Banasmita Panda

Inspirational

4.4  

Banasmita Panda

Inspirational

ପ୍ରୟାସ ସମ୍ପର୍କର

ପ୍ରୟାସ ସମ୍ପର୍କର

4 mins
719



କାରର ଦ୍ରୁତ ଗତି ସହ ପ୍ରଜ୍ଞାର ଲୁହର ଗତି ବାରି ହଉଥିଲା ରାଜଧାନୀର ରାଜରାସ୍ତା ଉପରେ । ସତେ ଯେପରି ସହି ହଉନି କି କହି ହଉନି । କାରଣ ସାଙ୍ଗରେ ତାରକୁନିକୁନି ଦୁଇଟା ଛୁଆ, ଝିଅ (ଖୁସି )ପୁଅ (ରାହୁଲ ) । କିଛି ଭାବିବା ପରିସ୍ଥିତିରେ ନ ଥିଲା ସେ । ବହୁତ ଅଭିମାନ ଆଜି ତାର ଆକାଶ ଉପରେ । କେତେ ଯେ ଭଲ ପାଇ ନ ଥିଲା ସେ ଆକାଶକୁ, ଏକ ଅତୁଟ ବିଶ୍ୱାସର ସହ ହାତ ଧରି ଥିଲା ସେ ଆକାଶର ।  ଆକାଶ ଏବଂ ପ୍ରଜ୍ଞା ଦୁହେଁ ଏକା ସାଙ୍ଗରେ ମେଡିକାଲ ପଡୁଥିଲେ । ଡାକ୍ତରୀ ପରୀକ୍ଷାର ଉତୀର୍ଣ୍ଣ ହେଲା ପରେ ଉଭୟଙ୍କୁ ଭଲ ମେଡିକାଲରେ ଚାକିରୀ ମିଳିଗଲା । ଆକାଶ ପରିବାର ତରଫରୁ ପ୍ରଜ୍ଞା ଲାଗି ପ୍ରସ୍ତାବ ଟି ଆସିଥିଲା, ପ୍ରଜ୍ଞାର ପିତା ସୁଦର୍ଶନ ବାବୁଙ୍କ ପାଖକୁ । ଭଲ ଘର ଏବଂ ଭଲ ବର ଦେଖୀ ସୁଦର୍ଶନ ବାବୁ ଭି ହଁ ଭରି ଦେଇଥିଲେ । ବେଶ ହସ ଖୁସରେ ଜୀବନ ବିତୁ ଥିଲା ଉଭୟଙ୍କର ତା ଉପରେରାହୁଲର ଜନ୍ମ ଆହୁରି ଖୁସି ଏବଂ ନିବିଡତା ଆଣିଦେଇ ଥିଲା ଉଭୟ ପରିବାର ଭିତରେ ।  


ଭାବୁ ଭାବୁ ସବୁ ଗାଡି ଯେ ସୁଦର୍ଶନ ବାବୁଙ୍କ ଘରେ ପହଂଚି ଗଲାଣି ପ୍ରଜ୍ଞାକୁ ଜଣା ପଡି ନଥିଲା । ଝିଅ ଓ ନାତି, ନାତୁଣୀକୁ ଦେଖୀ ଖୁସିରେ ଅଧୀର ହୋଇ ପଡ଼ିଥିଲେ ସୁଦର୍ଶନ ବାବୁ । କିନ୍ତୁ ପ୍ରଜ୍ଞା ଆଖିର ଲୁହ କିଛି ଅଲଗା କହୁଥିଲା । ସୁଦର୍ଶନ ବାବୁ ବହୁତ ପଚାରିବା ସତ୍ୱେ କିଛି ନ ପଚାରିବାକୁ କି ନ କହିବାକୁ ଅନୁରୋଧ କରିଥିଲା ପ୍ରଜ୍ଞା ବାପାଙ୍କ ପାଖରେ ।  


ୟା ଭିତରେ ପ୍ରାୟ ପନ୍ଦର ଦିନ ବିତି ଗଲାଣି ଆକାଶର କୌଣସି ଫୋନ ନା ଖୋଜ ଖବର । ଶେଷରେ ସୁଦର୍ଶନ ବାବୁ ନିଜେ ସ୍ଥିର କଲେ ଆକାଶ ସହ କଥା ହବାକୁ । ଶଶୁରଙ୍କ ଫୋନ ଦେଖୀ ଆକାଶ ଉତ୍ତର ଦେଇ ଥିଲା ।

ସୁଦର୍ଶନ ବାବୁ ଆକାଶକୁ କହିଥିଲେ ବାପା ଆଜି ଦୀପାବଳି, ପିଲାମାନେ ତୁମ ବିନା କିପରି ପାଳନ କରିବେ ତୁମେ ସନ୍ଧ୍ୟା ସମୟରେ ଆଜି ଘରକୁ ଆସ । ନା କରିପାରିନଥିଲା ଆକାଶ ବୋଧେରାହୁଲକୁ ପ୍ରଜ୍ଞାକୁ ଦେଖିବାର ମନେ ମନେ ଭାରି ଇଚ୍ଛା ଥିଲା ତାହାର ।  

ପହଂଚି ଦେଖେ ସବୁ ଅନ୍ଧାର, ଦୀପାବଳିରେ ଦୀପ ଟିଏ ଭି ନାହିଁ ।  


ଆକାଶକୁ ଦେଖୁ ଦେଖୁରାହୁଲ ବାପା କହି ଜୋରେ ଦୌଡ଼ି ଆସି ବେକରେ ଓଳି ପଡି ଥିଲା । ପ୍ରଜ୍ଞା ସେଠୁ କିଛି ନ କହି ଚାଲି ଯାଇ ଥିଲା । ସବୁ ଦେଖୁଥାନ୍ତି ସୁଦର୍ଶନ ବାବୁ । ଆସି ଆକାଶକୁ ନେଇ ଅଗଣାରେ ବସିଥିଲେ ଏବଂ ପଚାରିଥିଲେ ଦୁହିଁଙ୍କ ଦୂରତାର କାରଣ ।  

ଆକାଶ କିଛି ସମୟ ଚୁପରହିବା ପରେ କହିଥିଲା । ବାପା ଅଶାନ୍ତିର ମୂଳ କାରଣ ଖୁସି, ଆମ ଝିଅ । ସୁଦର୍ଶନ ବାବୁ ଆଶ୍ଚର୍ଯ୍ୟ ହୋଇ ମଧ୍ୟ୍ୟ ଚୁପରହି ଥିଲେ ।  ବାପା ଆପଣଙ୍କ ମନେ ଥିବରାହୁଲ ଜନ୍ମ ହେଲାବେଳେ ପାଖ ବେଡ଼ରେ ଜଣେ ମହିଳା ଆଡମିଟ ଥିଲେ, ପରେ ସେ ଗୋଟେ ଝିଅ ଜନ୍ମ କରି ମୃତ୍ୟୁ ମୁଖl ହୋଇ ଥିଲେ, ପିଲାଟି ଅନାଥ ହୋଇ ଯିବାରୁ ହସ୍ପିଟାଲ କତୃପକ୍ଷ ତାକୁ ଅନାଥ ଆଶ୍ରମରେ ପଠାଇ ଦେବେ ବୋଲି କହି ଥିଲେ ହେଲେ ପ୍ରଜ୍ଞା ଜିଦୀ କରି ତାକୁ ଝିଅ କରି ଘରକୁ ନେଇ ଆସିଲା, ସେବେ ଠୁଁ ଆଜିତକ ସମାଜରେ ମୁଁ ଯେ କେତେ ଅପଦସ୍ତ ହେଉଛି କହି ହବିନି, କିଏ କହୁଛି ମୋର କୌଣସି ଖରାପ ସମ୍ବଦ୍ଧର ପରିଣାମ ତ ପ୍ରଜ୍ଞାର, କିଏ କହୁଛି ଆପଣଙ୍କର ତ ମୋ ବାପାଙ୍କର । ପ୍ରଜ୍ଞାକୁ ଯେତେ କହିଲେ ମଧ୍ୟ୍ୟ ସେ ତା ମାତୃତ୍ୱରେ ଅନ୍ଧ, କହୁଛି ଯେ ଯାହା କହୁ ସେ ମୋ ଝିଅ ଏବଂ ମୁଁ ବଞ୍ଚି ଥିବା ଯାଏ ସେକୁଆଡେ ଯିବନି ଏବଂ ଶେଷରେ ସେ ଦିନ ମୁଁ ଅତ୍ୟଧିକ ରାଗିବାରୁ କହିଲା "ମୁଁ ଗୋଟେ ମା,କଷ୍ଟ ତ ହବ, ଦରକାର ପଡିଲେ ମୁଁ ତା ଖୁସି ଲାଗି ତୁମକୁ ଛାଡି ପାରେ "ତୁମ ଦାଇତ୍ୱ ନବା ଲାଗି ବହୁତ ଲୋକ ଅଛନ୍ତି ହେଲେ ମୋ ଝିଅର କେହି ନାହାନ୍ତି । ଏ ସବୁ ଶୁଣି ମୁଁରାଗି ତାକୁ ଘରୁ ପଳାଇ ଯିବାକୁ କହିବାରୁ ଏହା କହି ସେ ଘୁରୁ ପଳାଇ ଆସିଲା ।  


