STORYMIRROR

Gobinda Chandra Sethi

Inspirational

3  

Gobinda Chandra Sethi

Inspirational

ସ୍ୱାଧୀନତା ପରେ ଜୀବନ

ସ୍ୱାଧୀନତା ପରେ ଜୀବନ

3 mins
177


   ଭାରତ ବର୍ଷର ୭୭ ତମ ସ୍ୱାଧୀନତା ଦିବସର ସୂର୍ଯ୍ୟ ଉଦୟ ପୂର୍ବରୁ ଚନ୍ଦ୍ର ଅଭିଯାନ l ଆଜି ଆମ ଦେଶ ମୁକ୍ତ ଆକାଶର ବିହଙ୍ଗ ସାଜି ଚନ୍ଦ୍ରରେ ପଦାର୍ପଣ l ଆମ ପାଇଁ କିଛି କମ କଥା ନୁହେଁ l ଆମ ଦେଶର ସ୍ୱାଧୀନତାର ଅମୃତ ମହୋତ୍ସବ ଆଜି ସାଫଲ୍ୟ ମଣ୍ଡିତ ହୋଇଛି l ଭାରତ ଆଜି ପୃଥିବୀର ଶ୍ରେଷ୍ଠ ସଫଳତାରେ ପହଁଞ୍ଚି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ l

      ଆଜି ଚିନ୍ତାକଲ ଯଦି ଆମ ଦେଶ ସ୍ୱାଧୀନ ହୋଇ ନ ଥାନ୍ତା l କ'ଣ କରୁଥାନ୍ତେ ଆମେ l ସେହି ପରାଧୀନର କସା ଘାତରେ ଆଜି ସଢୁଥାନ୍ତେ l ରାଜତନ୍ତ୍ର ଶାସନରୁ ଯାଇ ଏବେ ବ୍ରିଟିଶିର ଏକଛତ୍ର ଶାସନ ଭିତରେ ଥାଆନ୍ତେ l ଆମ ପୂର୍ଵ ପୁରୁଷମାନଙ୍କ ଦେଶ ପାଇଁ ସଂଘର୍ଷ ଓ ତାଙ୍କ ବଳିଦାନ ଆଜି ଏହି ସ୍ୱାଧୀନତାର ସ୍ୱାଦ ଆମକୁ ପ୍ରଦାନ କରିଛି l 

        ୧୯୪୭ମସିହା ଅଗଷ୍ଟ ପନ୍ଦର ତାରିଖ ଆମେ ବିଦେଶୀର କସାଘାତରୁ ମୁକ୍ତ ହେଲେ l ତିରଙ୍ଗାକୁ ଫର ଫର କରି ଉଡ଼ାଇଲେ l ଆଜିର ଏହି ଦିନକୁ ଆମ ସହୀଦମାନଙ୍କ ଶ୍ରଦ୍ଧାଞ୍ଜଳୀ ଉତ୍ସବ ରୂପେ ପାଳିତ କରୁଛେ l ଆମ ଦେଶରୁ ବିଦେଶୀମାନେ ସୁନା, ରୂପ, ମୋତି, ମାଣିକ ପ୍ରଭୁତି ଲୁଟିନେଲେ l ଆମ କଳା, ସ୍ଥାପତ୍ୟ, ବିଜ୍ଞାନ ଓ ଆୟୁର୍ବେଦର ଜ୍ଞାନ ସେମାନଙ୍କୁ ପାଗଳ କରି ଦେଇଥିଲା l ଆମ ଶିକ୍ଷାର ଶୈଳୀକୁ ସେମାନେ ନିକମା କରିଦେଲେ l ଆମ ଦେଶରେ ପଞ୍ଚମ ଶତାବ୍ଦୀରେ ନିର୍ମିତ ନାଳନ୍ଦା ଓ ବିକ୍ରମଶିଳା ପରି ଜ୍ଞାନ ପୀଠମାନଙ୍କୁ ମୋଗଲମାନେ ଧ୍ୱଂସ କରିଦେଲେ l କାରଣ ସେମାନଙ୍କ ଈର୍ଷା ଥିଲା ଆମ ଅଖଣ୍ଡ ଭାରତ ବର୍ଷ ଚିକିତ୍ସା କ୍ଷେତ୍ରରେ ମହାନ ଥିଲା କାହିଁକି l ଯେଉଁମାନେ ଆସିଲେ ଆମ ଜ୍ଞାନ,ବିଜ୍ଞାନ ଓ ଆୟୁର୍ବେଦର ଚେରକୁ ମୂଳପୋଛ କରି ପଙ୍ଗୁ କରିଦେବାକୁ ଚାହିଁଲେ l ଆମ ଆୟୁର୍ବେଦର ବଇଦ ବୌଦ୍ଧ ସନ୍ୟାସୀମାନଙ୍କୁ ହତ୍ୟା କରିଦେଲେ l 

      ଦେଶ ସ୍ୱାଧୀନ ହେଲା ପରେ ଆମର ଶିକ୍ଷା କ୍ଷେତ୍ର ପୁଣି ମୁଣ୍ଡ ଟେକି ଉଠିଲା l ବିଦଶୀମାନେ ଆମ ଦେଶର ବୈଭବ ସିନା ନେଇଗଲେ, କିନ୍ତୁ ଆମ ଅନ୍ତର୍ନିହିତ ଜ୍ଞାନ ଆଜି ଆମ ଦେଶକୁ ପୁଣି ଉନ୍ନତ ପଥରେ ଆଗେଇ ନେଲା l ଚରକ ଶୁଶ୍ରୁକଙ୍କ ପରି ଡାକ୍ତରମାନେ ପୁନଃ ଜନ୍ମ ଗ୍ରହଣ କଲେ l ଆମ ଆର୍ଯ୍ୟ ଭଟ୍ଟଙ୍କ ପରି ଗଣିତଜ୍ଞ, ଜ୍ୟୋତିର୍ବିତ ପଞ୍ଚମ ଶତାବ୍ଦୀରେ ଗ୍ରହ ନକ୍ଷେତ୍ର ମାନଙ୍କର ଚଳନ ଓ ଅବସ୍ଥିତ ଠିକ ଭାବେ କହି ପାରୁଥିଲେ l ସେହି ସମୟରେ ସେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗକୁ ରାହୁ କେତୁ ଗ୍ରାସ ନୁହେଁ ବରଂ ଛାଇ ଆଲୁଅର ଖେଳ ବୋଲି ପ୍ରମାଣ କରି କହୁଥିଲେ l ଆମ ଓଡ଼ିଶାର ପଠାଣି ସାମନ୍ତ ଦୁଇଟି ବାଉଁଶ ନଳ ସାହାଯ୍ୟରେ ପୃଥିବୀ ସୂର୍ଯ୍ୟ ମଧ୍ୟରେ ଦୂରତା, ଛିଡା ହୋଇଥିବା ଜାଗାରୁ ପାହାଡ଼ର ଦୂରତାକୁ ସଠିକ ଭାବରେ କହି ପାରୁଥିଲେ l ଆଜି ଆମ ଦେଶରେ ଅନେକ ସୁନାମ ଧନ୍ୟ ବୈଜ୍ଞାନିକ ଜନ୍ମ ଗ୍ରହଣ କରି ଆମ ଦେଶର ନାମକୁ ଉଜ୍ବଳ କରିଛନ୍ତି l ଆମ ଦେଶର ମହାକାଶଚାରୀ ସ୍କ୍ୱାଡର ଲିଡର ରାକେଶ ଶର୍ମା ଇସ୍ରୋ ଓ ସୋଭିଏଟ ୟୁନିଅନର ମିଳିତ ଉଦ୍ୟମରେ ପ୍ରଥମେ ମହାକାଶକୁ ଏପ୍ରିଲ ୩ ତାରିଖ ୧୯୮୪ମସିହାରେ ଯାଇଥିଲେ l ସେତେବେଳେ ଭାରତର ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଶ୍ରୀମନ୍ତି ଇନ୍ଦିରା ଗାନ୍ଧି ତାଙ୍କୁ ପଚାରିଥିଲେ ଆମ ଭାରତ ଦେଶ ମହାକାଶରୁ କିପରି ଦେଖା ଯାଉଛି l ସେତେବେଳେ ତାଙ୍କର ଜବାବ ଥିଲା "ସାରେ ଜାହାଁ ସେ ଆଚ୍ଛା" l ଅର୍ଥାତ ସାରା ଦୁନିଆଁ ଭିତରେ ଆମ ଦେଶ ସବୁଠାରୁ ସୁନ୍ଦର ଯାହାର ସୌନ୍ଦର୍ଯ୍ୟ କେବେ ବର୍ଣ୍ଣନା କରିହେବ ନାହିଁ l ଆଜି ଚନ୍ଦ୍ର ଅଭିଯାନ ପରେ ଆମ ଦେଶ ସୂର୍ଯ୍ୟ ମଣ୍ଡଳର ଅନୁଧ୍ୟାନ ପାଇଁ ଆଦିତ୍ୟ ଏଲ -୧ କୁ ପ୍ରସ୍ତୁତ କରି ରଖିଛି l ଆଉ କିଛି ଦିନର ଅପେକ୍ଷା ମାତ୍ର l 

    ଆଜି ବିଦେଶୀମାନଙ୍କର ଶାରୀରିକ, ମାନସିକ ଯନ୍ତ୍ରଣାରୁ ଆମେ ମୁକ୍ତ l ଆମ ଜୀବନରେ ଆଉ ଦୁର୍ଭିକ୍ଷ ଆସିବ ନାହିଁ l ଆମେ ମୁକ୍ତ ଆକାଶର ବିହଙ୍ଗ ପକ୍ଷୀ l ଆମ ପୂର୍ବପୁରୁଷମାନଙ୍କ ସ୍ୱାଧୀନତା ସଂଗ୍ରାମ ଆଜି ଯୁବପିଢ଼ିଙ୍କୁ ସ୍ୱାଧୀନତାର ମୂଲ୍ୟବୋଧ ପ୍ରଦାନ କରି ତାର ମହତ୍ୱକୁ ସାକାର କରୁଛି l ଆଜି ସବୁ କ୍ଷେତ୍ରରେ ଆମେ ଅଗ୍ରସର ଓ ସବୁକ୍ଷେତ୍ରରେ ଆମେ ସ୍ୱାଧୀନ l କୌଣସି ଦେଶ ଆଗରେ ଆମକୁ ନତ ମସ୍ତକ ହେବାକୁ ପଡ଼ୁ ନାହିଁ l ଆମେ ସ୍ୱାଧୀନ ଆମ ଦେଶକୁ ଆଜି କେହି ଭାଗ ଭାଗ କରିପାରିବେ ନାହିଁ l ଆମ ଦେଶର ସୀମାରେଖା ଆଜି ଲକ୍ଷ୍ମଣ ରେଖା ତାକୁ କିଏ ଅତିକ୍ରମ କରିବାକୁ ଚାହିଁଲେ ଆମେ ଶତ ସିଂହର ବଳରେ ବଳିଆନ ହୋଇ ତାକୁ ପ୍ରତିହତ କରିବୁ l

   "ଜୟ ଭାରତ ମାତା _ଜୟ ଉତ୍କଳ ଜନନୀ" 




Rate this content
Log in

Similar oriya story from Inspirational