Lokanath Rath

Tragedy Action Classics

4  

Lokanath Rath

Tragedy Action Classics

ସ୍ୱାର୍ଥପର ମଣିଷ

ସ୍ୱାର୍ଥପର ମଣିଷ

4 mins
441



ଆଜି ଯେ ମଣିଷ ଏତେ ସ୍ୱାର୍ଥପର ହେଇପାରେ ,ଏଇଟା ଆରତୀ ଅତି ସହଜରେ ଭାବି ପାରୁ ନଥିଲା | ଦେଶ ଆଜି ଦୁନିଆରେ ସୁନାମ ଅର୍ଜନ କରି ସାରିବା ପରେ ମଧ୍ୟ ଏବେ ଉଚ୍ଚ ନିଚ୍ଚ,ଧନୀ ଗରିବ ଓ ଜାତି ଧର୍ମ କୁ ନେଇ ଗର୍ବ ଓ ଅହଙ୍କାର ରେ ଭୁଲି ଯାଇଛି ଯେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି ,ସମସ୍ତେ ଏଇ ଦେଶର | ଏଇ କେତେ ଦିନ ପୂର୍ବରୁ ସହରର ବଡ ବଡ ନେତା ,ଶିକ୍ଷାବିତ ଓ ସମାଜସେବୀ ବହୁତ ବଡ ବଡ଼ କଥା ତାଙ୍କ ଭାଷଣରେ କହିଥିଲେ ସେହି ସମ୍ମାନ ସଭାରେ ,ଯେଉଁଠାରେ ଆରତୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା | ଏବେ ସେଇ କଥା ଗୁଡିକ ଭାବିଲା ବେଳକୁ ଆରତୀ ମାନେ କରୁଛି ବୋଧହୁଏ ତାକୁ ସମ୍ମାନିତ ନୁହେଁ ବରଂ ଏହି ସ୍ୱାର୍ଥପର ମଣିଷ ସବୁ ତାର ପରିବାର ର ତ୍ୟାଗକୁ ଦେଖି ଉପହାସ କରିଥିଲେ | ମନେ ମନେ ସେ ନିଜକୁ ବହୁତ ଧିକ୍କାର କରିଥିଲା ଯେ କାହିଁକି ସେମାନଙ୍କର ସେଇ ସଭାକୁ ସେ ଯାଇଥିଲା | ଗତ ଦୁଇ ଦିନ ତଳେ ଝିମିଟି ଖେଳରୁ ମହାଭାରତ ହେଲା ପରି ଏଇ ତାଙ୍କ ପାଖ ବସ୍ତି ଓ ଏହି ତାରି ଘର ପାଖର ବଡ ବଡ ଅଟ୍ଟାଳିକାରେ ରହୁଥିବା ମଣିଷ ଗୁଡାକ କେମିତି ନିଜ ନିଜ ମଧ୍ୟରେ ଝଗଡା ଓ ଲଢ଼ି କରି ସେଇ ନିଆଁକୁ ପୁରା ସହରରେ ଖେଳାଇ ଦେଲେ ଆଉ କିଛି ସମୟ ଭିତରେ କିଛି ଘରଦ୍ୱାର ,ଦୋକାନ ବଜାର ,ଗାଡି ସବୁ ନିଆଁରେ ଜଳିଗଲା |ସେତିକିରେ ତାଙ୍କ ମନ ବୁଝିଲା ନାହିଁ ଯେ ବାଡିଆ ପିତା ଓ ହଣା କଟା ଯାଏ କଥା