Writer Roja Panda

Fantasy

2  

Writer Roja Panda

Fantasy

ସ୍ୱପ୍ନରେ ମଙ୍ଗଳଗ୍ରହ

ସ୍ୱପ୍ନରେ ମଙ୍ଗଳଗ୍ରହ

3 mins
467


୭ ସେପ୍ଟେମ୍ବର ୨୦୧୭ ରେ "ଇସ୍ରୋ" ଅର୍ଥାତ ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ (indian spece research organization) ଇତିହାସ ରଚନା କରିବାକୁ ଯାଉଥିଲା ଯେଉଁଠି ଆଜି ପର୍ଯ୍ୟନ୍ତ କେହି ବି ଯାଇନାହାନ୍ତି । ତାହା ହେଉଛି ଡ଼ାର୍କ ସାଇଡ ଅଫ୍ ମୂନ୍ (Dark side of moon) । ଏହି ମିଶନର ନାମ ହେଉଛି ଚନ୍ଦରାୟଣ-୨ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହା ଅସଫଳ ହେଲା । ଏମିତି ସବୁ ବୈଜ୍ଞାନିକ ଗବେଷଣା ବିଷୟରେ ଏବଂ ବିଭିନ୍ନ ଗ୍ରହ,ନକ୍ଷତ୍ର ବିଷୟରେ ସୌମ୍ୟ ଆଜି ସନ୍ଧ୍ୟାରେ ମୋ ସହିତ କଥାବାର୍ତ୍ତା ହେଉଥିଲେ । ସବୁଠୁ ମଜାଦାର କଥା ହେଲା ଯେତେବେଳେ କେଉଁଠି କିଛି ଗବେଷଣା କିମ୍ବା ଅନ୍ୟ ଗ୍ରହ ବିଷୟରେ ଆଲୋଚନା ହେଉଥାଏ ମୁଁ ଖୁବ୍ ଆନନ୍ଦର ସହିତ ସେସବୁ ଶୁଣେ । ସେଥିପାଇଁ ସୌମ୍ୟ ବି ମତେ ପ୍ରାୟ ବିଭିନ୍ନ ଗବେଷଣା ବିଷୟରେ ଆଲୋକପାତ କରାନ୍ତି ଅନେକ ସମୟରେ । ଆଜି ଚନ୍ଦରାୟଣ ବିଷୟରେ ଶୁଣୁଶୁଣୁ କେତେବେଳେ ମୋର ଆଖି ଲାଗିଯାଇଛି । ମୁଁ ଧୀରେ ଧୀରେ ଗାଢ଼ ନିଦରେ ସୋଇଯାଇଛି । କିନ୍ତୁ ଗ୍ରହ,ନକ୍ଷତ୍ର ବିଷୟରେ ଶୁଣିଥିବା କଥା ଗୁଡାକ ମୋର ମୁଣ୍ଡର କେଉଁ ଏକ ଭାଗରେ ଅଟୋ ରେକର୍ଡ ହେଇ ରହିଯାଇଛି । ଯାହା ଅଧା ନିଦରେ ମୋ ସ୍ୱପ୍ନରେ ଉଙ୍କି ମାରୁଛି । ମୁଁ ସ୍ୱପ୍ନରେ ଦେଖୁଛି ମଙ୍ଗଳଗ୍ରହ । ମୁଁ ଯାଉଛି ସେଇ ଗ୍ରହକୁ । ମୁଁ ଏବେ ମଙ୍ଗଳଗ୍ରହରେ ଅବତରଣ କରିସାରିଛି । ସେଠି ଦେଖୁଛି କିଛି ଏଲିୟନ୍ସ ମାନଙ୍କୁ । "ଏଲିୟନ୍ସ"-ଯେଉଁ ଜୀବ ଵା ମଣିଷ ଆମ ଗ୍ରହ ବା ପୃଥିବୀ ଗ୍ରହର ହୋଇନଥିବେ ତାଙ୍କୁ ଏଲିୟନ୍ସ ବା ପରଗ୍ରହୀ କହନ୍ତି । ସେଠି ସେଇ ଏଲିୟନ୍ସ ମାନଙ୍କ ମଧ୍ୟରୁ ଗୋଟେ ଏଲିୟନ୍ ମୋ ପାଖକୁ ଆସିଲା । ମୁଁ ତାକୁ ଦେଖି ଟିକେ ଡରିଗଲି ପ୍ରଥମେ । ତାପରେ ଧୀରେ ଧୀରେ ସେଇ ଏଲିୟନ୍ କୁ ଛୁଇଁବାକୁ ଚେଷ୍ଟା କଲି । ତାର ଶରୀରଟି ହାତକୁ ଜେଲି ପରି ଲାଗୁଥିଲା । ଉକ୍ତ ଏଲିୟନ୍ କୁ ମଙ୍ଗଳଗ୍ରହ ବିଷୟରେ ପଚାରିଲି । ସେ ସଙ୍ଗେ ସଙ୍ଗେ ସୌରମଣ୍ଡଳର ଏକ ଆକୃତି