ପ୍ରଥମ ସ୍ପର୍ଶ
ପ୍ରଥମ ସ୍ପର୍ଶ
ବେଳେ ବେଳେ ମଣିଷ ର ଅଧା ସ୍ବପ୍ନ କିମ୍ବା ଅଧାଗଢ଼ା କାର୍ଯ୍ୟ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହେବାକୁ ପଡ଼େ। କିଛି ମଣିଷ ନିଜର ବୁଦ୍ଧି ବିବେକ କୁ ସୁଅର୍ଥ ରେ ଲଗାଇ ପରିସ୍ଥିତି କୁ ସମ୍ଭାଳି ନେଇଥାଏ। ନହେଲେ ତା ପାଇଁ ଜୀବନ ଭଳି ମୁଲ୍ୟବାନ ବସ୍ତୁ କୁ ହରାଇ ବାକୁ ପଡେ।
ବିଶୋଇ ଭାଇନା ଜଣେ ନାମୀଦାମୀ ଶିଳ୍ପୀ ଟିଏ, ନିଜ ହାତରେ ଅନେକ କିଛି ମୂର୍ତ୍ତିକୁ ଜୀବନ୍ତ ରୂପେ ଗଢି ତୋଳିଛି। ଅନେକ ଦିନ ଧରି ବିଶୋଇ ଭାଇନା ନିଜ ମାଲିକଙ୍କ ପାଇଁ ପ୍ରତିମୂର୍ତ୍ତି ଟିଏ ଗଢିତୋଳିବା ଲାଗି ମନସ୍ଥ କରିଥିଲେ। ସବୁ ଦିନେ ରଙ୍ଗସାଳା କୁ ଯାଆନ୍ତି, ଅନେକ ସମୟ ଧରି ନିଜ ମନ ଭିତରେ ମାଲିକଙ୍କ ଶରୀର କୁ ତନ ତନ କରି ହିସାବ କରନ୍ତି। ମାଲିକଙ୍କ ଚେହେରା ର ଗଠନ ଶୈଳୀ ଏକଦମ ଭିନ୍ନ ପ୍ରକାରର। ପ୍ରତିମାକୁ ଠିକ୍ ଭାବରେ ନ କଲେ ଦଣ୍ଡ ମିଳିପାରେ। ମାଲିକ ଭାରି କ୍ରୋଧୀ।
ତାଙ୍କ କଥା ଓ କାମରେ କିଛି ଏପଟ ସେପଟ କଲେ ଦଣ୍ଡ ମିଳିବା ସୁନିଶ୍ଚିତ। ତେଣୁ ସମସ୍ତେ ମାଲିକଙ୍କୁ ଡରନ୍ତି। ସବୁଦିନ ପରି ବିଶୋଇ ଭାଇନା ରଙ୍ଗସାଳା କୁ ଆସନ୍ତି ପୁଣି କିଛି ସମୟ ପରେ ପଳାଇ ଯାଆନ୍ତି। ଜୀବନ କାଳ ଭିତରେ ଅନେକ ଦଣ୍ଡିତ ହୋଇଥିବା ମଣିଷ ମାନଙ୍କୁ ନିଜ ଆଖି ସମ୍ମୁଖ ରେ ଦେଖିଛିନ୍ତି। ମାଲିକ ର କ୍ରୋଧ ସମସ୍ତେ ଦେଖିଛନ୍ତି। ବିଶୋଇ ଭାଇନା ମାଲିକଙ୍କ ସବୁ କ୍ରୋଧର ପ୍ରତ୍ୟକ୍ଷ ସାକ୍ଷୀ। ଭାରି ଚିନ୍ତାରେ ଥାଏ ବିଶୋଇ ଭାଇ। କେମିତି ମାଲିକଙ୍କ ପ୍ରତିମାକୁ ସମ୍ପୁର୍ଣ୍ଣ କରିବି। ମାଲିକ ର ଅଧାକାମ କରୁଥିବା ମଣିଷ ମାନଙ୍କ ପ୍ରତି ଭାରି ଘୃଣା। ଏମିତି ଭାବୁ ଭାବୁ ଦୁଇ ମାସ ବିତିଯାଇଥାଏ। ବିଶୋଇ ଭାଇନା
କଷ୍ଟେମଷ୍ଟେ ପ୍ରତିମୂର୍ତ୍ତି ଟିକୁ ଗଢିବା ରେ ଲାଗି ଗଲେ। ପ୍ରତିମୂର୍ତ୍ତି ଟି ବିଶୋଇ ଭାଇନା ଦୁଇମାସ ଭିତରେ ଅନେକ ଅଂଶ ଗଢିବାରେ ସମର୍ଥ ହୋଇପାରିଲେ। ସବୁ ଅଂଶ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ମୁଖ ମଣ୍ଡଳ ଟା ସମ୍ପୁର୍ଣ୍ଣ ହୋଇନଥାଏ। ହଠାତ୍ ଦିନେ ମାଲିକଙ୍କ ମନ ହେଲା ପ୍ରତିମୂର୍ତ୍ତି ବିଷୟରେ ଜାଣିବା ପାଇଁ। ପ୍ରତିମାକୁ ଦେଖିବାକୁ ଆସିଗଲେ, ଦେଖିଲା ବେଳକୁ ପ୍ରତିମୂର୍ତ୍ତି ଟି ଅଧାଗଢ଼ା ହୋଇ ପଡିଛି। ପଚାରିଲେ ବିଶୋଇ କାରିଗର