STORYMIRROR

ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ପ୍ରତ୍ଯୁତ୍ତର

ପ୍ରତ୍ଯୁତ୍ତର

2 mins
552

ପୋଇରାଣୀ’ର ଵାହାଘର ‘ବାଜବାବୁ’ଙ୍କ ସହ ହେଇଗଲାରୁ ସେହି ଉତ୍କଣ୍ଠିତ ନଵଦମ୍ପତି

ମୁଖପୁସ୍ତିକାରେ ଗଦେ ଆଲୋକଚିତ୍ର ଛାଡ଼ିଦେଲେ । ତାଙ୍କ ଚିତ୍ର ତଳେ

ଵିଭିନ୍ନ ଜାତିର ପକ୍ଷୀ ମନ୍ତଵ୍ଯ ଦେଇଥିଲେ ଜଣେ ସମ୍ପର୍କୀୟ ଭାଇ ପେଚା ଶୁଭକାମନା ଲେଖି ମଙ୍ଗଳ ମନାସି ଥିଲା ।

ପୋଇର ଵିଦେଶିନୀ ମାମୁଁଝିଅ ପେଙ୍ଗୁଇନ୍ ଲେଖିଥିଲା “ବେଷ୍ଟ୍ ଜୋଡ଼ି ଏଭର୍” ।

ବାଜପକ୍ଷୀର ଦଦାପୁଅ କାଉ ସେ ଚିତ୍ରଗୁଡ଼ିକୁ ଡେଗେଇଦେଇ ଲେଖିଥିଲା

“ମାଇଁ ଭୈୟା ଆଣ୍ଡ୍ ଭାବୀ ବେଷ୍ଟ ୱିଶେସ୍ ୟୁ ଲଭଲି କପଲ୍”

ଏମିତି ଏମିତି ପାଞ୍ଚଶ ପନ୍ଦର ମନ୍ତଵ୍ଯ ଓ ଏକ ସହସ୍ରାଧିକ ପସନ୍ଦ ମିଳିଥିଲା ତାଙ୍କ ପୋଷ୍ଟଟିକୁ ।

ତେବେ ସେହି ପୋଷ୍ଟରେ କେଵଳ ଗୋଟିଏ ମନ୍ତଵ୍ଯ ତଳେ ଦେଢ଼ ଶହରୁ ଅଧିକ ପ୍ରତ୍ଯୁତ୍ତର ଆସିଥିଲା ।

ସେ ମନ୍ତଵ୍ଯଟା ପୋଇରାଣୀର ପ୍ରେମିକ

ଗଞ୍ଜା ଚୁଳେଶ୍ଵରଙ୍କର ଥିଲା ।

ରୁଷ୍ଟ ପ୍ରେମିକ ଚୁଳେଶ୍ଵର ବାବୁ ଲେଖିଥିଲେ

“ଆଲୋ ଛଇଳୀ କିମ୍ପା କଲୁ ଛଳନା,

ମନ ମୋ କରିନପାରିଲା ତାହା କଳନା ।

କି ଦୋଷ ଅନ୍ଯାୟ କରିଛି କହନ୍ତୁ ଟିକେ,

ତୋ ଵିନା ବଞ୍ଚିଛି ଲୋ ଦୁଃଖରେ କେତେ ।।”

ତା ମନ୍ତଵ୍ଯ ତଳେ ପୋଇରାଣୀ ପ୍ରତ୍ୟୁତ୍ତର ଦେଇଥିଲା—

“ଆହେ ଜଗର କିବା କରନ୍ତି

ପାଦେ ବେଡ଼ି ଯେ ମୋର,

ପିତା ଲୋଡୁ଼ଥିଲେ ଜଣେ ଆକାଶଵାହିନୀ ଯୋଦ୍ଧା,

ମାତା ଉଣ୍ଡୁଥିଲେ ରୂପ

ଦୌଲତେ ଜଗତଜିତା

ଭାଗ୍ଯକୁ ମିଳିଲେ ଏହି

ଵୀର ଫଣୀ ନାଶକ,

ଵିଵାହ ମୋର ହେଲା

ତେଣୁ ବୁଝୁଥିଵ ନାୟକ ।।”

ରୁଷ୍ଟ ପ୍ରେମିକ ଟିକିଏ ଦବିଗଲା ବେଳକୁ

ତାଙ୍କ ମନ୍ତଵ୍ୟ ତଳେ ଏଣେ ପ୍ରତ୍ଯୁତ୍ତର ରୂପକ ଗାଳୀ ଵର୍ଷା ହୋଇଗଲାଣି ।

କାଉ ଚିଲ ଶାଗୁଣା ଇଗଲ ଓ କଜଳପାତୀ ଆଦି

ବାଜବାବୁଙ୍କ ବନ୍ଧୁ-ଭାଇ

ତଥା ଶାରୀ,ଶୁକ,ଚେମେଣୀ,ଚଟେଇ,ଚକୋର,ବଣି ଇତ୍ୟାଦି ପୋଇରାଣୀଙ୍କ ସଖୀ-ଭଗ୍ନୀ ସଭିଏଁ ମିଶି

ଵିଚରା ଗଞ୍ଜା ଭାଇଟାକୁ ଗାଳୀ ଦେଇ ଦେଇ ନାକେଦମ୍ କରିଦେଲେ ।

ଘରଚଟିଆ ଭାଇ ଏକଥା ତା ସାଙ୍ଗ ବାଇଚଢେ଼ଇକୁ କହୁଥାଏ ।

ସବୁ ଶୁଣି ବାଇଚଢେ଼ଇ କହିଲା—

“ଜାଣିଛୁ ସାଙ୍ଗ ଯଦି ଗଞ୍ଜାଭାଇଟା

ପୋଇନନୀ ସହ ବାହା ହୋଇଯାଇଥାନ୍ତା ନା ଏଇ ଗାଳୀ ଦେଉଥିଵା ଲୋକେ ତା ବାହାଘର ଭୋଜୀ ଖାଇ,ମଦ ପିଇ ତା ରୋଷଣୀରେ ନାଚି ନାଚି ତାହାର ଏବେ କେତେ ଯେ ପ୍ରଶଂସା କରୁଥାନ୍ତେ ଆଉ ପୋଇନନୀର ଏଇ ସଖୀ ଭଗିନୀ ମାନେ ତା’ ରୂପଗୁଣର ଭଲମନ୍ଦକଥାମାନ କହି କହି ଗଞ୍ଜାଭାଇକୁ ଓ ପୋଇନନୀକୁ ବହେ ଚିଡ଼ଉଥାନ୍ତେ ଯେ ଛାଡ଼ ହୋ

“ବିଧି ବାମ ହେଲେ କି କରିପାରିଵ ଜନ !

କେଵଳ କରିଵ ଯଦି କରିଵ ପ୍ରଭୁ ଭଜନ !”



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract