ପସ୍'ତଉଛେ ରେବତୀ
ପସ୍'ତଉଛେ ରେବତୀ
*ପସ୍'ତଉଛେ ରେବତୀ*
ଆମେ ଆସି କରି ପହଁଚି ଯାଇଛୁଁ କଳିଯୁଗର୍ ଏନ୍ତା ଗୁଟେ ସମିହା କେ ଜେନ ସବୁ କାମ୍ ସହଜ୍ ସରଲ୍ ଆର୍ ବହୁତ୍ କମ୍ ସମିହା ଥିନ୍ ହେଇପାରୁଛେ।ଜେନ୍ ଟା କେ ଆମେ Modern,Digital ଆର୍ AI ଜୁଗ୍ କହୁଛୁଁ। ମୁଇଁ ବି ଇ ସମିହାର୍ ଗୁଟେ ଡିଣା ପିଲା। ସର୍'କାରି ଚାକ୍'ରୀ ଖଣେର୍ ଲାଗି ଇଆଡ଼୍ ସେଆଡ଼୍ ହେଇଯାଉଛେଁ,ହେଲେଁ ଭାଷାର୍ ଉପରେ ମୋର୍ ଟିକେ ବେଶୀ ମନ୍ ଉଛୁଲ୍ ହେସି।ଏନ୍ତା ଦିନେକର୍ କଥା ପଢ଼ା ପଢ଼ି କରି ଖାଇ ସାର୍'ଲା ପର୍'ଏଁ ମୋର୍ ଟିକେ ଜଲ୍'ଦି ଏଁଖ୍ ଲାଗିଯାଏସି,ପୁରା ଘୋର୍ ଝୁମୁରା ସାଙ୍ଗେ ଖନ୍ଦ୍ ଜୁଟେଇ ନେସିଁ।ସେ ଝୁମୁରାର୍ କଥା କହେଲେଁ ଫେର୍ କଥାନି ଆଏ,କେ ଗୁଟେ ଆସି କରି ମେର୍'ହେ ଦେଇନେଲେଁ ଭି ଉଁ ସୁଁ ନାଇଁ କରେଁ।ହେନ୍ତା ସୁଇଥିସିଁ ଆର୍ ଅଚାନକ୍ କାଣା ହେସି ଜେ କେ ଜାନେ ମୁଇଁ ନିଜ୍'କେ ଗୁଟେ ପାହାଡ଼୍ ନ ଗୁଟେ ପଥର୍ ଉପରେ ବସିଥିବାର୍ ପାଏସିଁ। ଚାର୍'ହି ଆଡ଼୍ କେ ଦେଖି ଦେଖ୍'ସିଁ,ଜାହିଁ ଦେଖ୍'ଲେଁ ଗଛ୍ ମଏ। ମୁନୁସ୍ ମାନ୍'କର୍ ନୁ କାହିଁ ଧୁର୍,ହେଲେଁ ମନ୍ କେ ଘିନି ନେଲା ବାଗିର୍ ଗୁଟେ ଶାନ୍ତି ସାଂଗେ ଉସତ୍ ଭି ଲାଗୁଥିସି।ଜନକ୍ ରାଏତ୍ ଥିସି ଜେ ଜେନ୍'ଟା କେ ଦେଖ୍'ଲେଁ ଝାପ୍'ସା ଝାପ୍'ସା ହେଇ ଦିସୁଥିସି।ମନ୍ ଯେତେ ଉସତ୍ ହେଲେଁ ଭି ଭିତ୍'ରେଁ ଭିତ୍'ରେଁ ଡର୍ ଟିକେ ଗୁଡ଼ା ବାଂଧ୍'ବାର୍ ଟା ମୁଲ୍ କରି ବସିଥିଲା ନ।ପକେଟ୍ କେ ଟାମ୍'ଡ଼ି ଦେଖ୍'ସିଁ ମୋର୍ ମୁବେଇଲ୍ ଟା ଥିସି।ବାହାର୍ କରାସିଁ ଆର୍ କୃଷ୍ଣ ଭଗବାନ୍ ଙ୍କର୍ ଭଜନ୍ ଟେ ଚଲାସିଁ,ଇ ସମୀହାର୍ ଭଜନ୍ ଇଟା ଇଥିଁ ଭି BASS ଥିସି। ହେନ୍ତା ମନ୍ ତନ୍ ଦେଇକରି ଭଜନ୍ ସୁନୁଥିସିଁ ସୁନୁଥିସିଁ ଆର୍ ମୋର୍ ଭୁଜେନ୍ ଆଡ଼ୁଁ ଶବଦ୍ ଟେ ଆଏସି ମୋର୍ କାନ୍ କେ।