାରେ ଆକାଂକ୍ଷାର ଜୀବନ

ଅପେକ୍ଷାରେ ଆକାଂକ୍ଷାର ଜୀବନ

4 mins
238


  ପୂର୍ଣ୍ଣମୀ ରାତିର ସ୍ୱର୍ଣିମ କିରଣରେ ସବୁଜ ମହିମହ ସର୍ବ ସୁନେଲି ରୂପ ନେଇ ଚାନ୍ଦକୁ ଦୁଇ ଚକ୍ଷୁରେ ଚାହିଁ ଉତ୍ତର ଅପେକ୍ଷାରେ ଅଶ୍ରୁଳ। ଅଶ୍ରୁଳ ନୟନର ନୟନ ଧାରେ ରାଗ, ଅଭିମାନ, ତିକ୍ତତାର କଜଳ ଗାରେ ଅବ୍ୟକ୍ତ ଯନ୍ତ୍ରଣାର ଚୋରା ଚାହାଣି। ଚୋରା ଚାହାଣିର ଅକୁହା ଭାଷା ଚାନ୍ଦ ପାଶେ ସବୁ ଫଳ ଜ୍ଞାତ ଥିବା ସତ୍ୱେ ଚାନ୍ଦ ସଦାସର୍ବଦା ନିମ୍ନଗାମୀ। ଲେଲିହାନ ଶିଖା ଦୁଇଟି ଆଖି ମିଟିମିଟି କରି ଉତ୍ତର ଅପେକ୍ଷାରେ ଅଶ୍ରୁଳ। ଦୂର ଦିଗବଳୟରେ ତାରକା ମାନେ ଅଭିମାନରେ ଲୁଚକାଳି ଖେଳୁଛନ୍ତି। କେବେ ଦୃଶ୍ୟମାନ ତ କେବେ ଅଦୃଶ୍ୟ ହୋଇ ଯାଉଛନ୍ତି। ବିହଙ୍ଗ ମାନ ଦୃଶ୍ୟ ନହେଲେ ମଧ୍ୟ ବିକଟାଳ ଶବ୍ଦରେ ଗଗନ ପବନ ପ୍ରକମ୍ପିତ କରି କର୍ଣ୍ଣକୁଣ୍ଡଳୀକୁ ବ୍ୟଥା ପହଞ୍ଚାଇବାରେ ଲିପ୍ତ। ଅନ୍ତରୀକ୍ଷ ନୀରବ, ଆଗାର ପୂର୍ଣ୍ଣ ଥାଇ ବି ଶୂନ୍ୟ, ଲୋଚନ ଅପେକ୍ଷାରତ, ସଲିଳ ଚଳଚଞ୍ଚଳ, ସରିତ ସ୍ତବ୍ଧ, ବିଶ୍ୱମ୍ଭରା ଅଶାନ୍ତ ସହିତ ଦ୍ୱିଜର ବିକଟାଳ ସ୍ଵରରେ ଅବନୀ ପ୍ରକମ୍ପିତ।ସଭିଙ୍କ ବେଦନାଭରା ହୃଦୟର ଆବେଗ, କୋହଭରା କଣ୍ଠ, ଲୁହଭରା ନୟନ ଅପଲକେ ଚାହିଁଛନ୍ତି ସେଇ କଳାନିଧିକୁ। 


        ଦୂର ଦିଗବଳୟର ସେଇ ଶ୍ବେତ ଅନ୍ତରୀକ୍ଷ ନକ୍ତ କାଳରେ ବିନା ଦ୍ବିଧାରେ ସାଜିଛି କଜଳର ଗାର। ମିହିର ସଭିଙ୍କଠୁ ବିଦାୟ ନେଇ ପହଞ୍ଚିଛି ଯାମିନୀନନ୍ଦନ କଳାକର। ଆଦିତ୍ୟ ପାଇଁ ସଭିଏଁ ଅପେକ୍ଷାରତ ଥିବାବେଳେ ହିମାଂଶୁକୁ ଅପେକ୍ଷା କରି ଚାହିଁ ରହିଛି ନଳିନୀ ଚକ୍ଷୁଧାରୀ, ପ୍ରସୁନ ମୁଖଧାରୀ, ବିପିନ କେଶଧାରୀ "ଆକାଂକ୍ଷା"। ପୂର୍ଣ୍ଣମୀର ସ୍ୱର୍ଣିମ କିରଣରେ ଆକାଂକ୍ଷାର ଶରୀର ଶ୍ବେତରୁ ସ୍ଵର୍ଣ୍ଣ ଲୋହିତ ଦୃଶ୍ୟମାନ। ବିପିନ କେଶରାଶି ମୁକ୍ତ ହୋଇ ଦୁଇ ଗାଲରେ ଏପାଖରୁ ସେପାଖ ବାରାନିଧିର ଲହରୀ ପରି ପ୍ରତୀତ। ମନର ଉତ୍କଣ୍ଠା ଆଖିର ଅପେକ୍ଷା ହୃଦୟର ଆବେଗକୁ ନିୟନ୍ତ୍ରଣ କରି ଆକାଂକ୍ଷା ଜହ୍ନକୁ ପଚାରୁଛି ।


           "ଏ ଚାନ୍ଦ! ତୁ କଣ ପାଇଁ ନୀରବ ଏତେ? ଆଜି ସେ ମୋ ପାଖକୁ ଫେରି ଆସୁଛନ୍ତି।ଦୀର୍ଘ ଚାରି ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ସେଥିପାଇଁ ତୁ ମୋ ସହ ଖେଳୁଛୁ ନା ! ତୁ ପରା ଆମ ପ୍ରୀତି ମୁହୂର୍ତ୍ତର ସାକ୍ଷୀ,ପ୍ରେମର ଉଷ୍ମତା ଆମେ ଠିକ୍ ସେଦିନ ଏମିତି ଗୋଟେ ପୂର୍ଣ୍ଣମୀ ରାତିରେ ହିଁ ମାପିଥିଲୁ । ଆଉ ସେ ପ୍ରୀତି ମୁହୂର୍ତ୍ତର ସାଥି କେବଳ ତୁ ଥିଲୁ। ପ୍ରେମର ସବୁ ଅନୁଭୂତି ମୁଁ ତୋ ସହିତ ହିଁ ବାଣ୍ଟିଦିଏ। ଆଉ ଆଜି ତୁ ମୋ ସହ ଲୁଚକାଳି ଖେଲୁଛୁ !ଏ ବାଦଲ ବି ବହୁତ୍ ଦୁଷ୍ଟ । ତତେ ସେ କଣ ପାଇଁ ବେଳେବେଳେ ଲୁଚେଇ ଦଉଛି ? ସବୁଦିନ ପରି ଆଜି ବି ତୋତେ ମୋ କଥା ଶୁଣିବାକୁ ପଡ଼ିବ। ତୁ ଜାଣୁ ! ଏଥର ସେ କେବଳ ମୋ ପାଇଁ ଆସୁଛନ୍ତି। ଆମେ ଆମ ପରିଚୟକୁ ସ୍ଥାୟୀ କରିବାକୁ ଯାଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛୁ। ଆସିବୁ ନିଶ୍ଚୟ ଅନେକ ପୂର୍ବରୁ ତୋତେ ନିମନ୍ତ୍ରଣ କଲି। ସେଦିନ ଆଉ ଲୁଚକାଳି ଖେଲିବୁନି ମୋ ସହ। ଯଦି ସେମିତି ହେଲା ତେବେ ତୁ କଣ! ମୁଁ ତୋ ସହ ଲୁଚକାଳି ଖେଳିବି। ଆସିବୁ ନା ?ଜାଣିଛୁ !ମୁଁ ମୋ ପ୍ରେମର ସବୁ ଅନୁଭୂତି ଆଉ ଅନୁଭବ ପ୍ରଥମେ ତୋ ପାଖରେ କାହିଁକି ବ୍ୟକ୍ତ କରେ ! ସେ କୁହନ୍ତି ମୋ ମୁହଁ ପୁରା ପୁରି ତୋ ପରିକା ଦେଖିବାକୁ ଆମେ ଦୁହେଁ ଦୁଇ ଭଉଣୀ ପରିକା ଦେଖାଯାଉ। ମାନେ ମୋ ମନକଥା ତୋତେ କହିବା ଯାହା ଆଇନାକୁ କହିବାରେ କିଛି ତଫାତ୍ ନାହିଁ। ଲାଲିମାଲେପନ ଓଠରେ ଲାଜମିଶା ହସଟି ଖୁବ୍ ମାନୁଛି ଆକାଂକ୍ଷାକୁ। କିନ୍ତୁ ଯେବେ ଦାରୁଣ ସମୟ ଓ ପ୍ରତିକୂଳ ପରିସ୍ଥିତି ଦୁହେଁ ମନୁଷ୍ୟକୁ ହାତଠାରି ଡାକେ ମନୁଷ୍ୟ ସେମାନଙ୍କଠୁ ନଯାଇ ବର୍ତ୍ତିବାର କୌଣସି ଆଳ ସୃଷ୍ଟି କରି ପାରେନା।


           କିଛି ଦୂରରେ ଅଶ୍ରୁଭରା ନୟନରେ ଛ

ିଡ଼ାହୋଇ ଆକାଂକ୍ଷା କଥା ଶୁଣୁଛନ୍ତି ଅପେକ୍ଷା ଏବଂ ସତ୍ୟା ଦେବୀ। ଯିଏକି ଆକାଂକ୍ଷାର ମାଆ ଏବଂ ତାର ଅତି ପ୍ରିୟ ସଖା ବଉଳ। ସତ୍ୟଦେବୀ କାନ୍ଦି କାନ୍ଦି ପାରିବିନି ମାଆ !ମୁଁ ପାରିବିନି ଏପରି ଏକ ଖବର ତାକୁ ଜଣେଇ !ଦୀର୍ଘ ଚାରି ବର୍ଷ ଧରି ସେ ଯେଉଁ ଉତ୍ସାହକୁ ଅପେକ୍ଷା କରି ରହିଥିଲା ତାହା ଫୁଟିବା ଆଗରୁ ହିଁ ମଉଳି ଗଲା। ତୁ କହ ଅପେକ୍ଷା ଏକ ମଉଳା ଫୁଲର ବାସ ମହକାଇ ଧରି ମୁଁ କେମିତି ଯିବି ମୋ ଝିଅ ପାଖକୁ? ହେ ଈଶ୍ୱର !ଏ କେମିତି ପରିସ୍ଥିତିରେ ତୁମେ ଆଣି ମୋତେ ଛିଡ଼ା କଲ !ଯେଉଁ ପରିସ୍ଥିତିକୁ ଧର୍ଯ୍ୟର ସହ ସମ୍ମୁଖୀନ କରିବାର ମୋ ଠାରେ ଶକ୍ତି ନାହିଁ କିମ୍ବା ସେ ପରିସ୍ଥିତିରୁ ଓହରି ଯିବାକୁ ମଧ୍ୟ ସାମର୍ଥ୍ୟ ନାହିଁ। ହେ ଈଶ୍ୱର ! ଏ କିପରି ନିର୍ଣ୍ଣୟ ତୁମର?ତୁମେ ଏକ ବିଧବା ବେସାହାରା ମାଆ' ର ପରୀକ୍ଷା ନେବାକୁ ଚାହୁଁଛ ନା ପୁଣି ଗୋଟେ ନିଶ୍ୱର୍ଥାପର ପ୍ରେମିକାର !କାହିଁକି ତୁମେ ତୁମ ଦରବାରରେ ମୋତେ ନିରୁପାୟ କରିଦେଲ ପ୍ରଭୁ ? କାହିଁକି ?. କାହିଁକି ?କାହିଁକି? କହି ତଳେ ଲୋଟି ଯାଉଥିବା ବେଳେ ଅପେକ୍ଷା ଧରିନେଲେ।


ଅପେକ୍ଷା ମାଉସୀ ! ତୁମକୁ ଶକ୍ତ ହେବାକୁ ପଡ଼ିବ। ଯଦି ତୁମେ ଏମିତି ଦୁର୍ବଳ ହୋଇପଡିବ ତାହେଲେ ବଉଳକୁ କିଏ ସମ୍ଭାଳିବ?ତୁମେ ଦୁର୍ବଳ ନହୋଇ ଶକ୍ତ ହେଲେ ହିଁ ଆମେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ କରି ପାରିବା। ବଉଳ ପାଇଁ ଆମକୁ ଆମ ଆଖି ଲୁହକୁ ଆଖିରେ ହିଁ ଶ୍ରଦ୍ଧାଞ୍ଜଳି ଦେବାକୁ ପଡ଼ିବ।ଭଗବାନଙ୍କର ଏହି ଧର୍ମ ପରୀକ୍ଷାରେ ଆମେ ନିଶ୍ଚୟ ଉତ୍ତୀର୍ଣ୍ଣ ହେବା।ବଉଳ ନା ପ୍ରେମରେ ହାରିଯାଇଛି । ନା ତା ଜୀବନ ସଙ୍ଗମରେ ! ସେ ନିଶ୍ଚୟ ଅନନ୍ତ ପ୍ରେମ ପ୍ରାପ୍ତି କରିବା ସହିତ ଜୀବନ ଯୁଦ୍ଧରେ ମଧ୍ୟ ବିଜୟୀ ହେବ।ଏତେ ସବୁ କହିବା ଭିତରେ ଅପେକ୍ଷା ଆଖିରୁ ଅନବରତ ଝରି ପଡୁଥାଏ ଲୁହ ପ୍ରତି ମୁହୂର୍ତ୍ତରେ ଏକ ଦୀର୍ଘଶ୍ୱାସ। ଅପେକ୍ଷା ପୁଣି ନିଜକୁ ଦୃଢ଼ କରି କହିଲା ଚାଲ ମାଉସୀ ! ବଉଳର ଏପରି କଠିନ ଜୀବନ ଯୁଦ୍ଧ ଶଗଡ଼ିରେ ଆମେ ଦୁହେଁ ଦୁଇ ଅଖ ହେବା। ତାକୁ ଆମେ ପରାସ୍ତ ହେବାକୁ ଦେବାନି। ଆମ ଦୁହିଁକୁ ହିଁ ବଉଲକୁ ଏଇ କଥା କହିବାକୁ ପଡ଼ିବ। ଏହା କହି ଅପେକ୍ଷା ଏବଂ ସତ୍ୟାଦେବୀ ଦୁହେଁ ଚାଲିଲେ ଆକାଂକ୍ଷା ପାଖକୁ। ଦୁହେଁ ଯାଇ ଦେଖନ୍ତି ତ, ଆକାଂକ୍ଷା ସେମିତି ଜହ୍ନକୁ ଚାହିଁ ରହିଛି। ଜନ୍ହ ଠାରୁ କିଛି ଦୂରରେ ଏକ କଳାହାଣ୍ଡିଆ ବୃହତାକର ବାଦଲ ଭାସି ଆସୁଛି ଜହ୍ନ ଆଡ଼କୁ ଜହ୍ନକୁ ଥରେ ସେ ବାଦଲ ଲୁଚେଇଦେଲେ ହୁଏତ ଆଉ ଦୃଶ୍ୟମାନ ହୋଇ ନପାରେ ଜନ୍ହ। ସତ୍ୟାଦେବୀ ଓ ଅପେକ୍ଷା ଦୁହେଁ ବର୍ତ୍ତମାନ ଆକାଂକ୍ଷାର ପଛପଟେ। ଆକାଂକ୍ଷା ସେମାନେ ଆସିବାର ଜାଣିପାରି ସେମାନଙ୍କୁ ନଚାହିଁ ପଚାରିଲା ଜୀବନ ଆସିଗଲେ କି ? ଆକାଂକ୍ଷା ଏଥର ଟିକେ ବେଶୀ ବିଚଳିତ ଜଣା ପଡୁଥିଲା। କାରଣ ବାଦଲଟି ଜହ୍ନର ପାଖାପାଖି ହେବାକୁ ଯାଉଥିଲା।


ସତ୍ୟାଦେବୀ ଏବଂ ଅପେକ୍ଷା ଦୁହେଁ ଏକ ସ୍ଵରରେ ଉତ୍ତର କଲେ ଜୀବନ ଆସିଲା ସତ କିନ୍ତୁ ବିନା ଜୀବନରେ। ଜୀବନ ଯୁଧ୍ୟଖେତ୍ରରେ ଶତ୍ରୁ ଗୁଳିରେ ପ୍ରାଣ ହରାଇଛନ୍ତି।ସତ୍ୟା ଦେବୀ ଏବଂ ଅପେକ୍ଷା ଦୁହିଁଙ୍କର କଥା ସରିବା ପରେ ବାଦଲଟି ଜହ୍ନକୁ ପୁରା ଲୁଚେଇ ଦେଲା। ଜନ୍ହ ଏଥର ପୁରା ଲୁଚିଗଲା ଏବଂ ଘୋର ଗର୍ଜନ ଘଡଘଡି ସହିତ ଅନର୍ଗଳ ବର୍ଷା ହେବାକୁ ଲାଗିଲା। ପ୍ରକୃତି ଏକ ଭୟଙ୍କର ରୁପ ନେଲା। ସତ୍ୟା ଦେବୀ ଓ ବଉଳ ଦୁହିଁଙ୍କ କଥା ଶୁଣି ଆକାଂକ୍ଷା ନିଜର ସଂଜ୍ଞା ହରାଇ ତଳେ ପଡ଼ିଗଲା।


ପ୍ରେମ ଦୁଇ ମନର ମିଳନ, ଦୁଇ ଆତ୍ମାର ଦିବ୍ୟ ମିଳନ, ଦୁଇ ଚକ୍ଷୁର ଶାଶ୍ଵତ ମିଳନ। ଯେଉଁଠି ଅତ୍ମାର ପରିଭାଷା ବୁଝାପଡେ। ଏଠାରେ ଶରୀରର ପ୍ରୟୋଜନ ନିଶ୍ଚଳ। ସାତ ବର୍ଷ ତଳେ ଜୀବନ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ଗୁଳିରେ ଯୁଧ୍ୟ ସୀମାନ୍ତରେ ପ୍ରାଣ ହରାଇଥିଲେ ସତ, କିନ୍ତୁ ଆଉ ଏକ ଭେଟି ଦେଇଗଲେ ଆମ ସମର ବାହିନୀକୁ। ବର୍ତ୍ତମାନ ସହିଦ କ୍ୟାପଟେନ ଜୀବନଙ୍କ ଜାଗାରେ କ୍ୟାପଟେନ ଆକାଂକ୍ଷା ନନ୍ଦ।





Rate this content
Log in

Similar oriya story from Drama