କାହିଁ? ଏ ସମୟରେ ବିଶୋଇ ଭାଇନା ଟିକିଏ ବାହାର ପଟେ କ'ଣ ଗୋଟାଏ ଖୋଜିବାରେ ବ୍ୟସ୍ତ ଥାଆନ୍ତି। ମାଲିକ ଙ୍କ ଡାକରା ଶୁଣି ଧାଇଁ ଆସିଲେ। ଆଜ୍ଞା ମୁଁ ଟିକିଏ ବାହାର ପଟେ ଖୋଦେଇ ପାଇଁ ଗୋଟେ ପଥର ଖୋଜୁଥିଲି। ଆଛା ବିଶୋଇ ପ୍ରତିମୂର୍ତ୍ତି କେବେ ସୁଦ୍ଧା ସରିବ? ମାଲିକଙ୍କ ପ୍ରଶ୍ନରେ ବିଶୋଇ
ଟିକିଏ ଅଟକି ଗଲେ। ଆଜ୍ଞା ମୁଁ ଚେଷ୍ଟା କରୁଛି ଯେତେ ଶୀଘ୍ର ସାରିବାକୁ। ଶୁଣ! ତମେ ମୋ କଥା ତ ଜାଣିଛ। ମୁଁ ଅସମ୍ପୂର୍ଣ୍ଣ କାମ ପସନ୍ଦ କରେ ନାହିଁ। ସମସ୍ତ କର୍ମଚାରୀ ମାନେ ଆସି ପହଁଚିଲେ । କହିଲେ ବିଶୋଇ ଭାଇ ମାଲିକ ତମକୁ କ'ଣ କହିଲେ? ମାଲିକ କହିଲେ ଯେତେ ଶୀଘ୍ର ପ୍ରତିମୂର୍ତ୍ତି ତିଆରି ହେବା ଦରକାର। ମୁଁ ତ ଚେଷ୍ଟା କରୁଛି ହେଲେ ମୁଖମଣ୍ଡଳ ଟା ସଠିକ ଭାବରେ ଆଣିପାରୁ ନାହିଁ। ଡର ଲାଗୁଛି। କ'ଣ କରିବି ମୁଁ କିଛି ବୁଝି ପାରୁନି। କେମିତି ସମ୍ପୁର୍ଣ୍ଣ ହେବ ଏ ପ୍ରତିମୂର୍ତ୍ତି? ଅନେକ ଥର ମୁଖ ମଣ୍ଡଳ ଗଢୁଛି ପୁଣି ଭାଙ୍ଗି ଦେଉଛି। ମାଲିକ ର ମୁଖମଣ୍ଡଳ ସଦୃଶ ହେଉ ନାହିଁ। ମୁଖମଣ୍ଡଳରେ ସମାନତା ନ ଆସିଲେ ମାଲିକ ମୋର ଯେ କ'ଣ କରିବେ ମୁଁ ଭାବି ପାରୁନି। କେମିତି ଏ ସମସ୍ୟା ରୁ ପାର ହେବି। ଭାଇ ମାନେ ମୋତେ କିଛି ଉପାୟ ଦେଖାଓ। ନହେଲେ ମାଲିକ ମୋ ସହିତ ଯେଉଁ ବ୍ୟବହାର କରିବେ ତାହା ତମେ ମାନେ ନିଜ ଆଖିରେ ଦେଖିବ। ଏସବୁ କଥା ସରିବା ପରେ ସମସ୍ତେ ଶୋଇଗଲେ। ଏହି ସମୟରେ କିଏ ଜାଣେ ଜଣେ କେହି ଆସି ସେ ପ୍ରତିମୂର୍ତ୍ତି କୁ ପୁର୍ଣ୍ଣ ରୂପ ଦେଇ ଚାଲି ଯାଇଥିଲେ। ତାପରଦିନ ସମସ୍ତେ ଆଶ୍ଚର୍ଯ୍ୟ! ଏ ସବୁ କିଏ କଲା? ଯାହାକି ବିଶୋଇ ଭାଇ ଆଜି ପର୍ଯ୍ୟନ୍ତ କରି ପାରୁନଥିଲେ। ହଠାତ୍ ଜଣେ ଭାଇ ଆସି କହିଲେ ମୁଁ ଏସବୁ ପ୍ରଥମ ସ୍ପର୍ଶ ଦେଲି ଯାହାକି ସଠିକ ମାଲିକଙ୍କ ପ୍ରତିମୂର୍ତ୍ତି ହେଲା। ଏସବୁ ମୁଁ ବହୁ ଦିନ ଧରି ଦେଖୁଥିଲି। ବିଶୋଇ ଭାଇ ଙ୍କ ପରିଶ୍ରମ କୁ ଅନୁସରଣ କରୁଥିଲି। ମୁଁ ଜାଣିଲି ଯେ ମାଲିକ ଜଣକ ଭାରି କ୍ରୁର ଓ କ୍ରୋଧୀ। ମୋ ବାପା ମୋତେ ଶିଖେଇ ଥିଲେ କି ଅସୁବିଧାରେ ଅନ୍ୟକୁ ସାହାଯ୍ୟ କରିବା , ତେଣୁ ମୁଁ ଭାବିଲି ଯେ ଏହା ହିଁ ଏକ ଉପଯୁକ୍ତ ସମୟ। ସେଥିପାଇଁ ମୁଁ ମୋ ଜ୍ଞାନ କୁ ଉପଯୋଗ କରି ମାଲିକ ର ପ୍ରତିମୂର୍ତ୍ତି କୁ ପ୍ରଥମ ସ୍ପର୍ଶ ଦେଲି ଓ ସଫଳତା ପାଇଲି। ବିଶୋଇ ଭାଇନା ବହୁତ ଖୁସି ହେଲେ।