ବେଲେଁ ମୁଇଁ ସାଂଗେ ସାଂଗ୍ ଗାନା ବନ୍ଦ୍ କରିଦେସିଁ ଆର୍ ନଜର୍ ଟେ ପକେଇ ଦେଖ୍'ସିଁ।ଟିକେ ଟିକେ କରି ଛମ୍ ଛମ୍ କରି ମୋର୍ ଆଗ୍'କେ ଆଏସି ଟୁକେଲ୍ ଟେ।ମୁଇଁ ଜେ ଇଆଡ଼େଁ ଡର୍'ହେଁ ସୁଟୁ ବୁଟୁ।କେନ୍ତା କର୍'ମି କାଣା କର୍'ମି ଜେ ବୁଧି ବନା। ଫିର୍ ଭି ଟିକେ ଦମ୍ କରି କରି ନଜର୍ ଟେ ପକାଲି ତାର୍ ଆଡ଼େ। ଦେଖ୍ ବାର୍ ଥି ପୁରା ଆଘୋର୍ କାଲର୍ ଟୁକେଲ୍ ଏନ୍ତା,ଆଘୋର୍ କାଲର୍ ଡ୍ରେସ୍ ଖଣେ ପିନ୍ଧିଥିସି, ଗୋଡ଼୍ ନୁ ମୁଡ଼୍ ତକ୍ ଢାପି ହେଇଥିସି।ଖନ୍ଦେ ଉଢ଼୍'ନି ଗୁଟେ ପକେଇଥିସି।ଜନ୍ହର୍ କଅଁଲି କିରନ୍ ତାର୍ ମୁହେଁ ପଡ଼ୁଥିସି ଜେ ଅବିକଲ୍ ସର୍ଗର୍ କେନ୍ ଅପ୍'ସରି ଟେ ଉତ୍'ରି ଆଇଛେ କେଁ ବଲ୍'ବ।ନାକେଁ ନଥ୍'ନି, କାନେଁ କାନ୍'ଫୁଲ୍,ବେକେଁ ଖଗ୍'ଲା ଆର୍ ଆଖିଁ କଜଲ୍ ତାହାକେ ପୁରା ସୁନ୍ଦ୍'ରି ମାନ୍'କର୍ ମହାରାନି ଲେଖେଁ ସଜେଇଥିସି।ଇ ସବୁ ଦେଖି କରି ମୋର୍ ବୁଢ଼ୀ ମାଁର୍ କହେଲା କଥା ମୋର୍ କାନେ ଗୁଁଜ୍'ରି ଯାଏସି।ମୁଇଁ ଛୋଟ୍ ଥିଲା ବେଲେଁ ମତେ ବୁଢ଼ୀ ମାଁ ଶୁଏଇ କରି କେଭେଁ କେଭେଁ କହେ ତାର୍ ଟୁକେଲ୍ ବେଲର୍ କଥା।(ର ର ବୁଢ଼ୀ ମାଁ ବଏଲେଁ ତମେ ଟିକେ ଗୁନ୍ଦ୍'ଲେ଼ଇ ହୋଇଯାଉଥିବ, ବୁଢ଼ୀ ମାଁ ବେଲେଁ ମୋର୍ ବାପାର୍ ମାମା),ତାର୍ କହେତି କେ ସେତେବେଲେଁ ଭି ଟୁକେଲ୍ ମାନେ ହିରୋଇନ୍ ଲେଖେଁ ତ ଛାଡ଼ ଅପସରା ଲେଖେଁ ଦିସୁଥିଲେ।ହଉ ଛାଡ଼ ଇ କଥା ଆମେ କଥାନି ରେ ଆଗ୍'କେ ବଢ଼ୁଁ। ତାହାକେ ଯେତେବେଲେଁ ଟିକେ ଭଲ୍ ସେ ଦେଖ୍'ଲିଁ ମତେ ଏନ୍ତା ଲାଗ୍'ଲା ଜେନ୍ତା କି ସେ ମତେ କିଛି କହେବାର୍ କେ ଚାହୁଁଛେ।