ବଢି କେତେ ନିରୀହ ଲୋକଙ୍କ ରକ୍ତରେ ଏଇ ସହରର ମାଟି ଭିଜିଗଲା | ଏବେବି ସେଇ ରକ୍ତ ଭିଜା ମାଟି ଯେମିତି ଆରଟିକୁ ଦେଖି କାନ୍ଦି କାନ୍ଦି କହୁଛି ,''କଣ ହେଲା ଏଇ ମଣିଷ ଓ ଦେଶ ର ରକ୍ଷା କରିବା ପାଇଁ ତୋର ସ୍ୱାମୀ କ୍ୟାପଟେନ ସ୍ବର୍ଗତ ସୁଜିତ ମିଶ୍ର ନିଜର ରକ୍ତରେ ଏଇ ମାଟିକୁ ଭିଜାଇ ହସି ହସି ସହୀଦ ହେଇଗଲେ ?ଖାଲି ସେତିକି ନୁହେଁ ପୁଣି ଦେଶ ଓ ଏଇ ସ୍ୱାର୍ଥପର ମଣିଷ ମାନଙ୍କ ପାଇଁ ତୋର ଏକମାତ୍ର ପୁଅ ମେଜର ଅଶୋକ ମିଶ୍ର ଶତ୍ରୁଙ୍କ ସାଙ୍ଗରେ ଲଢ଼ି ଲହୁ ଲୁହାଣ ହୋଇ ଦେଶର ପତାକା କୁ ପାହାଡ଼ର ଶିଖରରେ ଫର ଫର ଉଡାଇ ଆଜି ଦୀର୍ଘ ଦୁଇ ମାସ ହେବ ଡାକ୍ତରଖାନାରେ ଚିକତ୍ସା ପାଉଛି ଆଉ ନିଜର ଗୋଟିଏ ଗୋଡ ଶତ୍ରୁର ଗୁଳିରେ ହରାଇ ଦେଶ ପାଇଁ ଲଢ଼ିଚି ନିଜର ସବୁ ସ୍ୱାର୍ଥକୁ ତ୍ୟାଗ କରିଛି | ଆଉ ନିସ୍ଵାର୍ଥପର ଭାବେ ଦେଶ ଓ ମଣିଷଙ୍କର ସେବା କରିବାର ପାଠ ନିଜ ପୁଅ ଅଶୋକ କୁ ପିଲାଦିନୁ ପଢାଇ ପଢାଇ ନିଜର ସର୍ବସ୍ବ ତ୍ୟାଗ କରିବାକୁ ପଛାଇ ନାହିଁ | ଆଉ ନିଜେ ତୁମେ ଆରତୀ ଦେବୀ ଏଇ ବସ୍ତି ବସ୍ତି ବୁଲି ଗରିବ ଲୋକମାନଙ୍କୁ ପାଠ ପଢ଼ାଉଛ ନିଜ ଖର୍ଚ୍ଚରେ କାରଣ ତୁମେ ମଣିଷକୁ ମଣିଷ ପରି ବଞ୍ଚିବାର ରାସ୍ତା ଦେଖାଇବାରେ ଲାଗିଛ | ତୁମେ ସମସ୍ତ ଜାତି ,ଧର୍ମ ଓ ବର୍ଗର ଲୋକଙ୍କୁ ନେଇ ଯେଉଁ ଏକ ସଂସ୍ଥା ନିଜେ ଗଢ଼ିଛ ଏଇ ସମାଜର ସମସ୍ତଙ୍କର ମଙ୍ଗଳ ପାଇଁ ଏବଂ ସମାନତା ପାଇଁ ,ଦେଖ ଆଜି ସେଇ ଲୋକମାନେ ସ୍ୱାର୍ଥପର ମଣିଷ ର ପ୍ରକୃତ ପରଚୟ ଦେଇଛନ୍ତି ତାଙ୍କର ଗର୍ବ ଓ ଅହଙ୍କାରର | ଏହି ରକ୍ତ ଭିଜା ମାଟି ତାର ପ୍ରମାଣ |'' ଆରତୀ କୁ ଲାଗୁଥିଲା ଯେମିତି ତା ଗାଲରେ କେହି ଜୋର ଜୋର ଚାପୁଡ଼ା ମାରି ଏହି ସତ୍ୟକୁ କହୁଛି |

ଆରତୀ ଦୁଃଖ ଓ ଯନ୍ତ୍ରଣାରେ ବହୁତ କ୍ଲାନ୍ତ ହୋଇ ପଡି ସୋଫା ଉପରେ ବସିପଡି ଭାବିଲା ,କଣ ବା ସେଇ କଥା ,ଯାହା ପାଇଁ ଏତେ କିଛି ଅଘଟଣ ଘଟିଗଲା |କଥାର ଆରମ୍ଭ ଗୋଟିଏ ଛୋଟ କଥାରୁ | ସବୁଦିନ ପରି ଆରତୀର ସାମାଜିକ ସଂସ୍ଥାର ପିଲାମାନେ ସକାଳୁ ଉଠି ରାସ୍ତାରେ ପଡିଥିବା ଅଳିଆ ,ପଲିଥିନ ଓ ଅପରିଷ୍କାର ଜିନିଷକୁ ଉଠାଇ ପାଖରେ ରହିଥିବା ଅଳିଆଡବା ରେ ପକାଉଥିଲେ ,ଠିକ ସେହି ସମୟରେ ହଟାତ ପାଖ ଅଟ୍ଟାଳିକାର ଗୋଟିଏ ଯୁବକ ଜୋରରେ ତା ବାଇକରେ ଆସି ସେଇ ସଫା କରୁଥିବା ଦୁଇଟି ପିଲାଙ୍କୁ ଜୋରରେ ମାଡ଼ କରିଦେଲା | ସେଇ ଦୁଇଟି ପିଲା ବହୁତ ଜୋରରେ ଆଘାତ ପ୍ରାପ୍ତ ହୋଇ ଏବେ ଡାକ୍ତରଖାନରେ ଅଛନ୍ତି ,ସେମାନଙ୍କୁ ନିଜେ ଆରତୀ ନେଇ ସେଠାରେ ଭର୍ତି କରି ଚିକିତ୍ସା କରାଉଛି | ସେଇ ବାଇକ ର ଯୁବକକୁ ସାମାନ୍ୟ ଆଘାତ ଲାଗିଥିଲା ,ଆରତୀ ତାର ବି ପ୍ରାଥମିକ ଚିକିତ୍ସା କରି ଘରେ ପହଞ୍ଚାଇ ଦେଇଥିଲା ତାର ବାଇକ ସହିତ | ଖାଲି ସେଠାରେ ସାମାଜିକ ସ୍ୱଛତାର କାମ କରୁଥିବା କିଛି ପିଲା କହିଥିଲେ ,''ଟିକେ ଦେଖିକରି ଗାଡି ଚଳଲେ ହୁଅନ୍ତା ନାହିଁ ଆଜ୍ଞା !' ବାସ ଏତିକି କହିବା ଗୋଟିଏ ବହୁତ ବଡ ଭୁଲ ଯେମିତି ହେଇ ଯାଇଥିଲା | ସେଇ କଥାରୁ ଆରମ୍ଭ ହେଲା ,'' ରାସ୍ତା କଣ ତୁମର ପୈତୃକ ସମ୍ପତି ? ଆମକୁ କହିବାକୁ ତୁମେ କିଏ ?ତୁମକୁ କିଏ କହିଛି ଏଇ କାମ କରିବାକୁ ?ମୁନିସିପାଲିଟି ଅଛି ସବୁ କରିବାକୁ ,ତୁମେ କଣ ସହରର ନେତା ନା ଠିକ ନେଇଚ ?ଛୋଟଲୋକ ଗୁଡାକ ନିଜକୁ ଏତେ ବଡ଼ କେମିତି ଭାବି ପାରୁଛ ?ତୁମକୁ ଛୁଇଁଲେ ଆମର ଧର୍ମ ଓ ଜାତି ପଳାଇବ ..ଇତ୍ୟାଦି ଇତ୍ୟାଦି ..|'' ଏମିତି ଅପମାନ ଭରା କଥା ଶୁଣି ବସ୍ତିର କିଛି ଲୋକ ତାର ଜବାବରେ ବି କିଛି ଗାଳି ଗୁଲଜ କରିବାରେ ଲାଗିଲେ | ଗାଳି ଗୁଳାଝରୀ ଠେଲା ପେଲା ,ଠେଲା ପେଲା ରୁ ହାତା ହାତି.ହାତା ହାତି ରୁ ବାଡିଆ ବାଡ଼ି ,ସେଥିରୁ ଜାତି ଓ ଧର୍ମ କୁ ଗାଳି ଏବଂ ଶେଷରେ ହଣା କଟା ଆରମ୍ଭ ହେଇ ଯାଇ ପୁରା ସହରରେ ଖେଳାଇ ଗଲା | ଆରତୀ ଡାକ୍ତରଖାନାରେ ଗୁରୁତର ହେଇଥିବା ପିଲାମାନଙ୍କ ପାଖରେ ଥାଆନ୍ତି | ଖୁବ କାମ ସମୟ ଭିତରେ ଏଇ ଘଟଣା ରାଜନୀତିକରଣ ହୋଇ ଭୀଷଣ ରୂପ ନେଲା |ଘର ଦ୍ୱାର ଦୋକାନ ବଜାର ରେ କିଛି ଲୋକ ନିଆଁ ଲଗାଇଦେଲେ |ଆରତିଙ୍କ ଘରେ ବି ନିଆଁ ଲଗାଇ ଦେଇଛନ୍ତି ,ସେ ବିଷୟରେ ତାଙ୍କୁ ଟି ଭି ର ସମାଚାର ରୁ ଜାଣିବାକୁ ମିଳିଲା | ସାରା ସହର ରେ କର୍ଫିୟୁ ଲାଗି ଯାଇଛି | ସାମ୍ବାଦିକ ଓ କିଛି ରାଜନେତା ଏଥିପାଇଁ ଆରତୀଙ୍କୁ ବି ଦୋଷୀ ବୋଲି କହୁଛନ୍ତି |ଖାଲି ସେତିକିରେ କଥା ସରିଲା ନାହିଁ |ପୋଲିସ ଅଧିକ୍ଷକ ନିଜେ କିଛି ପୋଲିସ ଅଧିକାରୀଙ୍କ ସହିତ ଆସି ଆରତୀଙ୍କୁ ଡାକ୍ତରଖାନାରେ ଜେରା କରି ସାରିଲେଣି |ଏବେ ଆରତୀ ସେଇ ଡାକ୍ତରଖାନାରେ କିଛି ପୋଲିସ ଅଧିକାରଙ୍କ ନଜର ବନ୍ଦୀ ହୋଇ ରହିଛନ୍ତି ଏବଂ ଆସନ୍ତା କାଲି ସକାଳୁ ତାଙ୍କୁ ହାଜତକୁ ନିଆଯିବ,କାରଣ ଏବେ ରାତ୍ରି ହେଇଯାଇଛି |

ଆରତୀ ଏବେ ମୁଣ୍ଡରେ ହାତ ଦେଇ ଭାବୁଛନ୍ତି ତାଙ୍କର କୋଉଠି ଭୁଲ ରହିଲା ? କଣ ମଣିଷକୁ ମଣିଷ ପରି ସୁସ୍ଥ ,ନିରାମୟ ଜୀବନ ବିତାଇବାର ଶିକ୍ଷା ଦେବା ତାଙ୍କ ଭୁଲ ? ମାନବତା ର ମନ୍ତ୍ର ପଢାଇ ଜାତି ,ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ସମାଜର ସେବା କରିବା କଣ ତାଙ୍କର ଭୁଲ ?ସେ ବୁଝି ପାରୁ ନଥିଲେ ଏଇ ସ୍ୱାର୍ଥପର ମଣିଷ ର ପ୍ରକୃତ ଚେହେରା ଓ ଭାବନାକୁ |ତାଙ୍କ ଆଖିରୁ ଲୁହ ବୋହି ଯାଉଥିଲା ,ସେତିକିବେଳେ ପୁଅ ଅଶୋକ ର ଫୋନ ଆସିଲା | ସେ ଆରତୀ କୁ କହୁଥିଲା ,'' ମା ନିଜ ପ୍ରତି ଯତ୍ନ ନେଉଥିବ ଓ ଅନ୍ୟ ମାନଙ୍କର ବି | ସବୁ କିଛି ଠିକ ହେଇଯିବ | ମୁଁ ସବୁ ଏଇ ଟି ଭି ରୁ ଜାଣିଲି |ବ୍ୟସ୍ତ ହେବାର ନାହିଁ | ଏବେବି କିଛି ସ୍ୱାର୍ଥପର ମଣିଷ ଅଛନ୍ତି ଆମରି ଭିତରେ , ଧୀରେ ଧୀରେ ସେମାନେ ନିଜ ଭୁଲ ବୁଝି ପାରିବେ |ମୋତେ ବ୍ୟସ୍ତ ହେବ ନାହିଁ | ମୁଁ ଶୀଘ୍ର ଆସି ତୁମ ସହିତ ମିଶି କାମ କରିବି |'' ଆରତୀ ତାଙ୍କ ପୁଅ ଠାରୁ ଏତକ ଶୁଣି ନିଜକୁ ସଜାଡି ନେଲେ |ଆଗାମୀ ଭବିଷ୍ୟତ ର ସାମାଜିକ ପରିବର୍ତ୍ତନର ସ୍ୱପ୍ନକୁ ଆହୁରି ସବଳ କରିଦେଲେ। ତାଙ୍କର ବିଶ୍ୱାସ ଆହୁରି ବଢିଗଲା ।


Rate this content
Log in

Similar oriya story from Tragedy