ପ୍ରତିମାଶୂନ୍ଯ ଅଟେ ପ୍ରୀତିମନ୍ଦିର
ପ୍ରତିମାଶୂନ୍ଯ ଅଟେ ପ୍ରୀତିମନ୍ଦିର
ପ୍ରତି ଆରମ୍ଭର ଶେଷ ନଥାଏ, କି ପ୍ରତି ଶେଷର ଆରମ୍ଭ ନଥାଏ। କିଛି ସଂପର୍କ ଆରମ୍ଭ ହୋଇ ମଧ୍ୟ ଶେଷ ଯାଏଁ ପହଞ୍ଚି ନପାରି ଅଧୁରା ହୋଇ ରହିଯାଏ। କିଛି ସମ୍ପର୍କ ଅଧୁରା ହୋଇ ରହିଯାଏ ସତ, କିନ୍ତୁ ସ୍ନେହ ଓ ପ୍ରେମ ଦେଇ ଗଢିଥିବା ସେଇ ପ୍ରୀତିମନ୍ଦିରଟି ସବୁଦିନ ଲାଗି ପ୍ରତିମାଶୂନ୍ୟ ହୋଇରହିଯାଏ। ନା' ରହେ ମନ୍ଦିରେ ମୁଖଶାଳା ନା ପୂଜା ପାଏ ସେଠି ଦେବୀ ପ୍ରତିମା। ତଥାପି ମନ୍ଦିରଟି ତାର କାୟା ବିସ୍ତାର କରି ଦଣ୍ଡାୟମାନ ହୋଇ ରହିଥାଏ। ଆଉ ସେଇ ଅଧୁରା କାହାଣୀ କେତେ ଯେ ଯନ୍ତ୍ରଣାଦାୟକ, ତାହା ଅବର୍ଣ୍ଣନୀୟ। ତଥାପି ସେ ଯନ୍ତ୍ରଣାକୁ ଛାତିରେ ଚାପି ରଖି ବଞ୍ଚିବାକୁ ହୁଏ, ସେଇ ସାଥିର ସ୍ମୃତିରେ। ଠିକ୍ ସେଇପରି ପ୍ରୀତି ଆଜି ବଞ୍ଚି ରହିଛି ବିଶ୍ଵର ସ୍ମୃତିରେ। ପ୍ରତିଟି ଦିନ ତାକୁ ଏକ ଯୁଗ ପରି ମନେ ହୁଏ ସତ କିନ୍ତୁ ଦୁନିଆ ଆଗରେ ସେ ହସିବା କେବେ ଛାଡି ଦେଇନି। ପ୍ରୀତି ଜାଣିଛି ତା ଦୁଃଖକୁ ବୁଝିବା ପାଇଁ ତା' ଜୀବନକୁ ବିଶ୍ଵ ଆସିଥିଲା।ସେ ଆସିବାପରେ ପ୍ରୀତି ଭୁଲି ଯାଇଥିଲା ନିଜର ଅସୁନ୍ଦର ଚେହେରା ଏବଂ ଶାରିରୀକ ଅକ୍ଷମ ଝିଅଟିଏ ବୋଲି। କିନ୍ତୁ ବୁଝିବା ଲୋକଟି ହଠାତ୍ ଅବୁଝା ହୋଇ ଫେରିଗଲା ନିଜ ରାସ୍ତାରେ କେବଳ ନିଜର ମାଆ ର ଶପଥକୁ ରକ୍ଷା କରିବା ପାଇଁ। ଯେଉଁ ରାସ୍ତାରେ ପ୍ରୀତି ସହ ଥରୁଟିଏ ଦେଖା ହେବା ସମ୍ଭବ ନଥିଲା। ମା ଜୀବନ ର ଏମିତି ଏକ ମଣିଷ ଯାହାକୁ ପ୍ରୀତି ପ୍ରଣୟ ଓ ଦୁନିଆ ର ସବୁ କଥା ବାଣ୍ଟି ହୁଏ।ସବୁ ଭୁଲ ପରେ ମା ହିଁ ଜଣେ ବିନା ଦ୍ଵିଧା ରେ କ୍ଷମା କରେ। କିଏ ବା ନଜାଣେ ମା ର ଏଇ ବିଶେଷତ୍ୱ... କେତେ ସ୍ନେହ ପ୍ରୀତି ବାଣ୍ଟି ଚାଲିଥାଏ କିଛି ନପାଇବା ଆଶା ରଖି।
ଆଜି ର କାହାଣୀ ର ନାୟକ ବିଶ୍ଵ ଓ ନାୟିକା ପ୍ରୀତି। ବିଶ୍ଵ ହେଉଛି ଧନୀ ଘର ର ପୁଅ, ବାପା ଙ୍କ ବ୍ୟାଙ୍କ ବାଲାନ୍ସ ଟଙ୍କା ରେ ପ୍ରତିପୋଷିତ।କିନ୍ତୁ ପ୍ରୀତି ଜଣେ ଗରିବ କୃଷକ ଘର ର ଝିଅ।କିନ୍ତୁ କେବେ ବି ସେ ଟଙ୍କା ଓ ସ୍ନେହ ର ଅଭାବ ପରିଲକ୍ଷିତ କରିନି।ସବୁ ପରିସ୍ଥିତି ଓ ଉପସ୍ଥିତି କୁ ଦେଖିଲେ ପ୍ରୀତି ଓ ବିଶ୍ଵ ଭିତରେ ବହୁତ ଦୂରତ୍ବ। କିନ୍ତୁ ପ୍ରେମ ସମ୍ପର୍କ ଏତେ ନିବିଡ ଯେ ଯିଏ ନା ନାଇଁ ଦେଖି ଇର୍ଷା କରେ। କିନ୍ତୁ ହଟାତ ଏ କଣ ହୋଇଗଲା !ଏତେ ସୁନ୍ଦର କାହାଣୀ ରେ କଳା ବାଦଲ କୁଆଡୁ ଅଚାନକ ଆସିଗଲା।
ଆରେ !ସତରେ ମୁଁ କହିବାକୁ ଭୁଲିଯାଇଛି ତ ବିଶ୍ଵ ଓ ପ୍ରୀତିଙ୍କ ପ୍ରେମ ଫେସବୁକ ରୁ ହିଁ ଆରମ୍ଭ ହୋଇଥିଲା। ତେଣୁ କେବେ ମୁହାଁମୁହିଁ ଦେଖା ବି ହୋଇନଥିଲା।କିନ୍ତୁ ସ୍ନେହ ଓ ପ୍ରୀତି କମ ନଥିଲା।ସକାଳ ଓ ରାତି ବି ଇର୍ଷା କରେ ବିଶ୍ଵଓ ପ୍ରୀତିର ପ୍ରେମ ଦେଖି।କିନ୍ତୁ ସେ ପ୍ରେମ ର ବି ଇତି ଘଟି ଗଲା । ଯେବେ ବିଶ୍ଵକହିଥିଲା ତାର ମା କୁ କି ସେ ପ୍ରୀତି କୁ ଭଲପାଏ ବୋଲି ଓ ଜୀବନ ସାଥି ରୂପେ ଚାହେଁ ବୋଲି।ସେହି ବିଶ୍ଵ ଯିଏ ସୁଦୂର ସହର ରେ ରହି ପଢେ ବୋଲି ଦିନକୁ ଦୁଇ ଘଣ୍ଟା ମା ସହ କଥା ହୋଇ ଖୁସି ହୁଏ। ଛୁଟି କୁ ଚାହିଁ ରହିଥାଏ ଚାତକ ପରି।ଛୁଟି ହେବା ଆଉ ସେ ଘରକୁ ଯିବ।ତା ପସନ୍ଦ ର ଚକୁଳି ଖାଇବ ତା ମା ହାତରୁ। ସେ ଜାଣେକି ତା ପସନ୍ଦ ଘର ର ପସନ୍ଦ।ହେଲେ ପ୍ରୀତି ଯାହାକୁ ସେ ସବୁଠୁ ଅଧିକ ପସନ୍ଦ କରେ ତା ଘର ଓ ମା ଙ୍କ ର ନାପସନ୍ଦ ଆସିଯିବ ବୋଲି।ଯେବେ ବିଶ୍ଵ ତା ମା ଙ୍କୁ ପ୍ରୀତିକଥା କହିଲା ମା ଫୋଟୋ ମାଗିଲେ ପ୍ରୀତିର। ବିଶ୍ଵ ଦେଲା.. କିନ୍ତୁ ପ୍ରୀତି ପସନ୍ଦ ଆସିଲାନି ବିଶ୍ଵ ର ମା ଙ୍କର। ଓଲଟା ପ୍ରୀତିର ବାପାଙ୍କ ଟଙ୍କାର, ଯୋଗ୍ୟତାର ତାତ୍ସଲ୍ୟ କଲେ।ବିଶ୍ଵ ସିନା ପ୍ରୀତିକୁ ତାର ଚରିତ୍ର ଓ ହୃଦୟ କୁ ବୁଝିଥିଲେ ହେଲେ ମା ପାରିଲେନି। କେମିତି ବୁଝିଲେନି ଜଣେ ମହିୟସୀ ନାରୀ ଗୋଟେ ନାରୀ ର କଷ୍ଟ।ଓଲଟା ପ୍ରତିଜ୍ଞା ର ଗାର ଟାଣିଦେଲେ ବିଶ୍ଵ ଠାରେ କି ପ୍ରେମ ଓ ପରିବାର ରୁ ଗୋଟେ ପସନ୍ଦ କର କହି
ଟାଣି ଦେଲେ ବିଶ୍ଵ ଓ ପ୍ରୀତି ର ମଧ୍ୟ ରେ ଲକ୍ଷ୍ମଣ ରେଖା। କଣ କରିବ ବିଶ୍ଵ ଏବେ।। କାହାର ହେବ?? ମାଆ କୁ ବୁଝାଇବାକୁ ଶତ ଚେଷ୍ଟା କରି ମଧ୍ୟ ବିଫଳ ହେଲା ଯେବେ ତାକୁ ମାଆ କହିଲେ କି," ଆମେ ବାପାମାଆ କଣ ପୁଅ ଜନ୍ମ କରିଥିଲୁ ଏଇଆ ଶୁଣିବାକୁ, ଆମର ଭୂମିକା କିଛି ନାଇଁ ତୋ ପାଖେ। ଦୁଇ ମାସରେ ସେ ଝିଅ ଏତେ ଗୁରୁତ୍ବ ହୋଇଗଲା ତୋ ପାଇଁ।"