ମୁଇଁ ଆଗ୍ କେ ଟିକେ ଗଲିଁ ଆର୍ ପଚ୍'ରାଲି,"ଓ Sister ତମେ କିଏ ହୋ? ଇନୁ କେଁ କରୁଛ ??ଇନୁ ଚାଁଟି ପଟେ ଭି ନାଇଁ ନ, ଇନ୍ କେ କାହିଁ ଆସିଛ ହୋ??" ବୋଲି। ମୋର୍ କଥା ସୁନି କରି ସେ ମତେ ଆକାବକା ନଜରେଁ ଦେଖି ବସ୍'ଲା।ମୁଇଁ ଜେ ଡର୍ହେ ସର୍ପଟି ଗଲି ଭୁତ୍ ଭୂତା ଆଏ କେଁ ବଲି,କଥାନି ନ ସୁନିଥିଲିଁ ବାକି କେଭେଁ ନି ଦେଖି। ଫେର ନିଜ୍'କେ କହେଲି "ହଏବୋ ବେଡ଼ା ଇଟା ପରେ AI ଜୁଗ୍ ବୋ ଇନ୍'କେ ଭୂତ୍ ଆଏବାର୍ କେ ଭି ଡର୍'ସି,ଇନ ଖାଲି ମୁନୁସ୍ ଚାହେଁଲେ ସବୁ କରି ପାର୍'ବା।କୁକୁରା ଚିମ୍'ରା,ଛେଲ୍ ମେଲ୍'ଛା ନାନାଦି ଛୋଟ୍ ଛୋଟ୍ ଜିବ୍ କେ କାଟି କରି ତାର୍ ଭୁକ୍ ଆଉ ସଉକ୍ କେ ମେଟେଇ ପାରୁଛେ,ଭୂତ୍ ଗୁଟେ କାଣା ଜେ ନାଇଁ ଡରବା କହ ତ! ଜେନ୍ତା ସମିହା ଆସ୍'ଲା ନ ଜେ ଯଦି ଭି ଭୂତ୍ ର କିଛି ନାଁ ଗନ୍ଧି ଥିବା ବେଲେଁ ମୁନୁସ୍ ପଏସା ଦେଇ କରି ଭୂତ୍ କେ ଭି Reel ରେ ନଚେଇ ବଲ୍'ବା।"ଇନ୍ତା କଥା ମାନେ ନିଜ୍ କେ କହି କରି ଦମ୍ କଲିଁ ଆର୍ ଫେର ସେତାକେ ପଚ୍'ରାସିଁ,"ତମେ କିଏ sister କୁହ" ବୋଲି।ସେ ତାପରେ ମୁହୁଁ ଖୁଲ୍'ଲା ଆର୍ କହେଲା। "ତୁଇ କାଣା କେ Sister Sister ବଲୁଛୁ ରେ ବାବୁ ମୋର୍ ମୁଡ଼ର୍ ଖପ୍'ରି କେ ନି ପସ୍'ବାର୍।ମୋର୍ ପରିଚଏ ସୁନବାର୍ କେ ଚାହୁଁଛୁ ତ??ମୁଇଁ "ଫକୀର ମୋହନ ସେନାପତି" ଙ୍କର୍ କଲମ୍ ନୁ ପରିଚଏ ପାଇଥିବାର୍ ଗୁଟେ ଚରିତ୍ର ଆଏଁ,ମୋର୍ ନାଁ "ରେବତୀ"।ମୋର୍ ଜିବନ୍ କାଲେଁ ମୋର୍ ସାଂଗେ ଜାଣା ବି ହେଇଛେ ସବୁ ତାକର୍ କଲମ୍ ନୁ ବେଶ୍ ଭଲ୍ ଭାବେଁ ଛଂଦା ହେଇଛେ।