ପ୍ରତିଶୋଧ
ପ୍ରତିଶୋଧ
ସେଦିନ ମନ୍ଦିରାର ରେପ ହୋଇଥିଲା । ତା ବେହୋଶ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେ଼ଇ ଅଟୋରିକ୍ସା ବାଲାଟେ ତାକୁ ଗଟର କଡ଼ରୁ ଉଠାଇ ଆଣିଥିଲା । ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁଥିଲି । ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲି । ଅଟୋରିକ୍ସା ତାଠୁଁ ପଇସା ମାଗି ନ ଥିଲା । ସତରେ ଆଜିକା ଦୁନିଆରେ ଏମିତି ବି ଦେବତୁଲ୍ୟ ମାନବ ଅଛନ୍ତି ବୋଲି ହୃଦୟଙ୍ଗମ ହେଉଥିଲା। ମୁଁ କ୍ଷିପ୍ର ବେଗରେ ଧାଇଁ ଏକ ନିଶ୍ଵାସରେ ତା'ପାଖରେ ପହଞ୍ଚିଲି। ତା' ହଳଦୀମଖା ପରି ଦେହକୁ ତନ୍ନ ତନ୍ନ କରି ଝୁଣି ଦିଆ ଯାଇଛି। ଫୁଙ୍ଗୁଳା କେଶ ପୁଳାକ ମୁହଁରେ ଏମିତି ଆସ୍ତରଣ ପଡିଥିଲା ଠିକ୍ ଯେମିତି ସେ ନିଜ ମୁହଁକୁ ଲୁଚାଇବାକୁ ଚାହୁଁଛି। ହେଇ ମନ୍ଦିରା ଉଠୁ ଉଠୁ କହିକି ମୁଁ ନମ୍ର ସ୍ଵରରେ ଡାକିଲି। ଯାହା ହେଲେ ବି ସେ ମୋର ବାନ୍ଧବୀ। ଏଇ କିଛି ବର୍ଷ ହେଲା ଆମେ ଦୁହେଁ ଘରଭଡା ନେଇ ଏଇ ଠାରେ ରହୁଛୁ।
ଲିଜା, ମୁଁ ଏଠିକି କେମିତି ଆସିଲି ? ଏତିକି କହିଲା ମୋତେ କୋହ ଆଉ ଡର ମିଶା ସ୍ଵରରେ। ଆଉ ପୁଣି ଥରେ ଚେତା ହରେଇ ବସିଲା। ଦୟା କରନ୍ତୁ ସାର୍ ମୁଁ ଏସବୁ କଥା ଏଫ୍.ଏ.ଆର୍ ରେ ଲେଖିବାକୁ ଚାହେଁ। ଏସବୁ କଥା କାକୁତି ମିନତି ହୋଇ ଲିଜା ପୋଲିସ୍ ଆଗରେ ନେହୁରା ହେଉଥାଏ। କିନ୍ତୁ ଏ ଲାଞ୍ଚଖୋର ସ୍ଵାର୍ଥପର ଦୁନିଆରେ କିଏ ବା ଶୁଣିବ ତା'ର ଗୁହାରୀ।
ଲିଜା ତା'ର ଘନିଷ୍ଠ ବାନ୍ଧବୀ ମନ୍ଦିରାକୁ ନେଇ ଏକ ରିକ୍ସା ଯୋଗେ ବଡ଼ ଡାକ୍ତରଖାନାରେ ପହଞ୍ଚିଲା। ହେଲେ ବିଧାତାର ଏ କି ଦଣ୍ଡ ! ସେଠାରେ ବି କେହି ଶୁଣିଲେନି ତା' କଥା। ସମସ୍ତେ କହିଲେ ଏଇଟା କୁଆଡେ ପୋଲିସ୍ କେସ୍। ଆରେ ଏ ଦୁନିଆରେ କଣ ମାନବିକତା ମାଟିରେ ମିଶି ଗଲାଣି? ଯଦି ମନ୍ଦିରା ଜାଗାରେ ଆଜି ତୁମ ଭଉଣୀ ଥାଆନ୍ତା ତାହେଲେ କଣ ଏମିତି କରିଥାଆନ୍ତ। କହିକି ଚିଲ୍ଲେଇଲା ଲିଜା। ତା'ର କଥା ଶୁଣି ଜଣେ ଦୁଇଜଣ ହାତ ବଢାଇଲେ ସାହାଯ୍ୟ ପାଇଁ। ଡାକ୍ତରୀ ମାଇନା କଲା ପରେ ଜଣାଗଲା ତାକୁ ଧର୍ଷଣ କରା ଯାଇଛି। କିଛି ଘଣ୍ଟା ପରେ ମନ୍ଦିରା ଚେତା ଆସିଲା। ଆଉ ସେ ବଖାଣିଲା ସେଇ ଲୋମଟାଙ୍କୁରା କାହାଣୀକୁ। ଆଉ ଏ ସବୁ ଶୁଣି ସ୍ତବ୍ଧ ହୋଇଗଲା ଲିଜା।
ସତରେ କଣ ଭଲ ପାଉଥିବା ମଣିଷଟେ ଏମିତି କରି ପାରେ। କେତେ ଥର ସେ ବାରଣ କରିଛି ମନ୍ଦିରାକୁ ଅଜିତ୍ ସହିତ ମିଶିବା ପାଇଁ। ଅଜିତ୍ ରାଉତ ଗୋଟେ ସମ୍ଭ୍ରାନ୍ତ ପରିବାର ପିଲା। ତା' ବାପା ଜଣେ ସ୍ଵନାମଧନ୍ୟ ନେତା। ସେଥିପାଇଁ ଅଜିତ୍ କାହାକୁ ଖାତିର୍ କରେନି। ତା'ର ଅନେକ ଝିଅଙ୍କ ସହିତ ସମ୍ପର୍କ। ଲିଜା ଅଜିତ୍ ବିଷୟରେ ବାହାରୁ ଶୁଣିଛି ଅନେକ ଥର। ଆଉ ମନ୍ଦିରାକୁ ବି କହିଛି,ହେଲେ ମନ୍ଦିରା ଏମିତି ପ୍ରେମ ପାଗଳି ବନି ଯାଇଥିଲା,ସେ ଲିଜା ସହିତ ଝଗଡା କରିବାକୁ ପଛେଇନି। ଲିଜା ସବୁବେଳେ ତାକୁ ବୁଝାଏ ଦେଖେ ବାପା ମା ଏତେ ବିଶ୍ଵାସରେ ଆମକୁ ପଠେଇଛନ୍ତି ପଢିବାକୁ ଆମେ ଆମ ପାଠରେ ଧ୍ୟାନ ଦେବାକୁ ପଡିବ। କିନ୍ତୁ ମନ୍ଦିରା ଏ ସବୁ ଶୁଣେନି ସବୁ ବେଳେ ଡେରି ରାତି ଯାଏଁ ଅଜିତ୍ ସହ ବୁଲେ। ଆଉ ଲିଜା ତା'ଆସିବା ବାଟକୁ ଅନେଇ ବସେ।
ଲିଜା ସତରେ ତୁ ସତ କଥା କହୁଥିଲୁ ଲୋ,ମୁଁ ପ୍ରେମ ଅନ୍ଧୁଣୀ ଏକ ଲମ୍ପଟ ପୁରୁଷର ପ୍ରେମରରେ ବାଇ ହୋଇ ଯାଇଥିଲି। ଅଜିତ୍ ମୋ ଜୀବନ ନଷ୍ଟ କରିଦେଲା। ମୁଁ କାହାକୁ ମୁହଁ ଦେଖେଇବା ଯୋଗ୍ୟ ରହିଲିନି। କହିଲା ମନ୍ଦିରା।
ତୁ ଭାଙ୍ଗି ପଡ଼ନା,ଏ ଦୁନିଆକୁ ତୋ ଭିତରର ଦୂର୍ବଳତା ଦେଖାନା। ଆରେ ଏ ସମାଜ ତ କଟା ଘା'ରେ ଚୁନ ଦେବାକୁ ଆଗଭର। ଅଜିତ୍ ବାପାଙ୍କ ଟଙ୍କା ଆଭିଜାତ୍ୟ ଯୋଗୁଁ ଆଜି ପୋଲିସ୍ ବି କେସ୍ ଫାଇଲ୍ କଲାନି। ତୁ ଏସବୁ କଥା ତୋ ମନ ଭିତରୁ କାଢି