STORYMIRROR

Sumitra Nayak

Abstract Inspirational Thriller

3  

Sumitra Nayak

Abstract Inspirational Thriller

ରେଡିଓ

ରେଡିଓ

3 mins
267

"ରେଡିଓ" ଅକ୍ଷର ତିନୋଟି ରୁ ଏମିତି ଲାଗେ ପିଲା ଦିନ ର ସ୍ମୃତି ରତ୍ନ। ଯାହା କେବେ ଭୁଲିବା ସମ୍ଭବ ନୂହେଁ । ଛୋଟ ବେଳର କିଛି ମଧୁର ସମୟ ଯାହା "ରେଡିଓ" ସହ ବିତିଯାଇଛି।


      ମୋର ଏବେ ଭି ମନେ ଅଛି, ଯେତେବେଳେ ମୁଁ ତୃତୀୟ, ଚତୁର୍ଥ ଶ୍ରେଣୀ ରେ ପଢୁଥିଲି। ପାଠ ପଢା କଥା ନକହିବା ତ ଭଲ। ପାଠ କମ୍ ଖେଳ ବୁଲା ବୁଲି ରେ ସମୟ ଅଧିକ କଟେ।


     ମୋ ଗାଆଁ ର ଚିତ୍ରପଟ ଅତ୍ୟନ୍ତ ଛୋଟ। ପିଲାବେଳେ ସାଙ୍ଗ ସାଥୀ ମୋର ବହୁତ୍ ଥିଲେ। ସାଙ୍ଗ ହୋଇ ନଇ କୁ ଗାଧୋଇ ଯିବା, ସାଙ୍ଗ ହୋଇ ବିଦ୍ୟାଳୟ ଯିବା, ସାଙ୍ଗ ହୋଇ ବିଦ୍ୟାଳୟ ରୁ ଫେରିବା। ବ୍ୟାଗ୍ ଫିଙ୍ଗି ଦେଇ ଖେଳ ପଡିଆ ରେ ଏକ୍ ଜୁଟ ହୋଇ କବାଡ଼ି, ବୋହୁଚୋରି, ଚୋର ପୁଲିସ, ଲୁଚକାଳି, କିତ୍ କିତ୍ ବିଭିନ୍ନ ପ୍ରକାର ଖେଳରେ ମାତି ଯାଉ।


      ସନ୍ଧ୍ୟା ଏତେ ଶୀଘ୍ର ହୋଇଯାଏ କି ଖେଳ ର ଇଚ୍ଛା ମନ ଭିତରେ ଆହୁରି ଅନେକ୍ ଥାଏ। କିନ୍ତୁ ମୋ "ମାଆ" ର ଗାଳି ମାଡ ନଖାଇଲେ ଯେମିତି ମୁଁ ଘର କୁ ଯିବିନି ଶପଥ ନେଇଛି। ମାଆ ଆସିବେ ଗାଳି ଦେବେ ଘର କୁ ଡାକିବେ ତେବେ ଯାଇ କି ଘର କୁ ଆସେ। ପୁଣି କିଛି ଖାଇ ଦେଇ ପଢ଼ା ପାଖରେ ବସିଯାଏ। ମୋ ଭାଇ ମାନଙ୍କ ସହ। ମୋର ଭାଇ ରିଙ୍କୁ ତା କଥା ନକହିବା ତ ଭଲ, ସେ ପାଠ ପଢିବା ପାଇଁ ତ ବସେ କିନ୍ତୁ ଖାତାରେ ମାର୍ଜିନ୍ ଟାଣି ଢୋଳେଇବା ଆରମ୍ଭ କରିଦିଏ। ମାଆ ଛପି କରି ଦେଖନ୍ତି ଆମେ ପାଠ ପଢୁଛୁ କି ନାହିଁ। ରିଙ୍କୁ ଭାଇ ର ନିଦ ଦେଖିକି ମାଆ ରାଗି ଯାଇ ବହୁତ୍ ଗାଳି କରନ୍ତି।


      (ଏବେ ଭି ହସ ଆସୁଛି ସେ ଦିନ ଭାବିଲେ)


