Mukundalal pradhan

Romance

4.7  

Mukundalal pradhan

Romance

ପ୍ରତୀକ୍ଷା

ପ୍ରତୀକ୍ଷା

5 mins
998


ଶ୍ରାବଣ ର ଆଗମନରେ ,ଯେମିତି ଏ ଭୁବନେଶ୍ୱର ସହରର ରୂପରେଖ ପରିବର୍ତ୍ତନ ହେଇ ଯାଏ । ପ୍ରଥମ ବର୍ଷା ଛିଟା ଆଉ ଏ ଭିଜା ଭିଜା ମାଟିର ବାସ୍ନା ମନରେ ଏକ ଅପୂର୍ବ ଉନ୍ମାଦନା ସୃଷ୍ଟି କରେ ।ଇଚ୍ଛା ହୁଏ ଯାଇ ଛୁଆ ବେଳେ ଯେମିତି ସ୍କୁଲ ଆସିଲା ବେଳେ ଭିଜୁ ଥିଲୁ ଆଉ ଥରେ ସେଇ ପିଲା ଦିନକୁ ଫେରି ଯାଆନ୍ତି ନି।ନା ଥିବ କିଛି ଆଶା ନା କିଛି ଚିନ୍ତା । ଏଇ କଣ ଭାବୁଚୁ ଚାଲ୍ ଯିବା ହଠାତ୍ ଚମକି ପଡ଼ିଲା ଶ୍ରାବଣୀ ।ପଛକୁ ଦେଖିଲା ବେଳକୁ ସ୍ମିତା ଠିଆ ହେଇଚି । ଆରେ କିଛି ନାହିଁ ତମେ ଚାଲ୍ ମୁଁ ଯାଉଚି,ଶ୍ରାବଣୀ କହିଲା । ସ୍ମିତା ଚାଲିଗଲା ପାଖ ଦୋକାନ କୁ ।ସ୍ମିତା ତାର ଗୋଟିଏ ବୋଲି ବାନ୍ଧବୀ ଯାହା ସହ ପ୍ରତି ରବିବାର ଘର ର ସବୁ ସପିଂ କରିବାକୁ ଆସେ କାରଣ ସପ୍ତାହ ଯାକ ବ୍ୟାଙ୍କ୍ ଚାକିରିରୁ ତାକୁ ସମୟ ଟିକେ ମିଳେ ନାହିଁ କିଛି କରିବାକୁ।ପରିବାର କହିଲେ ଚାରି ଜଣ ମାନେ ଘରେ ସ୍ବାମୀ ଜଣେ ପଦସ୍ଥ ଅଫସର ,ଆଉ ଶଶୁର ଜଣେ retired ଚାକିରିଆ, ଆଉ ଗୋଟିଏ ବୋଲି ପୁଅ ଯିଏ dav ରେ ପଢୁଛି।ଛୋଟ ପରିବାର ଶୁଖି ପରିବାର ଆଜି ର ନ୍ୟାୟ ରେ ଗୋଟେ ଶୁଖି ପରିବାର । ପୁଣି ରାସ୍ତା ଆଡକୁ ଅନାଇଲା ଶ୍ରାବଣୀ। ରାଜଧାନୀ ର ରାସ୍ତା ପୁରା ଫାଙ୍କା ବର୍ଷା ରେ ।ଲୋକ ମାନେ ଦୋକାନ,ଗଛ ତଳେ ସବୁ ଆଶ୍ରୟ ନେଇଛନ୍ତି। ଭୁବନେଶ୍ୱର ସହରରେ ଏଇ ଚିତ୍ର କିଛି ନୂଆ ନୁହଁ। ଏଇ ଦଶ ବର୍ଷ ରହିବା ଭିତରେ ସେ ରାଜଧାନୀ କୁ ଭଲ କି ଜାଣି ସାରିଲାଣି ।

ହଠାତ୍ ପାଖ ପାନ ଦୋକାନ ପାଖରେ ଚିହ୍ନା ଚେହେରା ଲାଗିଲା।ଅମିତ୍ ବୋଧେ ମନକୁ ପ୍ରଶ୍ନ କଲା ଶ୍ରାବଣୀ ।ନା ନା ଅମିତ୍ ହେଇ ନଥିବ ।ଅମିତ୍ ଏଠାକୁ କୁଆଡୁ ଆସିବ ସେ ତ ଆମେରିକା ରେ ।ସେଇ ଚେହେରା ,ସେଇ ଉଚ୍ଚତା ଖାଲି ଦାଢ଼ି ବହୁତ୍ ଲମ୍ବା ଅଛି ଆଉ ସିଗାରେଟ ଟାଣୁଛି ।ଅମିତ୍ ତ ସବୁବେଳେ କ୍ଲିନ୍ ସେଭ ଆଉ ସିଗାରେଟ କଣ ଗୁଆ ଟେ ପକେଇଲେ ତା ମୁଣ୍ଡ ବୁଲାଏ ।ଅମିତ୍ ହେଇ ନଥିବ ।ଏମିତି ମନରେ ହଜାରେ ଯୁକ୍ତି ମଧ୍ୟରେ କେତେବେଳେ ଶ୍ରାବଣୀ ଯାଇ ସେ ପିଲା ପାଖରେପହଂଚି ଯାଇଛି ସେ ନିଜେ ମଧ୍ୟ ଜାଣେନା ।ଆଜି ଯେମିତି ତା ପାଦ ତା ମନ କଥା ଶୁଣୁ ନି ।excuse me, ଶ୍ରାବଣୀ ଧୀର ସ୍ଵରରେ ପଛରୁ ଡାକିଲା ।yes , ଭଦ୍ର ବ୍ୟକ୍ତି ଜଣଙ୍କ ପଛକୁ ଅନାଇଲେ ।ଆରେ ଏ କଣ,ତା ଆଖିକୁ ବିଶ୍ବାସ କରି ପାରୁନି ଶ୍ରାବଣୀ ଏ ତ୍ ଅମିତ୍ ।କଲେଜ୍ ସମୟର ସବୁଠୁ handsome ପିଲା ର ଆଜି ଏ କି ରୂପ ଲମ୍ବା ଦାଢ଼ି ଚୂଳ ଅସଜଡା କଣ କଣ ଏମିତି ହଜାରେ ପ୍ରଶ୍ନ ଶ୍ରାବଣୀ ମନରେ ଚାଲିଛି । ଭାବନା ତାର ଭାଙ୍ଗି ଗଲା ଯେତେବଳେ ଅମିତ୍ ପ୍ରଶ୍ନ କଲା ଶ୍ରାବଣୀ ତମେ ଏଠି? ଓଃ hi , sorry mu ଟିକିଏ ଅନ୍ୟ ମନସ୍କ ହୋଇ ଯାଇ ଥିଲି ।କଣ କହୁଥିଲ ତମେ ପ୍ରଶ୍ନ କଲା ଶ୍ରାବଣୀ ?ଆରେ ମୁଁ କହିଲି ତମେ ଭୁବନେଶ୍ୱର ରେ କଣ କରୁଛ ?ଅମିତ୍ ପଚାରିଲା ।ଆରେ ମୋ ଶଶୁର ଘର ଏଇଠି ମୁଁ ଏଇଠି ବ୍ୟାଙ୍କରେ ଚାକିରି କରେ । ହେଲେ ତମେ ଏଠି କଣ କରୁଛ ?ମୁଁ ଏଠାକୁ last ଛ ମାସ ହେଲା ଆସିଚି ,ଅମିତ୍ କହିଲା ।ଗୋଟିଏ ବାକ୍ୟ ରେ ଉତ୍ତର ଦେଇ ଦେଲା ।ଶ୍ରାବଣୀ ଦେଖିକି ଆଶ୍ଚର୍ଯ୍ୟ ହେଉଛି ,ଇଏ ସେଇ ଅମିତ୍ ତ୍ ଯାହା ପାଟି କେବେବି ବନ୍ଦ ହୁଏନି,ତାକୁ ଜବରଦସ୍ତି ବନ୍ଦ କରିବାକୁ ପଡେ ।ଆଜି ପୁରା ଚୁପଚାପ୍।ସମସ୍ତଙ୍କୁ ସିଗାରେଟ ନ ପିଇ ବା ପାଇଁ ଉପଦେଶ ଦେଉ ଥିବା ପିଲା ଆଜି ନିଜେ ସିଗାରେଟ ଟାଣୁଛି । କେତେ କଥା କହିବାର ଅଛି ତାକୁ ନିଜ ବିଷୟରେ ତାକୁ ପଚାରିବାର ଅଛି ସେ କେମିତି ଅଛି ବାହା ହେଲାଣି କି ନାହିଁ କେତେ କଣ । କଲେଜ ସମୟରେ ଯାହା ସହ ସିଏ ସବୁକଥା କହିପାରେ ସେଇ ଅମିତ୍ ତା ପାଖରେ ଆଜି ଠିଆ ହେଇଛି କିନ୍ତୁ ସେ ତାକୁ କିଛି ପଚାରି ପାରୁନି ।ଆଜି ଏଇ ନିରବତା ତାକୁ ବହୁତ୍ କଷ୍ଟ ଦଉଛି ।


ଶ୍ରାବଣୀ ତୁ ଏଠି କଣ କରୁଛୁ ? ହଠାତ୍ ପଛରୁ କିଏ ପ୍ରଶ୍ନ କଲା ।ଶ୍ରାବଣୀ ପଛକୁ ଦେଖିଲା ବେଳକୁ ସ୍ମିତା ଠିଆ ହୋଇଛି ।ଚାଲ୍ ଯିବା ଆହୁରି ବହୁତ୍ ଜିନିଷ କିନିବାର ଅଛି ,ସ୍ମିତା କହିଲା । ଆଜି ପ୍ରଥମ time ସ୍ମିତା ର ସ୍ୱର ତାକୁ ବିରକ୍ତ ଲାଗୁ ଥିଲା ।ତାର ଇଚ୍ଛା ହଉ ଥିଲା ଏ ସମୟ ଏଇ ଠାରେ ସେମିତି ରହି ଯାନ୍ତା ଆଉ ସେ ମନଖୋଲି ଅମିତ୍ ସହ କଥା ହେଇ ପାରନ୍ତା କିଛି ସମୟ ଏକାନ୍ତ ରେ। ତାର ଏଇ ଅସହଜ ଅବସ୍ଥା କୁ ଅମିତ୍ ବୋଧେ ବୁଝି ପାରିଲା ।ଅମିତ୍ ହସି କି କହିଲା ଶ୍ରାବଣୀ ଏ ପୃଥିବୀ ଟା ବହୁତ୍ ଛୋଟ ,ସମୟ ମିଳିଲେ ପୁଣି ଦେଖା ହବ ।ଏଇଟା ମୋ visiting card, କହି ଶ୍ରାବଣୀ ହାତକୁ ବଢ଼େଇ ଦେଲା ।ଶ୍ରାବଣୀ ସେମିତି ତାର ଯିବା ବାଟକୁ ଅନେଇ ରହିଛି ଯେ ପର୍ଯ୍ୟନ୍ତ ଅମିତ୍ ର ମଟର ସାଇକଲ ଦୂର ଦିଗ୍ ବଳୟ ରେ ଉଭାନ ନ ହୋଇ ଯାଇଛି ।ଏ କିଏ ସେ ପିଲା? ପଚାରିଲା ସ୍ମିତା ଦୁଷ୍ଟାମୀ ରେ।ଶ୍ରାବଣୀ ଉତ୍ତର ଦେଇ ଥିଲା କେହି ନୁହଁ କେବଳ ଜଣେ ସାଙ୍ଗ ।ତୁ ଆଜି ସପିଙ୍ଗ କର୍ ମୋର ଆଜି ମନ ହଉନି ମୁଁ ଘରକୁ ଯାଉଛି ଶ୍ରାବଣୀ ସ୍ମିତା କୁ କହିଲା ।ସ୍ମିତା କହିଲା ହଉ ତୁ ଯା ମୋର ଆଉ କିଛି ଜିନିଷ କିଣିବାକୁ ଅଛି ,ମୁଁ ପଛକୁ ଆସିବି ।ଶ୍ରାବଣୀ ଚୁପଚାପ୍ ଯାଇ କାର ରେ ବସିଯାଇ। ଡ୍ରାଇଭର କୁ ଯିବାକୁ ଇଶାରା ଦେଲା ।ହଠାତ୍ ତା ନଜର ପଡ଼ିଲା ସେ visiting card ଉପରେ ।ଅମିତ୍ ରାଉତ୍ ,asst professor ,Niser ଭୁବନେଶ୍ୱର ।ଓହୋ ତାହେଲେ ଅମିତ୍ Niser ରେ ଚାକିରି କରିଛି,ଶ୍ରାବଣୀ ନିଜ ମନକୁ କହିଲା ।

