STORYMIRROR

Sumitra Nayak

Children Stories

3  

Sumitra Nayak

Children Stories

ସେଇ ବଗିଚା

ସେଇ ବଗିଚା

5 mins
177

"ରାନୀ" ବହୁତ ସୁନ୍ଦର ଓ ନିରିମାଖି ଝିଅ। ସେ ତାର ମାମୁଁ ଘରେ ପଢ଼ା ସାରି /ଯୁକ୍ତ ତିନି ର ଶେଷ ପରୀକ୍ଷା ପୂର୍ଣ୍ଣ କରି ସେଇଠାରେ ରହୁଥିଲା।

         ମାମୁଁ ଘରକୁ ଲାଗି ବଡ ବଗିଚା ଟେ ଅଛି। ସେ ଅପରାହ୍ନ ସମୟ ରେ ସେଇଠି କୁ ତା ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଏ। ମନ ଉଦାସ ଥିଲେ ବଗିଚା ଯେମିତି ତା ମନ ଖୁସି କରିବାର ଗୋଟେ ଭଲ ମାଧ୍ୟମ। ବଗିଚାରେ ନାନା ଫୁଲ ଗଛରେ ଆଚ୍ଛାଦିତ। ବହୁତ୍ ସାରା ଆମ୍ବ ଗଛ , ନଡ଼ିଆ ଗଛ କଦଳୀ ଗଛ, ତେନ୍ତୁଳି ଗଛ, କମଳା ଗଛ ଏମିତି ନାନା ପ୍ରକାର ର ଫଳ ଗଛ ମଧ୍ୟ ଅଛି। ଭିନ୍ନ ଭିନ୍ନ ପକ୍ଷୀ ର ରାବ ସାଙ୍ଗ କୁ ମୃଦୁ ପବନ ର ଶୀତଳତା ମନ ଖୁସି କରିବା ମୁଖ୍ୟ କାରଣ। ରାନୀ ର ଅତି ଭଲ ସାଙ୍ଗ" ମୀରା" ସହ ବେଶୀ ସମୟ ଅତିବାହିତ କରେ ସେଠି ।

         ଗୋଟେ ଦିନ "ରାନୀ" ମନ ଦୁଖଃ ରେ ବସିଥିବା ସମୟ ରେ ସେଇ ରାସ୍ତା ରେ ସେଇ ଗାଆଁ ର ଗୋଟେ ସୁନ୍ଦର ଯୁବକ ଟେ ଯାଉଥିବାର "ରାନୀ" ନଜରରେ ପଡିଲା। ରାନୀ ବସିଥିବା ଜାଗା କଡ କୁ ଗୋଟେ ଛୋଟ ସରୁ ରାସ୍ତା ଟେ ସେହି ଯୁବକ ସେଇ ବାଟ ଦେଇ ଯିବା ବେଳେ। ଦୁହେଁ ଦୁଇ ଜଣ ଆମ୍ନା ସାମ୍ନା ହୋଇଗଲେ। ରାନୀ ଦେଖିଲା ମାତ୍ରେ ସେ ପିଲା ତା ମୁହଁ କୁ ଅନେଇକି ସ୍ମିତ ହସିଦେଲା ଆଉ ତା ବାଟ ରେ ଚାଲିଗଲା। କିନ୍ତୁ "ରାନୀ" ସେ ପିଲା ମୁହଁ ରେ ହସ ଦେଖିକି ସେ ଅଜବ ଅନୁଭବ କଲା ଏବଂ କେହି ଅଜଣା ବ୍ୟକ୍ତି ତାକୁ ଅନେଇ ହସିବା ରୁ ସେ ବୁଝି ପାରୁନ ଥିଲା କଣ କରିବ କିନ୍ତୁ ତା ଅଜାଣତରେ ରାନୀ ମୁହଁ ରେ ମଧ୍ୟ ହସ ର ଝଲକ୍ ଆସିଗଲା।