ମୁଇଁ ଇ କଥା ସୁନ୍'ସିଁ କି ତାପରେ ମୁଇଁ ଅକାବକା ହେଇକରି କହେସିଁ "ହଁ Sister ମୁଇଁ ତ ପଢ଼ିଛେଁ ଆଉ ଜାନିଛେଁ"ରେବତୀ" କଥା ଆର୍ ଫକୀର୍ ମୋହନ୍ ସେନାପତି ଆଜ୍ଞା ଙ୍କୁ ଭି ମତେ ବହୁତ୍ ଭଲ୍ ଲାଗ୍'ସି।"ଜେ.... Sister ମୁଇଁ ବୁଝି ନାଇଁ ପାର୍'ବାର୍ ତୁମେ ମୋର୍ ନିକେ ଇ ସବୁ କହି ଆସ୍'ବାର୍ କାଣା ଅଛେ। ମତେ ଲାଗୁଛେ ତମେ ମୋର୍ ସାଂଗେ ଖେଚଡ୍ କରୁଛ।"ତାପରେ ସେ ରାଗ୍ ରାଗ୍ ମୁହେଁ କହେସି "ତୋର୍ ଇ Sister ବିଷ୍ଟର୍ କହେବାର୍ ଟା ଛାଡ଼, କହେବୁ ତ ନାନୀ କହ ନେହେଲେଁ ବନି କହ,ଆର୍ ମୋର୍ କଥା କେ ଟିକେ ମନ୍ ତନ୍ ଦେଇ କରି ସୁନ୍।"ମୁଇଁ କହେସିଁ "ହଁ ନାନୀ! କହ ବୋଲି।ସେ କହେସି ତାପରେ,"ଆମର୍ ସମିହା କେ ଆମେ ଯେତେ ପଢ଼ଲେଁ ଭି ଆମ୍'କୁ ସୁଯୋଗ୍ ନି ମିଲୁଥାଇ ଘରୁ ବାହାରିବାର୍, ଖାଲି ଚେର୍'ଟା କାଁଥି ଭିତ୍'ରେଁ ହିଁ କଟୁଥିଲା ଆମର୍ ଜିବନ୍।କେ ଜାନେ କେଁ ହେଲା ଜେ ଆମର୍ ସମି଼ହା କେ ନାରୀଶିକ୍ଷା କେ କିହେ ଧିଆଁନ୍ ହିଁ ନି ଦଉଥାଇ,ବୁଲ୍'ବାର୍ ଖେଲ୍'ବାର୍ କେ ବାହାରି ନାଇଁ ଦଉଥାଇ।ଗୁଟେ କୁଲେଁ ଜନମ୍ ହେଇ ଆର୍ ଗୁଟେ କୁଲ୍ କେ ଚଲଉଥିଲୁଁ। ଛୁଆ ଦିନୁ ଆମ୍'କୁ ସଂସାରର୍ ଜ୍ଞାନ୍ ବତା ଯାଉଥିଲା।ବାକି ଧୀରେ ଧୀରେ ଯେତେବେଲେଁ ଇଟା ସମିହା ବଦ୍'ଲି ତେଲ୍ ଜଉଛେ ହେଂତା ମତେ ଭି ଟିକେ ଟିକେ ସୁର୍'ତା ଲାଗି ବସୁଛେ କି କେଁ ହେଲା ଜେ ଆମର୍ ମାଁ ବୁଆ ମାନେ ଆମ୍'କୁ ଘର୍ ଭିତ୍'ରେଁ ରଖୁଥିଲେ। ଇଟା ନାରୀଶିକ୍ଷା ର ଜମାନା ଆଏ।ଆରେ! ଗୁଟେ ନାରୀ ଟେ ଯଦି ପଢ଼ି ଲିଖି କରି ତାର୍ ମାଁ ବୁଆ କେ ହଲ୍ ଚଲ୍ କରି ଦଉଛେ,ଟିକେ ନାଁ କର୍'ବାର୍ ଲାଗି ଛୋଟ୍ ଛୋଟ୍ କପଡ଼ା ପିନ୍ଧୁଛେ,ଖାଲି ପଏସାର୍ ଭୁଲେଁ ପଡ଼ି ନିଜର୍ ମୁନୁସ୍ କେ ବି ଛିନ୍ ଛତର୍ କରିନଉଛେ, ନାନାଦି ପର୍'କାରର୍ ମାଦକ୍ ଦରବ୍ ଖାନ୍ ପାନ୍ କରୁଛେ,ସଂସ୍କାର୍ କାଣା ପରଂପରା କାଣା ନି ଜାନ୍'ବାର୍,ତାର୍ ନିଜର୍ ସମ୍ମାନ୍ ମାଁ ବୁଆର୍ ସମ୍ମାନ୍ କେ ଭୁଲି ଯାଉଛେ ବେଲେଁ ଏନ୍ତା ଆମେ ଅନ୍'ପଢ଼୍ ହିଁ ଠିକ୍ ଥିଲୁଁ।