Sachidananda Kar

Abstract

4.0  

Sachidananda Kar

Abstract

ପ୍ରଣବ ମହାପାତ୍ରର ପ୍ରବଚନ

ପ୍ରଣବ ମହାପାତ୍ରର ପ୍ରବଚନ

2 mins
523


          


           ଯିବାର ଥିଲା। ମୋହାଚ୍ଛନ୍ନ ହୋଇ ସାରିଥିଲା ମନ।ସବୁତକ ରୁଦ୍ଧ ଦ୍ବାରକୁ ଖୋଲିଦେଇ ମୁଁ ବାହାରିଲି।


            - " କୁଆଡ଼େ ବାହାରିଛୁ,ସାଙ୍ଗ ? " 


           ପଛକୁ ବୁଲି ଚାହିଁଲି।ପ୍ରଶ୍ନଟି ପଚାରି ଦେଇ ମୁର୍କି ମୁର୍କି ହସୁଥିଲା ମୋର ବନ୍ଧୁ ପ୍ରଣବ ମହାପାତ୍ର।


           ମନେମନେ ଟିକେ ବିରକ୍ତ ହେଲି ମୁଁ।ତଥାପି କହିଲି - " ସେଇ ଚାରି ଜଣ ମୋତେ ଏବେ ଖୁବ୍ ଡାକୁଛନ୍ତି।ସେମାନଙ୍କ ପାଖକୁ ବାହାରିଛି। "


            - " ଚାରି ଜଣ ! ହେଲେ କିଏ ସେମାନେ ? " ସେ ପଚାରିଲା।


            - " ନାମ,ଯଶ,ଖ୍ୟାତି ଓ ପ୍ରତିପତ୍ତି। " ହସିଦେଇ କହିଲି ମୁଁ।


            - " ଆରେ ସେମାନଙ୍କ ପାଖକୁ କାହିଁକି ଯିବୁ ! ଖୁବ୍ ମାରାତ୍ମକ ସେମାନେ - ମହୁଲି ନିଶା ପରି।ଥରେ ସେମାନଙ୍କ ପ୍ରଲୋଭନରେ ପଡିଗଲେ ଜୀବନସାରା ଆଉ ଛାଡି ପାରିବୁନି ସେମାନଙ୍କୁ।ସେମାନେ ବି ତୋତେ ଜାବୁଡ଼ି ଧରିଥିବେ। " ସେ ଖୁବ୍ ସିରିଅସ୍ ସ୍ବରରେ କହିଲା।


            ମନେମନେ ଖୁବ୍ ଭୟ ପାଇଗଲି।ସତରେ ମୁଁ ଜାଣେ ତ ସେମାନଙ୍କୁ ? - ନିଜକୁ ପ୍ରଶ୍ନ କଲି।


            ପ୍ରଣବ ମହାପାତ୍ର - ଜୀବନକୁ ମୋ ଠାରୁ ଅଧିକ ଚିହ୍ନିଥିବା ମଣିଷ।ପଣ୍ଡିତ ଓ ଶାସ୍ତ୍ରଜ୍ଞ।ତେଣୁ ମୋର କାହିଁକି ତାକୁ ଟିକେ ଶୁଣିବାକୁ ଇଚ୍ଛା ହେଲା।


            - " ଦେଖ୍ , ମୋର ମନକୁ ମୁଁ ସବୁବେଳେ ମୋର ନିଜର କରି ରଖେ।ଜାଣେ ପରାଧୀନ ମନ ସ୍ଥାଣୁ - ଗୋଟେ କ୍ରୀତଦାସ ପରି।ଉଚ୍ଚ ଚିନ୍ତା କରିପାରେ ନାହିଁ ସେ।ତେଣୁ ସେମାନଙ୍କ ଠାରୁ ନିଜକୁ ଦୂରେଇ ରଖିଛି। " ସେ କହିଲା।


             - " ବାସ୍ତବରେ ନିଜକୁ ବିକିଦେବା ଆଦୌ ଉଚିତ ନୁହେଁ।ସେମିତି ମଣିଷ ବନ୍ଧା ଗୋରୁ ସହିତ ସମାନ। " ମୁଁ କହିଲି।


             - " ହଁ,ସେଇଥିପାଇଁ ତ ମୁଁ ଦେଖିପାରୁଛି ସୂର୍ଯ୍ୟାସ୍ତର ରଙ୍ଗ,କୃଷ୍ଣ ମେଘର ରୂପ,ପ୍ରଥମ ବର୍ଷାର ସ୍ପର୍ଶରେ ଫୁଟି ହସୁଥିବା କଦମ୍ବ ଫୁଲ, ଉଆଁସ ରାତିର ନକ୍ଷତ୍ର ଖଚିତ ଆକାଶ, ସମୁଦ୍ରର ଉତ୍ତାଳ ତରଙ୍ଗ ଓ ଆହୁରି କେତେ କ'ଣ।ମନକୁ ପାଖରେ ରଖିଥିବାରୁ ଏ ସବୁକୁ ବି ଅନୁଭବ କରିପାରୁଛି ମୁଁ। " ସେ ପୁଣି କହିଲା।


             - " ଠିକ୍।ଛୋଟ ଛୋଟ ହେଲେ ମଧ୍ୟ ଜୀବନ ପାଇଁ ଏସବୁ ଅନୁଭବ ଖୁବ୍ ମହତ୍ତ୍ଵ ରଖେ।ଖୁସି ଆଣିଦିଏ। " ମୁଁ କହିଲି।


             - " ହଁ,ଏବେ ମନ ହେଲେ ବସି ରାମାୟଣ, ମହାଭାରତ ପଢିପାରୁଛି।ପଢିପାରୁଛି ଗୀତା, ଭାଗବତ।ଯଦି କେବେ ଇଚ୍ଛା ହେଉଛି ସୁରେନ୍ଦ୍ର, ଫକୀରମୋହନଙ୍କ ଗଳ୍ପ, ଉପନ୍ୟାସ ବି ପଢିପାରୁଛି ମୁଁ।ପୁତ୍ର କନ୍ୟାଙ୍କୁ ଯଥେଷ୍ଟ ସ୍ନେହ, ଶ୍ରଦ୍ଧା ଦେଇପାରୁଛି।ସମସ୍ତଙ୍କ ସହିତ ମିଶି ପାରୁଛି।ମନଖୋଲି ପ୍ରଶଂସା କରିପାରୁଛି।ନିରହଂକାର ଜୀବନ ବଞ୍ଚୁଛି। " ସେ କହିଲା।


            - " ବାସ୍ତବରେ ଏସବୁରୁ ବଞ୍ଚିତ ଜୀବନ ସେ କି ଜୀବନ !ତୁ ଖୁବ୍ ଭଲ କରିଛୁ,ସାଙ୍ଗ। " ମୁଁ କହିଲି।


            - " ହେଲେ ଏସବୁର ମୂଳ କଥା କ'ଣ ଜାଣୁ ? " ସେ ମୋତେ ପଚାରିଲା।


            - " କ'ଣ ? " ମୁଁ ଉତ୍କଣ୍ଠିତ ସ୍ବରରେ କହିଲି।


            - " ଯେଉଁମାନଙ୍କ ପାଖକୁ ଯିବା ପାଇଁ ବାହାରିଛୁ,ସେମାନଙ୍କ ପାଖକୁ କେବେ ମୁଁ ଯାଏ ନାହିଁ।ସବୁବେଳେ ସେମାନଙ୍କ ଠାରୁ ନିରାପଦ ଦୂରତ୍ବରେ ଥାଏ।ମୋର କିଛି ବନ୍ଧୁ ମୋତେ ଏଥିପାଇଁ ଥଟ୍ଟା କରନ୍ତି।ଭୀରୁ କହନ୍ତି।ହେଲେ ହୋଇଥିବି।ଯଶସ୍ବୀ ବା ସେଲିବ୍ରିଟି ହେବାର ସ୍ବପ୍ନ ନାହିଁ।ସେମିତି ଜୀବନ ଠାରୁ ଚାହିଁଛି ନିର୍ଜନତା।ବଞ୍ଚୁଛି ନିଜର ଜୀବନ। " ସେ ବୁଝାଇ କହିଲା।


            ଏବେ ମୋର ମନେ ହେଲା ଯେମିତି ମୁଁ ମୋର ବନ୍ଧୁ ପ୍ରଣବ ମହାପାତ୍ରର ପ୍ରବଚନ ଶୁଣୁଛି।


             କେମିତି ଜୀବନ ଚାହିଁବି ? ନିଜର ନା ସେମାନଙ୍କର ? ସେମାନଙ୍କ ପାଖକୁ ଯିବି ନା ଯିବି ନାହିଁ ? - ମନରେ ଦ୍ବନ୍ଦ୍ବ।ନିଜକୁ ମୁଁ ପଚାରୁଥିଲି ଏସବୁ ପ୍ରଶ୍ନ।ପାଦ ଆଉ ଆଗକୁ ପଡୁ ନ ଥିଲା।


             କଥାଶେଷରେ ପ୍ରଣବ ମହାପାତ୍ର ତା' ବାଟରେ ଚାଲିଗଲା।


            ପ୍ରଲୋଭନ ! ନା,ଦରକାର ନାହିଁ।ନିଜକୁ ନିଜର ଜୀବନ ଠାରୁ ପୃଥକ କରିଦେବା ଉଚିତ ନୁହେଁ। - ଏମିତି ଭାବି ମୁଁ ଫେରି ଆସିଲି।


           ବାଟସାରା ଯାହାକୁ ଘୋଷି ହେଉଥିଲି,ତାହା ଆଉ କିଛି ନୁହେଁ ।କେବଳ - " ପ୍ରଣବ ମହାପାତ୍ରର ପ୍ରବଚନ "।


Rate this content
Log in

Similar oriya story from Abstract