STORYMIRROR

Abhaya Kumar Sarap

Children Stories Tragedy Inspirational

3  

Abhaya Kumar Sarap

Children Stories Tragedy Inspirational

କରମ୍ ର ଫଲ୍ ଥୁଇ ହେଇଛେ

କରମ୍ ର ଫଲ୍ ଥୁଇ ହେଇଛେ

3 mins
6

ଦୁନିଆଁ ଦିନୁଁ ଦିନ୍'କେ କେତେ ଆଗ୍'କେ ବଢ଼ ତେଲ୍ ଜଉଛେ। ଘଣ୍ଟିକିଆ କାମ୍ ମିନିଟ୍ ଗୁଟ୍'କେଁ ପଟି ଜଉଛେ।ଉଥଲ୍ ପୁଥଲ୍ ଆବଡ଼୍ ଠାବଡ଼୍ କାମ୍ ବି ସଲ୍'ଖେଁ ସଲ୍'ଖେଁ ନିପ୍'ଟି ଜଉଛେ।ଏନ୍ତା ସହଜ୍ ମଏ ଦୁନିଆଁ ଥି ମୁନୁସ୍ ଦିନୁଁ ଦିନ୍ କେ ଟିକେ ହଦ୍ରୁ ନି ହେଇ ଜିବାର୍ ତ?ଏତେ ଆଗ୍ କେ ବଢ଼ି ଯାଇ କରି ନିଜେଁ ପରିଶ୍ରମ୍ କେ ଭୁଲି ନି ଜିବାର୍ ତ? ହଁ ଆପଣ୍ ମାନେ ଭାବୁଥିବେ ଆଏଜ୍ ଇ କଥା କେ କେନ୍ତା ଇଁଚ୍'ରଉଛେ ବୋଲି। ଆସୁନ୍ ସୁନ୍'ମା, ଦେଖ୍'ମା ଆଉ ପଢ଼୍'ମା ଏନ୍ତା କଥାନି ଟେ।

୪ ଟା ପିଲା ଥିସନ୍। ପଢ଼ା ଲିଖା ବଏଲେଁ ୧୦ ପଢ଼ୁଥିସନ୍।୧୦ ସିନେ ପଢ଼ୁଥିସନ୍ ହେଲେ କିହେ ବି ବହି ଟିକେ ନେ ଡୁଙ୍ଗୁଥାଇଁ। ଚାର୍'ହି ଜନ୍ ଯେ ଜିବନ୍ ଦିଆ ଦୁଇ ସାଂଗ୍। ଲେଞ୍ଜ୍ ଚବା ଚୁବି ବେଲେଁ ଚଲେ ନ। କେନ୍'ସି ପରୀକ୍ଷା ପତର୍ ଥିଁ କେଭେଁ ଭଲ୍ ମାର୍କା ଟିକେ ନି ରଖିଁ,ଆର୍ କେନ୍ତେଇ ହେଲେଁ ରଖି ପାର୍'ତେ ନି ପଢ଼୍'ଲେଁ। ଘର୍ ପରିବାର୍ ବେଳେଁ ଯେ ଧନ୍ ର ଟିଖେ ଦୁକାଲ୍ ନାଇଁ। ପଏସାର୍ ଲାଗିଁ କହ କି ଜେନ୍ ଥିର୍ ଲାଗି ହଉ ଚାର୍ହି ଲୁକର୍ ମନ୍ ଖାଲି ଉଡ଼ୁ ଥାଏ ନ। ଥାବେ ଟିଖେ ନି।ଏନ୍ତା ଦିନ୍'କର୍ କଥା, ସେ ଚାର୍'ହେ ମତେ ଆସି କରି ତାକର୍ ମନର୍ କଥା କେ କହେଲେ।ଆମେ କେନ୍ତା ପଢ଼ି ନି ପାର୍'ବାର୍,ଆମର୍ ମନ୍ କେନ୍ତା ଏତେ ଉଡ଼ୁଛେ ବୋଲି। ତାପ୍'ରେ ମୁଇଁ କହେଲିଁ ଏ ବାବୁ ମାନେ ଜନ୍ ଜନ୍ କରି କହ ପିଲେ କାଣା କହେବାର୍ କେ ଚାହୁଁଛ ଜେ। ମୋର୍ କଥା ସୁନିକରି ସେମାନେ ଜନ୍ ଜନ୍ କରି କହେଲେ।
ପହେଲା ପିଲା-ଆମର୍ ଘରେଁ ଦେଖତ ଇନଭର୍ଟର୍ ଟେ ନାଇଁ ନ। ଇଆଡ଼େ ଜେ ଠିକ୍ ସେ ବେଲ୍ ବୁଡ଼ିଆ ପଢ଼୍'ବାର୍ ସମିହା କେ ଲାଇନ୍ ଟାକ ଫୁସ୍ କଲା କାଟି ନଉଛନ୍ ଜେ ଦୁଇ ଘଂଟା ତକ୍ ଦେଖାନି। ଗରମ୍ ବଏଲେଁ ଝାଲ୍ ନିଥ୍'ରି ଜେ'ସି।ମୁଇଁ କେନ୍ତା କରି ହେଲେଁ ପଢ଼୍'ତିଁ।
ଦୁଇ ନମର୍ ପିଲା -ମୁଇଁ ଯେତେବେଲେଁ ଠିକ୍ ପଢ଼ସିଁ କି ମୋର୍ ଛୋଟ୍ ବୁହେନ୍ ଆସିକରି ମତେ ହଏରାନ୍ କର୍'ସି। ବିଲ୍'କୁଲ୍ ପଢ଼ି ନି ଦିଏ।
ତିନ୍ ନମର୍ ପିଲା - ମୋର୍ ମାଁ ମତେ ସଖାଲୁଁ ଉଠେଇ ନି ନେବାର୍ କେନ୍ତା କରି ହେଲେଁ ପଢ଼୍'ତି ମୁଇଁ।
ଚେର୍ ନମର୍ ପିଲା - ମୋର୍ ପାଖେଁ କେନ୍'ସି ଗାଇଡ ବହି ନାଇଁ ନ ଜେ ମୁଇଁ ପଢ଼ି ନି ପାର୍'ବାର୍।
ତାକର୍ କଥା ସୁନି କରି ମୁଇଁ ଟିକେ ଧିକ୍'କାର୍ ହଁସି ଟେ ଦେଲି ଆଉ ସେମାନ୍'କୁଁ ୨ଟା ଫଟୁ ଦେଖାଲି।ଗୁଟେ ଫଟୁ ନ ଥିଲା ଗୁଟେ ଗରିବ୍ ଘରର୍ ଛୁଆଟେ,ତାର୍ ଦେହେଁ ଦେଖ୍'ଲେଁ ଅବିକଲ୍ ଜନା ପଡୁଥେ ତାର୍ ଗରିବ୍'ପନ୍।ଚିରା ଫଟା ପେଣ୍ଟ୍ ସାଟ୍ ପିନ୍ଧିଛେ।ଘରେ ଲାଇନ୍ ନି ଲାଗି ବିଚ୍'ରା ଡିବ୍'ରି ଗୁଟେ ଥି ମାଛି ମରା ଉକିଆ ଥି ପାଠ୍ ପଢ଼ୁଥେ।ଆର୍ ଗୁଟେ ଫଟୁ ଥି ଭଗବାନ୍ ବୁଦ୍ଧ ଧିଆନ୍ ମଗନ୍ ହେଇ କରି ବସିଥିସନ୍। ତାକର୍ ଚାରିକୁତିଁ କେତେ ସାଁପ୍'ଗଁପ୍,କଙ୍କରା,ବେଛୁ,ବେଙ୍ଗ ଏନ୍ତାକି ତାକର୍ ମୁଡେ ଘୁଲି ମାନେ ଲଟ୍'କି ଥାନ୍।ଦୁହି ଫଟୁ ଦେଖି ସାର୍'ଲା ପରେଁ ମତେ ପଚରାଲେ ସେମାନେ,କାଣା ଇଟା ବୋଲି ବେଲେଁ ମୁଇଁ କହେଲିଁ- ଦେଖ ବାବୁମାନେ ପହେଲା ଫଟୁରେ ହେ ବାବୁ ହେତେ ଦୁଃଖ୍ ,ହେତେ ସମସ୍ୟା ଥେଇକରି ବି ସେ ପଢ଼ୁଛେ। ସେ କେଁ ଜେ ଉନ୍ନତି ନି କର୍'ବା। ଆଉ ତୁମର୍ ପାଖେ ଦଉଲତ୍ ସବୁ ଥେଇକରି ବି.......ଛାଡ଼। ଆଉ ଆର ଫଟୁଥି ଭଗବାନ୍ ବୁଦ୍ଧ ଅଛନ୍ ଯେତେ ବାଧା, ଦୁଖ୍,ଦରଦ୍,କଷ୍ଟ୍ ପାଉଛନ୍ ହେଲେଁ ସେ ନିଜର୍ ଧିଆନ୍ ରେ ଅଡ଼ି ରହିଛନ୍।ବାବୁମାନେ ତୁମେ ଇନୁ ଗୁଟେ କଥା ଶିଖ, ଜିବନ୍ ଥି ଜେତେ ଦୁଃଖ,ଦରଦ୍, ବାଧାବିଘ୍ନ ଆସୁ ନିଜେ ତମେ ନିଜର୍ କାମ୍ ରେ କେଭେଁ ଅବହେଲା ନି କର୍'ବ। ପରିଶ୍ରମ୍ କରି ଚାଲ ଫଲ୍ ଆପେ ଆପ୍ ଥୁଈ ହେବା। ବାଘ୍ ଯେତେ ବଳବାନ୍ ହେଇଥିଲେଁ ଭି ଆଁ କରିକରି ସୁଇ ଥିଲେଁ, ଶିକାର୍ ତାର୍ ମୁହୁଁ କେ ନି ଆସେ। ମୋର୍ ଇ କଥା ସୁନି କରି ସେମାନେ କହେଲେ- ଆମେ ଇ ଠାନେ କିରିଆ କରୁଛୁଁ ଏଜ୍ ଠାନୁଁ ଆମେ ପରିଶ୍ରମ୍ କର୍'ମୁଁ ଟିକେ ବି ବାହାନା ନି କରୁଁ।....

ଅଭୟ କୁମାର ସରାପ 
ଯୋଖିପାଲି, ବିଜେପୁର, ବରଗଡ଼ 


Rate this content
Log in