Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Bijayananda Pattanaik

Classics

2  

Bijayananda Pattanaik

Classics

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

4 mins
380


ସ୍କୁଲରୁ ଫେରି ଦୁମ୍ ଦୁମ୍ ହେଇ ଘର ଭିତରକୁ ପଶିଗଲା ପୁତୁଲ୍। ମୁହଁଟାରୁ ରାଗିଲା ପରି ଜଣାପଡ଼ୁଛି। ବ୍ୟାଗଟା ଭୁସକରି ଡାଇନିଂ ଟେବୁଲ୍ ଉପରେ କଚାଡ଼ି ଦେଲା। ଦିଇଟା କାଚ ଗ୍ଲାସ୍ ଆଉ ଦିଇଟା ବାଉଲ୍ ଝଣଝାଣ୍ ହେଇ ତଳେ ପଡ଼ି ଚୁରମାର୍। ମୁହଁ ଫଣଫଣ, ଅଭିମାନଟା ସତେକି ରାଗ ସଙ୍ଗରେ ମିଶି ବିପ୍ଳବ ଆରମ୍ଭ କରି ଦେଇଛନ୍ତି। ଖଟ ଉପରେ ମୁହଁଟାକୁ ମାଡ଼ି କାନ୍ଦିବା ଆରମ୍ଭ କରିଦେଲା। ସୀମା ରୋଷେଇ ଘରୁ ଦଉଡ଼ି ଆସିଲା ଶବ୍ଦ ଶୁଣି। ଏପରି ଦୃଶ୍ୟ ଦେଖି ହତବମ୍ବ ହେଇଗଲା। ପୁତୁଲ୍ ର ଆଜି ଇଏ କି ଅବତାର? କାଳେବେଳେ ଅଭିମାନ କି ରାଗିବା ଦେଖା ଯାଇନଥିଲା। ଶାନ୍ତଶିଷ୍ଟ ପିଲାଟା,ଅଝଟ କରେନି କେଭେଁ। ଏଇଟା ଦିଅ ସେଇଟା ଦିଅ କହିବାଟା ତ ସ୍ବପ୍ନ। ପୁଣି ଆଜି କ'ଣ ହେଲା ତାର? କିଛି ଅନୁମାନ କରି ପାରିଲାନି ସୀମା।

   ବାହାରେ ଶରତଙ୍କ ଗାଡ଼ିର ହର୍ଣ୍ଣ ଶୁଭିଲା, ସୀମା ଯାଇଁ ଗେଟ୍ ଖୋଲିଦେଲା। ଶରତ କହିଲେ ପୁଅର ଡ୍ରେସ୍ ଆଣିବାକୁ ଯିବା ପରା? ବଜାର ବହୁତ ଭିଡ଼ ହେଇଛି ସନ୍ଧ୍ୟା ପୂର୍ବରୁ ଫେରିଆସିବା। ହଁ ବିରି,ଗୁଡ଼ ଆଉ ନଡ଼ିଆ ଆଣିଚି କିନ୍ତୁ ହଳଦୀ ପତ୍ର ମିଳିଲାନି। କହି ପଛ ସିଟ୍ ରୁ ବାହାର କରି ସୀମାକୁ ଦେଲେ। ସୀମା କହିଲା ପୁତୁଲ୍ ଆଜି ସ୍କୁଲରୁ ଆସି ବ୍ୟାଗ୍ ଫିଙ୍ଗି ମୁହଁ ମାଡ଼ି କାନ୍ଦୁଛି, ତା'ର କ'ଣ ହେଇଛି ମୁଁ ବୁଝି ପାରୁନି। ତମେ ଆସ ତାକୁ ବୁଝେଇବ। ଶରତ କହିଲେ ଚାଲିଲ ଦେଖିବା। ଶରତ ଯାଇ ଡାକିଲେ... ଆମ ସୁନା ପୁତୁଲ୍ ପାଇଁ ନୂଆ ଡ୍ରେସ୍ ଆଜି ଆସିବ। କାଲି ପୋରୁହାଁଷ୍ଟମୀ ରେ ବନ୍ଦାପନା ହବ ପିଠା ଖାଇବ ଆଉ ବୁଲିବାକୁ ଯିବ। କହି ତା ପାଖରେ ବସି ମୁଣ୍ଡକୁ ଆଉଁସି ଦେଲେ। ପୁତୁଲ୍ ରାଗିକି ବାପାଙ୍କ ହାତ ଛାଟିଦେଲା। ଆଉ କାନ୍ଦର ମାତ୍ରାଟା ବଢ଼ିଗଲା। ଶରତ ପୁଅକୁ କୋଳକୁ ଆଣିବା ପାଇଁ ଯେତେ ଚେଷ୍ଟା କଲେ କିନ୍ତୁ ପୁତୁଲ୍ ଛାଟିପିଟି ତଳକୁ ପଳେଇ ଯାଉଥାଏ। ଶରତ ପଚାରିଲେ କଣ ହେଇଚି କହିଲେ ସିନା ମୁଁ ଜାଣିବି। ପୁତୁଲ୍ ଧକେଇ ଧକେଇ କହିଲା ମୋ ସାଙ୍ଗମାନଙ୍କ ପାଇଁ ତାଙ୍କ ମାମୁଁ ମାନେ ନୂଆ ଡ୍ରେସ୍, ମିଠା ଆଣିକି ଆସିଛନ୍ତି। ମୋ ମାମୁଁ କାହିଁକି ଆସୁନି ଆଗ କହ? ଆରବର୍ଷ ମତେ କହିଲ ମାମୁଁର ଦେହ ଭଲ ନାହିଁ ଆସି ପାରିବନି। ଏଥର ବି କ'ଣ ଦେହ ଖରାପ ହେଇଚି? ମତେ ସବୁବେଳେ ମିଛ କହୁଛ। ମୁଁ କ'ଣ ପିଲା ହେଇଛି। ବୋଧ ରେ ପଢ଼ୁଚି ପରା। ସବୁ ଜାଣିଚି.. ତା ସାଙ୍ଗରେ ମାମା କଳି କରିଚି ତ ସେଇଥିପାଇଁ ସେ ଆସୁନି। ତାକୁ ମୁଁ କେବେ ଦେଖିନି, ଯଦି ମାମୁଁ କାଲି ନ ଆସିବ ମୁଁ ପୋରୁହାଁ ହେବିନି କି କିଛି ଖାଇବିନି। କହି ମୁହଁ ବୁଲେଇ ଶୋଇଲା।

   ଶରତ ସୀମାକୁ ଚାହିଁ ରହିଲେ। ସୀମା ଆଖିରେ ଆଖିଏ ଲୁହ। ପୁଅ ପାଖରୁ ଉଠିଯାଇ ଡ୍ରଇଂ ରୁମ୍ ସୋଫା ଉପରେ ବସି କାନ୍ଦିଲା। ଶରତ ଯାଇ ତା ପାଖରେ ବସି ତା ହାତକୁ ନିଜ ହାତରେ ଧରି ଆଉଁସି ଦେଲେ। ସୀମା ଶରତଙ୍କ ଛାତିରେ ମୁହଁ ରଖି ଆହୁରି କଇଁ କଇଁ ହୋଇ କାନ୍ଦିଲା। ଦୀର୍ଘ ସାତବର୍ଷ ର ଅତୀତକୁ ମନେ ପକାଇଲା..... ସୀମା। ଏକ ରକ୍ଷଣଶୀଳ ସମ୍ଭ୍ରାନ୍ତ ପରିବାରର ଝିଅ। ବାପାଙ୍କର ଧାନ ମିଲ୍,ଆଉ ପାଉଁରୁଟି ଫ୍ୟାକ୍ଟ୍ରି ଗାଆଁରେ। ପଇସାର ଅଭାବ ନାହିଁ। ବାପା,ବୋଉ ଓ ଭାଇଙ୍କ ଅତି ଗେହ୍ଲା ସେ   ଯେତେବେଳେ ଯାହା ଚାହେଁ ସାଙ୍ଗେ ସାଙ୍ଗେ ମିଳି ଯାଉଥିଲା ତାକୁ। ପାଖ ସହରକୁ ଯାଏ ପ୍ରତିଦିନ ସ୍କୁଟି ନେଇ କଲେଜକୁ। ଦିନେ ବର୍ଷାରେ ଘରକୁ ଫେରୁଥିବା ସମୟରେ ଚକା ସ୍ଲିପ୍ କରିଗଲା ଓ ସୀମା ତଳେ ଘୋଷାରି ହେଇ ପଡ଼ିଲା। ମୁହଁ ଦେହ ସବୁ ଖଣ୍ଡିଆ ଖାବରା ହୋଇ ରକ୍ତ ଝରୁଥାଏ। ସାହାଯ୍ୟ କରିବା ପାଇଁ କେହି ନଥାନ୍ତି ପାଖରେ। କିଛି ସମୟ ପରେ ପଛରୁ ଜଣେ ଯୁବକ ବାଇକରେ ଆସି ପହଁଚିଲେ। ସ୍କୁଟି କୁ ଉଠାଇ ରାସ୍ତା କଡ଼ରେ ରଖିଲେ ଓ ସୀମାର ବାପାଙ୍କୁ ଫୋନ୍ କରି ସବୁ କଥା କହିଲେ। ତାକୁ ନେଇ ଡ଼ାକ୍ତରଖାନା ଗଲେ। ପ୍ରାୟ ଅଧଘଣ୍ଟା ପରେ ବାପା ଓ ଭାଇ ଆସି ପହଂଚିଲେ ଡାକ୍ତରଖାନାରେ। ସୀମା ବାପାଙ୍କୁ କହିଲା ଏଇ ଲୋକ ମତେ ସାହାଯ୍ୟ କରିଛନ୍ତି। ବାପା ଖୁସିରେ ସେ ପିଲାକୁ ଧନ୍ୟବାଦ ଦେଇ ତା ପରିଚୟ ପଚାରିଲେ। ସଦ୍ୟ ବ୍ୟାଙ୍କରେ ଚାକିରୀ ପାଇଥିବା ଯୁବକ ଶରତ। ସୀମା ବାପାଙ୍କ ଗୁମାସ୍ତା ରାମ ବାବୁଙ୍କ ପୁଅ।