ପ୍ରସ୍ତୁତ କଲା । ଯେଉଁଥିରେ ପ୍ରତ୍ୟେକ ଗ୍ରହର ଦୂରତା ପୁରାପୁରି ସଠିକ ଥିଲା । ପରମାଣୁ ବିଷୟରେ ବୋହୁତ ତଥ୍ୟ ଦେଲା ଉକ୍ତ ଏଲିୟନ୍ । ତାର ତଥ୍ୟ ଅନୁସାରେ ମଙ୍ଗଳଗ୍ରହରୁ ମିଳିଥିବା ରେଡ଼ିଏସନ୍ ଏବଂ ଜାପାନର ହିରୋସିମାର ରେଡ଼ିଏସନ୍ ପୁରାପୁରି ସମାନ ଥିଲା । ଏହାର ଅର୍ଥ ଏହି ଗ୍ରହରେ କେବେ ପୃଥିବୀ ଭଳି ଲୋକ ରହୁଥିଲେ । ପରମାଣୁ ବିସ୍ପୋରଣ ଫଳରେ ବୋହୁତ କିଛି ତଥ୍ୟ ଲୁଚି ରହିଯାଇଛି । ଏଲିୟନ କହିବା ଅନୁଯାୟୀ ଏଠାରେ ଏବେବି ଏମିତି କିଛି ଲୋକ ରହୁଛନ୍ତି । ସେମାନେ କିନ୍ତୁ ନିଶ୍ୱାସ ନେବାରେ ଆମ ଭଳି ଅକ୍ସିଜେନ ନୁହେଁ କାର୍ବନ ଡାଇଅକ୍ସସାଇଡର ବ୍ୟବହାର କରନ୍ତି । ମଙ୍ଗଳଗ୍ରହରେ ଲୋକଙ୍କ ବୟସ ୩୫ ବର୍ଷରେ ଅଟକିଯାଏ । ଏହି ଗ୍ରହର ଲୋକମାନଙ୍କର ସେତେ ପର୍ଯ୍ୟନ୍ତ ମୃତ୍ୟୁ ହୁଏନି ଯେତେ ପର୍ଯ୍ୟନ୍ତ ସେମାନେ କୌଣସି ଦୁର୍ଘଟଣାର ଶିକାର ହୁଅନ୍ତିନାହିଁ । ମଙ୍ଗଳଗ୍ରହରେ ବୃଦ୍ଧ ହେଇ କେହିବି ମୃତ୍ୟୁବରଣ କରନ୍ତିନାହିଁ । ଏମିତି ସବୁ କହୁଥିଲା ସେଇ ଏଲିୟନ୍ । କିଛି ସମୟ ମୁଁ ସେଇ ଏଲିୟନ୍ ସହିତ ମଙ୍ଗଳଗ୍ରହ ବୁଲିଲି । ଆଉ ଦେଖିଲି ଯେ, ମଙ୍ଗଳଗ୍ରହରେ ମିଥେନ ଗ୍ୟାସ ଅଛି ଯାହା ସର୍ବୋତ୍ତମ ଜୈବିକ ଅଣୁ ଅଟେ । ହେଲେ ଏଇ ମିଥେନ ଗ୍ୟାସ ମଙ୍ଗଳଗ୍ରହରେ ଆସିଲା କେଉଁଠୁ ? ଏହା ମଧ୍ୟ ବଢ଼ିବାରେ ଲାଗିଛି । ମଙ୍ଗଳଗ୍ରହରେ ବରଫ ଦେଖାଯାଉଛି କିନ୍ତୁ ଏହା ପାଣିର ନୁହେଁ ଜମା ହେଉଥିବା କାର୍ବନ ଡାଇଅକ୍ସସାଇଡର । ଏହା ତାପମାତ୍ରା ବଢିବା ଫଳରେ ତରଳୁନାହିଁ ବରଂ ଏହା ଗ୍ୟାସରେ ପରିଣତ ହେଇଯାଉଛି । ଏହି ଗ୍ରହରେ ସମୁଦ୍ର ଦେଖିବାକୁ ମିଳୁଛି କିନ୍ତୁ ବରଫ ରୂପରେ । ଏହା ତ ପୁରାପୁରି ପୃଥିବୀ ପରି ଦୃଶ୍ୟମାନ ହେଉଛି । ଏହାର ପୃଷ୍ଠରେ ପିରାମିଡ଼ ପରି ଅଟାଳିକା ମଧ୍ୟ ଅଛି । ଏହି ମଙ୍ଗଳଗ୍ରହର ଏଲିୟନ୍ସ ମାନେ ଆଉ ପୃଥିବୀରେ ପିରାମିଡ଼ ତିଆରି କରିନାହାନ୍ତି ତ ? ହଠାତ ବର୍ଷା ଘଡଘଡ଼ିରେ ମୋ ନିଦ ଭାଙ୍ଗିଗଲା । ଆଉ ମୁଁ ଜାଣିବାକୁ ପାଇଲି ଯେ ମୁଁ ମଙ୍ଗଳଗ୍ରହରେ କୌଣସି ଏଲିୟନ୍ସ ପାଖରେ ନୁହେଁ ବରଂ ପୃଥିବୀରେ ନିଜ ଘର ଖଟ ଉପରେ ଶୋଇଛି । କେବଳ ସ୍ୱପ୍ନରେ ମଙ୍ଗଳଗ୍ରହ ଭ୍ରମଣ କରୁଥିଲି । 



Rate this content
Log in

Similar oriya story from Fantasy