Jyotiranjan Sahu

Inspirational

3  

Jyotiranjan Sahu

Inspirational

ରକ୍ତ ସମ୍ପର୍କ

ରକ୍ତ ସମ୍ପର୍କ

2 mins
436



" ମା ! ମା ! ସଂଧ୍ୟା ବେଳକୁ ୧୦୦୦୦ଟଙ୍କା ଦେବୁ " !! " ଆରେ ଏତେ ଟଙ୍କା କଣ କରିବୁ " ବୋଲି ବୁନୁର ମା ବୁନୁ କୁ ପ୍ରଶ୍ନ କଲେ । ବୁନୁ ହସିଦେଇ କହିଲା " ଆଲୋ ଦୁଇଦିନ ପରେ ପରା ଲୀନା ନାନୀର ବାହାଘର " ! " କୋଉ ଲୀନା ମ " ବୋଲି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ବୁନୁର ମା । " ସେଇ ଲୀନା ନାନୀ ଯାହାର ରେସିଡେନସ୍ ସାର୍ଟିଫିକେଟ୍ ବାହାର କରିବ‍ା ପାଇଁ ବାପା ଆମର ୩୦୦ ଟଙ୍କା ଲାନ୍ଚ ନେଇଥିଲେ " କହି ସାଇକେଲ ଧରି ଗାଁ ପଟେ ବାହାରିଗଲା ବୁନୁ । ଏଣେ ବୁନୁର ମା ୧୦୦୦୦ ଟଙ୍କା ନାଁରେ ଛାନିଆ ହୋଇ ବୁନୁର ବାପାଙ୍କୁ ପଚାରିଲେ " ହୋଇହୋ ! ଲୀନା କିଏ ?କାହାର ରେସିଡେନ୍ସ ବାହାର କରିବାକୁ ୩୦୦ ଟଙ୍କା ଲାନ୍ଚ ନେଇଥିଲ ? ପୁଅ ତୁମର ତାହାରି ସୁଧ ମୂଳକୁ ମିଶାଇ ଦଶ ହଜାର ଟଙ୍କା ମାଗୁଛି " । ବୁନୁର ବାପା କହିଲେ " କଣ ହେଲା ? ଦଶ ହଜାର ! କଣ ପାଇଁ ଦଶ ହଜାର " ? ବୁନୁର ମା ବୁଝାଇବାକୁ ଯାଇ କହିଲେ " ସେ ଲୀନାର ବାହାଘର ! ତାକୁ ଦେବ ଦଶ ହଜାର ଟଙ୍କା " ! " ଓହୋ ! ଆର ସାହି ଗନର୍ ହରିପଦ ସାହୁର ଝିଅ ଲୀନା । ତୁମେ ତାକୁ ଚିହ୍ନିନ । ବାପା ତାର ଆର୍ମିରେ ଗନର୍ ଥିଲା । ଚାରି ବର୍ଷ ଆଗରୁ ଶହୀଦ୍ ହୋଇଛି । ହେଲେ ତାକୁ କଣ ପାଇଁ ଟଙ୍କା ଦେବ ? ତାକୁ ଆମ ପରିବାର ଜାଣିଛି ନା ଆମର ତାଂକ ସହ କିଛି ସମ୍ପର୍କ ଅଛି " ବୋଲି ବୁନୁର ବାପା ତା ମା ଙ୍କୁ କହୁଥିବା ସମୟରେ ହଠାତ୍ ବୁନୁ ଆସି ପହନ୍ଚିଗଲା । ବାପାକଂ କଥାରେ ପ୍ରତିବାଦ କରିବାକୁ ଯାଇ ବୁନୁ କହିଲା " କ୍ଷମା କରିବ ବାପା ! ଖାଲିରକ୍ତର ସମ୍ପର୍କ ହିଁ କଣ ସମ୍ପର୍କ ? ଆଉ କଣ ସମ୍ପର୍କର କୌଣସି ସଂଜ୍ଞା ନାହିଁ ? ସାହାଯ୍ୟ କଣ ଖାଲି ପରିଚିତଙ୍କୁ କରାଯାଏ ? ଅପରିଚିତଙ୍କୁ ସାହାଯ୍ୟ କରିବା କଣ ଭୁଲ୍ ? ଜାଣିଛୁ ମା ! କେତେ ଦୁଃଖର କଥା ! ଯିଏ ତୋ ପାଇଁ ଅପରିଚିତ ; ଯାହାକୁ ତୁ ଚିହ୍ନିନୁ ; ଯାହା ପାଖରୁ ବାପା ଲାନ୍ଚ ନେଲେ ସେ ଜଣେ ସହିଦ୍ କଂର ଝିଅ । କାଶ୍ମୀରରେ ଶତ୍ରୁ ସହ ଲଢିଲା ବେଳେ ତିନିଟା ଗୁଳି ତାଂକ ଛାତି କଣା କରି ଚାଲିଗଲା । ଝରଝର ହୋଇ ବହିପଡୁଥିବା ନାଲିରକ୍ତରେ ଆମ ମାଟିରଂଗେଇଗଲା । ତାଂକରକ୍ତ ପଚାରିଲା ନାହିଁ ମୁଁ କାହିଁକି ଅଜଣା ଲୋକକଂ ସୁରକ୍ଷା ପାଇଁ ବହିବି !! ନିଜରକ୍ତ ଦେଇ ଆମକୁ ସୁରକ୍ଷା ଦେଉଥିବା ଲୋକଟା କଣ ଆମ ପାଇଁ କେହି ନୁହଁ ? ତାକୁ କଣ ପ୍ରଶ୍ନ କରାଯାଇପାରେ ତା ସହ ଆମ ସମ୍ପର୍କ କଣ ? ଦୁଃଖ ତ ଏତିକି ଯେ ତାଂକରକ୍ତର ମୂଲ୍ୟ ସମାଜ ବହୁତ ଶୀଘ୍ର ଭୁଲିଯାଏ । ଲୀନା ଅପାର ଆର୍ଥିକ ସମସ୍ୟା ବହୁତ । ଭଲ ବିବାହ ପ୍ରସ୍ତାବ ଟା ଆସିଛି । ବାହାଘରରେ ଚାରି ଲକ୍ଷ ଖର୍ଚ୍ଚ ଅଛି । ସମସ୍ତେ କିଛିକିଛି ସାହାଯ୍ୟ କଲେ ବାହାଘର ହୋଇଯିବ । ତା ବାପା ଥିଲେ କଣ ଧୂମଧାମ୍ ରେ ତା ବାହାଘର କରିନଥାନ୍ତେ ? ତାଙ୍କ ଶରୀରର ସେରକ୍ତ ବିନ୍ଦୁ ଆମ ଭିତରେ କଣ ଗୋଟିଏରକ୍ତ ସମ୍ପର୍କ ସୃଷ୍ଟି କରିନି ? ଆମେ କଣ ତାଂକ ଶରୀରର ପ୍ରତ୍ୟେକଟିରକ୍ତବିନ୍ଦୁ ପାଖରେ ଋଣୀ ନୋହୁଁ ? ଅପରିଚିତ ହେଲେବି ଜଣେ ଅପରିଚିତ ପାଇଁ ନିଜରକ୍ତର ବଳିଦାନ ଦେଇପାରୁଥିବା ଅପରିଚିତ ଜଣକ କେବେହେଲେ ଅପରିଚିତ ହୋଇରହିନଥାଏ । ସେମାନକଂ ଭିତରେ ଗଢିଉଠିଥାଏ ଗୋଟିଏ ଅଦୃଶ୍ୟରକ୍ତ ସମ୍ପର୍କ ଯାହାକୁ ସମାଜ ବୁଝିବାକୁ ପଡିବ " । ବୁନୁର ଏଇ କେଇପଦ କଥାରେ କିନ୍ତୁ ସମ୍ପର୍କର ସଂଜ୍ଞା ବୁଝିଯାଇଥିଲେ ବୁନୁର ବାପା ଓ ମା ଆଉ ହସିହସି ସାହାଯ୍ୟର ହାତ ବଢାଇଦେଇଥିଲେ ଲୀନାର ବାହାଘରରେ ॥



Rate this content
Log in

Similar oriya story from Inspirational