Suchismita Sahoo

Inspirational

3  

Suchismita Sahoo

Inspirational

ରଙ୍ଗ

ରଙ୍ଗ

4 mins
217



ଆଜି କୋର୍ଟରେ ଭାରି ଭିଡ଼, ହେବନି କେମିତି ଯେ? ଆଜି ପରା  ହରି ହତ୍ୟା ମାମଲାରେ କିଛି ମାସ ଧରି ଜେଲରେ ଜୀବନ କାଟୁଥିବା ଶିବାନୀଙ୍କର ଶେଷ ଶୁଣାଣି। ତାଙ୍କୁ ଆଜୀବନ କାରାଦଣ୍ଡ ହେବ ନା ଫାଶୀ ହେବ ନା ସୋନିକୁ (୧୩ ବର୍ଷର ଝିଅ) ନ୍ୟାୟ ଦେବାକୁ ଯାଇ ହରିକୁ ହତ୍ୟା କରିଥିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ରିହାତି ଦେବ, କୋର୍ଟ କଣ ରାୟ ଦେବ ଶୁଣିବାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ହେଲେ ଶିବାନୀ ପୁରା ବିନଦାସ ଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ, ଏ ଶୁଣାଣି ତାଙ୍କ ସପକ୍ଷରେ ଯିବ ଆଉ ତାଙ୍କୁ ନିର୍ଦ୍ଦୋଷରେ ସମ୍ମାନର ସହିତ ରିହାତି କରାଯିବ ଆଉ ସୋନିକୁ ନ୍ୟାୟ ମିଳିବ। ଏଇ କିଛି ଦିନ ତଳେ ପରା ସମସ୍ତେ ବିଶ୍ୱ ମହିଳା ଦିବସ ପାଳନ କରିଛନ୍ତି। ତେବେ ସମସ୍ତେ ନିଶ୍ଚୟ କହିବେ ରାକ୍ଷାସ ହରିକୁ ମାରି ଶିବାନୀ ଠିକ କରିଛନ୍ତି। ଏମିତି ଭାବୁ ଭାବୁ ସେ ହଜିଗଲେ ନିଜ ଅତୀତର ମିଠା ଖଟା ସ୍ମୃତି ଭିତରେ। ହରିକୁ ପ୍ରେମ ବିବାହ କରିଥିଲେ ଶିବାନୀ। ନା ନା ହରିଙ୍କୁ ପ୍ରେମ କରିନଥିଲେ, ତାଙ୍କ ରୂପ, ବ୍ୟବହାର ଦେଖି ହରି ନିଜ ଆଡୁ ତାଙ୍କ ଘରକୁ ପ୍ରସ୍ତାବ ନେଇ ଆସିଥିଲେ। ହରି ଦେଖିବାକୁ ସୁନ୍ଦର, ଭଲ ଚାକିରୀ ବି କରିଥିଲେ, ତେଣୁ ଘର ଲୋକ ଆଗ ପଛ ବିଚାର ନ କରି ବାହାଘର ସ୍ଥିର କରିଦେଲେ। ବାହାଘର ପୁର୍ବରୁ ହରି ଶିବାନୀଙ୍କର ବହୁତ ଯତ୍ନ ନେଉଥିଲେ, ମାଗିବା ପୂର୍ବରୁ ହାତ ପାହାନ୍ତାରେ ସବୁ ଆଣି ଅଜାଡି ଦେଉଥିଲେ। ହେଲେ ହରିର ଘର ଲୋକ ଏତେ ଭଲ ନଥିଲେ, ସମାଜରେ ନିଜର ନାମ ବଜାୟ ରଖିବାକୁ କିଛି ବି କରୁଥିଲେ। ସେ କଥା ଛାଡ଼। ଧୀରେ ଧୀରେ ଶିବାନୀ ବି ପଡ଼ିଗଲେ ହରିଙ୍କ ପ୍ରେମ ଜାଲରେ। ନିଜ ପାଠ ପଢ଼ାରେ ଡୋରି ବାନ୍ଧି ଘର ସମ୍ମତି କ୍ରମେ ହରିଙ୍କ ହାତ ଧରିଲେ। ବହୁତ ଖୁସିରେ ଦିନ ଗୁଡିକ କଟୁଥିଲା। ଦିନେ ହସ୍ପିଟାଲରୁ ଗୋଟିଏ କଲ ପାଇଁ ହସ୍ପିଟାଲରେ ଯାଇ ପହଞ୍ଚି ଦେଖେ ତ ତାଙ୍କର ପ୍ରିୟ ବାନ୍ଧବୀ ସରିତା ଆଉ ତା ସ୍ୱାମୀ ଗୋଟିଏ ଦୁର୍ଘଟଣାରେ ମୃତ୍ୟୁ ସହ ଲଢେଇ କରୁଛନ୍ତି ଆଉ ତାଙ୍କ ପାଖରେ ଛିଡା ହେଇଛି ତାଙ୍କର ୧୦ ବର୍ଷର ଝିଅ ସୋନି। ଶିବାନୀ ପହଞ୍ଚିବା କ୍ଷଣି ସରିତା କହିଲା, ମୋ ପାଖେ ସମୟ କମ୍, ମୋ କଥା ଶୁଣେ, ସୋନିର ସ୍କୁଲ function କୁ ଯିବା ରାସ୍ତାରେ ଆମର ଏମିତି ଅବସ୍ଥା, ସୋନି ଆଗୁଆ ସେଦିନ ସ୍କୁଲ ପଳେଇଥିଲା ବୋଲି ମୋ ଝିଅର କିଛି ହେଇନି, କାହ୍ନା ବଞ୍ଚେଇଦେଲେ ମୋ ଝିଅକୁ। ମୁଁ ଆଉ ବଞ୍ଚିବିନି, ଆଜିଠୁ ମୋ ଝିଅ ତତେ ଲାଗିଲା କହି ଆଖି ବୁଝି ଦେଲା। ସେବେଠୁ ସୋନି ଶିବାନୀଙ୍କର ଝିଅ ହୋଇ ଚଳିଲା। ନିଜର ଗୋଟିଏ ପିଲା ହେଲେ କାଳେ ସୋନି ପ୍ରତି ସେ ଅନ୍ୟାୟ କରିବେ ଭାବି ସେ ମାଆ ନ ହେବାର ନିଷ୍ପତି ଦେଇଥିଲେ ଆଉ ସେଥିପାଇଁ ହରିଙ୍କ ଠାରୁ ଦୂରେଇ ରହୁଥିଲେ। ଦିନେ ହୋଲି ପାଇଁ ସପିଙ୍ଗ କରି ଘରକୁ ଫେରି ଦେଖନ୍ତି ତ, ଘରେ ସବୁ ଜିନିଷ ଫିଙ୍ଗା ଫୋପଡା ହୋଇ ପଡିଛି, କିଛି କିଛି ଜାଗାରେ ରକ୍ତ ପଡିଛି। କଣ ହୋଇଛି ବୋଲି ଭିତରକୁ ଯାଇ ଦେଖନ୍ତି ତ ସୋନି ଉପରେ ଲଦା ହେଇଛି ହରିର ମୋଟା ଶରୀର, ଆଉ ସେଇ ଚାପରେ ସୋନି ଚିତ୍କାର କରୁଛି। ଶିବନୀଙ୍କୁ ଦେଖିବା କ୍ଷଣି ହରି ହଡ଼ବଡେଇ ଗଲେ। ଶିବାନୀ ପଚାରିଲେ, ହରି! ତମେ ଏ କଣ କରୁଥିଲ? ମୋ ମୁଣ୍ଡ କଣ ହେଇଯାଉଛି ଏ ସବୁ ଦେଖିକି, ସୋନି ପରା ଆମ ଝିଅ। ବାପା ହୋଇ ତୁମେ? ଠିକ ଏଇ ସମୟରେ ସୋନି ଶିବନୀଙ୍କୁ କୁଣ୍ଡେଇ ଧରି କହିଲା, ଏ ବାପା ନୁହେଁ, ଏ ଗୋଟିଏ ରାକ୍ଷସ, ଆଜି ହୋଲି ଖେଳିବା ବାହାନାରେ ସେ, କିଛି ନ କହି କାନ୍ଦିଲା ଜୋରରେ ସେ। ୧୦ ବର୍ଷର ଛୁଆ, ସେ କଣ ବା ଜାଣିଛି। ଶିବାନୀ ରାଗରେ କିଛି କହିବା ଆଗରୁ, ହରି କହିଲେ, ଏ ଝିଅ ପାଇଁ ତୁମେ ମୋ ଠୁ ଦୁରେଇ ରହୁଛ, ସ୍ୱାମୀ ସ୍ତ୍ରୀ ଭିତରେ କିଛି ବି ଅନ୍ତରଙ୍ଗ ମୁହୂର୍ତ୍ତ ନାହିଁ, ମୋ ଦେହର ଭୋକ ମେଣ୍ଟୁନି, ସବୁ ଏ ଛୁଆ ପାଇଁ। ତେଣୁ ଏ ଛୁଆ ହିଁ ମୋ ଭୋକିଲା ଦେହକୁ ଆଜି ଶାନ୍ତ କରେଇବ କହି ପୁଣି ଲମ୍ଫ ପ୍ରଦାନ କଲେ ସୋନି ଉପରେ। ଆଉ ଶେଷରେ ସୋନିକୁ ବାରମ୍ବାର ବଳତ୍କାର କରି ନିଜ ଦେହର ଭୋକ ମେଣ୍ଟେଇଦେଲେ। ସୋନି ପରି ଛୋଟ ପିଲାଟିର ଶରୀର ବାରମ୍ବାର ବଳତ୍କାରର ଯନ୍ତ୍ରଣା ସହି ପାରିଲାନି। ତାର ପ୍ରାଣ ବାୟୁ ଉଡ଼ିଗଲା। ଶିବାନୀ ସେଇଠି ଥାଇ ବି କିଛି କରି ପାରୁନଥିଲେ, କାରଣ ତାଙ୍କୁ ଏକ ଶକ୍ତ ଦୌଡିରେ ବାନ୍ଧି ଦେଇଥିଲେ ହରି। ନିଜ ଭୋକ ମେଣ୍ଟେଇବା ପରେ ଶିବାନୀଙ୍କୁ ଖୋଲିଦେଇ, ଭଦ୍ର ମୁଖା ପିନ୍ଧି ଘରୁ ବାହାରକୁ ବାହାରିବା ସମୟରେ ଶିବାନୀ ପଛପଟୁ ଆକ୍ରମଣ କଲେ ଧାରୁଆ ପନିକି ସାହାଯ୍ୟରେ। ବାରମ୍ବାର ବଳତ୍କାର କରିଥିବା ରାକ୍ଷସକୁ ପନିକିରେ ଟିକ ଟିକ କରି କାଟି ତାଙ୍କ ନାଲି ରକ୍ତରେ ଖେଳିଲେ ହୋଲି। ବାଃ, କି ଶାନ୍ତି ଏ ହୋଲି ରଙ୍ଗରେ, ନିଆରା ହୋଲି ନା? ଜଣା ନାହିଁ କିଏ ଜଣେଇଲା, କିନ୍ତୁ କିଛି ସମୟ ଭିତରେ ପୋଲିସ ଆସି ପହଞ୍ଚି ଶିବନୀଙ୍କୁ ଆରେଷ୍ଟ କରି ଏ ଅନ୍ଧାର କୋଠରୀ ଭିତରକୁ ଆଣିଦେଲେ। 


ଅର୍ଡର ଅର୍ଡର ଅର୍ଡର। ଶିବାନୀ ହଠାତ୍ ଚମକି ପଡି ବର୍ତ୍ତମାନକୁ ଫେରିଲେ। ଜର୍ଜ ମହାଶୟ ଆସି ସାରିଥିଲେ। ଏବେ ସାକ୍ଷୀଙ୍କର ସାକ୍ଷୀ ଦେବା ପାଳି। ହେଲେ ଏ କଣ? ହୋଲିର ନାଲି, ନେଳି, ସବୁଜ ଭିନ୍ନ ଭିନ୍ନ ରଙ୍ଗ ପରି ଏଠି ଲୋକ ନିଜର ରଙ୍ଗ ବଦଳେଇ ଚାଲିଲେ। ମିଛ ସତ କହି ପ୍ରମାଣ କରିଦେଲେ ଯେ ସୋନିର ମୃତ୍ୟୁ ପାଇଁ ହରି ଦାୟୀ ନୁହନ୍ତି। ଶାରୀରିକ ଅସୁସ୍ଥତା କାରଣରୁ ସୋନିର ମୃତ୍ୟୁ ଘଟିଛି। ଆଉ ଶିବାନୀ, ଶିବାନୀ କାଳେ ମାଆ ହେବାକୁ ଅକ୍ଷମ ତେଣୁ ସୋନିର ମୃତ୍ୟୁରେ ମାନସିକ ଭରସ୍ୟମ ହରେଇ ସେ ହରିର ହତ୍ୟା କରିଛନ୍ତି। ହେଲେ ଏତେ ସବୁ ମିଛ ଏମାନେ କହୁଛନ୍ତି କଣ ପାଇଁ? ସଭିଙ୍କ ମିଛ ସାକ୍ଷୀ ବଦଳରେ ଶିବନୀଙ୍କୁ ୧୨ ବର୍ଷ ପାଇଁ କାରାଗାର ହେଇଗଲା। କୋର୍ଟ ବାହାରକୁ ଆସନ୍ତେ ଜଣେ ମଉସା କହିଲେ, ହରିର ପରିବାର ସମସ୍ତଙ୍କୁ ଧମକେଇ କହିଛନ୍ତି, ଯଦି କୋର୍ଟରେ ସତ ସାକ୍ଷୀ ଦେବୁ ତେବେ ସୋନି ଭଳି ଆମ ସମସ୍ତଙ୍କ ଝିଅର ଅବସ୍ଥା ହେବ। ତେଣୁ ଡରିଯାଇ ଆମେ ସମସ୍ତେ ମିଛ ସାକ୍ଷୀ ଦେଲୁ। ସେଦିନ ଭାବୁଥିଲି, ରାସାୟନିକ ରଙ୍ଗରେ ନ ଖେଳି ଅବିରରେ ଖେଳିବାକୁ ସମସ୍ତେ କୁହନ୍ତି, ରସାୟନିକ ରଙ୍ଗଠୁ ଦୁରେଇ ରହିବାକୁ କୁହନ୍ତି, ହେଲେ ସ୍ଵାର୍ଥ ଅନୁସାରେ ରଙ୍ଗ ବଦଳୋଉଥିବା ମଣିଷ ତ ରାସାୟନିକ ରଙ୍ଗଠୁ ଆହୁରି ବିପଦଜନକ। 




Rate this content
Log in

Similar oriya story from Inspirational