ରିଙ୍କୁ ଭାଇ ର ନିଦ କିନ୍ତୁ 7:30 ଯାଏ ଥାଏ। କାରଣ 7:30 ରେ "ରେଡିଓ" ରେ ସେତେବେଳ ଧାରାବାହିକ ବହୁତ୍ ପ୍ରାକାର ର ଦିଏ, କିନ୍ତୁ ଆମର "ଜନନୀ" ଧାରାବାହିକ ଅତିପ୍ରିୟ। ତେଣୁ ମାଆ ଙ୍କୁ କାହିକି ସେଇ ଧାରା ବାହିକ ଶୁଣିବା ପାଇଁ ସାନ ଜେଜେବାପା ଙ୍କ ଘରକୁ ଯାଉ। କେବଳ ଆମେ ଯାଉ ସେଇଟା ନୂହେଁ, ଆମ ଛୋଟ ଗାଆଁ ର ଅଧା ଲୋକ ସେଇ "ରେଡିଓ" ଚାରିପାଖରେ ଖୁସି ମନ ହୋଇ ବସି ସବୁ ଧାରା ବାହିକ ଶୁଣନ୍ତି। ଚୁପ୍ ହୋଇ ବସି କାହାଣୀ ର ପ୍ରତେକ ଧାଡି କୁ ଅନୁଭବ କରନ୍ତି।


      ଧାରାବାହିକ ରେ ଖୁସି ସମୟ ରେ ସେମାନେ ଖୁସି ହୋଇଯାଆନ୍ତି, ଦୁଖଃ ସମୟ ରେ ଦୁଃଖୀ ହୋଇଯାଆନ୍ତି। ଚିତ୍ର ନଦେଖିଲେ ଭି କାହାଣୀ ର ପ୍ରତ୍ୟେକ ଧାଡ଼ି ର ଚିତ୍ର ଯେମିତି ଆଖି ଆଗରେ ନାଚି ଯାଏ।


      ପିଲା ବେଳେ ତ ଗାଆଁ ରେ ଗୋଟିଏ ଟିଭି କିମ୍ବା ରେଡିଓ ଥିଲେ ଗାଁ ର ଖୁସି କିଛି ଅଲଗା ଥାଏ। ଲୋକ ଙ୍କ ର ସ୍ନେହ ଅତି ନିବିଡ଼। ଯଦି ଗୋଟିଏ ଦିନ କାହାଣୀ ଶୁଣିବା ପାଇଁ କିଏ ଆସୀନଥିବେ, ଜେଜେ ବାପା ତାଙ୍କ ଘରକୁ ଡାକିବା ପାଇଁ ଆମ ମାନଙ୍କୁ ପଠେଇ ଦିଅନ୍ତି।


      ସେତ ବେଳ ର ଦୃଶ୍ୟପଟ୍ଟ ନିହାତି ମନ ଲୋଭନୀୟ।


ସେତେବେଳେ ଲୋକ ଲୋକଙ୍କ ପ୍ରତି ଭଲ ପାଇବା ସ୍ନେହ ଶ୍ରଦ୍ଧା ଭାବ କିଛି ନିଆରା ଥିଲା।" ରେଡିଓ" କିଛି ସମୟ ପାଇଁ ହେଉ ପଛକେ ସମସ୍ତ ଙ୍କୁ ଏକାଠି ବାନ୍ଧି ରଖୁଥିଲା। ସେଇ କିଛି ମୁହୂର୍ତ ହସ, ଥଟା, ମଜା ଖୁସି ସମୟ ର କାରଣ ହୋଇ ପଡେ "ରେଡିଓ" ।


      ଏବେ ତ ସମସ୍ତେ ଟିଭି ଦେଖୁଛନ୍ତି, ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। କିନ୍ତୁ ସେତେବେଳେ ସମୟ ରେ "ରେଡିଓ" ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏବେ ଭାବିଲେ ଭି ମନ ଖୁସି ହୋଇଯାଏ। ସେଇ ସମୟ ତ ଫେରି ଆସିବନି। କିନ୍ତୁ ସେହି ସମୟ କୁ କେବେ କେହି ମନ ରୁ ପୋଛି ପାରିବେନି।


    ଆଜି କାଲି ତ ସମସ୍ତେ ସମସ୍ତ ଙ୍କ କାମ ରେ ବ୍ୟସ୍ତ। ଆଗ ପରି ଭଲ ପାଇବା ସ୍ନେହ ଶ୍ରଦ୍ଧା ଥିଲେ ଭି କିଛି ପରିମାଣ ରେ କମ୍ ହୋଇ ଯାଇଛି। ପରସ୍ପର ସହିତ ନିବିଡତା ଆଉ ବେଶି କାହିଁ ଦେଖିବା ପାଇଁ ମିଲୁନି। ସେ ଯାହା ଭି ହେଇ ଗଲେ ଗାଆଁ ର ମାଟି, ପାଣି, ପବନ, ଚାଲି ଚଳନ, ପୂଜା ପର୍ବ, ସଂସ୍କାର, ସଂସ୍କୃତି ଆଜି ଭି ଅଛି। ଅବଶ୍ୟ ସେ ଦିନ ନାହିଁ। କିନ୍ତୁ ଚିହ୍ନ ରହିଯାଇଛି।


     


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract