Kalyani Nanda

Inspirational

2  

Kalyani Nanda

Inspirational

ପଥ ପ୍ରଦର୍ଶକ

ପଥ ପ୍ରଦର୍ଶକ

3 mins
491


ଆଜି ଦିନଟା ରାକେଶ ପାଇଁ ଖାସ୍ ଥିଲା । ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଦିନଟିଏ ଥିଲା । ଏମ.ବି.ଏ ର କୋର୍ସ କରିବା ପରେ ରାକେଶକୁ ଆଜି କନଭୋକେସନ ରେ ୟୁନିଭରସିଟି ରେ ପ୍ରଥମ ହୋଇ ଥବାରୁ ତାକୁ ସ୍ବର୍ଣ୍ଣ ପଦକ ମିଳିବ । ତାର ବହୁ ଦିନର ଇଚ୍ଛା ପୂରଣ କରି ପାରି ଥିବାରୁ ତା ମନ ବହୁତ ଖୁସି ଥିଲେ ବି ହୃଦୟ ଭିତରେ ଏକ କୋହ ଉଠୁଥାଏ । ଆଖିରେ ରହି ରହି ଲୁହ ଆସି ଯାଉଥାଏ ।


ତା ବାପାଙ୍କ ର ତାକୁ ଏମିତି ଏକ ଯୋଗ୍ଯ ସ୍ଥାନରେ ପହଞ୍ଚାଇବାରେ ମୁଖ୍ଯ ଅବଦାନ ଥିଲା । ତା ପଢା ଆରମ୍ଭ ହେବା ଦିନରୁ ତାଙ୍କର ଆପ୍ରାଣ ଚେଷ୍ଟା, ପ୍ରତି ପଦକ୍ଷେପରେ ତାକୁ ଗାଇଡ କରିବାର ତା ବାପାଙ୍କ ର ଯେଉଁ ଉଦ୍ୟମ, ଇଚ୍ଛା, ଆଶା ରହିଥିଲା ,ସେ ସବୁ ଦିନେ ନିଶ୍ଚୟ ପୂରଣ କରିବ ବୋଲି ରାକେଶ ର ଦୃଢ ବିଶ୍ବାସ ଥିଲା । ଆଉ ଆଜି ସେଇ ଦିନ ଆସିଛି । ରାକେଶ ଏମ.ବି.ଏ. ବି.ଏ.ର ଡିଗ୍ରୀ ସହ ସ୍ବର୍ଣ୍ଣ ପଦକ ପାଇବ, ତା ସଂଗେ ଏକ ଭଲ କଂପାନୀରେ ଚାକିରୀ ବି ପାଇଛି। ଚାକିରୀ ରେ ଯୋଗ ଦେବା ପରେ କଂପାନୀ ତରଫରୁ ଚାରି ବର୍ଷ ପାଇଁ ବିଦେଶ ଯିବ । କିନ୍ତୁ ଏ ସବୁ ଦେଖି ଯିଏ ଆଜି ଖୁସିରେ ଆତ୍ମହରା ହୋଇଥାନ୍ତେ ସେ ଆଜି ତା ମାଁ ଓ ସାନଭାଇ ର ଦାୟିତ୍ବ ଦେଇ ଆର ପାରି କୁ ଚାଲି ଯାଇଛନ୍ତି ।

ବାପାଙ୍କ କଥା ମନେ ପଡି ଯିବାରୁ ରାକେଶ ମନ ଭିତରୁ କୋହ ସବୁ ଠେଲି ହୋଇ ଗଳା ରୁଦ୍ଧ କରି ଦେଉଥାଏ । ତାର ଏମ.ବି.ଏ ପାଠ ସରି ଆସିଲା ବେଳକୁ ତା ବାପାଙ୍କ ର ହଠାତ୍ ହୃଦଘାତ ରେ ମୃତ୍ଯୁ ହୋଇ ଯାଇଥିଲା। ବିରାଟ ଏକ ଧକ୍କା ତା ପରିବାରକୁ ଲାଗିଥିଲା । ପରିବାର କହିଲେ ତା ମାଁ ଆଉ ତା ସାନ ଭାଇ । ବାପା ତାର ଛୋଟବେଳୁ ତା ପଢା ପଢି ପ୍ରତି ଧ୍ଯାନ ଦେଉଥିଲେ । କ୍ଲାସ 1ରୁ +2ଯାଏ ତା ପ୍ରତି ତାଙ୍କର ସବୁବେଳେ ନଜର ଥାଏ।ରାକେଶ ର ମନେ ଅଛି ତା ବାପାଙ୍କ ସହିତ ବିତିଥିବା ପ୍ରତିଟି ମୂହୁର୍ତ୍ତ । ଅଫିସ ରୁ ଆସିବା ପରେ ସନ୍ଧ୍ଯାରୁ ତାକୁ ପାଖରେ ବସାଇ ତା ପାଠ ଦେଖୁଥିଲେ ।ଟିକିଏ ବି କ୍ଲାନ୍ତ ନ ହୋଇ ପ୍ରତି ଟି ବିଷୟରେ ଯେମିତି ସେ ଭଲ କରିବ , ସେଇ ଚେଷ୍ଟାରେ ଲାଗିଥାନ୍ତି। ରାକେଶ ର ଖୁବ୍ ଭଲ ଭାବରେ ମନେ ଅଛି ଥରେ କ୍ଲାସ ଥ୍ରୀ ବେଳକୁ ପଣିକିଆ ଘୋଷିବାକୁ କହିଥାନ୍ତି ।ଏଗାର ଯାଏ ପଣିକିଆ ରାକେଶ ମୁଖସ୍ଥ କରି ଦେଇଥାଏ କିନ୍ତୁ ବାଆର ଓ ତେରକ ପଣିକିଆ ଯେତେ ଚେଷ୍ଟା କଲେ ବି ତାର ମନେ ରହୁ ନ ଥାଏ । ବେଳେ ବେଳେ ବାପା ତାର ବିରକ୍ତ ହୋଇ ଯାଉଥିଲେ । ସବୁଦିନ ରାକେଶ କୁମାର ତା ବାପା ଅଫିସ ଗଲାବେଳେ ସ୍କୁଲରେ ଛାଡି ଦିଅନ୍ତି ଓ ସ୍କୁଲ ଛୁଟି ହେଲେ ପୁଣି ନେଇ ଆସନ୍ତି । ଶେଷରେ ଦିନେ ସ୍କୁଲ ଗଲାବେଳେ ବାଟରେ ତା ବାପା ତାକୁ କହିଲେ, " ରାକେଶ ତୁ ସେଦିନ ଯେଉଁ ଜୋତା ହଳକ ଦେଖି , ପସନ୍ଦ କରି କିଣିଦେବାକୁ କହିଥିଲୁ ,ସେ ଜୋତା ତୋର ଭାରି ପସନ୍ଦ ହୋଇଥିଲା ନା ?" "ହଁ, କିନ୍ତୁ ତୁମେ ତ କିଣି ଦେଲନି ", ରାକେଶ କହିଥିଲା । " ଠିକ୍ ଅଛି ,ଆଜି ଅଫିସରୁ ଆସିଲା ବେଳେ ସେ ଜୋତା କିଣି ନେଇକି ଆସିବା ।"ତା ବାପା କହିଥିଲେ । ରାକେଶ ବି ବହୁତ ଖୁସି ହୋଇ ଯାଇଥିଲା । " କିନ୍ତୁ ତୋତେ ମୋ କାମଟିଏ କରିବାକୁ ପଡିବ । "ତା ବାପା କହିଥିଲେ ଆଉ ରାକେଶ ଖୁସିରେ "ହଁ କରିବି " କହିଥିଲା । ତା ବାପା ତାକୁ ସେଦିନ ସର୍ତ୍ତ ଦେଇଥିଲେ ଯେ ରାକେଶକୁ ସେଦିନ ସ୍କୁଲ ରୁ ଫେରି ତେରକ ପଣିକିଆ