ଶ୍ରାବଣୀ ଘରେ ପହଞ୍ଚିଲା ବେଳକୁ ପୁଅ ତା'ର ମ୍ୟୁଜିକ୍ କ୍ଲାସ୍ ଯାଇଛି ।ଶଶୁର କ୍ଲବ ଆଉ ସ୍ବାମୀ ତାଙ୍କ ସାଙ୍ଗମାନଙ୍କ ସହ ବାହାରକୁ ଯାଇଛନ୍ତି ।ସେହି ସମୟରେ ଘରର ଚାକରାଣୀ ର ପାଟି ଶୁଭିଲା ମା ସବୁ କାମ ସରି ଯାଇଛି ଆପଣ ଖାଇ ଦିଅନ୍ତୁ ।ଶ୍ରାବଣୀ ତାକୁ କହିଲା ତୁ ଏବେ ଯା ମୋତେ ଭୋକ୍ ନାହିଁ ଭୋକ ହେଲେ ମୁଁ ଖାଇଦେବି ।ଚାକରାଣୀ ଗଲା ପରେ ଘରେ ସେ ସମ୍ପୂର୍ଣ ଏକେଲା ।ସେ ଯାଇ ଷ୍ଟୋର ଘରୁ ତା କଲେଜ ବେଳର ଛୋଟ ବାକ୍ସ ଟା ଖୋଜି ବାହାର କଲା ।ଧୂଳି ବସି ଯାଇଛି ମୋଟା ରେ।କେମିତି ବା ନ ବସନ୍ତା ବାହାଘର ପରେ କେବେ ବି ଖୋଲିନି । ବାକ୍ସ କୁ ଖୋଲି ସେ ବାହାର କଲା ତାର କଲେଜ ସମୟର ସବୁଠୁ ଅନ୍ତରଙ୍ଗ ବାନ୍ଧବୀ ଯାହା ସହ ସେ ସବୁ ସେୟାର କରି ପାରେ ,ମାନେ ତା ଡାଏରୀ ।ବହୁତ୍ ଦିନରୁ ଆକୁ ଖୋଲିନି ଯେମିତି ରାଗି ଥିଲା ।ଡାଏରୀ ଧରି ଆରାମ ରେ ଚେୟାର ଉପରେ ବସି ଗଲା ,ଆଉ ଖୋଲିଲା ବେଳକୁ ସେଥିରୁ ଗଳି ପଡ଼ିଲା ଗୋଟେ ଶୁଖିଲା ଗୋଲାପ ଫୁଲ । ଜଉ ଟା କି ଅନ୍ୟ ମାନଙ୍କ ପାଇଁ ଗୋଟେ ଶୁଖିଲା ଫୁଲ ହେଇ ପାରେ ହେଲେ ତା ପାଇଁ ତା ଜୀବନର ଅଭୁଲା ଇତିହାସ ।

+୨ ସରି ଥାଏ । ଶ୍ରାବଣୀ +୩ ଆଡ଼ମିଶନ ପାଇ ଥାଏ ରେଭେନ୍ସା କଲେଜ କଟକ ରେ ।ଭଲ ପାଠ ପଢେ ବୋଲି ସେ ଅଞ୍ଚଳରେ ତା ନାମ ଅଛି ।ବାପା କଟକ ରେ ଛାଡି କି ଗଲା ବେଳକୁ କେଇ ପଦ କଥା କହି ଥିଲେ ।ଦେଖ ଶ୍ରାବଣୀ ମନ ଦେଇ ପଢ଼ିବୁ ।ତତେ ମୁଁ ବିଶ୍ଵାସରେ ଏଠି ଛାଡୁଚି।କିଛି ଏମିତି କରିବୁନି ଯଉଥି ପାଇଁ ମୋ ମୁଣ୍ଡ ନାଇଁ ଯାଏ ।ଯେମିତି ମୁଁ ତତେ ଏଠି ବି ସବୁଠୁ ଉପରେ ଦେଖେ ।ଶ୍ରାବଣୀ ଚୁପଚାପ୍ ସମ୍ମତି ଦେଇ ଥିଲା ।

କଲେଜ ଯାଇ ଥିଲା ସେ ।ନୂଆ ସହର ନୂଆ ପିଲା ।ସମସ୍ତେ ବହୁତ୍ ଭଲ ଲାଗିଲେ । ଶିକ୍ଷକ ମାନେ ଆହୁରି ଭଲ ଲାଗିଲେ କେବଳ ଗୋଟିଏ ପିଲାକୁ ଛାଡିକି ସେ ହେଲା ତା କ୍ଲାସ୍ ର ଲୋକାଲ ପିଲା ଅମିତ୍ ରାଉତ ।ଘୃଣା କରିବାର କାରଣ ବି ଥିଲା । ଦେଖିବାକୁ ସବୁଠୁ ସୁନ୍ଦର୍ କିନ୍ତୁ କାମ ସବୁ ଗୁଣ୍ଡା ଭଳି । ଅଧିକାଂଶ କ୍ଲାସ୍ ମିସ୍ ଯାଇ ବସି ଥିବ ସେ କଲେଜ ଗଛ ତଳେ +୨ ପୁଅ ଝିଅ ଙ୍କ ସହ ।ସମସ୍ତଙ୍କୁ କମ୍ମେଣ୍ଟ୍ । ବାତରମୀ ଛଡ଼ା ତାର ଯେମିତି କିଛି କାମ ନାହିଁ । ଏଥିରେ ସେ ଯେତିକି ରାଗି ନଥିଲା ରାଗି ଥିଲା ତାର ଇଁସଲ୍ଟ ପାଇଁ ଯାହା ଅମିତ୍ କରିଥିଲା ବସରେ ତା'ର । କ୍ରମଶଃ...........



Rate this content
Log in

More oriya story from Mukundalal pradhan

Similar oriya story from Romance