Gayatri Singh

Romance

3  

Gayatri Singh

Romance

ପୁସ୍ତକ

ପୁସ୍ତକ

2 mins
389



ଠିକ ତୋରି ପରି ଝିଅଟିଏ

ଦେଇଥିଲା ମୋତେ ବହିଟିଏ

ବହି ଖୋଲି ଯେବେ ଦେଖିଦିଏ

ଥିଲା ତାରି ଭିତରେ ଚିଠିଟିଏ

ସଙ୍ଗୀତକାର ଅକ୍ଷୟ ମହାନ୍ତି ଙ୍କ ଏହି ଲୋକପ୍ରିୟ ଗୀତ ସେତେବେଳେ ସବୁଠି ଆଦୃତ ହୋଇଥିଲା । ସେତେବେଳେ ସମସ୍ତେ ଏହି ଗୀତକୁ ଗୁଣୁ ଗୁଣୁଉ ଥିଲେ । ସେତେବେଳେ ସମସ୍ତଙ୍କ ଭିତରେ ବହି ଦିଆନିଆ ହୋଇ ପଢାପଢି ଚାଲେ । ବହି ପଢିବାରେ ସମସ୍ତଙ୍କୁ ଆନନ୍ଦ ମିଳିଥାଏ । ପୁସ୍ତକ ପଢିବାରେ ଜଣେ ଜଣେ ନିଜକୁ ଏତେ ହଜାଇ ଦିଅନ୍ତି ଯେ ବାହାର ଦୁନିଆରେ କ'ଣ ହେଉଛି ଜାଣିବା ପାଇଁ ସେମାନେ ପୁରାପୁରି ଅଜ୍ଞ ଥାଆନ୍ତି । ପୁସ୍ତକ ପଢିବା ଦ୍ୱାରା ମନୁଷ୍ୟକୁ ଜ୍ଞାନାଲୋକ ମିଳିଥାଏ । ପୁସ୍ତକ ମନୁଷ୍ୟକୁ ସହନଶୀଳତା, ଧିଶକ୍ତି, କ୍ଷମା,ଦୟା, ଲଜ୍ୟା, ବିନୟୀ ଗୁଣ ଶିଖାଇ ଥାଏ । ଏମିତି ପୁସ୍ତକ ପଢାରୁ ଗୋଟିଏ ଘଟଣା ମନେ ପଡିଯାଏ । ବର୍ଷାର ଏକ ଅଳସ ଅପରାହ୍ଣ । ରୋମି ଲାଇବ୍ରେରୀରୁ କିଛି ବହି ନେଇ କ୍ଲାସ ରୁମ ଆଡକୁ ଯାଉଥିଲା । କଲେଜରେ କ୍ଲାସ ସରିଗଲାଣି । ବର୍ଷା ସତ୍ୱେ ବି ପ୍ରାୟ ପିଲା ଚାଲିଗଲେଣି । ହେଲେ ବର୍ଷା ଛାଡିଲେ ଯିବି ଭାବି ରୋମି ଏପଟ ସେପଟ ହେଉଛି । ଜଣେ ସିନିଅର କହିଲେ ଆସ ତୁମକୁ ଘରେ ଛାଡିଦେବି । ରୋମି ତାଙ୍କୁ ଟିକିଏ ଚାହିଁଲା ଥାର୍ଡ ଇଅର ର ଅମିତ ଭାଇ । ସେ ଦେଖିଚି ସେ ପ୍ରାୟ ତାକୁ ଦେଖନ୍ତି । ହେଲେ କେବେ କିଛି କୁହନ୍ତି ନାହିଁ । ଆଜି ବର୍ଷା ପାଇଁ ହେଉ କି ନିରୋଳା ଦେଖି ହେଉ କଥା ହେବାର ବାହାନା । ଆରେ ଭାବୁଛ କଣ କହି ଅମିତ, ରୋମି ହାତରେ ଧରିଥିବା ପୁସ୍ତକକୁ ନିଜ ଆଡକୁ ଟାଣି ନେଇ ସିଟରେ ବସିବାର ଇସାରା ଦେଲେ । ଝିପିଝିପି ବର୍ଷାରେ ସେ ପ୍ରାୟ ଭିଜିଗଲାଣି । ବର୍ଷା ଯିବାକୁ ଚାହୁଁନଥିଲେ ମଧ୍ୟ କଲେଜରେ ଏକୁଟିଆ ରହିବା ବି ସୁରକ୍ଷିତ ନୁହେଁ । ଘର ଆସିଗଲା ରୁହ କହି ଗାଡି ରୁ ଓହ୍ଲାଇ ପଡି ଘର ଭିତରକୁ ଚାଲିଗଲା । ତାପରେ ଦୁଇ ତିନି ଦିନ କଲେଜ ବନ୍ଦ ଥିବାରୁ କଲେଜ ଯାଇ ହେଲା ନାହିଁ । ଏମିତି ଗୋଟିଏ ସପ୍ତାହ ବିତିଗଲା । ତାପରେ କଲେଜ ଆସିବା ପରେ ପ୍ରଥମେ ସେ ତାର ସିନିଅର ଅମିତ ଭାଇକୁ ଖୋଜିଲା । କାରଣ ସେଦିନ ଠାରୁ ବହି ତାଙ୍କ ପାଖରେ ରହିଯାଇଥିଲା । ସେ ବହି ଧରି ତା’ରି ଆଡକୁ ହିଁ ଆସୁଥିଲେ । ତା ହାତରେ ବହି ଦେଇ କହିଲେ ବହି କୁ ଯତ୍ନରେ ରଖିବ । କିଛି ଖାସ୍ ଅଛି ସେଥିରେ । ରୋମି ତାଙ୍କ ହାତରୁ ବହି ନେଇ ଥ୍ୟାଙ୍କୟୁ କହି ହସି ଦେଇଥିଲା । ଘରେ ବହିର ପୃଷ୍ଠା ଓଲଟାଇବା ପରେ ସେଥିରେ ଚାରି ଚଉତା ହୋଇ ରହିଛି କାଗଜ ଖଣ୍ଡେ । ତାକୁ ଖୋଲି ଦେଖେତ ସେଥିରେ ଲେଖା ହୋଇଥିଲା କେବଳ ତୁମର



Rate this content
Log in

Similar oriya story from Romance