ଗଡଗଡ କରି କହିବାକୁ ପଡିବ । ତା ହେଲେ ସେ ତା ପାଇଁ ଜୋତା କିଣି ଦେବେ । ସ୍କୁଲ ଛୁଟି ପରେ ବାପା ତାର ସ୍କୁଲ ରୁ ନେଇକି ଆସିଲେ ।ବାଟରେ ରାକେଶ ତା ବାପା ପଚାରିବା ଆଗରୁ ଗଡ ଗଡ କରି ପଣିକିଆ କହି ଦେଇଥିଲା । ରାକେଶ ର ମନେ ଅଛି ସେଦିନ ତା ବାପା କେତେ ଖୁସି ହୋଇ ଥିଲେ । ତା ପାଇଁ ତା ମନ ପସନ୍ଦର ଜୋତା କିଣି ଦେଇଥିଲେ । ଆଉ ଆଜି ତାର ଏତେ ବଡ ଖୁସିର ଦିନଗୁଡ଼ିକ ଦେଖିବାକୁ ସେ ନାହାନ୍ତି।ମଞ୍ଚ ଉପରକୁ ଯାଇ ସମ୍ମାନ ପତ୍ର ଓ ସ୍ବର୍ଣ୍ଣ ପଦକ ଗ୍ରହଣ କରିବାକୁ ଘୋଷଣା କରାଯିବ ଯାଉଥାଏ । ମଞ୍ଚ ଉପରୁ ମୁଖ୍ଯ ଅତିଥିଙ୍କ ପାଖରୁ ସ୍ବର୍ଣ୍ଣ ପଦକ ଓ ସମ୍ମାନ ପତ୍ର ନେଇ ଓହ୍ଲାଉ ଥିବା ବେଳେ ସାରା ହଲ କରତାଳି ଶବ୍ଦରେ କଂପି ଉଠୁଥାଏ । ରାକେଶ ର ଆଖି, ମନ ଖୋଜୁଥାଏ ତା ବାପାଙ୍କୁ । ଆଖିରେ ଆଖିଏ ଲୁହ । ତାକୁ ମନେ ହେଉଥାଏ,ତା ବାପା ଯେମିତି ସାମନା ସିଟରେ ବସି ଖୁସିରେ ଜୋର ଜୋର ରେ ତାଳି ମାରୁଛନ୍ତି ।ଖୁସିରେ ତାଙ୍କ ମୁହଁ ଉଜ୍ଜ୍ବଳ ଦେଖାଯାଉଛି । ଦିନେ ପଣିକିଆ କହି ପରିଥିଲା ବୋଲି ତାକୁ ନୂଆ ଜୋତା କିଣି ଦେଇଥିଲେ , ଆଉ ଆଜି ତାର ଏଇ ସଫଳତା ଦେଖି କଣ ଦେଇଥାନ୍ତେ.....? ?ଉପରକୁ ଚାହିଁ ତା ବାପାଙ୍କ ଉଦ୍ଦେଶ୍ଯରେ ହାତ ଜୋଡି ତାଙ୍କ ଆଶୀର୍ବାଦ କାମନା କରୁଥାଏ । ସତରେ ତା ଆଦର ର, ଶ୍ରଦ୍ଧାର, ସ୍ନେହୀ ବାପାଙ୍କ ଚେଷ୍ଟା, ପ୍ରେରଣା ହିଁ ତାକୁ ଯେ ଏଇ ସମ୍ମାନର ଅଧିକାରୀ କରିଛି । ରାକେଶ ମନେ ମନେ ଭଗବାନଙ୍କୁ ଡାକୁଥାଏ, କହୁଥାଏ ," ହେ ପ୍ରଭୁ, ମୋ ବାପାଙ୍କ ପରି ବାପା ମୋତେ ସବୁ ଜନ୍ମରେ ମିଳୁଥାନ୍ତୁ ।କାରଣ ମୋ ବାପା ପରି ଆଉ ଯେ କେହି ନାହିଁ ।" ସାଂଗ ମାନେ ଏ ଭିତରେ ରାକେଶ କୁ ଘେରି ଅଭିନନ୍ଦନ ଜଣାଇଥାନ୍ତି ।


రచనకు రేటింగ్ ఇవ్వండి
లాగిన్

Similar oriya story from Inspirational