ସବୁ ଶୁଣି ସୁଦର୍ଶନ ବାବୁ ଜୋରେ ହସିଲେ । ଆକାଶ ଆଶ୍ଚର୍ଯ୍ୟ ହୋଇ ପଚାଇଲା ବାପା ଆପଣ ହସୁଛନ୍ତି?? 

ସୁଦର୍ଶନ ବାବୁ - ହଁ ବାପା, କାରଣ ଦୋଷ ତାର ନାହିଁ ମୋର । ଆଛାକୁହ ତୁମକୁ ପ୍ରଜ୍ଞା ଏତେ ବର୍ଷ ଭିତରେ କେମିତି ଲାଗିଲା ।  ଆକାଶ - ସର୍ବଗୁଣl ସମ୍ପୂର୍ଣl ହେଲା ପ୍ରଜ୍ଞା, ଏକ ବହୁତ ଭଲ ଡାକ୍ତର, ଝିଅ, ବୋହୂ, ମା, ସ୍ତ୍ରୀ ଏବଂ ସବୁଠାରୁ ବଡ ଜଣେ ଭଲ ମଣିଷ ସେ ।  

ସୁଦର୍ଶନ ବାବୁ - ଆଛା ତ ଶୁଣ ଆଜିକୁ ପଚିଶ ବର୍ଷ ତଳେ ମୁଁ ପ୍ଲାଣ୍ଟରୁ ଫେରି ଗୋଟେ ଚା ଦୋକାନରେ ଚା ପିଉଥିଲି, ହଠାତ କିଛି ଶବ୍ଦ ପାଖ ଅଳିଆ ଗଦାରୁ ଶୁଣିଲି, ଦେଖିଲି ଗୋଟେକୁନି ଝିଅ ଟି ତା ଭିତରେ କିଛି ଖାଦ୍ୟ ଖୋଜୁଥିଲା, ଚିରା ଜମା, ଲମ୍ବା ବାଳ, ତା ଆଖି ଦେଖୀ ଜାଣି ହଉଥିଲା ବହୁତ ଦିନ ହେଲା ଭୋକିଲା ସେ । ଦୋକାନୀକୁ ପଚାରିବାରୁ ସେ କହିଲା ବାପା, ମା ଛେଉଣ୍ଡ ପିଲାଟା । ତାକୁ ଘରକୁ ନେଇ ଆସିଲି, ଝିଅ ପରିରଖିଲି, କେବେ ସେ ଏତେ ନିଜର ହୋଇଗଲା ମୁଁ ତା ପ୍ରେମରେ ସବୁ ଭୁଲିଗଲି, ବାପା ବୋଲି ଡାକ ଏତେ ନିଜର ଥିଲା କି ଜୀବନ ସାରା ଅବିବାହିତ ରହିଲି । ତା ରୂପରେ ଲଷ୍ମୀ ମା ମୋ ଭାଗ୍ୟକୁ ଆସିଥିଲେ, ସବୁ ବଦଳି ଗଲା ମୋର ଆର୍ଥିକ ସ୍ଥିତି ମଧ୍ୟ୍ୟ ବହୁତ ଉନ୍ନତି କଲା । ସେ ମୋତେ ସମାଜରେ ଏକ ନୂଆ ପରିଚୟ ଦେଲା, ତାରୂପ, ଗୁଣ ମୋତେ ଗର୍ବିତ କଲା । ଗୋଟେ ଭଲ ଝିଅ ଭାବରେ ସେ ଦୁହିତା ଦୁଇ କୂଳକୁ ହିତା ବୋଲି ପ୍ରଣାମ କଲା ।