ନେ ଯେ ତୁ ଦୂର୍ବଳା,ଅବଳା ଆଉ ବେସାହାରା ବୋଲି। ମୁଣ୍ଡରେ ରଖି ଦେ ତୁ ପ୍ରତିଶୋଧ ନେବୁ। ତୁ ଆଇ ଏ ଏସ୍ ପାଇଁ ଚେଷ୍ଟା କର। ଆଉ ସେ ପଦବୀ କୁ ଆଧାର କରି ତୁ ପ୍ରତିଶୋଧ ନେ। ତଥାପି ଚାଲ୍ ଆଉଥରେ ପୋଲିସ୍ ପାଖକୁ ଯିବା । ଏତିକି କହି ଦୁହେଁ ପୋଲିସ୍ ପାଖକୁ ଗଲେ। ଆଉ ଏଫ୍ ଆଇ ଆର୍ ଦେଲେ। ହେଲେ ସେ ଏଫ୍ ଆଇ ଆର୍ ଫାଇଲ୍ ଭିତରେ ଅଣନିଶ୍ଵାସୀ ହୋଇ ପଡି ରହିଲା।
ଏ ଭିତରେ ପାଞ୍ଚ ବର୍ଷ ବିତି ଯାଇଛି। ମନ୍ଦିରା ବନି ଯାଇଛି କଲେକ୍ଟର୍ ମନ୍ଦିରା ରାୟ। ଦିନେ ହଠାତ୍ ସେ ଯାଇ ପହଞ୍ଚିଛି ସେଇ ପୋଲିସ୍ ଷ୍ଟେସନ୍ ରେ। ତା'କୁ ବହୁତ ସମ୍ମାନ ସହକାରେ ପାଛୋଟି ନିଆଗଲା ଭିତରକୁ। କିନ୍ତୁ ତା'ର କୌଣସି ଥିରେ ମନ ନଥିଲା,ସେ ମାଗିଲା ସେଇ ପୁରୁଣା ଫାଇଲ୍ କୁ ଆଉ କେସ୍ କୁ ରି ଓପନ୍ କଲା। ସମସ୍ତେ ତାଜୁବ୍ ହୋଇ ଦେଖୁଥାଆନ୍ତି। ସତରେ କଣ ଏମିତି ହୋଇପାରେ? ଯେଉଁ ସମାଜରେ ଲୋକ ଲଜ୍ଜ୍ୟା ଭୟରେ ଅନେକ ଝିଅ ଧର୍ଷଣ ଓ ଲାଞ୍ଛନାକୁ ସାମ୍ନା କରି ନ ପାରି ଆତ୍ମହତ୍ୟା କରୁଛନ୍ତି ସେହି ସମାଜରେ ବଢିଥିବା ଏଇ ଝିଅଟିର ଦୃଢ଼ମନା ସ୍ଵଭାବ ଏକ ଜ୍ଵଳନ୍ତ ଉଦାହରଣ ନାରୀ ପ୍ରଗତିର।
କିଛି ମାସ ଗଡି ଚାଲିଲା କିଛି ବର୍ଷ ବି ଗଲା। ଶେଷରେ ଧର୍ମର ଜୟ ହେଲା । ଅଜିତ୍ କୁ ଆଜୀବନ କାରାଦଣ୍ଡ ବିଧାନ କରାଗଲା।
ହ୍ୟାଲୋ ଲିଜା ସତରେ ସାଙ୍ଗ ତୁ ଆଜି ବହୁତ ମନେ ପଡୁଛୁ,ତୋର ସୁପ୍ରରୋଚନା ମୋତେ ଆଜି ନ୍ୟାୟ ଦେଇଛି। ଆଉ ମୁଁ ମୋ ପ୍ରତିଶୋଧ ନେଇଛି। ହେଲେ ତୁ ତୋ ପି ଏଚ୍ ଡି ସାରି ଜଲଦି ଆସେ ଆମେରିକାରୁ କହିକି ଖୁସିରେ ଗଦ୍ ଗଦ୍ ହେଉଥିଲା ମନ୍ଦିରା ଫୋନ୍ ରେ।
ବି.ଦ୍ର:ଏଇ ଗଳ୍ପାଂଶଟି ଗାଳ୍ପିକ ଅଜୟ ମହଲାଙ୍କ ଦ୍ଵାରା ଦିଆଯାଇଥିବା ଗଳ୍ପାଂଶଟି। ଆଶା ମୁଁ ଏ ଅଧୁରା କାହାଣୀକୁ ପୁରା କରି ପାରିଛି। ସତରେ ଆଜିକା ଦୁନିଆକୁ ଆଖିରେ ରଖି ଦିଆଯାଇଥିବା ଏକ ଗଳ୍ପାଂଶ।