ଯଦି ନାରୀ ସିଖିତ୍ ହେଲେଁ ଏନ୍ତା ପରିସ୍ଥିତି ଦେଖ୍'ବାର୍ ମିଲୁଛେ ତ ଆମର୍ ମାଁ ,ବୁଆ ଘରର୍ ଲୋକ୍ ଠିକ୍ ଥିଲେ।ନାରୀ ଟେ ଘରୁ ବାହାର୍ କେ ବାହାରିଲେଁ ମୁନୁସ୍ ରୁପି ସଇତାନ୍ ମାନେ ହଇରାନ୍ କରୁଛନ୍,ମାରି ନଉଛନ୍ ଏତେ କଦର୍ଜା କାମ୍ ମାନେ କରୁଛନ୍ ଜେ କହି ବି ନାଇଁ ହୁଏ। ଯଦି ନାରୀ ଟେ ଘରୁ ବାହାରିଲେଁ ଏନ୍ତା ପରିସ୍ଥିତି ଦେଖ୍'ବାର୍ ମିଲୁଛେ ତ ଆମର୍ ମାଁ ,ବୁଆ ଘରର୍ ଲୋକ୍ ଠିକ୍ ଥିଲେ, ଆମ୍'କୁ ଘରୁ ବାହାରି ନାଇଁ ଦଉଥାଇ ଜେ। ଆରେ! ଆଏଜ୍ କେଲ୍ ତ ଟୁକେଲ୍ କେ କେନ୍'ସି କୁଲର୍ ନଏସେ ବଲି ଆଖ୍ୟା ଦଉଛନ୍ ଆମର୍ ବେଲେଁ ଟୁକେଲ୍ କେ "ଦୁହିତା" ବୋଲି କୁହାଯଉଥିଲା। ଯେତେ ଦୁଖ୍ ପାଉଥିଲେଁ ଭି ଇ ଆଏଁଖ୍ ଏତେ କଦର୍ଜା ପରିସ୍ଥିତି କେଭେଁ ନି ଦେଖି।"ଏତ୍'କି କହେସି ଆର୍ କାନ୍ଦିପକାସି,ତାର୍ ଆଁଖଲ୍ ଧାରେଁ ଦୁଖ୍ ଦରଦ୍ ଆର୍ ଅନୁତାପ୍ ପୁରା ଦଗୋ ଦଗୋ ହେଇ ଜନାପଡୁଥିସି।ମୋର୍ ବି ଆଖିର ପେନ୍ ତରା ତରା ହେଇ ଯାଏସି।ଯେନ୍ତା ତାର୍ ପାଖ୍ କେ ମୁଇଁ ତାହାକେ ଭୁର୍'ତେଇ ଯିବାର୍ କେ ପାହେ ପକାସିଁ କି ମୋର୍ ଗୋଡ଼୍ ଖର୍'ଲି ଯାଏସି ଆର୍ ମୁଇଁ ମୁଇଁ ଗଦେଇ ହେଇ କରି ଖଟ୍ ତଲେଁ ପଡ଼୍'ସିଁ। ଆଏଁଖ୍ ଖୁଲି କରି ଦେଖ୍'ସିଁ ବେଲ୍ କେ ସଖାଲ୍ ପାଇଥିସି ନ।ମୁହୁଁ ଧୁଇସିଁ ଆର୍ ଦର୍ପନ୍ ଆଗାଡ଼୍ କେ ଯାଇକରି ନିଜ୍'କେ କହେସିଁ, ଇ ସପନ୍ କାଣା ନାଇଁ ସିଖାଲା ୟାର୍।।
ଅଭୟ କୁମାର ସରାପ
ଯୋଖିପାଲି,ବିଜେପୁର,ବରଗଡ଼