ସୁଦର୍ଶନ ବାବୁ - ଠିକ ଭାବୁଛ ଆକାଶ ସେ ଆଉ କେହି ନୁହେଁ ପ୍ରଜ୍ଞା ତୁମ ସ୍ତ୍ରୀ । ତୁମ ସହ ଧର୍ମଣି, ଯାହାକୁ ନେଇ ତୁମେ, ତୁମ ପରିବାର ସବୁ ବେଳେ ଗର୍ବିତ ।  ଆକାଶ ପାଖରେ ଆଉ ଶବ୍ଦ ନ ଥିଲା, ପଶ୍ଚାତାପର ଲୁହ ବ୍ୟତୀତ, ଦୂରରେ ଛିଡା ହୋଇ ଖୁସି ଏବଂ ପ୍ରଜ୍ଞା ଆକାଶକୁ ଦେଖୀ କାନ୍ଦୁଥାନ୍ତି । ଆକାଶ ଖୁସିକୁ କୋଳକୁ ନେଇ ଯିବାରୁ, ଖୁସି ତା ଆଖିରେ ଥିବl ପ୍ରକୃତ ଖୁସିର ସହ ଆକାଶ ଆଖୀର ଲୁହ ପୋଛି ଦେଇ ଥିଲା ଆଉ କହିଥିଲା ବାପା ଚାଲ ଯିବା ଦୀପ ଜାଳିବା । ଆକାଶ ହାତ ଯୋଡି ପ୍ରଜ୍ଞାକୁ କହିଥିଲା ମୋତେ କ୍ଷମା କରିଦିଅ ପ୍ରଜ୍ଞା ତୁମେ ପ୍ରକୃତରେ ମା ହବାର ପ୍ରୟାସରେ ମା ଠାରୁ ମହାନ ହୋଇଗଲ କିନ୍ତୁ ମୁଁ ମୋ ବାପା ହବାର ପ୍ରୟାସରେ ହିଁ ହାରିଗଲି । ଚାଲ ପ୍ରଜ୍ଞା ଆମ ଉଭୟ ପୁଅ, ଝିଅ ଙ୍କୁ ନେଇ ଘରକୁ ଚାଲ । ଆଜି ସତରେ କେତେ ଖୁସି ଥିଲା ଖୁସିର ଆଖିରେ । ସେ ତାର ପୁରା ପରିବାର ପୁନର୍ବାର ପାଇ ଯାଇଥିଲା ।  

ସମସ୍ତେ ମିଶି ସୁଦର୍ଶନ ବାବୁଙ୍କ ସହ ଚଉଁରା ମୂଳେ ଦୀପାବଳିର ଦୀପ ଅର୍ପଣ କରିଥିଲେ ।  



Rate this content
Log in

Similar oriya story from Inspirational