ବନ୍ଧ୍ୟା ଅନୁଜା
ବନ୍ଧ୍ୟା ଅନୁଜା
ଅତ୍ୟନ୍ତ ହାସ୍ୟ, ଉଲ୍ଲାସରେ ମନୋଜ୍ ବାବୁଙ୍କ ବିବାହିତ ଜୀବନ ଅତିବାହିତ ହେଉଥିବା ବେଳେ। ଏକାଧିକ ବର୍ଷପରେ "ମନୋଜ" ଏବଂ ତାଙ୍କ ପତ୍ନୀ "ଅନୁଜା" ନିଜର ଭଲ ପାଇବାକୁ ଏକ ରୂପ ଦେବାରେ ଅସଫଳ ହେଉଥିଲେ..! ଦିନ ପରେ ମାସ ପରେ ବର୍ଷ ର ଅତିବାହିତ ସ୍ରୋତରେ ଅନୁଜା ସୁଖ ର ନୌକା ଯେମିତି କରାଳ ଦୁଃଖର ଦରିଆ ରେ ଡୁବି ଯାଉଛି କି .?ସେହିପରି ଅନୁଜା ଓ ତାର ପତି ମନୋଜ ଅତ୍ୟନ୍ତ ମର୍ମାହତ ଓ ଶୋକଭର ଏତେ ବର୍ଷ ବିତିଗଲାଣି ଅଥଚ ସେମାନଙ୍କର କିଛି ସନ୍ତାନ - ସନ୍ତତି ହେଉନାହିଁ। ତାଙ୍କ ପଛରେ ବିବାହ କରିଥିବା ପଡୋଶୀ ସମ୍ପର୍କୀୟ ପ୍ରଦୀପ୍ତ ଓ ମାୟାଙ୍କର ଯାଆଁଳା ପୁଅ ହୋଇସାରିଲାଣି। ଏହି ସବୁ ଧର୍ଯ୍ଯର ସହ ଦମ୍ପତ୍ତି ଦ୍ୱୟ ସାମ୍ନା କରୁଥଲେ ମଧ୍ୟ । ସାମାଜ ଓ ପଡୋଶୀ ଙ୍କ ଆଖିରେ ଅନୁଜା ଗୋଟେ ବନ୍ଧ୍ୟା ସ୍ତ୍ରୀ...। ଯିଏ "ମା" ହବାର ଯୋଗ୍ୟା ନୁହେଁ। ବନ୍ଧ୍ୟାର ନାମରେ ଯେ ସେ ନାମିତ ହୋଇସାରିଲେଣି ଏହା କହିଲେ ଭୁଲ୍ ହେବ ନାହିିଁ। ପଡୋଶୀ ର ଅକର୍ମଣ୍ୟ ବୃଦ୍ଧା ବନିତା ସେ କେହି ଭି ହୁଅନ୍ତୁ ନା କାହିଁକି.....? ଅନୁଜାଙ୍କ ମୁଖ ମଣ୍ଡଳ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ...!! କାରଣ ସେ ବନ୍ଧ୍ୟା। ଯଦି ପ୍ରାତଃ କାଳେ କୋଉ ପଡୋଶୀ, ଅନୁଜାଙ୍କ ମୁଖ ଦର୍ଶନ ଭୁଲ୍ ବସତରେ କରି ଦିଅନ୍ତୁ ନା କାହିଁକି.......?? ଅନୁଜାଙ୍କୁ ଖୁବ୍ ଶୁଣାଉଥିଲେ......!! ଅନେକ୍ କଷ୍ଟ ଦେଲା ପରି ବ୍ୟବହାର କରୁଥିଲେ। କିନ୍ତୁ ଅନୁଜା ଏପରି ତୀରସ୍କୃତ ବାର୍ତ୍ତା ସବୁକୁ ଭୁଲି ଯାଇଥିଲେ ମଧ୍ୟ, ତାଙ୍କ ମନ ର କୋଉ କୋଣ ଅନୁକୋଣରେ ବନ୍ଧ୍ୟା ହେବାର ଦୁଃଖ ଟା ନିରନ୍ତର ରହୁଥିଲା। ମନୋଜ ନିଜ ପତ୍ନୀ ମନ ର ଦୁଃଖକୁ ଅତି ସ୍ପଷ୍ଟ ଭବରେ ପଢି ବୁଝିପରିଥିଲେ। ଆଶ୍ୱସନା ଦେବା ସହ ଅନେକ୍ ବଡ ବଡ ମେଡ଼ିକାଲ ରେ ଚିକିତ୍ସା କରିଲେ,,....!! କିନ୍ତୁ କଣ ହେବ ବାରମ୍ବାର ଚେଷ୍ଟା ଫଳରେ ନିରାଶ ହୋଇ ପଡିଥିଲେ ଦମ୍ପତ୍ତି ଦ୍ୱୟ।