   ଭଲ ହେବା ପାଇଁ ସୀମାକୁ ମାସେ ଲାଗିଲା। ଏଇ ଭିତରେ ସୀମା ହୃଦୟରେ ଶରତ ପାଇଁ ଭଲପାଇବାର ବୀଜଟିଏ ଅଙ୍କୁରିତ ହୋଇ ଆତ୍ମୀୟତାର ଋପ ନେଇ ସାରିଲାଣି। ଶରତ ମଧ୍ୟ ସୀମାକୁ ଭଲପାଇବା ଆରମ୍ଭ କଲେ। ଦୁହିଁଙ୍କ ଭିତରେ ନିବିଡ଼ତା ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଶରତ ଦିନେ ସୀମା ଆଗରେ ବିବାହ ପ୍ରସ୍ତାବ ରଖିଲେ। ସୀମା ସେଦିନ ରାତିରେ ବାପାଙ୍କୁ ସାହାସର ସହ କହିଲା ଶରତଙ୍କୁ ବିବାହ କରିବ ବୋଲି। ବାପା କିନ୍ତୁ ରାଗରେ ଜଳିଗଲେ।" ମୋ ଚାକର ଘରେ ବନ୍ଧୁ ସମ୍ପର୍କ ବାନ୍ଧିବି? ମୋ ମାନ ସମ୍ମାନ, ପ୍ରତିଷ୍ଠା ସବୁ ନଷ୍ଟ ହେଇଯିବ। ଲୋକେ କ'ଣ କହିବେ? ଜୋଇଁ ନପାଇ ଚାକର ପୁଅ ସାଙ୍ଗରେ ଝିଅକୁ ବାହା ଦେଲା। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ହୋଇ ପାରିବନି। ତୁ ଯଦି ଚାହୁଁଛୁ ତାକୁ ବାହା ହେବାପାଇଁ ପଳା ଏ ଘରୁ ସବୁଦିନ ପାଇଁଁ। ଆଉ କେଭେଁ ଫେରିବୁ ନାହିଁ ଏ ଘରକୁ। ଯାଃ ପଳା ଏଠୁ। ବୋଉ ଓ ଭାଇଙ୍କର ସମ୍ପୁର୍ଣ୍ଣ ଇଚ୍ଛା ଥିଲେ ମଧ୍ୟ ବାପାଙ୍କ ଭୟରେ କିଛି କହିପାରୁ ନଥିଲେ ସେମାନେ। ତାପର ଦିନ ସୀମା ଓ ଶରତ ମନ୍ଦିରରେ ବିବାହ କରିଥିଲେ।

   ସୀମା ଆସି ସହରରେ ରହିଲା ଶରତଙ୍କ ସହ। ଦେଢ଼ ବର୍ଷ ପରେ ବାପାଙ୍କ ମୃତ୍ୟୁ ଖବର ପାଇଲା ଶଶୁରଙ୍କ ଠାରୁ। ବହୁତ କାନ୍ଦିଲା ସୀମା ବାପାଙ୍କୁ ହରେଇ। ବାପାଙ୍କ ଫଟୋ କୁ ଧରି କହିଲା ମତେ କ୍ଷମା କରିବ ବାପା ତମ ସମ୍ମାନ ରକ୍ଷା କରି ପାରିନି ମୁଁ। ପିତୃସତ୍ୟ ପରି ସେ ଆଉ ଯାଇନି ନିଜ ଘରକୁ....। ହଠାତ୍.... ସୀମା ଯାଇ ତା ପରୁଣା ଡାଇରୀ ଖୋଜିଲା। ଆଉ ଥାକ ଭିତରୁ ପାଇଗଲା। ସେଥିରୁ ଖୋଜି ଖୋଜି ଭାଇର ପୁରୁଣା ନମ୍ବରଟି ପାଇଲା। କିନ୍ତୁ ମନରେ ସନ୍ଦେହ ହେଲା ହୁଏତ ଏହି ନମ୍ବରଟି ଆଉ ନଥାଇପାରେ। ପୁତୁଲ୍ ଆସି ସେତେବେଳକୁ ବାପାମାଆଙ୍କ ମଝିରେ ବସିଥାଏ ଚୁପଚାପ୍। ନମ୍ବରଟି ଡାଏଲ୍ କରି ପୁତୁଲ୍ କୁ ଦେଇ କହିଲା, ନେ..ମାମୁଁ ସାଙ୍ଗରେ କଥାହ। ଆଉ ତାକୁ ଡାକିବୁ ଘରକୁ। ସ୍ପିକର୍ ଅନ୍ କରି ଦେଲା ସୀମା। ଯାହା ହେଉ ନମ୍ବରଟି ରିଙ୍ଗ୍ ହେଲା।

ସେପଟୁ ଶୁଭିଲା ହ୍ୟାଲୋ କିଏ

ମୁଁ ପୁତୁଲ୍ କହୁଚି ପରା

କୋଉ ପୁତୁଲ୍ କିରେ

କ'ଣ ଚିହ୍ନି ପାରୁନୁ ଯେ। ତୁତ ମତେ ଦେଖିବାକୁ କେବେ ଆସିନୁ। ମୁଁ ତତେ କେତେଏ..... ଖୋଜୁଚି। ମୋ ପେଇଁ ନୂଆ ଡ୍ରେସ୍ କାଲି ଆଣି ଆସିବୁତ?

ଆରେ ତୁ କିଏ କହିଲୁ ଆଗ

ମୁଁ ପରା ତୋ ଭନଜା ପୁତୁଲ୍। ତୋ ଭଉଣୀ ସୀମା ର ପୁଅ।

ସେପଟୁ କଇଁ କଇଁ ହୋଇ କାନ୍ଦିବା ଶୁଭିଲା।

ଏତେ ଦିନକେ ମତେ ମନେ ପକାଇଲୁ ଧନରେ? ଆଜିଯାଏଁ ମୋ ଗୋଡ଼ରେ ବେଡ଼ି ପଡ଼ିଥିଲା ଧନରେ। ତତେ ଦେଖିବାକୁ ସବୁବେଳେ ଇଛା ହୁଏ।

ମାମୁଁ ତୁ କାଲି ଆସିବୁଟି ? ନହେଲେ ମୁଁ ପୋରୁହାଁ ହେବିନି କି ବନ୍ଦାପନା ହେବିନି କହିଲି ତତେ। ହଁ

ଧନରେ କାଲି ନିଶ୍ଚେ ଯିବି ତତେ ପୋରୁହାଁ କରିବାକୁ। କ'ଣ ନେବି କହିଲୁ ତୋ ପାଇଁ

ନାଇଁ ମାମୁଁ ତୁ ଖାଲି ଆସେ।ଏଇଠୁ ଡ୍ରେସ୍ କିଣିବା। ସକାଳୁ ଆସିବୁ ହେଲା

ଆଉ କିଛି ଶୁଣିଲା ନାହିଁ ସେପଟୁ କେବଳ କାନ୍ଦ ବ୍ୟତୀତ। ତା ସହିତ ଆଉ ଜଣେ ନାରୀଙ୍କର କାନ୍ଦଣା ଶୁଭୁଥିଲା।

ବାବା ଦେଖିଲ ମାମୁଁ କାହିଁକି କାନ୍ଦୁଚି? ଆଉଜଣେ କିଏ କାନ୍ଦୁଚି

ସିଏ ତୋ ଆଇ ପରା


Rate this content
Log in

More oriya story from Bijayananda Pattanaik

Similar oriya story from Classics