Sukanti Hotta

Inspirational

3  

Sukanti Hotta

Inspirational

ପ୍ରକୃତ ଡର

ପ୍ରକୃତ ଡର

5 mins
690



ମୁନା ସ୍କୁଲରୁ ଦୌଡ଼ିଦୌଡି ଆସି ଜେଜେମାଆକୁ ଜାବୁଡି ଧରି କହିଲା ମାଆ ଭୂତପ୍ରେତ ମାନେ କଣ ଡାହାଣୀ ମାନେ କଣ? ଏମାନେ ମଣିଷର କ୍ଷତି କରନ୍ତି? ଏମାନଙ୍କୁ ଦେଖିଲେ ମଣିଷ କଣ ମରିଯାଆନ୍ତି ? ରକ୍ତବାନ୍ତି କରନ୍ତି ? ଏମାନେ କଣ ଧଳା ଲୁଗା ପିନ୍ଧନ୍ତି ?


ସତୁରି ବର୍ଷର ଶ୍ୟାମାଦେଇ ପାକୁଆ ପାଟିରୁ ପାନଛେପ ପକାଇ ନାତିକୁ କୋଳେଇ ଦେଇ କହିଲା ଏ ବାଜେ କଥା ଗୁଡାକ କେଉଁଠୁ ଶୁଣିଲୁ ଯା ଗୋଡ଼ହାତ ଧୋଇ ଟିକେ ଖାଇଦେ ତା ପରେ ତୋତେ ସବୁ ବୁଝେଇ କହିବି। ତୁ ପାଠ ପଢିବାକୁ ଯାଇଥିଲୁ ନା ଏ ବାଜେ ଗପ କରିବାକୁ ଯାଇଥିଲୁ ? ସପ୍ତମ କ୍ଲାସ ପଢିଲୁଣି ପାଠ ସବୁ କଷ୍ଟ ହେଲାଣି ମନ ଦେଇ ନପଢିଲେ ବଡ ମଣିଷ ଭଲ ପିଲା କେମିତି ହେବୁ ?


ମୁନାର ଗୋଟିଏ ଜିଦ ପ୍ରଥମେ ମୋତେ କୁହ ମୁଁ ସ୍କୁଲରେ ଟିଫିନ ଖାଇଛି ମୋତେ ଭୋକ ନାହିଁ ।ମୁଁ ଗାଧୁଆ ଘରକୁ ଯିବିନାହିଁ ।ଗାଧୁଆଘରେ ଭୂତ ରହୁଛି କହି ଜେଜେମାକୁ ଭିଡିଦେଲା । ଜେଜେମା ନାତିକୁ ପାଖରେ ବସାଇ କହିଲେ ତୋତେ କିଏ କହିଲା ଭୂତ ଅଛି ବୋଲି ? ଭୂତ ପ୍ରେତ କିଛି ନାହିଁ ଖାଲି ମନର ଭ୍ରମ...... ମୁନା କହିଲା ରିକୁ, ଚିକୁ, ମିକୁ, ମିଲି ଆଉ ଦାମ କହିଲେ ଅନ୍ଧାର ରାତିରେ ଭୂତ ବୁଲୁଛି ବହୁତ ଭୟଙ୍କର ଚେହେରା ଧଳା ଲୁଗା ପିନ୍ଧି ଥାଏ ଦର୍ପଣରେ ଦେଖାଦିଏ ।ତାକୁ ଦେଖିଲେ ରକ୍ତବାନ୍ତି ହୁଏ ।ସେମାନେ ମଣିଷ ରକ୍ତ ପିଅନ୍ତି ।ଅନ୍ଧାର ଘରେ ରୁହନ୍ତି, ଟନଟନ ଝମଝମ ଆବାଜ କରନ୍ତି ।


ଜେଜେମା ପାକୁଆ ପାଟିରେ ଚେନାଏ ହସି କହିଲା ତୋର ସାଙ୍ଗମାନେ ଭୂତ ଦେଖିଛନ୍ତି କି? ମୁନା କହିଲା ନା ମାଆ ସେମାନେ ଦେଖିନାହାନ୍ତି, ତାଙ୍କ ଜେଜେମା ଆଈ ଠୁଁ କାହାଣୀ ଶୁଣିଛନ୍ତି । ତମେ ମୋତେ କେବେବି ଭୂତ ଗପ କହିନ ମୁଁ ଭୂତ କଥା ଜାଣିନଥିଲି । ମୋତେ ମୋର ସାଙ୍ଗ ମାନେ ଭୂତ ପ୍ରେତ ଡାହାଣୀ କଥା କହି ଡରେଇ ଦେଇଛନ୍ତି ମୋତେ ବହୁତ ଡର ଲାଗୁଛି.....


ମମିଡାଡି ତ ଅଫିସ ଯାଇଛନ୍ତି ତମେ ତ ଘରର ସମସ୍ତଙ୍କ ଠୁଁ ବଡ ତମକୁ ସବୁ ଜଣା ବୋଲି ମୁଁ ପଚାରିଲି, ତାଙ୍କ ଜେଜେମାଆ ଆଈ ଙ୍କୁ ସବୁ ଜଣା ତମକୁ ବି ଜଣା ଥିବ ମୋତେ କୁହ ।


ଜେଜେମାଆ ଶ୍ୟାମାଦେଇ ମୁନାର ପିଠିକୁ ଆଉଁସି ଦେଇ କହିଲା ତୁ ପରା ଆମର ବୀର ଓଡ଼ିଆ ।ତୁ ଭୀରୁ ନା କାପୁରୁଷ । ସାତ ସମୁଦ୍ର ତେର ନଇଁ ଡେଇଁ ଆମ ସାଧବ ମାନେ ବାଣିଜ୍ୟ ବେପାର କରୁଥିଲେ ।ଜାଭା ସୁମିତ୍ରା ଦୀପକୁ ଯାଉଥିଲେ ।


ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରକୁ ଗଲାଣି ଘର କରି ରହିବା ପାଇଁ ।ମଙ୍ଗଳ ଗ୍ରହକୁ ଗଲାଣି ।ବିଭିନ୍ନ ଯନ୍ତ୍ରପାତି କମ୍ପୁଟର ବାହାର କଲାଣି । ମୋବାଇଲରେ ଦେଶ ବିଦେଶର ଖବର ଜାଣିଲାଣି ।ତୁ ଯେମିତି ମୋବାଇଲରେ ପାଠ ପଢୁଛୁ, ଆଉ ତୋର ଦିଦି ସହ କଥା ହେଉଛୁ ଦେଖୁଛୁ ।ଆମ ଯୁଗ ତମ ଯୁଗ ଭିତରେ ବହୁତ ପାର୍ଥକ୍ୟ ଅଛି, ଆମେ ଟେଲିଭିଜନ କଣ ଜାଣି ନଥିଲୁ ମୋବାଇଲ କଣ ଜାଣିନଥିଲୁ ।ଅନ୍ଧାରରେ ରହିଥିଲୁ ପାଠ କଣ ଜାଣିନଥିଲୁ ।ତମେମାନେ ପରା ଶିକ୍ଷିତ ।

ଆମେ ଝିଅ ମାନେ ବାହାରକୁ ଯାଉ ନଥିଲୁ ଓଢଣା ଦେଇ ରହୁ ଥିଲୁ ପାଠ ପଢୁ ନଥିଲୁ ।ମୁରୁଖ ଥିଲୁ, ଆମକୁ ଯିଏ ଯାହା କହିଲେ ବିଶ୍ୱାସ କରୁଥିଲୁ ।ତୋର ମମି ପରା ଚାକିରୀକୁ ଯାଉଛି ।ତୁ ଏତେ ଜାଣିବାର ହୋଇ ଭୂତକୁ ଡରୁଛୁ? ତୋତେ ଲାଜ ସରମ ନାହିଁ?