ଖାଲି ଯେ ସନ୍ତାନ କୁ ଜନ୍ମ ଦେଇଦେଲେ ସେ ମା ଓ ବାପା ହୋଇଯାଆନ୍ତି ..... ଏଇ କଥା ସମ୍ପୂର୍ଣ୍ଣ ଭୁଲ୍।
ପିତା ମାତା ହେବା ପାଇଁ ହେଲେ, ପିତା ମାତା ର ଗୋଟି ଗୋଟି କର୍ତ୍ତବ୍ୟ ପାଳନ କରିବା ପାଇଁ ପଡିଥାଏ।
ଦିନକର ମନୋଜ ଏବଂ ଅନୁଜା ଉଭୟ ମନ୍ଦିର ନିମନ୍ତେ ଚାଲିଗଲେ। ବାଟରେ ଫେରିବା ସମୟ ରେ ଏକ ଅନାଥଶ୍ରମ ଦୃଷ୍ଟିଗୋଚର ହେଲା। ଅନୁଜା ଙ୍କ ମନରେ ଏକ ଦିବ୍ୟ ଆନନ୍ଦ ଭରିଗଲା...। ସେ ମନୋଜ ଙ୍କୁ କହିଲେ ଯେ, ତୁମେ ମୋତେ ସେଇ ଅନାଥଶ୍ରମକୁ ନେଇ ଚାଲ..... । ମନୋଜ ମଧ୍ୟ କିଛି ପ୍ରଶ୍ନ ନପଚାରି ସେ ଅନାଥାଶ୍ରମ ଫାଟକ ସମ୍ମୁଖରେ ଗାଡି ଥୋଇଦଲେ। ଆଉ ଅନୁଜା ଗାଡିରୁ ଓହ୍ଲାଇ, ଆଶ୍ରମର ଫାଟକ ଖୋଲି ଭିତରକୁ ପ୍ରବେଶ କରିଲେ। ତାଙ୍କ ମନ ରେ ଉଙ୍କି ମାରୁଥିଲା ଉଲ୍ଲାସର ଏକ ଦିଗବଳୟ। ଉତ଼୍ଫୁଲ୍ଲିତ ମନ ରେ ସେ ବାହାରେ ଖେଳୁଥିବା ଛୁଆଁଙ୍କୁ ଏକ ଲୟ ରେ ଅନାଇ ରହିଥାନ୍ତି। ଅନାଥ ଅବଶ୍ୟ କିନ୍ତୁ ସେ ପିଲା ଙ୍କ ଆଖିର ଝଲକ , ଓଠର ହସ,ତାଙ୍କ କଥା ଯେପରି ଅତି ନମ୍ର। ମନ ରେ ଅଜସ୍ର ଖୁସି ଭରି ଦିଏ। ଅନୁଜା ର ଏପରି ଖୁସିକୁ ପଛରେ ଛିଡା ହୋଇ ମନୋଜ ତିକ୍ଷ୍ଣ ଦୃଷ୍ଟିରେ ଅନୁଜା ଙ୍କୁ ଚାହିଁ ଥାଆନ୍ତି। ଅନୁଜା ଖୁସି ର କଳନା କରିପାରୁନଥିଲେ ମନୋଜ। ଅନୁଜା ସେଇ କୁନି କୁନି ପିଲାଙ୍କ ଗହଣରେ ନିଜକୁ ହଜେଇ ଦେଇଥିବା ସମୟରେ, ହଠାତ୍ ଅନୁଜାଙ୍କ ହାତଟିକୁ ଟାଣି ଛୋଟ ଝିଅ ଟେ ଦୁଃଖଦ ଭର କଣ୍ଠରେ କହିଲା ମ୍ୟାଡମ୍ ମୋର ସେଇ ଗୁଡି ଟି ଆଣି ଦେବେ ଦୟାକରି। ଏହା କହି ହାତ ଯୋଡି ଦେଲା। ଛୋଟ ଝିଅଟେ କୋଉ ପରୀଠୁ ମଧ୍ୟ କମ୍ ସୁନ୍ଦର୍ ନଥିଲା। ତାକୁ ଦେଖିକି ଅନୁଜା କହିଲେ ଯଦି ମୁଁ ତୁମକୁ ସେ ଗୁଡି ଆଣି ଦେବି ତୁମେ ମୋ ସହିତ ମୋ ଘର କୁ ଯିବ .....?? ଏହା ଶୁଣି ସେ ଛୋଟ ଝିଅ ଅନୁଜା ଙ୍କ କଥା ରେ ..... ରେ ହଁ..... ଭରିଲା। ଗୁଡିଟି ଆଣିକି ସେ ଛୋଟ ଝିଅ ହାତ ରେ ଧରେଇ ତାର ମଥାକୁ ଚୁମି ମନୋଜଙ୍କ ପାଖକୁ ନେଇଗଲେ। ମନୋଜ.... ଅନୁଜାଙ୍କ ଖୁସି ରେ କୌଣସି ବାଧା ସୃଷ୍ଟି ନକରି ଅନାଥାଶ୍ରମ ର ସମସ୍ତ କାଗଜ ପତ୍ର ନିଅମ ପୂର୍ଣ୍ଣ କରି "ସେ ଝିଅକୁ" ନିଜ ଝିଅର ମାନ୍ୟତା ପ୍ରଦାନ କରିଲେ ଓ ନିଜ ସାଥୀରେ ଘର କୁ ଆଣିଲେ।। ଅନୁଜା ସେବେ ପରଠୁ ନିଜକୁ ବନ୍ଧ୍ୟା ବୋଲି ତିଳେ ମାତ୍ର ଭାବିନାହାନ୍ତି।
ଗୋଟେ ମା ର କର୍ତ୍ତବ୍ୟ ନିଖୁଣ ଭାବେ ଲିଭାଇଲେ । ଅନୁଜା ଏବଂ ମନୋଜ ଏହି ଖୁସିରେ ମନ୍ଦିର ବାହାରି ଗଲେ। ଝିଅକୁ ମଧ୍ୟ ସାଥୀରେ ନେଲେ। ତାଙ୍କର ଦୁଃଖ ଏମିତି ଏକ ପରୀ ଆସିକି ଦୂର କରିବ ସେ ବାସ୍ତବରେ କେବେ ଭାବିନଥିଲେ। ଏହି ସବୁ ଖୁସି ପାଇଁ ସେ ଭଗବାନ ଙ୍କ ପାଖରେ ଭୋଗ ଲଗାଇ.... ଝିଅ ର ନାମ ପରୀ ରଖିଲେ। ପରୀ କୁ ଏତେ ସୁନ୍ଦର୍ ଓ ଉଚ୍ଚକୋଟୀର ର ସଂସ୍କାର ଦେଲେ ତା ସହିତ ପାଠ ପଢାରେ ପରୀ ସବୁ ବେଳେ ଆଗୁଆ ହିଁ ରହିଅଛି .... । ସାମାଜ ଆଗରେ ରେ ପରୀ ଜଣେ ବଳିଷ୍ଠ ସାହିତ୍ୟ ଅଧ୍ୟକ୍ଷ ଭାବେ ଦଣ୍ଡାୟମାନ ହେଲା । ଆଉ ସେ ଜଣେ ଉଚ୍ଚକୋଟୀର ର ଲେଖିକା ମଧ୍ୟ। ନିଜ ଲେଖାର ଭବ୍ୟ ବର୍ଣ୍ଣନା ପାଇଁ ଅନେକ୍ ସ୍ଥାନରେ ପୁରସ୍କୃତ ହୋଇଛି ମଧ୍ୟ । ମନୋଜ ଓ ଅନୁଜା ପରୀକୁ ନେଇ ମଧ୍ଯ ଗର୍ବ ଅନୁଭବ କରୁଥିଲେ। ଅନୁଜା ବନ୍ଧ୍ୟା ସତ କିନ୍ତୁ ଜଣେ ମା ର କର୍ତ୍ତବ୍ୟରେ କେବେ ହେଳା କରିନି। ଯେଉଁ ସାମାଜ ଅନୁଜା କୁ ବନ୍ଧ୍ୟାର ଆଖ୍ୟା ଦେଇଥିଲା। ସେହି ସାମାଜ ପୁଣି ଅନୁଜାଙ୍କୁ ଜଣେ ଶ୍ରେଷ୍ଟ ମାଆ ର ଉଦାହରଣ ଦେଲା।...... ।