STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ପ୍ରତିଭା

ପ୍ରତିଭା

1 min
552

ବାଳିକା ବିଦ୍ୟାଳୟ ରେ ସାଧାରଣ ଶିକ୍ଷୟିତ୍ରୀ ଟିଏ ମୁଁ. ପ୍ରାର୍ଥନା କ୍ଲାସ ରେ କିଛି କହିବାର ସୁଯୋଗ ପାଇଛି. ପିଲାଙ୍କ ନୀତିବାଣୀ କୁ ନେଇ ତାରି ଉପରେ ପିଲାଙ୍କ ପାଇଁ କିଛି ମେସେଜ ଦେବାର ଇଛା ମୋର କେତେ ଫଳବତୀ ତା ତ ପିଲାଏ କହିବେ ହେଲେ ମୁଁ ପାଏ ଆତ୍ମ ସନ୍ତୋଷ. ଏଇ ଉଦାହରଣ ସ୍ୱରୂପ ପିଲାଏ କହିଲେ ପ୍ରତି ମଣିଷ ନିଜର ଭୁଲ ଦେଖି ନିଜକୁ ସୁଧାରିବା ଦରକାର, ତ ସେହି କଥାକୁ ଆଉ ଟିକେ ବୁଝେଇ କହିଥିଲି କି ତମେ ସବୁ କ୍ଲାସ ରେ ପାଟି କରିବା, ଵା ଖାତା ନଆଣିବା ତୁମ ମାନଙ୍କର ଭୁଲ ନା ନାହିଁ, ତେଣୁ ସେମିତି କରିବନି. ଯୁକ୍ତି କରି ନିଜ ଭୁଲକୁ ନଘୋଡ଼ାଇ ସଂଶୋଧନ କରିଦେଲେ ଜୀବନରେ ଭଲ ଝିଅ, ମା, ନାରୀ ତଥା ନେତ୍ରୀ ଜଣେ ହୋଇପାରିବ.        ନେତ୍ରୀ ଶବ୍ଦ ଟିକୁ କହିସାରି କହୁଥିଲି ସୁଷମା ସ୍ୱରାଜ ଙ୍କ ଜୀବନ ଦର୍ଶନ ରୁ କିଛି, ସାମାଜିକ, ଅର୍ଥନୈତିକ, ଦାର୍ଶନିକ, ତଥା ନାରୀ ଜୀବନର ସାର୍ଥକତା ର କଥା. ମନଭିତରେ ପ୍ରଶ୍ନ ପରେ ପ୍ରଶ୍ନ ଆଉ ଉତ୍ତର ଵି ଅନେକ. ବୈଦେଶିକ ମନ୍ତ୍ରୀ ହିସାବରେ ସତେକି ଚାହିଁଥିଲେ କାଶ୍ମୀର ପ୍ରସଙ୍ଗ ର ପଦକ୍ଷେପ ର ସଫଳତା ର କାହାଣୀ ଶୁଣି ଶେଷ ନିଶ୍ୱାସ ତ୍ୟାଗ କରିବା ପାଇଁ.   ପୁଣି ମନକୁ ଆସୁଥିଲା ସାମାଜିକ ମୂଲ୍ୟବୋଧର କଥା ଟିଏ, ସଧବା ସିନ୍ଦୁରନାଈ କର୍ତ୍ତବ୍ୟବୋଧ ର ଚରମ ପରାକାଷ୍ଠା ଦେଖାଇ ଚାଲିଗଲେ ଅସମୟରେ.        ମନକଥା ମନରେ ରଖି ପିଲାଙ୍କୁ କେବଳ ଜଣେ ଜଣେ ସୁଷମା ସ୍ୱରାଜ ହେଇଯାଅ କହି ଅଫିସ ରେ ଉତ୍ଥାନ ଖାତା ସାଇନ କରିବା ସହ ଗୁଣୁଗୁଣାଉଥିଲି ଯେ ମୁଁ ଵି ଜଣେ ସୁଷମା ସ୍ୱରାଜ ହେବି, ଶିକ୍ଷକ ଭାଇ ମୋ ମୁଁହକୁ ଚାହିଁ ହସୁଥିଲେ., ସିନା କିନ୍ତୁ ଅଶ୍ରୁ ସଂକ୍ରମିତ ହେଉଥିଲା ବେଳକୁ ବେଳ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational