Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Rajesh Kumar Barik

Inspirational

1  

Rajesh Kumar Barik

Inspirational

ରକ୍ତ ଦାନ

ରକ୍ତ ଦାନ

3 mins
223


ରକ୍ତ ଦାନ ମହତ ଦାନ, ରକ୍ତ ଦାନ ଜୀବନ ଦାନ, ରକ୍ତ ଦାନ କରିବା ଦ୍ବାରା ଆମ ଶରୀରରେ କ'ଣ ସବୁ ବେନିଫିଟ୍ ଏହି ବିଷୟରେ କଲେଜ୍ ଲାଇଫ୍ ରୁ ମହାକୁଡ ସାର ଙ୍କ ଠାରୁ ଶୁଣି ଶୁଣି ମୋ ମନ ଭିତରେ ଗୋଟାଏ ସ୍ଵେଛାସେବୀ ର ମନୋଭାବ ଆସିଯାଇଥିଲା। ତେଣୁ ରକ୍ତ ଦାନ କଥାରେ ମୁଁ କେବେ ପଛରେ ନଥିଲି ଏମିତି ରେ ଆମ ଓଡିଆ ସମ୍ମାନର ପ୍ରଶାନ୍ତ ସାର ଙ୍କୁ ଆମ ଆଦର୍ଶ ମାନୁଥିବାରୁ କଲେଜ୍ କ୍ୟାମ୍ପରେ ୨ ରୁ୩ ଥର ଘରେ ନଜଣାଇ ରକ୍ତ ଦାନ କରିଥିଲି । କହିବାକୁ ଗଲେ ଭାଷା -ସଂସ୍କୃତି ର ଗନ୍ଧ ଟା ଦେହରୁ ଯାଇନଥିଲା। କଲେଜ୍ ସମାପ୍ତି ପରେ।       ସମୟ ଚକ୍ରରେ ବୁଲିବୁଲି ଅହମଦାବାଦ ର ଏକ ଘରୋଇ ହସପାତାଲ୍ ରେ କାମ କଲି।ଆଉ ଏଠାରେ କାମ କରୁଥିବା ସମୟରେ ବୁଝିଯାଇଥିଲି ରକ୍ତ ର ମହତ୍ବ କ'ଣ ? ଏଥିପାଇଁ ମୋ ଡିପାଟମେଣ୍ଟ ପିଲାଙ୍କୁ ରକ୍ତ ଦାନର ମହତ୍ବ ବିଷୟରେ ପ୍ରତ୍ୟକ ଦିନ ବ୍ରିପିଙ୍ଗ୍ ରେ ବୁଝାଏ । ଏମିତିରେବି ହସପିଟାଲ୍ ରେ ସ ଦିନକୁ ୩ରୁ୪ ଥର ରକ୍ତ ଦାନ ମହତ ଦାନ କଥା ଗୁଜୁରାଟି, ହିନ୍ଦୀ,ଇଂରାଜୀ ଏଲାଉନ୍ସ ହୁଏ । ସମୟ ସମୟରେ ମୁଁ ମୋର ଷ୍ଟାପ୍ ଙ୍କୁ ନେଇ ଦରକାର ଥିବା ଗୃପ୍ ର ରକ୍ତ ଦାନ କରାଏ ,ଆଉ ସେଥିରୁ ମୁଁ ଖୁସିପାଏ। ପିଲାଏଁ ଖଣ୍ଡେ ସାର୍ଟିପିକେଟ୍ ସାଙ୍ଗକୁ ଗୋଟେ ଜୁସ୍ ବଟଲ୍ ସହ ସେଲ୍ଫିନେଇ ଖୁସ୍। ଏଇ ଜୁସ୍ ପିଇଲେ ରକ୍ତ ବଢେକି ନାହିଁ ଜାଣେନି କିନ୍ତୁ ସେଲ୍ଫି ନେଲେ ଲାଇକସ୍ କମେଣ୍ଟ ନିଶ୍ଚୟ ବଢେ। ଖାସ୍ ଏଇଥି ପାଇଁ ରକ୍ତ ର ଆବଶ୍ୟକତା ପଡିଲେ ମୋତେ ଖୋଜାପଡେ।    ଅନେକ ଦିନ ବିତିଯାଇଥାଏ, ଦିନେ ମୋର ଜଲ୍ଦି କାମ ସରି ଯାଇଥିବାରୁ ସାଥୀ ସୁପରଭାଇଜର ଶିବମ୍ କୁ ଧରି ବ୍ଲଡ୍ ବ୍ୟାଙ୍କରେ ପହଞ୍ଚି ବ୍ଲଡ ଡୋନେଟ୍ କରିବା ପାଇଁ କଥା ହେଲୁ । ହାତରେ ଅନେକ ସମୟ, ଏଥିପାଇଁ ସିଷ୍ଟରଙ୍କ ସହ ବସି ବସି ମସ୍ତି କରୁଥାଉ। ହଠାତ୍ ଦୁଇ ପେସେଣ୍ଟ ଙ୍କ ର ରିଲେଟିଭ୍ ଆସି ବ୍ଲଡ୍ ବ୍ୟାଙ୍କର ମ୍ୟାନେଜର ସହ କଥାହେବା ପରେ ସଙ୍ଗେ ସଙ୍ଗେ ଦୁଇ ୟୁନିଟ୍ ବ୍ଲଡ୍ ତାଙ୍କ ପାଇଁ ଦିଆଗଲା ।    କିନ୍ତୁ ତାଙ୍କ ପାଖରେ ଅନ୍ୟଜଣେ ରିଲେଟିଭ୍ ବ୍ଲଡ୍ ପାଇଁ ମୁହଁ ଶୁଖାଇ ବସିଥାନ୍ତି। କିଛି ବୁଝା ପଡୁନଥାଏ , ଯେମିକି କିଛି ବଡ ଅସୁବିଧାରେ ପଡିଛନ୍ତି, ଏମିତି ଦୋ ଦୋ ପାଞ୍ଛ ସ୍ଥିତି ର କିଛି ସମୟ ର ବ୍ୟଭଧାନ ପରେ ତାଙ୍କ ସହ କଥାହେଲୁ। ଆଉ ଆମେ ଦୁହେଁ ସଙ୍ଗେ ସଙ୍ଗେ ବ୍ଲଡ୍ ଡୋନେଟ୍ ପାଇଁ ରାଜି ହୋଇଗଲୁ । ଆଉ ଆମେ ରାଜି ହୋଇଯିବାର ଦେଖି ସୁଖଲା ଫୁଲରେ ସତେଜ ଫେରିଲା ପରି ଲାଗିଲା। ଶିଭମ୍ ସଙ୍ଗେ ସଙ୍ଗେ ବ୍ଲଡ ବ୍ୟାଙ୍କ ମ୍ୟାନେଜର ପାଖରୁ ଅନୁମତି ପାଇଁ ଗଲା ଆଉ ମୁଁ ନର୍ସଙ୍କ ସହ କଥା ହେଲି ।    ସମସ୍ତଙ୍କ ମୁହଁ ରେ ଗୋଟାଏ କଥା ଥିଲା ଆମେ ଦୁହେଁ ଏଠାକାର ଷ୍ଟାପ୍ , ତେଣୁ କୋଣସି ପେସେଣ୍ଟ ରିଲେଟିଭ୍ଙ୍କୁ ବ୍ଲଡ୍ ଡୋନେଟ୍ କରିପାରିବା ନାହିଁ। ମନ ଦୁଖଃ ହେଲା । ଶିଭମ୍ ଏକ୍ଯିଦିଆ ଥିବାରୁ ମ୍ୟାନେଜର ସହ ଆରଗୋମେଣ୍ଟ କରିବାରେ ଲାଗିଲା। କିନ୍ତୁ ମୁଁ କିଛି ବୁଝି ପାରୁନଥାଏ । ଖାଲି ଏତିକି ଭାବୁଥାଏ ଜୀବନରେ ଆଜି ପଯ୍ୟନ୍ତ ଯେତେବେଳେ ବି ରକ୍ତ ଦାନ କରିଛି, କେବେ ମନକୁ ପ୍ରଶ୍ନ ଆସିନି ଏ ରକ୍ତ କିଏ ପାଇଲା ? ଭାରତୀୟ ଆରର୍ମି ନା କେଉଁ ଅସହାୟ , ଦାନ କରିସିନା ଖୁସି ହୁଏ କିନ୍ତୁ ପାଇଥିବା ବ୍ୟକ୍ତିର ମୁହଁ ର ଖୁସି ଭାଗ୍ୟରେ ନଥିଲା। ଆଜି ଯେତେବେଳେ ଜଣେ ଅସହାୟ କୁ ସାହଯ୍ୟ କରୁଛି...... ଛାଡ!!!    ଶିଭମ୍ ଫେରିଆସି କହିଲା ଘଣ୍ଟାକୁ ଦେଖ୍ ଟାଇମ୍ କେତେ ହେଲାଣି? ଅଧଘଣ୍ଟା ହେଲା ଆମ ଡିଉଟି ସରିଲାଣି ଚାଲ୍ ଚାଲ୍ କହି ମୋତେ ଟାଣି ଟାଣି ନେଇଆସିଲା। ସେ ରିଲେଟିଭ୍ ର ମୁହଁ ପୁଣି ଶୁଖିଗଲା। ଦୁହେଁ ତୁରନ୍ତ ଡ୍ରେସ୍ ଚେଞ କରି ପଞ୍ଚ ଆଉଟ୍ କରି ବାହାରକୁ ଯାଉଥିଲି । ଶିଭମ୍ ଟାଣିଧରିଲା ଆଉ କହିଲା      ଏବେ ଆମର ସିଫ୍ଟ ଫିନିସ୍ ଆଉ ଆମେ ପଞ୍ଚ ଆଉଟ୍ ବି କରିସାରିଛୁ । ତେଣୁ ଆମେ ଏବେ ଏମ୍ପ୍ଲୟ ନୁହେଁ ଏବେ ଆମେ ରକ୍ତ ଦେଇ ପାରିବା ।     ଏ ଘଟଣା ଆଜକୁ ଅନେକ ଦିନ ବିତିଗଲାଣି କିନ୍ତୁ ବୁଝି ପାରୁନଥିଲି ଆମକୁ ମ୍ୟାନେଜର କାହିଁକି ମନା କରୁଥିଲା ? ସେ ଦୁଇ ଜଣ କେମିତି ଶିଘ୍ର ବ୍ଲଡ୍ ପାଇଗଲେ ଇତ୍ୟାଦି ଇତ୍ୟାଦି........... ସେଦିନର ଶିଭମର ବୁଦ୍ଧି ଆଉ ମ୍ୟାନେଜର ରାଗ ମିଶା ମୁହଁ କେବେବି ଭୁଲି ପାରିବିନି। ଖାଲି ଏତିକ ଜାଣିଛି ଇଛ୍ଛା ଥିଲେ ଉପାୟ ଆପେ ଆପେ ଆସେ। 


Rate this content
Log in

More oriya story from Rajesh Kumar Barik

Similar oriya story from Inspirational