      ମୀରା ର ହଠାତ୍ ଡାକ ଶୁଣା ଗଲା "ରାନୀ" ଏ ଫୁଲେଇ କୋଉଠି ତୁ ? ରାନୀ ର ଜାବାବ ରେ ଥିଲା ଗୋଟେ ଆଲଗା ପ୍ରକାର ଉଲ୍ଲାସତା। "ମୀରା" ଭି ଡେରି ନ କରି ପଚାରିଦେଲା କାହିଁକି ଏମିତି ମନେ ମନେ ଖୁସିଅଛୁ ? ରାନୀ କିଛି ନକହି କି ଚୁପ୍ ଥିଲା କିଛି ସମୟ । ପୁଣି ମୀରା କୁ ଯାହା ହୋଇଥିଲା ସେ ସବୁ କହିଲା। ମୀରା ମଧ୍ୟ ହସିଲା ରାନୀ କୁ ଚିଡ଼େଇବା ପାଇଁ ଲଗିଲା ଏମିତି ହସ ମଜା ଭିତରେ ସନ୍ଧ୍ୟା ହୋଇଯିବାରୁ ସାଙ୍ଗ ହୋଇ ଘର କୁ ଫେରିଲେ।

        ତା ପର ଦିନ ପୁଣି ରାନୀ ଓ ମୀରା ବଗିଚା ର ହାଲକା ପବନ ର ଝୁଙ୍କକୁ ମନ ଖୁସି କରିକି ଝୁମି କି ଅନୁଭବ କରୁଥିଲେ। ପୁଣି ସେଦିନ ସେଇ ପିଲା ସେଇ ରାସ୍ତା ଦେଇକି ଗଲା। "ରାନୀ " ମୀରା କୁ ସେ ପିଲା କୁ ଚିହ୍ନେଇ ଦେଲା। ଆଉ ମୀରା ଭି ତାକୁ ଭଲଭାବେ ଜାଣିଛି। ତାଙ୍କ ଗାଁ ପ୍ରଧାନ ଶିକ୍ଷକ ଙ୍କ ପୁଅ "ରାଜ୍" ଥିଲା। ଯିଏ କି ମୀରା ର ଉପର ଶ୍ରେଣୀ ରେ ପଢୁଥିଲା। ରାଜ୍ ରାନୀ କୁ ଅନେଇ କି ପୁଣି ସ୍ମିତ ହସ ହସିଦେଇ ଚାଲିଗଲା। ରାନୀ ମନ ରେ ହାଲ଼୍କା ଖୁସି ର ଜୁଆର ଯେମିତି କୂଳ ଛୁଁ ଥିଲା। ମୀରା ଏ ସବୁ ଦେଖିକି ରାନୀ କୁ ବହୁତ୍ ଚିଡ଼େଇବାକୁ ଲଗିଲା।

         ଏମିତି ବହୁତ୍ ଦିନ ଧରି ଚାଲିଲା। ରାଜ୍ ର ରାନୀ ପ୍ରତି ଭଲ ପାଇବା ବଢିବା କୁ ଲାଗିଥିଲା। ରାନୀ ମଧ୍ୟ ରାଜ୍ କୁ ପସନ୍ଦ କରିବାକୁ ଲାଗିଥିଲା। କିନ୍ତୁ ରାନୀ ମନ ରେ ଗୋଟେ ଅଜଣା ଡର ରହୁଥିଲା। ଏଇ ଖୁସି ଆଉ ତାର ଅଳ୍ପ ଦିନ ନୁହେ ତ.! ଏହା ଭାବି କି ରାନୀ ର ମନ କଷ୍ଟ ହଉଥିଲା।

       ଏତେ ଦିନର ଦେଖା ଭିତରେ ରାନୀ ଆଉ ରାଜ କେବେ ସାମ୍ନା ସାମ୍ନି କଥା ହୋଇ ନଥିଲେ। ବାସ୍ ସବୁ ଆଖିରେ ଆଉ ସେ ହସ ମଧ୍ୟ ରେ ସୀମିତ ରହିଯାଇଥିଲା। ରାଜ୍ ଗୋଟେ ଦିନ କଥା ହେବା ପାଇଁ ଚେଷ୍ଟା କରିଲା। ରାନୀ ର ନାଁ ଜାଣିବା ପଚାରିଲା ! ତୁମ ନାଁ ଟା ଜାଣିପାରେକି ? ରାନୀ ଚୁପ୍ ରହି କିଛି ସମୟ ପରେ ଉତ୍ତର ଆସିଲା ମୁଁ ରାନୀ।