ଭୂତ ପ୍ରେତ ଡାହାଣୀ ଖାଲି ମନର ଭ୍ରାନ୍ତ ଧାରଣା..... ଶାରୀରିକ ମାନସିକ ସ୍ତରରେ ଦୁର୍ବଳ ରୋଗାଗ୍ରସ୍ତ ମଣିଷହିଁ ଅନ୍ଧାର ଆଲୋକରେ, ନିଦ୍ରିତ ସୁପ୍ତରେ, ସ୍ବପ୍ନରେ କିମ୍ବା ବାସ୍ତବରେ ନିଜର ଭାବନାର ସତ୍ତାକୁ ଅନୁଭବ କରି କେତେବେଳେ ଆନନ୍ଦିତ ହୁଏ ପୁଣି କେତେବେଳେ ଭୀତଗ୍ରସ୍ତ ହୋଇ ଚିତ୍କାର କରି ନାମିତ କରିଦିଏ ଭୂତ ପ୍ରେତ ଡାହାଣୀ ବୋଲି ତୁ ଯେମିତି ଗାଡିର ଶବ୍ଦ ଶୁଣିଲେ ବାହାରକୁ ଦେଖୁଛୁ ଭାବୁଛୁ ତୋର ମମିଡାଡି ଆସିଗଲେ ବୋଲି ।ତୁ ଭଲରେ ଜାଣିଛୁ ତୋର ମମିଡାଡି ପାଞ୍ଚଟାରେ ପହଞ୍ଚନ୍ତି କିନ୍ତୁ ତୁ ମାନସିକ ସ୍ତରରେ ଦୁର୍ବଳ ହୋଇ ଯାଇ ଭାବୁଛୁ ଆସିଗଲେ ବୋଲି । ତୁ ବେଳେବେଳେ ସ୍ବପ୍ନ ଦେଖୁଛୁ ମୋ ସହ ଖେଳୁଛୁ ମୁଁ ଖୋଇଦେଉଛି ତୋର ସାଙ୍ଗ ସହ ଝଗଡା କରି ଚିଲାଉଛୁ ଏସବୁ କଣ କହିଲୁ? ବେଳେବେଳେ ଭାବୁଛୁ ତୋର ବାବା ତୋର ପାଇଁ ଉପହାର ଆଣିଛନ୍ତି ବୋଲି ଏସବୁ ମାନସ ପଟରେ ରହିଯାଇ ଯେମିତି ସ୍ବପ୍ନ ରୂପରେ ଦେଖାଦଉଛି ଠିକ ସେହିପରି ଭୂତ ପ୍ରେତ ଡର ଜିନିଷ ଆମ ମାନସ ପଟରେ ରହିଯାଇ ଆମକୁ ବିଭ୍ରାନ୍ତ କରାଇ ଦେଉଛି ।ଆମେ ଯେମିତି ଛବି ମନରେ ଭାବୁଛୁ ଆମକୁ ସେମିତି ଦେଖା ଦେଉଛି ।ଏସବୁ ଖାଲି ଭ୍ରାନ୍ତ ଧାରଣା ।


ପ୍ରଥମେ ଘରଦ୍ୱାର, କଳକାରଖାନା ଜନବସତି ଏତେ ନଥିଲା ଚାରିଆଡେ ଜଙ୍ଗଲ ଥିଲା ବିଜୁଳି ଆଲୁଅ ନଥିଲା ଲୋକେ ଜୁଳୁଜୁଳିଆ ପୋକ ଦେଖିଲେ ଡାହାଣୀ ବୋଲୁଥିଲେ । ଚୋର ଡାକୁ ମାନେ ଅନ୍ଧାର ଭଙ୍ଗା କୋଠା ଘରେ ସୁନା ରୁପା ଟଙ୍କା ପଇସା ଲୁଚାଇ ରଖୁଥିଲେ । ନିଜ ଚେହେରାକୁ ଭୟାନକ କରି ଲୋକଙ୍କୁ ଡର ଭୟ ଦେଖାଉ ଥିଲେ ।ଧଳା କପଡା ପିନ୍ଧି ସିନ୍ଦୁର ଅଳତା ଲଗାଇ ଭୟଭୀତ କରାଉଥିଲେ । ବରଗଛ ଓସ୍ତ ଗଛରେ ଲୁଚି ଲୋକଙ୍କୁ ଭୂତ ପ୍ରେତ ର ଭୟ ଦେଖାଇ ଧନ ସମ୍ପତି ଲୁଟି ନେଉଥିଲେ ।ଲୋକେ ରାତିରେ ସେ ଜାଗାକୁ ଯାଉ ନଥିଲେ ।


ବର୍ତମାନ ଯୁଗ ବଦଳି ଯାଇଛି ଚାରିଆଡେ ଆଲୁଅ ବିଜୁଳି ଖୁଣ୍ଟ ସୋଲାର ଲାଇଟ । ନା ଭୂତ ଅଛି ନା ଡାହାଣୀ ଅଛି । କହିଲୁରେ ବାପ ମୁଁ ତୋର ମମିକୁ କହିଲେ ରାତିରେ ମଇଳା ଫୋପାଡେନି ତୋର ମମି କହେ ଆଗ ଡିବିରୀ ଆଲୁଅରେ କିଛି ଦିଶେନି ବୋଲି କାଳେ କଣ ପଡି ଯାଇଥିବ ଭାବି ଫୋପାଡୁ ନଥିଲେ ।ଆହୁରି ବହୁତ କଥା ତ ଜାଣିଛୁରେ ବାପ..... ତୋର ସୁନୁଦିଦି କହୁଥିଲା ପରା ହଷ୍ଟେଲରେ ସାଙ୍ଗ ମାନେ ରାତିରେ ଧଳା ଲୁଗା ପିନ୍ଧି ଲାଇଟ ବନ୍ଦ କରି ତାକୁ ଡରାଉ ଥିଲେ ଭୂତ ଭୂତ ବୋଲି ।ତୋର ଦିଦି ଡରି ଥରିଯାଇ ଝାଳନାଳ ହେଇଯାଇଥିଲା ।ତାଙ୍କ ୱାର୍ଡନ ପିଲାମାନଙ୍କୁ ପାଟି କରିଥିଲେ ଆଉ କହିଥିଲେ ଏମିତି ମିଛ ମିଛରେ ଡ଼ରାଇଲେ କଲେଜରୁ ବାହାର କରିଦେବେ ବୋଲି ।ବହୁତ ବଦମାସ ପିଲା ଅଛନ୍ତି ଅନ୍ୟକୁ ଡରାଇ ମଜା ନିଅନ୍ତି ।ତୁ ଦିଦି ଠୁଁ ସବୁ ଶୁଣିଛୁ ଭୁଲିଗଲୁ କି ?


ତୋର ଦିଦି ସତ ଜାଣିଲା ପରେ ଖିଲିଖିଲି ହସିଥିଲା ତୁ ବି ଦିଦି ସହ ହସି ଥିଲୁ ଡ଼ରୁକୁରୀ ଦିଦି କହୁଥିଲୁ ସବୁ ଭୁଲିଗଲୁ । ତୁ ଏତେ ଭୁଲକୂଡା କେମିତି ହେଲୁ? ତୁ କଣ ସାହସୀ ନାହୁଁ?


ମୁନା ହସିହସି ମାଆକୁ ଭିଡି ଦେଲା କହିଲା ତାହେଲେ ଭୂତ ପ୍ରେତ ବୋଲି କିଛି ନାହିଁ


ଭୂତ ପ୍ରେତ ଠୁଁ ଅଧିକ କ୍ଷତି କିଏ କରେ ? କାହାକୁ ଆମେ ଡରିବା ଉଚିତ ? କହିଦେ ମୋ ସୁନା ମାଆ କହି ମୁନା ମାଆ କୁ ଜାବୁଡି ଗେଲ କରିଦେଲା


ମାଆ କହିଲା ଭୂତ ପ୍ରେତ ଠୁଁ ବି ଅଧିକ ଭୟଙ୍କର କ୍ଷତି କାରକ ହେଉଛି ''ଈର୍ଷା '' ଈର୍ଷା ଅନ୍ୟର କ୍ଷତି କରିବା ସହିତ ନିଜର ବି କ୍ଷତି କରାଏ । ଈର୍ଷା ହିଁ ପ୍ରତିଶୋଧର ଭାବନା ରଖେ ।ଈର୍ଷା ଏମିତି ଏକ ମାନବୀୟ କୁଲକ୍ଷଣ ଯାହା ଚିରସ୍ଥାୟୀ କ୍ଷତି କରି ଦୁଃଖ କଷ୍ଟ ଦେଇ ମଣିଷକୁ ତଳିତଳାନ୍ତ କରିଦିଏ ।


ଅନ୍ୟର ଖୁସି ଉନ୍ନତି ଅଭିବୃଦ୍ଧି ଦେଖିଲେ କେବେ ଈର୍ଷା କରିବୁନି କାହାକୁ ଧୋକା ଦେବୁନି, ମିଛ କହିବୁନି ।


ହଁ ଲୋ ମାଆ ବୁଝିଲି ଯେମିତି ପାକିସ୍ତାନ ଆମକୁ ଈର୍ଷା କରୁଛି ।ଆମ କାଶ୍ମୀରକୁ ଆମ ପାଖରୁ ନେବି କହୁଛି ସବୁବେଳେ ଯୁଦ୍ଧ କରୁଛି ।

ମୋ ସାଙ୍ଗ ଦାମ ମିଛରେ ପେଟ କାଟୁଛି କହି ସ୍କୁଲ ଯାଉନି ମୁଁ କ୍ଲାସରେ ପ୍ରଥମ ହେଉଛି ବୋଲି ମୋ ସାଙ୍ଗମାନେ ମୋତେ ଈର୍ଷା କରୁଛନ୍ତି କିନ୍ତୁ ମୁଁ ସେମାନଙ୍କୁ ବହୁତ ଭଲ ପାଏ ମାଆ ।


ହଟାତ ବାହାରୁ ଗାଡି ଶବ୍ଦ ଶୁଭାଗଲା ସ୍ମିତା ସମୀର ଗାଡ଼ିରୁ ଓଲ୍ହାଇଲେ ।ସ୍ମିତା ଘରେ ପସି ଦେଖିଲା ମୁନା ସ୍କୁଲ ଡ୍ରେସ ବାହାର କରିନି, ରୋଷେଇ ଘରେ ଖାଇବା ଜିନିଷ ଯେମିତି ସେମିତି ଅଛି । ମୁନାକୁ ପାଟିକରି କହିଲା ତୋର କଣ ହୋଇଛି ଡ୍ରେସ ଚେଞ୍ଜ କରିନୁ ଖାଇନୁ?


ମୁନା ଫେଁ ଫେଁ ହସି କହିଲା ମୁଁ ମାଆ ଠୁଁ ଡାଉଟ କ୍ଲିଅର କରୁଥିଲି । ସ୍ମିତା ହସିକରି ପଚାରିଲା ତୋର ମାଆ ସପ୍ତମ କ୍ଲାସର କଣ ପାଠ ବୁଝାଉଥିଲେ ତାଙ୍କୁ ତୋ କିଛି ଜଣାନାହିଁ । ନାହିଁ ଲୋ ମମି ମୁଁ ଯେଉଁ ପାଠ ପଚାରିଲି ସେସବୁ ମାଆକୁ ଜଣା ମାଆ ସିନା ଗଣିତ ଇଂରାଜୀ ଜାଣିନି ମୋ ମାଆ ପରା ଡାଡି ଆଉ ତୋର ଗୁରୁ.....


ସମୀର ମୁରୁକି ମୁରୁକି ହସି କହିଲେ କି ପାଠ ପଢ଼ିଲୁ କହିଲୁ ?


ମୁନା କହିଲା ଭୂତ ଅଛି ବୋଲି ଡରି ଗାଧୁଆ ଘରକୁ ଯାଉନଥିଲି ମାଆ ମୋତେ ବୁଝେଇ ଦେଲେ ଭୂତ ପ୍ରେତ ବୋଲି କିଛି ନାହିଁ ଖାଲି ମନର ଧାରଣା । ଡର ବୋଲି ଦୁନିଆରେ କିଛି ନାହିଁ ପ୍ରକୃତ ଡର ହେଉଛି ଈର୍ଷା ।କାହାକୁ ଈର୍ଷା କରିବା ଉଚିତ ନୁହେଁ ।ମୋର ମାଆ ବି ଖାଇନି ଆମେ ସମସ୍ତେ ମିଶିକରି ଖାଇବା ।


ସ୍ମିତା ସମୀର ମୁନାକୁ କୋଳେଇ ଗେଲ କରିଦେଇ ମା ଶ୍ୟାମାଦେଇ ଙ୍କୁ ପ୍ରଣାମ କରି କହିଲେ ଆପଣହିଁ ଆପଣଙ୍କ ନାତିକୁ ଭଲ ମଣିଷଟି କରି ଗଢ଼ି ତୋଳିବେ । ପ୍ରକୃତରେ ଆପଣ ହିଁ ଆମର ଗୁରୁ ।ପ୍ରକୃତ ଡର କଣ ଆମକୁ ବୁଝେଇ ଦେଲେ ।



Rate this content
Log in

Similar oriya story from Inspirational