ପୁଷ୍ପକଲି
ପୁଷ୍ପକଲି
ପ୍ରଥମ ପ୍ରେମର ସ୍ମୃତି ସବୁବେଳେ ଗୋଟିଏ ସଜଫୁଟା ଗୋଲପ ଫୁଲପରି ମନକୁ ବାସନାରେ ଆନନ୍ଦ ଭରିଦିଏ।ସତରେ ପ୍ରେମର ହାତ ଏତେ ଲମ୍ବ ! ଏ ହାତ ଏତେଦୁର ଲମ୍ବି ଯାଏ ଯେ ଜିବନର କିଛି ଅପହ଼ଞ୍ଚ ହୋଇ ରହିପାରେନା।ଏ ହାତ ମୁଣ୍ଡକୁ ଆଉଁସି ଦିଏ,ଛାତି ଉପରକୁ ଆଉଁଜେଇ ଆଣେ,ପିଠିକୁ ଥାପୁଡେଇ ଦିଏ ଓ ଅବୁଝା କୋଳକୁ ଟାଣିନେଇ ଅବୁଝା ମନକୁ ବୁଝାଇ ଦିଏ। ଅଚିହ୍ନା ରଂଗର ଫଗୁ ଭରିଦିଏ ନାଲି ଟୁକୁଟୁକୁ ଦୁଇଟି ଓଠରେ,ଦୁଇଟି ଆତ୍ମାରେ। ଅସତଗାମୀ ସୂର୍ଯ୍ୟ ଦେଖି.ହାସି ଉଠେ ହସି ଉଠେ ପୁଣି ବନ ଓ ପ୍ରାନ୍ତର। ହେଲେ ତାହା ଆଜି ମୋ ପାଇ କେବଳ ଅତିତ ହୋଇଯାଇଛି ଓ ଚାଲି ଯାଇଛି ବହୁ ଦୁରକୁ କିଛିଟା ସବଦ ଓ ଗନ୍ଧ ନେଇ କିନ୍ତୁ ରହିଯାଇଛି ଅପାଶାେରା ସ୍ମୃତି।
ବେତାଲପଦର କଲେଜରେ ଠିକ ମୁଁ +୨ ପାସ କଲାପରେ ମୁଁ ଆମ ସାହି ପଡିଶାର ୫/୬ ଟି ପ୍ରାଇମେରି ସ୍କୁଲର ପିଲାମାନଙ୍କୁ ଟିଉସନ କରୁଥାଏ ।ଦିନେ ୫ଟା ସମୟରେ ଗୋଡହାତ ଧୋଇ ଟିଉସନ ପଢାଇ ଯିବାକୁ ବାହାରି ପଡିଲି।କାହିଁକି କେଜାଣେ ସେ ଦିନ ମୋର ଆନନ୍ଦର ସିମା କହିଲେ ନ ସରେ। ମୋର ପାଦ ଦୁଇଟି ଆପେ ଆପେ କାଡିନେଲା ମୁଁ ଟିଉସନ ପଢାଉଥିବା ଆଗରେ ଥିବା ଗୋଟିଏ ଘର ଆଡକୁ।ପଲକ ମାତ୍ରକେ ସଫା ହେଇଗଲା ପରିଚୟ ଓ ଭବିଷ୍ଯତ୍ ।୧୫/୧୬ ବରଷର ଝିଅ ପୁଷ୍ପା ସିଏ ତା ମାଁ ସାଥିରେ ବାଳ କୁଣ୍ଡେଇ ହେଉଥିଲା ଓ ମତେ ଦେଖିବା କ୍ଷଣି ଗୋଟିଏ ଆଖି ବନ୍ଦ କରିଦେଲା ଓ ମୁରୁକି ମୁରୁକି ହସିବାକୁ ଲାଗିଲା।ସେ ଦିନ ଥିଲା ମାର୍ଗଶିର ର ମାସ ଲକ୍ଷ୍ମୀପୂଜା ଶେଷ ଗୁରୁବାର ପାଲି।ସତେ ଯେମିତି ତାର କଜଳପାତି ପରି ଆଖି ଦୁଇଟା ଅପେକ୍ଷା କରିଥିଲା ମୋ ଆଖିର ମିଳନକୁ। ପ୍ରକୃତରେ ସେ ଦିନ ଥିଲା ଆମ ଦୁଇ ଜଣକର ଜିବନ ରୂପକ କଳାସିଲଟ ଉପରେ ଧଳା ଗାର ଟିଏ ଟାଣି ଦେବାର ଏନ୍ତୁଡ଼ି ଶାଳ। ସେଇ ଲକ୍ଷ୍ମୀପୂଜା ଦିନଠାରୁ ତା ପରେ ତାର ଅନେକ ଅନେକ ଚିଠି ଆଉ କହିଗଲା ଯେ କିପରି ୩ ବରଷ ଧରି ମାେ ନାଁକୁ ତା ହୃଦୟ ମନ୍ଦିରରେ ରଖିଥିଲା ସାଇତି। ସେତେବେଳେ ସେ ଥିଲା ଦଶମ ଶ୍ରେଣୀର ଛାତ୍ରୀ। ପିତାମାତାଙ୍କର ଦୁଇ ପୁଅ ଓ ଏକମାତ୍ର ଅଲିଅଳି ଝିଅ ପୁଷ୍ପାଞ୍ଜଳୀ।ଆମର ପ୍ରେମ ଏତେ ନିବିଡ ହୋଇଗଲା ଯେ ଦୁହେଁ ଦୁହିଁଙ୍କୁ ଦିିନେ ନ ଦେଖିଲେ ପାଗଳ ପରି ଲାଗିଯାଏ,ସାତ ସମୁଦ୍ର ତେର ନଇ ସେ ପାଖେଥିଲା ପରି ଗାେଟିଏ ଦିନ ଆମକୁ ଗୋଟିଏ ଯୁଗ ପରି ମନେହୁଏ। ଏମିତି କିଛିଦିନ ମଉଜ ମଜଲିସରେ ବିତି ଯିବାପରେ ଆମ ଦୁଁହିକୁ ଜଣାପଡିଲା ନାହି। ମୁଣ୍ଡ ଉପରେ ତାର ମେଟ୍ରିକ ବୋଡ ପରିକ୍ଷା ଓ ମୋର ୩ ଫାସଟ ୟୁନିଭାରସିଟି ପରିକ୍ଷା। ମୁଁ ତ ପଢାଶୁଣାରେ ସେତେ ଦୂବଲ ନ ଥିଲି। ତଥାପି ସିଏ ମତେ ଦିନେ ନ ଦେଖିଲେ ପାଗଳି ହୋଇଯାଏ। ଆମ କଥା ସାରାଦୁନିଆ ଜାଣିଥିଲା କିନ୍ତୁ ଆମେ ଜାଣି ନ ଥିଲୁ ଆମ ଅନ୍ତର ର କଥା ଏତେ ଦୁରକୁ ଅପସରି ଯାଇଛି ବୋଲି। ଆମ ସାହିପଡିଶାର ସଭିଏଁ କହୁଥିଲେ ଏ ବରଷ ଏ ଝିଅ ଫେଲ ହେବ ବୋଲି। ବେଳେବେଳେ ମୁ ବି ଶଂକାରେ ପଡି ଯାଏ ତାର ପାସ ଫେଲ କଥାକୁ ନେଇ।ଗାେଟିଏ ପଟେ ତାର ପରିକ୍ଷା ଓ ଆରପଟେ ତାର ଭଲ ପାଇବା। ପରିକ୍ଷାକୁ ତାର ଜମା ଖାତିର ନ ଥିଲା।ଏସବୁ କଥା ଭାବୁଭାବୁ ତା ପରିକ୍ଷାର ଫଲାଫଲ ବାହରିଲା।+୩ଶ୍ରେଣୀରେ ପାସ କରିଛି।ସେ ଖୁସି ହୋଇ ତା ସାଂଗ ହାତରେ ମିଠା ପଠେଇ ଥିଲା।
ଗଙ୍ଗଶିଉଳି ଯେମିତି ରାତିକ ପାଇ ଫୁଟି ନିଜର ସୁଗନ୍ଧ ଭରା ବାସନାରେ ସଭିଁଙ୍କୁ ଖୁସି ଦେଇ ସକାଳ ହେବା ଆଗରୁ ଝଡିଯାଏ ଠିକ ସେଇପରି ମୋର ବହୁ ଦିନର ଆଶା ଓ ଅଙ୍ଗୀକାରର ପୁପ୍ଫୁକଲି ମୋ ପାଇ ଅଫୁଟନ୍ତା ରହିଗଲା।ସମୟ ସେ ସବୁକୁ ପୁଷ୍ପାୟିତ ସୁରଭିତ କରିଥାନ୍ତା ମାତ୍ର ସେଇ ସୈାରଭଯୁକ୍ତ ପୁପ୍ଫୁକଲି ଆଉ ବେଶିଦିନ ରହି ପାରିଲା ନାହି।ଠିକ ଅକାଲରେ ଝଡିଗଲା।ପରି ଠାରୁ ଆହୁରି ସୁନଦରି ବୋହୁ ସାଜି ଚାଲିଗଲା ଏକ ଅଜଣା ରାଇଜକୁ। ହୁଏତ ସେଠି ଆଲୁଅ ଥାଇପାରେ,ଅନ୍ଧାର ଥାଇପାରେ,ମୁ ଭାବି ପାରେ ନାହିଁ,ଅତିତକୁ ଯେତେ ବେଳେ ମନେ ପକାଏ ସେତେବେଳେ ନୟନ ଯୁଗଁଳୁ ମୋର ବାହାରି ଯାଏ ଦୁଇ ଧାର ତତଲା ଲୁହ।
ସେଇ ହସହସ ମୁଖ , ଶାନ୍ତ, ସ୍ନିଗ୍ଧ,ନମ୍ରଭାବ,ଆନନ୍ଦ ମୟ ଛବି ।ତା ବାହାଘର ଦିନ ସିଏ ମତେ invite କରିଥିଲା।ତା ପାଇଥିଲା ମାେ ପକ୍ଷେ ଗୁଟେ Electrical presentation ।ମତେ ସିଏ ଦେଖବା କ୍ଷଣି ନିବାକ ହାେଇଗଲା।ଥରଥର ହାତରେ presentation ଥା ବଢେଇ ଦେଇଦେଲି ତା ହାତକୁ ଓ ଗାେଟିଏ ଲୟରେ ଚାହି ରହିଲି ଛଲଛଲ ଆଖି କାେହଭରା ମନର ଆବେଗ,ଅନ୍ତର ଭିତରୁ ଝରି ଆସୁଥିଲା ଦୁଇ ଧାର ତତଲା ଲୁହ ଓ ମନର କୋହ,ସବୁକିଛି ହରେଇ ଦେଇଥିବା ମନର ପ୍ରେମଭାବ।