ସେଦିନ ରାଜ୍ ପ୍ରଥମ ଥର ପାଇଁ ରାନୀ ର ସ୍ଵର ଶୁଣି ଯେମିତି ଅଧିକ୍ ଖୁସି ହୋଇଗଲା। ତା ସ୍ଵରରେ କିଛ଼ି ଗମ୍ଭୀରତା ଥିଲା ପରି ମନେ ହେଉଥିଲା, ଆଖି ଦୁଇଟି ବହୁତ୍ କିଛି କହିବା କୁ ଚାହୁଁ ଥିଲା ! ଲୁହ ରେ ଛଳ ଛଳ ଆଖି ଦୁଇ ଚୁପ୍ ଥିଲା। ରାନୀ କିଛି କହିବା ପାଇଁ ଚାହୁଁଥିଲା। ଯୋଉଟା କି କହିପାରୁନଥିଲା। ନହେଲେ ଆଉ ବହୁତ୍ ହି ବହୁତ୍ ସାରା କଥା ହେଉଥିଲେ।ରାଜ୍ ରାନୀ ର କଥା ବାର୍ତ୍ତା ସେମିତି ଜାରି ରହିଲା। ଯେମିତି ଅନେକ୍ ଜନ୍ମ ବିଚ୍ଛେଦ ପରେ ତାଙ୍କର ଦେଖା ହୋଇଛନ୍ତି ! କଥା ହେଉ ହେଉ ସନ୍ଧ୍ୟା ର ଆଗମନ ଦେଖି କି ରାଜ୍ ଓ ରାନୀ ଘର କୁ ଫେରିଲେ।

      ପର ଦିନ ରାନୀ ଦେଖା କରିବ, ଆଉ ସେ ତା ମନ ରେ ଥିବା କିଛି ଅକୁହା କଥା କହିବ ବୋଲି ମନେ ପାଞ୍ଚିକି ଶୋଇଲା। ରାଜ୍ ଭି ସେମିତି ରାନୀ ର କଥା, ହସ ହସ ମୁହଁ କୁ ଭୁଲି କି ଶୋଇ ପାରୁନ ଥାଏ। ରାଜ୍ ତା ମନ କଥା ସବୁ କହିଦେବ ବୋଲି ଭାବି କି ଶୋଇଲା।

      ସକାଳୁ ଉଠି ରାଜ୍ ଅପରାହ୍ନ କୁ ଅପେକ୍ଷା କରି ରହିଲା। ରାନୀ ର ମଧ୍ୟ ସେଇ ଅବସ୍ତା। ରାନୀ ମଧ୍ୟ ଅପେକ୍ଷା ର ଅନ୍ତ କୁ ଚାହିଁ ରହିଥିଲା। ଅପରାହ୍ନ ହୋଇଗଲା ରାଜ୍ ରାନୀ ର ଭେଟ ବଗିଚା ରେ ହେଲା। ମୀରା ଭି ସାଙ୍ଗରେ ଯାଇଥିଲା ଆଉ ସେ ସେମାନଙ୍କୁ କଥା ହବାର ସୁଯୋଗ ଦେଇ ଦୂରରେ ବସିଲା। ରାଜ୍ କିଛି କହିବ କହିଲା ଆଉ ରାନୀ ମଧ୍ୟ କିଛି କହିବ କହିଲା। ଉଭୟ ଙ୍କ ମଧ୍ୟରେ ଗୋଟେ ଛୋଟ ଝଗଡ଼ା ହେଇଗଲା। ସେ କହିଲା ମୁଁ ଆଗ କହିବି, ଏ କହିଲା ମୁଁ ଆଗ କହିବି। ଶେଷ ରେ ରାଜ୍ ତା ମନ କଥା ଖୋଲି କି କହିଦେଲା। ରାଜ୍ ;- "ରାନୀ" ମୁଁ ତୁମ କୁ ବହୁତ୍ ବହୁତ୍ ବହୁତ୍ ଭଲ ପାଏ.. ତୁମେ ମୋତେ ବିବାହ କରିବ ନା ? ରାନୀ ଖୁସି କହିଲେ ନସରେ ! କିନ୍ତୁ ସେ ମନ ଖୁସି କରିବ କି କାନ୍ଦିବ କିଛି ଜାଣି ପାରୁ ନଥାଏ। ରାନୀ ଏ ସବୁ କଥା ଶୁଣି କି କାନ୍ଦି କାନ୍ଦି ଘର ମୁହାଁ ହୋଇ ପଳେଇଲା !   

      ରାଜ୍ ରାନୀ ର କାନ୍ଦିବା ଦେଖିକି ନିଜେ ମଧ୍ୟ କାନ୍ଦି ସାରିଥିଲା। ଆଉ କିଛି ମନ କଷ୍ଟ କରିଲା ପରି କହି ଦେଇଛି କି ? ଭାବି କି କଷ୍ଟ ମଧ୍ୟ ପାଇଲା। ମୀରା ର ଉପସ୍ଥିତି ଦେଖିକି ମୀରା କୁ ସବୁ କଥା ପଚାରିଲା। ମୀରା ରାଜ୍ କୁ କହିଲା କି ରାନୀ ତୁମକୁ ମଧ୍ୟ ବହୁତ୍ ପସନ୍ଦ କରେ। କିନ୍ତୁ ହଠାତ୍ ରାନୀ ର କଣ ହେଲା? ଏ କଥା ମୀରା ଜାଣି ନଥିଲା।ମୀରା କାଲି ବୁଝି କି ଆସି କହିବ ବୋଲି ରାଜ୍ କୁ କହିକି ଘର କୁ ଗଲା।

      ରାଜ୍ ସେଦିନ ରାତି ସାରା ଭାବି ଭାବି ମନ କଷ୍ଟ କରୁଥିଲା। ସେ ରାନୀ କୁ କାନ୍ଦେଇଛି ବୋଲି।

       ପରଦିନ ଅପରାହ୍ନରେ ରାଜ୍ ବଗିଚା ରେ ପହଞ୍ଚିଲା ପରେ ସେଠି କାହାକୁ ଦେଖିବାକୁ ପାଇନଥିଲା ନା ରାନୀ କୁ ନା ମୀରା କୁ।

    ସେମାନଙ୍କ ଅନୁପସ୍ଥିତି ରାଜ୍ କୁ ବହୁତ୍ ଡରେଇ ଦେଇଥିଲା। ରାଜ୍ ଅପେକ୍ଷା ରେ ଥିଲା ସେମାନେ ଆସିବେ କେତେ ବେଳେ ? ସୂର୍ଯ୍ୟ ବୁଡି ମୁହଁ ଅନ୍ଧାର ରେ ମୀରା ବହୁତ୍ ଜୋର୍ ଦୌଡ଼ି କି ଆସିଲା.!ମୀରା ମୁହଁ ରେ ହସ ଯେମିତି କୁଆଡେ ଉଭାନ୍ ହୋଇଯାଇଛି ଆଉ ମୀରା କାନ୍ଦ କାନ୍ଦ ହୋଇ କହିଲା ମୀରା ଆଉ ନାହିଁ ।

       ଭଗବାନ ଙ୍କ ଖେଳ ତ ଦେଖ

    ରାଜ୍ ଉପରେ ପାହାଡ ଛିଡି ପଡିଲା ସେ ଭାବିଲା କି ମୀରା ତାଙ୍କ ଘର କୁ ବୋଧେ ପଳେଇ ଯାଇଛି ! ରାଜ୍ ପଚାରିଲା ରାନୀ ପୁଣି କେବେ ଆସିବେ ? ମୀରା ଜୋର୍ ଧର୍ଯ୍ୟ ହାରା ହୋଇ କାନ୍ଦିକାନ୍ଦି କହିଲା ମୀରା ଆଉ ଏ ଦୁନିଆ ରେ ନାହିଁ । ରାଜ୍ ସେଇଠି ଆଣ୍ଠୁ ମାଡି ବସିପଡିଲା ଆଉ ଛାତିଫଟା କାନ୍ଦ କାନ୍ଦିଲା ? ଦୌଡ଼ି ଯାଇ ମୀରା କୁ ଦେଖିଲେ ଭି କୁଣ୍ଢେଇ ଧରି କାନ୍ଦି ପାରୁନଥିଲା। ଧର୍ଯ୍ୟ ହରା ରାଜ୍ ମୀରା ର ଶବ ଶତ୍କାର ପରେ ! ସେ ଜଳା ଯାଇଥିବା ଜୁଇ ପାଉଁସ ପାଖରେ ଧର୍ଯ୍ୟ ହାରା କାନ୍ଦ କାନ୍ଦିଲା ।

    ଯୋଉଠି ତାଙ୍କ ପ୍ରଥମ ଦେଖା ହୋଇଥିଲା ରାନୀ ର ସମାଧି ସେଇଠି ହିଁ ହୋଇଥିଲା ।

   ରାଜ୍ ର ଭଲପାଇବା ଭଗବାନ ଙ୍କ ଇଚ୍ଛା ବିରୁଦ୍ଧରେ ହୋଇଥିଲା ବୋଧେ।ଏହା ଭାବି ରାଜ୍ ସେଇ ସମାଧି ରାସ୍ତା ଦେଇକି ସବୁ ବେଳେ ଯାଏ କାନ୍ଦି କି ଏକଲା କିଛି ଗପି କି ଗୋଟେ ସୁନ୍ଦର୍ ଗୋଲାପ ଫୁଲ ଟେ ଥୋଇ ଦେଇ ଯାଏ ।

    ମୀରା ସହ ଭେଟ ହେଲା ବହୁତ୍ ଦିନ ପରେ। ମୀରା ରାନୀ ର ଚିଠି ବିଷୟରେ କହିଲା ଯାହା ସେ ରାଜ୍ ପାଇଁ ଛାଡ଼ି ଯାଇଥିଲା। ମୀରା ରାନୀ ର ରୁମ୍ ରୁ ପାଇଥିଲା। ଯାହା ରାଜ୍ ର ଭଲପାଇବା ବିଷୟରେ ଲେଖା ଥିଲା ।ସେଇ ଚିଠି କୁ ରାଜ୍ ତା ଜୀବନ ସାରା ସାଥିରେ ରଖି କି ଆଜି ଭି ସେ ରାନୀ ର ସମାଧି ରାସ୍ତା ଦେଇ ଯାଏ।

ଆଉ ତା ମନ କଥା ଆଜି ଭି ସେ ରାନୀ କୁ କହେ! ରାନୀ ଦୁନିଆ ପାଇଁ ମରି ସାରିଛି ସତ କିନ୍ତୁ ।

ରାଜ୍ ରାନୀ କୁ ନ ଭୁଲି ପାରି ଆଜି ମଧ୍ୟ ଅନ୍ୟ କୋଉ ଝିଅ କୁ ବିବାହ କରିନି। ସେଥିରେ ତା ଖୁସି ସବୁ ବେଳେ ନିଜକୁ ରାନୀ ଭାବନା ରେ ହଜାଇବା।

      ରାନୀ ମାମୁଁ ସହ କଥା ହୋଇକି ସେ ବଗିଚା କୁ ରାଜ୍ କିଣି ଦେଇଥିଲା। ଯୋଉଟା କି ରାଜ୍ ରାନୀ କୁ ନିଜର କରିପାରିଛି ବୋଲି ଟିକେ ଖୁସି ହୋଇ ପାରେ।

         

   

     


Rate this content
Log in