STORYMIRROR

Sukanti Hotta

Others

3  

Sukanti Hotta

Others

ରତ୍ନାର ବିଶ୍ୱାସ

ରତ୍ନାର ବିଶ୍ୱାସ

1 min
334

ଭୂତ ଆସିଲା ଜଲଦି ଜଲଦି ଶୋଇପଡେ ବାୟା ଆସିଲା ଶୋଇପଡେ ବୋଲି ଗୀତ ଗାଇଗାଇ ଶୁଆଇ ଦେଉଛି ଚେମିମାଆ ।


ନାତୁଣୀ ରାଧିକାର ବହୁତ ଯତ୍ନ ନିଏ କାରଣ ପୁଅ ବୋହୂ ଦିଜଣ ଯାକ ଚାକିରିଆ । ଚେମିମାଆ ସବୁ ପିଲାମାନଙ୍କୁ ଗପ କାହାଣୀ କୁହେ ।ସାରା ଗାଁର ଅତି ପ୍ରିୟ ଚେମିମାଆ ।


ଚେମିମାଆ ଜାଣିପାରେନି ଭୂତ ଆସିଲା ବାୟା ଆସିଲା ଶୋଇପଡ ଖାଇଦେ ଗପ ଶିଶୁ ମାନଙ୍କ ମନରେ ପିଲାବେଳୁ ଡରର ଭ୍ରମ ସୃଷ୍ଟି କରେ ।


ଏହି ସବୁ ଗପ ବୋହୂ ରତ୍ନାକୁ ଜମା ପସନ୍ଦ ନୁହେଁ । ସେ ହେଉଛି ଆଧୁନିକ ଶିକ୍ଷିତା । ସେ ଭଲ ଭାବେ ଜାଣେ ମନର ଭ୍ରମ ହିଁ ଡର ସୃଷ୍ଟି କରେ ପୁଣି ଛୋଟ ପିଲାରୁ ପିଲାମାନଙ୍କୁ ଯାହା ଶିଖାଯାଏ ପିଲାମାନଙ୍କ ମୁଣ୍ଡରେ ସବୁ ରହିଯାଏ ।


ସେ ସବୁବେଳେ ଚେମିମାଆ ସହ ଝଗଡା କରେ ଏମିତି ଆଲୁତୁ ଫାଲୁତୁ ଅନ୍ଧ ବିଶ୍ୱାସକୁ ନେଇ କାହାଣୀ କୁହନ୍ତି ବୋଲି ।


ରତ୍ନା ମନରେ ଦୃଢ଼ ନିଷ୍ପତି ନେଲା ପ୍ରତ୍ୟେକ ରବିବାରେ ଗାଁର ଲୋକଙ୍କୁ ଏକତ୍ରୀତ କରି ବିଜ୍ଞାନର ଉପାଦେୟତା ନମୁନା ସାହାଯ୍ୟରେ ବୁଝାଇ, କିପରି ସୁସ୍ଥ ନିରୋଗ ସମାଜ ଗଠନ କରିବେ, ଭବିଷ୍ୟତ ଜୀବନ ଆନନ୍ଦରେ କାଟିବେ ସେଥିପାଇଁ ସବୁବେଳେ ପ୍ରୟାସ ଜାରି ରଖିଲା ।


ରତ୍ନାର ବିଶ୍ୱାସ ତାର ଏ ଦୃଢ଼ ନିଷ୍ପତ୍ତି ଦିନେ ନା ଦିନେ ସମାଜରେ ପରିବର୍ତ୍ତନ ଆଣିଦେବ ।



Rate this content
Log in