ପୂଜ୍ୟା ମା
ପୂଜ୍ୟା ମା
ନାରୀ କେତେବେଳେ ଭାଇର ମଙ୍ଗଳ ମନାସି ଭଗିନୀ ପରିଚୟ ହାସଲ କରିଥାଏ , ତ ପୁଣି ସ୍ୱାମୀ ର ଦୀର୍ଘଜୀବନ କାମନା କରି ଜାୟା ର ଭୂମିକା ନିର୍ବାହ କରିଥାଏ । ଏବଂ କେତେବେଳେ ସନ୍ତାନ କୁ ବାତ୍ସଲ୍ୟ ମମତା ପ୍ରଦାନ କରି, ମମତା ସାଜି ସମଗ୍ର ବିଶ୍ଵରେ" ଜନନୀ" ରୂପରେ ପୂଜିତା ।
ପ୍ରତେକ ମଣିଷ, ପଶୁ ,ପକ୍ଷୀ, ସରୀସୃପଙ୍କର ଦୁନିଆରେ କିଏ ଥାଉ କି ନ ଥାଉ "ମା" କିନ୍ତୁ ଅଛନ୍ତି। ଯେ ସନ୍ତାନକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଛନ୍ତି । ସେମିତି ମୋର ବି ଗୋଟିଏ " ମା" ଅଛି , ଯିଏକି ମୋତେ ଦଶମାସ ଗର୍ଭ ରେ ଧାରଣ କରି କେତେ ଯନ୍ତ୍ରଣାକୁ ହସି ହସି ସହି ଜନ୍ମ ଦେଇଛି ଦୁନିଆର ଆଲୋକ ଦେଖାଇଛି । ମୋତେ ନିଜ ବକ୍ଷରୁ ଅମୃତ ଝରାଇ ଜୀବନ ଦେଇଛି । ହାତ ଧରି ମୋର ଚାଲି ଶିଖାଇଛି । ଯେବେ ମୁଁ ଚାଲୁ ଚାଲୁ ଝୁଣ୍ଟି ଯାଏ ସେ ମୋତେ କୋଳେଇ ନେଇ ନିଜ କୋମଳ ହାତରେ ଆଉଁସି ଦେଇଛି । ମୋତେ ଜ୍ଵର ହେଲେ ଯେ ନିଜ ପଣତ ତରେ ଘୋଡାଇ ଦେଇ ରାତି ରାତି ଅନିଦ୍ରା ରହି ସେବା କରି ମୋର ଆରଗ୍ୟ କାମନା କରି କୋଟି କୋଟି ଦିଅ ଦେବତାଙ୍କ ପାଖରେ ପ୍ରାର୍ଥନା କରିଛି। ମୋର ଦୁଷ୍ଟାମିକୁ ଲୁଚେଇବାକୁ ଯାଇ କେତେ ବାପାଙ୍କ ଠୁ ଗାଳି ଶୁଣିଛି । ସେ ମୋ "ମା ", ସଂସାରର ଘୋର ଅଭାବ ଭିତରେ ଯେ ମୋତେ ଆଗକୁ ନେବା ପାଇଁ ସର୍ବଦା ପ୍ରୟାସ କରି ଚାଲିଛି। ମୋର ଟିକେ ସଫଳତାରେ ଯାର ମନରେ ଭାରିଯାଏ ଅସରନ୍ତି ଖୁସି । ଯେ ମାେ ପାଇଁ ସର୍ବଦା ଈଶ୍ବରଙ୍କ ପାଖରେ ପ୍ରାର୍ଥନା କରିଚାଲିଛି ନିଜ କଥା ଭୁଲି ।
କେତେ ଦୁଃଖକୁ ଚାପିଧରି ସମସ୍ତଙ୍କ ଆଢୁଆଳରେ କାନ୍ଦିଚି ସେ ମୋ "ମା"ଯେବେ ପାଣିରେ ବୁଡି ଯାଉଥିବା ସମୟରେ ନିଜ ଜୀବନକୁ ପାଣି ଛଡେଇ ମୋତେ ରକ୍ଷା କରିଛି ସେ ମୋ "ମା" । ଯେ ଦୁନିଆର ସର୍ବ ଶ୍ରେଷ୍ଠ ନାରୀ ମୋ ପାଇଁ , ମୋ" ମା" ଯାହାକୁ ମୁଁ ବହୁତ ଭଳ ପାଏ ।
ବାସ୍ତବରେ ନାରୀ(ମା) ପୁଜ୍ୟା, ନମସ୍ୟା, ପ୍ରାତସ୍ମରଣୀୟା ,ଅଗ୍ର ଗନ୍ୟା ।ଯେ ସହନ ଶକ୍ତିର ଉର୍ଦ୍ଧରେ । ଯେ ଦେବକୀ ରୂପରେ ସନ୍ତାନକୁ ଜନ୍ମ ଦେଇପାରେ, ଯଶୋଦା ରୂପେ ସନ୍ତାନକୁ ନିଜ ମମତାର ମଧୁ ପରଷି ପାଳନ କରି ପରେ । ନିଜ ପଣତ ତଳେ ସନ୍ତାନକୁ ଦୁନିଆର ସବୁ ବିପଦରୁ ରକ୍ଷା କରି ପରେ । ପୁଣି" ମା ଦୂର୍ଗା, କାଳୀ"ସାଜି ସନ୍ତାନକୁ ଶାସ୍ତି ଦେଇପାରେ । ସଂକ୍ଷେପରେ କହିବାକୁ ଗଲେ ନାରୀ ସୃଷ୍ଟି, ସ୍ଥିତି ଓ ବିନାଶ ପ୍ରତୀକ ରୂପେ ସର୍ବଦା ପୂଜିତା ଯାହାଙ୍କ ବିଷୟରେ ଲେଖିବା ବଧୁଏ ମୋର ଧୂର୍ଷ୍ଟାମି ର ପରିଚୟ ହେବ ।