STORYMIRROR

linki barik

Inspirational Others

3  

linki barik

Inspirational Others

ରାଜନୀତିର ସଂଜ୍ଞା

ରାଜନୀତିର ସଂଜ୍ଞା

2 mins
202

ରାଜନୀତି!.....

ରାଜନୀତିର ଛୁଙ୍କ ଏବେ ଗଗନ ପବନ ମହକାଇ ଦେଉଛି। କୁଜିନେତାମାନେ ଜୟଗାନର ଦୁନ୍ଦୁଭି ବଜେଇ ସ୍ବର୍ଗ ମର୍ତ୍ତ୍ୟ ପାତାଳ ପ୍ରକମ୍ପିତ କରୁଛନ୍ତି। ଏ ପାଣିପବନ ବି ଦଳୀୟ ନେତାମାନଙ୍କ ସଂସ୍ପର୍ଶରେ ଆସି ଦଳୀୟ ହୋଇ ଗଲେଣି। ଚାରିଆଡେ ଜନସମାରୋହ ଲାଗି ରହିଛି। ପ୍ରତ୍ୟେକ ଦଳୀୟ ଲୋକ ଖଣ୍ଡେ ଭୋଟ ପାଇଁ ଆପ୍ରାଣ ଉଦ୍ୟମ କରି ଆସୁଛନ୍ତି। କେତେ ମିଛ ପ୍ରତିଶ୍ରୁତି ତାର ହିସାବ ନାହିଁ। ହେଲେ ଥରୁଟିଏ ଘରୁ ବାହାରକୁ ପାଦ କାଢ଼ିଲେ ଅନେକ ଫୁଙ୍ଗୁଳା ଶରୀର ଦେଖିବାକୁ ମିଳେ, ଯିଏକି ନିଜ ଉଦର ପାଇଁ ସଦାସର୍ବଦା ସଂଘର୍ଷ କରୁଥାଏ। ଅନେକ ଧର୍ଷିତାର ଆର୍ତ୍ତଚିତ୍କାର ଶୁଣିବାକୁ ମିଳେ ଦିନ ଦି ପ୍ରହରେ। ଆଶ୍ଚର୍ଯ୍ୟର କଥା ଏସବୁ କଣ ଗୋଟେ ରାଜନେତା ଶୁଣି ପାରେନା! ନିରକ୍ଷର ଅନ୍ଧାରୀ ଇଲାକାରେ ଥିବା ଆଦିବାସୀର କୁଡିଆରେ ଆଲୁଅର ବତୀ ଜଳେନା। ପ୍ରଭାତର ପ୍ରଥମ ସୁର୍ଯ୍ୟକିରଣରେ ବି ଅନେକ ଦୁର୍ବୃତ୍ତ ଛାତି ଫୁଲେଇ ବୁଲୁଥାଏ। ଭାଇ ଭାଇ ମଧ୍ୟରେ କଳହ ଲାଗିଲାଣି ଦଳୀୟ ବିରୁଦ୍ଧାଚରଣ ପାଇଁ। କେଉଁ ସନ୍ତାନ ବାପ ଛେଉଣ୍ଡ ହୁଏ ତ କେଉଁ ମାଆର କୋଳଶୂନ୍ୟ ହୁଏ। ସେତେବେଳେ କେଉଁ ଶୃଙ୍ଗ ତଳେ ଲୁଚିଥାନ୍ତି ରାଜନେତାଗଣ? ଯେତେବେଳେ ପରିଣତ ନାରୀର କରୁଣ ଚିତ୍କାରରେ ସାରା ଅବନୀ ପ୍ରକମ୍ପିତ ହେଉଥାଏ ସେତେବେଳେ କାହିଁକି ଦେଶର ରାଜନୈତିକ ପୃଷ୍ଠଭୂମି ସୁପ୍ତ ଥାଏ? ଏସବୁର ଉତ୍ତର ନା ଦେଶର ରାଜନୈତିକ ଡୋରିକୁ ଜାବୁଡି ଧରି ରଖିଥିବା ରାଜନେତାଗଣ ଦେଇପାରିବେ ନା ରାଜନେତାଙ୍କ ପଛରେ ଧୂପ ଧୂଆଁ ଦେଇ ଧାଉଁଥିବା ସାଧାରଣ ଜନତା। ତେବେ କଣ ବନ୍ଦ ଆଖିରେ ହେଉଥିବା ଶାସନକୁ ରାଜନୀତି କୁହାଯାଏ! ନା ଜନତାର ଶାସନ ବୋଲି କହି ଠକି ଦିଆଯାଉଥିବା ଶାସନକୁ ରାଜନୀତି କୁହାଯାଏ! ନା ନୀରବ ଦର୍ଶକ ସାଜି ଗାନ୍ଧୀଙ୍କ ତିନି ମାଙ୍କଡ ସାଜିବା ପ୍ରଣାଳୀକୁ ରାଜନୀତି କହିବା! ନା ଧଳା ଧୋବଳ ପୋଷାକ ପିନ୍ଧି ମଞ୍ଚରେ ନିରୀହ ତ୍ରସ୍ତ ଜନସାଧାରଣଙ୍କୁ ନିଜର ମିଛ ପ୍ରତିଭା ଦେଖାଇ ମିଛ କୁହେଳି ସୃଷ୍ଟି କରି ପ୍ରବର୍ତ୍ତାଇବାକୁ ରାଜନୀତି କୁହନ୍ତି!...ସତରେ କଣ ହାଟ ମଝିରେ ଗରୀବର ହଟସ୍ୱର କାହାର କର୍ଣ୍ଣପାତ ହୁଏ!..ନା କେବଳ ରାଜାଙ୍କର ଜୟ ଜୟକାର ଧ୍ଵନିରେ ଅବନୀ ପ୍ରକମ୍ପିତ ହୁଏ!......ତେବେ ଆମ ଦେଶର ରାଜନୀତି କହିଲେ ବନ୍ଦ ଆଖିରେ ହେଉଥିବା ଶାସନକୁ ବୁଝାଏ ବୋଧହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational