ଏମିତି ଅନେକ ହାତ ତା ଆଡକୁ ଲମ୍ବି ଆସେ. ସେ ହାତ ଗୁଡିକ ଭିତରୁ ରମାନାଥର ହାତ ଗୋଟେ . ଯିଏ ଝିଅ ବିଭାଘର ଯାଏଁ ବଞ୍ଚିବ କି ନା ପଚାରୁଥାଏ ସେଇ ଜୋତିଷ ବୋଲାଇ ପସରା ମେଲେଇ ଦେଇଥାଏ କେଵେ କଚେରୀରେ ତ , କେଵେ ସମୁଦ୍ରକୂଳରେ , କେଵେ ମନ୍ଦିର ଆଗରେ ତ କେଵେ କୋଉଠି ଗହଳି ଦେଖି ଖୋଲିଥାଏ ଅସିହା ମସିହାର କୋଥଳି ପରି ପୁଟୁଳିଟିରେ ଥିବା ସର୍ବସ୍ବକୁ ତାର . ଯୋଉଥିରେ ଅନେକ ସୁସ୍ଥ, ଦୁସ୍ଥ ତଥା ଅସୁସ୍ଥ ଲୋକଙ୍କର ଭୂତ ଭବିଷ୍ୟତ ସହ ଥାଏ ଚନ୍ଦନ ଛାଟି ଛାଟି ଖଡ଼ଖାଡ଼ ହୋଇ କେତେବେଳେ ଭାଙ୍ଗି ପଡ଼ିବାକୁ ଥିବା ଚତୁର୍ଦ୍ଧାଙ୍କ ଫୋଟୋଟିଏ ସାଙ୍ଗକୁ, ମଇଳା ଗାମୁଛା, ପୁରୁଣା ସିଲଟ, ଖଣ୍ଡ ଖଣ୍ଡ ଭାଙ୍ଗିପଡ଼ିଥିବା ଚକ ସାଙ୍ଗକୁ ହନୁମାନ ଚାଳିଶା ଓ କୋହିନୁର ପଞ୍ଜିକା ଖଣ୍ଡେ. କାଶି କାଶି ବେଦମ ହେଉଥିବା ରମାନାଥ ଆସିଲା ବେଳେ ଲୋଚାକୋଚା ହୋଇପଡୁଥିବା ବେଳେ ଫେରେ କିନ୍ତୁ ପୂର୍ବାପେକ୍ଷା ଭଲରେ. ସେମିତି ଜଣେ ନାରୁନନା, ବୟସ ଚାରି କୋଡିକୁ ଧାପ ଦେଉଥିବା ନାରୁନାନା ନିଜ ହାତରେ ଥିବା ପାପୁଲିରେ ଅଙ୍କା ବଙ୍କା ବକ୍ରରେଖା ଭିତରୁ ପତ୍ନୀଙ୍କ ଭାଗ୍ୟ ଭବିଷ୍ୟ ଖୋଜିବାକୁ ଜୋତିଷଙ୍କୁ ଅନୁରୋଧ କରୁଥାନ୍ତି. ପ୍ରାଣପ୍ରିୟା ପତ୍ନୀଙ୍କୁ ଖୁବ ବେଶୀ ଭଲପାଉଥିବାରୁ ତା ଆଗରୁ ଯିବେ କି ନାହିଁ ଜାଣିବାକୁ ଚାହିଁଲା ବେଳେ ସମସ୍ତଙ୍କୁ କିଛି କିଛି ଭାଗ୍ୟ ଭବିଷ୍ୟ ବଖାଣିବା ପୂର୍ବରୁ ଚତୁର୍ଦ୍ଧାଙ୍କ ଫଟୋ ଉପରେ ଦୃଷ୍ଟି ନିକ୍ଷେପ କରିବା ସହ ସ୍ଲେଟ ଉପର ଗାର ସହିତ ଶିରାଳ ହାତର ଶିଥିଳ ରେଖା ସବୁକୁ ଅନେଇ ଅନେଇ କହନ୍ତି ହାତ କହୁଛି ତୁମେ ହିଁ ଆଗ ଯିବ ତ ସ୍ୱର୍ଗ ସୁଖ ପାଇବା ପରି ନାରୁନାନା ପିଠିକୁ ଓଲଟା ଚନ୍ଦ୍ରବିନ୍ଦୁ ପରି ବଙ୍କେଇ ବଙ୍କେଇ ସମସ୍ତେ ଟଙ୍କାଟିଏ ଲେଖାଏଁ ଦେଲାଭଳି ଖୋସଣୀରୁ ଟଙ୍କାଏ ବଢ଼େଇ ଗଡ଼ ଜିଣିଲା ଭଳି ବାଟ ଚାଲୁ ଚାଲୁ ଭାବୁଥାଆନ୍ତି ବାର୍ଦ୍ଧକ୍ୟ ସମୟରେ ସହସାଥି ବୁଢ଼ୀଟା ପାଖରେ ଥିଲେ ଆଉ ଦୁଃଖ କଣ!ଜଉତିଷ ମହାଶୟ ମଧ୍ୟ ଖୁସି ଯଦିଓ ରମାନାଥ ଝିଅ ବାହାଘର ବେଳକୁ ସଂସାର ଛାଡ଼ିବା ସହ ନାରୁନନାଙ୍କ ସ୍ତ୍ରୀ ସ୍ୱର୍ଗକୁ ବାହୁଡ଼ିଯିବା ପରେ ବିଚରା ବୁଢା ରୋଷେଇ କଲା ବେଳେ ଶୋଧୁଥାଏ ଭାଗ୍ୟ ଓ ଭବିଷ୍ୟତ କହୁଥିବା ଜଉତିଷ ମହାଶୟଙ୍କୁ.
ସେଦିନ ଭଲ ଦି ପଇସା ଲୋଭରେ ଜୋତିଶ ମହାଶୟ ରଥଯାତ୍ରା ଗହଳିରେ ବଡଦାଣ୍ଡରେ ପସରା ମେଲେଇ ଦେଇଥାନ୍ତି. ଏକଟଙ୍କା ଲେଖାଏଁ ଦେଇ ଆଗକୁ ଆସୁଥିବା ଭଲମନ୍ଦ ଓ ଶୁଭାଶୁଭ ଖବର ଶୁଣି କୃତ୍ୟ କୃତ୍ୟ ହୋଇ ସମସ୍ତେ ରଥକୁ ଅପେକ୍ଷା କରି ଭବିଷ୍ୟ ପଥ ଜାଣି ଜଗନ୍ନାଥଙ୍କୁ ଦେଖି କୁତାର୍ଥ ହେବାକୁ ଭାବିବା ବେଳେ ଜୋତିଷ ମହାଶୟ ମଧ୍ୟ ବେଶ ଟଙ୍କିକିଆ କୋଥଳି ପୁଟୁଳିଟିଏ ଯୋଗାଡ଼ କରି ଭବିଷ୍ୟତର ସୁନେଲି ସ୍ୱପ୍ନରେ ବିଭୋର ହେଲା ବେଳକୁ ଅତର୍କିତ କଲେଜ ପଢୁଆ ପିଲାଟିଏ ପଚାରୁଥିଲା କର କୋଷ୍ଠି କପାଳ ଦେଖି କୁହନ୍ତୁତ ଗୋସେଇଁ ଆଜି ଏ ଭିଡରେ ସେ ଆସିଥିବ କି ନାହିଁ? ସେ କିଏ ପ୍ରଶ୍ନର ଉତ୍ତରରେ ଯୁବକ କହୁଥାଏ ସେଇ ମୋ ଉପର ଶ୍ରେଣୀରେ ପଢ଼ୁଥିବା ମୋ ପ୍ରେମିକା. ଯାହାକୁ ସାହାସ କରି କହିପାରିନି ଏଯାଏଁ ଆଈ ଲଭ ୟୁ ବୋଲି. ତାକୁ ଏଇ ଭିଡରେ ଥରେ ଦେଖିବାର ଇଛା ପୁରଣ ହେବ କି ନା କୁହନ୍ତୁ ନାନା! ଏତିକି ବେଳକୁ ଜଣେ ସ୍ତ୍ରୀ ଲୋକ ପଚାରୁଥିଲେ ମୋ ସ୍ୱାମୀ ହୃଦଘାତ ଷ୍ଟ୍ରୋକରେ ମେଡିକାଲ ଆଈ. ସି. ୟୁରେ. କୁହ ନନା ସେ କେଵେ ଆଖି ବୋଲିବେ? ଠିକ କହିଦେଲେ ଯାହା ମାଗିବ ଦେବି ନନା. ସେପଟେ ଯୁବକ ମଧ୍ୟ କହୁଥିଲା ଦଶ ଟଙ୍କା ଦେବି ନନା କୁହନା ସେ ଆସିବ ନା ନାହିଁ ବଡଦାଣ୍ଡକୁ ରଥ ଦେଖିବାକୁ? ବୃଦ୍ଧ ଜଣେ ପଚାରୁଥିଲେ ମୋ ପୁଅ ଶହୀଦ ହୋଇଗଲା ଦେଶ ସେବା କରୁ କରୁ.ମୋ ବୋହୁର ପୁଅ ହେବ ନା ଝିଅ ହେବ କୁହ ଜଉତିଷେ ଆପଣେ. ପୁଅ ହେଲେ ଯାହା ଚାହିଁବ ଦେବି. ଜଉତିଷେ ଚାହିଁଲେ ପାଖରେ ଥିବା ଚନ୍ଦନ ଚର୍ଚିତ ସେହି ଅସନା ବ୍ୟାଗ ଭିତରେ ପଡି ରହିଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚତୁର୍ଦ୍ଧା ମୂର୍ତ୍ତି ଆଡକୁ. ଆଜିଯାଏଁ ସମସ୍ତଙ୍କୁ ଆସ୍ତିକ ବାଣୀ ଶୁଣେଇ କିଛି ସୁଖର ଢେଉରେ ପାଦ ଧୋଇ ଶିରାଳ ହାତ ଦୁଇଟିରେ କଳ ବଳ କୌଶଳ ଖଞ୍ଜି ବଞ୍ଚିବାର କୋରାଖ ବନୁଥିବା ଜଉତିଷ ନାନା ଆଜି କାହାକୁ ଉତ୍ତର ଦେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ଓ କାହାକୁ ଆସ୍ତି ସୂଚକ ସୂଚନା ଦେବା ପୂର୍ବରୁ କାହିଁରୁ କେତେ ଥର ରଥ ପଥ ଜଗନ୍ନାଥଙ୍କୁ ବୁଲି ବୁଲି ଚାଁହୁଛନ୍ତି ବୁଝିନପାରି ସେହି ଯୁବକ କହୁଥିଲେ କହନ୍ତୁ ଆଜ୍ଞା ତା ସାଥିରେ ଆଜି ମୋର ଭେଟ ହେବ ନା ନାହିଁ?, ମହିଳା ଲୁହ ସରସର ଆଖିରେ ପଚାରୁଥିଲେ କୁହନ୍ତୁ ମହାଭାଗ ସେ କେତେବେଳେ ଆଖି ଖୋଲିବେ? ବୃଦ୍ଧ ପଚାରୁଥିଲେ କୁହ ଜଉତିଷ ପୁଅ ମୋ ପୁଅ ମୋ ବୋହୁ କୋଳକୁ ଆସିବ ନା ନାହିଁ?
ଜଉତିଷ ଦେଖିଲେ ମାଡି ଆସୁଛି ନନ୍ଦିଘୋଷ, ସେଥିରେ ଓଡିଶାର ଆରାଧ୍ୟ, ସବୁରି ଭାଗ୍ୟ ବିଧାତା ପ୍ରଭୁ ଜଗନ୍ନାଥ. ଶୁଭୁଛି ରଥର ଘର୍ଘର ନାଦ ଓ ଆଗରେ ତାଳଧ୍ଵଜରେ ବଳଭଦ୍ର ଠାକୁର ତ ପଛରେ ଦେବଦଳନରେ ହଳଦୀମୁଖି ଭଉଣୀ ସୁଭଦ୍ରା ଦେଵୀ. ଝିଝାଇଁ ଝିଝାଇଁ ଝାଇଁ ଶବ୍ଦରେ ପାଖେଇ ଆସୁଛନ୍ତି ଭାଗ୍ୟ ଭବିଷ୍ୟର ନିର୍ଣ୍ଣାୟକ. ଏପଟେ କଟାଳ କରୁଛନ୍ତି ଯୁବକ, ମହିଳା ଓ ବୃଦ୍ଧା ତ ହଠାତ ଜଗନ୍ନାଥଙ୍କୁ ପଚାର ଓ ମୁଣ୍ଡିଆ ମାର ତୁମ ଅଭିଷ୍ଟ ହେବ ପୁରଣ କହି ଜଉତିଷଙ୍କର ସେଦିନ ପଳାୟନରେ ଯୁବକ ସ୍ତବ୍ଧ, ମହିଳା ମର୍ମାହତ ଓ ବୃଦ୍ଧ କହୁଥିଲେ ଟେକିଦିଅ ହାତ. ପାଇବ କରୁଣା ଆସୁଛି ରଥରେ ପଥରେ ଆମ ଆରାଧ୍ୟ ଜଗନ୍ନାଥ.