ଏ କଣ ସବୁ ହୋଇଗଲା ବିଶ୍ଵ ନିଜେ ବି ଜାଣିପାରିଲାନି।କେମିତି ବୁଝାଇବାକୁ ହେବ ପ୍ରୀତିକୁ... ଶେଷ ରେ କହିଲା ପ୍ରୀତି ତତେ ମୋତେ ଭୁଲିବାକୁ ହେବ.."ତୋ ପ୍ରେମ କୁ ସାଇତି ରଖିବି ସବୁଦିନ ଲାଗି କିନ୍ତୁ ତତେ ସାଇତି ପାରିବିନି।"ପ୍ରୀତି ହଠାତ ବିଶ୍ଵଠୁ ଏହା ଶୁଣି ଭାବି ପାରିଲାନି କଣ ହେଲା ତାକୁ ଜୀବନଠୁ ଭଲ ପାଉଥୁବା ମଣିଷ ର? କଣ ବିଶ୍ଵ ଆଉ କୋଉ ଭଲ ଝିଅ ପାଇଗଲେ କି??ନା ତା ବିଶ୍ଵ ସେମିତି ନୁହଁ... ତା ବିଶ୍ଵ ତ କୁହେ କି ତୁ କେତେ ସୁନ୍ଦର ମୋ ଆଖିରେ ନିଜକୁ ଦେଖ ଜାଣିପାରିବୁ।ହେଲେ ଆଜି କଣ ହେଲା ଏ ବିଶ୍ଵର ?କଣ ସତରେ ସେ ହାରିଗଲା ତା ପ୍ରେମ ରେ?ବହୁତ କଲ ଓ ମେସେଜ ପରେ,ବିଶ୍ଵ ମେସେଜ ରେ ସବୁ କଥା କହିଥିଲା ।ଘରେ ରାଜି ହଉନାହାନ୍ତି ଏବଂ ବିଶ୍ଵର ମାଆ କହିଥିବା ସମସ୍ତ କଥା କହିଲା। ବିଶ୍ଵ ଠୁ ଏହା ଶୁଣି ପ୍ରୀତିକୁ କଷ୍ଟ ହେଲା ସତ କିନ୍ତୁ ଖୁସି ହେଲା କି ବିଶ୍ଵ ସହ ଦୁଇ ମାସ ର ପ୍ରେମ ସମ୍ପର୍କ କୁ ନେଇ। ଆଉ ବିଶ୍ଵ ତାକୁ ହିଁ ଭଲ ପାଏ ବଦଳିନି ତା ବିଶ୍ଵ।ଯୋଉ ଘରକୁ ସେ ସୁନା ର ଘର ବନାଇବ ଭାବିଥିଲା ସେଠି ସିନା ତାକୁ ଜାଗା ମିଳୁନି କିନ୍ତୁ ତା ବିଶ୍ଵ ତାକୁ ଜୀବନ ସାଥି ରୂପେ ପାଇବାକୁ ଚାହେଁ ବୋଲି ଦୁଇ ମାସ କଥା ହୋଇ ଜଣାଇ ଦେଇଥିଲା ଘରେ। ହେଲେ ଭୁଲ କଣ ଥିଲା ପ୍ରୀତିର? ଗରିବ ହୋଇପାରନ୍ତି ସତ ପ୍ରୀତିର ବାପା କିନ୍ତୁ ଅଭାବ କିଛି ରଖିନାହାନ୍ତି ପ୍ରୀତିର। ଆଉ ନିଜକୁ କଣ ପ୍ରୀତି ନିଜେ ଅସୁନ୍ଦର କରିଥିଲା??ନା ତା ବାପାମାଆ ଅନୁରୋଧ କରିଥିଲେ ଭଗବାନ କୁ ତାଙ୍କୁ ଅସୁନ୍ଦର ଝିଅଟେ ଦେବାକୁ। ଶେଷ ରେ ପ୍ରୀତି ସବୁ ଆଡୁ ଭାବି ନିର୍ଣ୍ଣୟ କଲା ଦୁରେଇ ଯିବ ଆକାଶ ଠୁ।କାରଣ ତ ଏତିକି ବାହାଘର ପରେ ପ୍ରୀତି ବିଶ୍ଵ ର ମା ଙ୍କ ପ୍ରତିଟିକଥା କୁ ସମ୍ମାନ ଦେଇ ରଖିଥାନ୍ତା ତ ଏବେ କାହିଁ ରଖିବନି?କଣ ଟୋପେ ସିନ୍ଦୂର ଆଉ ଦୁଇଟା ଶଙ୍ଖା ତା ସ୍ବପ୍ନ ଓ ବିଶ୍ଵ ଠୁ ପାଇଥିବା ପ୍ରେମ ଠୁ ବଡ ହୋଇଯିବ!
