Sunanda Mohanty

Drama Tragedy Thriller

4  

Sunanda Mohanty

Drama Tragedy Thriller

ସାବତ ମାଆ

ସାବତ ମାଆ

2 mins
261


ବୈବାହିକ ଜୀବନର ପ୍ରଥମ ରାତିରେ ସ୍ନିଗ୍ଧାଙ୍କ କୋଳରେ ଶୋଇଥିଲା ସ୍ବାମୀ ପରେଶର ପ୍ରଥମ ସ୍ତ୍ରୀର ଚାରିବର୍ଷର ପୁଅ ରୋହିତ. ସ୍ୱାମୀ ବାସର ଘରେ ସଫା ସଫା ଶୁଣେଇ ଦେଇଥିଲେ, ଜରାୟୁ ଅପରେସନ ପରେ ତୁମକୁ ମୋ ସ୍ତ୍ରୀର ମାନ୍ୟତା ମିଳିବ. ସବୁ କଥାରେ, ବିନା ଆପତ୍ତିରେ ମାନିନେଇଥିଲା ସ୍ନିଗ୍ଧା.ଦାଦା ଖୁଡିଙ୍କ ଉପରେ ବୋଝ ହୋଇ ରହିବନି ବୋଲି ସେ ଏ ଦ୍ୱିତୀୟ ବିବାହାରେ ଦେଇଛି ସମ୍ମତି, ସ୍ୱାମୀଙ୍କ ଆଦେଶକୁ କରିଛି ଶିରୋଧାର୍ଯ୍ୟ ଆଉ ପୁଅକୁ କରିଛି ଜୀବନ ଧନ.

  ଖୁସିର ସମୁଦ୍ରରେ ଭଟ୍ଟା ପଡିଛି ସ୍ନିଗ୍ଧାର. ବିଧବା ସାଜିବା ପରେ ପରେ ସମ୍ବଳହୀନ ଜୀବନରେ ପୁଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ଫଳଦୋକାନ ଟିଏ କରି ସଂସାର ରଥ ବାହିନେଇଯାଏ ସ୍ନିଗ୍ଧା. ପୁଅକୁ ମଣିଷ ପରି ମଣିଷ କରିବାକୁ ଯାଇ ଦିନରାତି ଏକାକାର କରିଛି. ପୁଅ ବିଦେଶରେ ଚାକିରୀ ପାଇଗଲା ପରେ ଭାବିଥିଲା ତାକୁ ପୁଅ ନିଶ୍ଚୟ କହିବ ଏଥର, ମାଆ ଏ ବୟସରେ ଏଣିକି ତୋର ବିଶ୍ରାମ ଲୋଡ଼ା. ତୁ ଚାଲ ମୋ ସାଙ୍ଗରେ କିନ୍ତୁ ପୁଅ ସେମିତି କିଛି କହିନଥିଲା ବରଂ ବିଦେଶରେ ବାହା ହୋଇଗଲା ମାଆକୁ ଜଣେଇଲା ନାହିଁ, ସାଙ୍ଗମାନଙ୍କୁ କହିଲା ସାବତ ମାଆ କଣ ମୋ ସ୍ତ୍ରୀକୁ ଦେଖି ସହି ପାରିବ? କିନ୍ତୁ ଛୁଆ ହେଲା ପରେ ସ୍ତ୍ରୀ ସହ ଶିଶୁ ପୁତ୍ରକୁ ମାଆ ପାଖରେ ଛାଡ଼ି ଦେଇଗଲା. ମାଆ ସ୍ନିଗ୍ଧା ଏଣେ ଫଳଦୋକାନ ତେଣେ ଘରକାମ କରିକରି ରୁଗ୍ଣ ହୋଇଗଲା ବେଳେ ଭାବିଥିଲା ଏଥର ହୁଏତ ସ୍ତ୍ରୀ ପୁଅ ସହ ତାଙ୍କୁ ସଙ୍ଗରେ ନେଇ ହେପାଜତରେ ରଖିବ. କିନ୍ତୁ ସେ ଏଥର ମଧ୍ୟ ସାବତମାଆ ମୋ ପୁଅର ହସ ଖୁସି ଦେଖି ସହି ପାରିବନାହିଁ କହି ଏକା କରି ସ୍ନିଗ୍ଧାଙ୍କୁ ଛାଡ଼ି ଗଲା.

   ଆଜି ସ୍ନିଗ୍ଧାଙ୍କ ମୃତ୍ୟୁ ପରେ ଗାଁକୁ ଆସି, ରୋହିତ ଦେଖିଲା ସେ ଯଥେଷ୍ଟ ଡେରି କରିଦେଇଥିବାରୁ କୁଟୁମ୍ବର ସନାଭାଇ ସ୍ନିଗ୍ଧାଙ୍କ ମୁଖାଗ୍ନି ଦେଇଦେଇଛି. ତା ପରେ, ଯେନ ତେନ ପ୍ରକାରେଣ ଶୁଦ୍ଧି କ୍ରିୟା ସରିବା ପରେ ସନା ହାତରୁ ପାସବୁକ ଟିଏ ପାଇ କିଛି ବୁଝିପାରୁନଥିଲା ସ୍ନିଗ୍ଧାଙ୍କ ପୁଅ ରୋହିତ କିନ୍ତୁ ଫଳ ଦୋକାନର ସମସ୍ତ ଆୟ ତା ପୁଅ ବିବେକ ନାମରେ ପ୍ରାୟ କୋଡିଏ ଲକ୍ଷ ଟଙ୍କା ମାଆ ସ୍ନିଗ୍ଧା ଥୋଇ ଦେଇଯାଇଛନ୍ତି ଜାଣିବା ପରେ ରୋହିତ ଭାଙ୍ଗିପଡୁଥିଲା ଖଣ୍ଡ ଖଣ୍ଡ ହୋଇ. ଛଟେଇ ହୋଇ କମ୍ପାନୀରୁ ଫେରିଥିବା ପୁଅ ରୋହିତ ସମ୍ମୁଖରେ ଆଜି ମାଆ ସ୍ନିଗ୍ଧାଙ୍କ ପାଇଁ ପ୍ରଥମ ବ୍ୟାକୁଳତା ଦେଖି ସନାଭାଇ ହସୁଥିଲା ମନେ ମନେ.



Rate this content
Log in

Similar oriya story from Drama