ମା ର ପ୍ରତିଜ୍ଞା କୁ ବିଶ୍ଵ ଯଦି ପାଳି ନପାରିବ ତାହେଲେ ଦୋଷୀ ପ୍ରୀତି ହିଁ ହେବ।ଶେଷ ରେ ପ୍ରୀତି ଦୁରେଇ ଗଲା ବିଶ୍ଵ ଠୁ।ବହୁତ ଝୁରେ ବୁଝି ହୁଏ ବିଶ୍ଵ କେମିତି ଅଛି??ଶେଷ ରେ ବନ୍ଧୁତା ରଖିଲା ବିଶ୍ଵ ସହ।କେବଳ ବିଶ୍ଵ ର ଓଠରେ ହସ ଦେଖିବାକୁ। କିନ୍ତୁ ପ୍ରେମ କେବେ ଆଉ ବନ୍ଧୁତା ର ଭିତ୍ତିଭୂମି କୁ ସମ୍ଭାଳି ପାରେନା। ଦିନ ଏମିତି ଆସିଲା ବିଶ୍ଵ ଠୁ ପ୍ରୀତି ସବୁଦିନ ଲାଗି ଦୁରାଇ ଗଲା। କାରଣ ପ୍ରୀତି ଏଟା ବି ଜାଣିଥିଲା ବିଶ୍ଵର ବାପା ହୃଦଘାତ ରୋଗୀ। କଥା ଯଦି ବାପାଙ୍କ କାନକୁ ଆସେ, ତାହେଲେ କିଛି ବି ହୋଇପାରେ।ଆଉ ବିଶ୍ଵର ମାଆ ବି ଚାହୁଁନଥିଲେ ବିଶ୍ଵ ପ୍ରୀତି ସହ ମିଶୁ ବୋଲି।
ଏହା ହିଁ ଥିଲା ମା କୁ ନେଇ କାହାଣୀ। ସତରେ ବିଶ୍ଵ ର ମା ବହୁତ ଭଲ ଥିଲେ । ତାଙ୍କ ପୁଅ କୁ ସେ କଣ ଉପଯୁକ୍ତ ଜାଣିଥିଲେ।କିନ୍ତୁ ସେ ପ୍ରତିଜ୍ଞା ପ୍ରୀତିକୁ ତା ବିଶ୍ଵ କୁ ଅଧିକ ଭଲ ପାଇବା ଓ ସମ୍ମାନ ଦେବା ଶିଖାଇଥିଲା।କେତେ ଭଲ ଓ ସଚ୍ଚା ଏବଂ ସ୍ନେହୀ ଥିଲା ତା ବିଶ୍ଵ। ସବୁ କଷ୍ଟ ସହି ମା କୁ ଖୁସି ଦେବାକୁ ମୋଡ ବଦଳାଇ ଦେଲା ।ଇଛା ହୁଏ ପ୍ରୀତି ର ବିଶ୍ଵକୁ ଗାଲରେ ଲଗାଇ କହିବ ଏ ବିଶ୍ଵ ତୁମେ ଏତେ ଭଲ କାଇଁକି ହେଲ। ତୁମକୁ ଆଜି ବି ଭଲ ପାଏ ରେ ମୁଁ ଆଉ ପାଉଥିବି ବି ସାରା ଜୀବନ।କିନ୍ତୁ ପାରିବିନି ଆଉ ନିଜର ହୋଇ।କେବଳ ଗୋଟେ ପ୍ରତିଜ୍ଞା ପାଇଁ..ଆଉ ସେ ପ୍ରତିଜ୍ଞା ହେଲା "ମାତୃ ପ୍ରତିଜ୍ଞା "।