Sukanti Hotta

Inspirational

2.5  

Sukanti Hotta

Inspirational

ପ୍ରେମର ବନ୍ଧନ

ପ୍ରେମର ବନ୍ଧନ

9 mins
530


ଅନୁପମ ସାମନ୍ତରାୟ ଏବଂ ଅନୁଶ୍ରୀ ଙ୍କ ଏକମାତ୍ର ଅଲିଅଳି କନ୍ୟା ରାଧା lରୂପ ଯେମିତି ଗୁଣ ବି ସେମିତି lସତେ ଯେମିତି ସ୍ୱର୍ଗରୁ ଅପସରିଟେ ଗରୀବ କୁଡ଼ିଆରେ ଓଲ୍ଲହାଇ ଆସିଛି ପଦ୍ମଫୁଲ ପରି ଗୋରା ତକତକ ଚେହେରା ପତଳା ଶରୀର କଥାକୁହା ଢଳଢଳ ଆଖି lଗାଁ ସ୍କୁଲରେ ମାଟ୍ରିକ ପାସ କଲାପରେ ତାର ବାପା ସହରକୁ ପାଠ ପଢିବା ପାଇଁ ଛାଡ଼ିନଥିଲେ lବଢିଲା ଝିଅ କାଳେ ସହରରେ କେଉଁ ଟୋକାର ପ୍ରେମରେ ପଡ଼ିଯିବ ସାରା ବଉଁଶର ନା ମାଟିରେ ମିଶେଇ ଦେବ lପୁଣି ଟଙ୍କାର ଅଭାବ lପଢିବା ପାଇଁ ସହରକୁ ଗଲେ ଅଧିକ ଟଙ୍କା ଦରକାର ଯାହା ଅଳ୍ପ ଟଙ୍କା ଅଛି ସେଥିରେ ବାହାଘର କରିଦେବ ଭାବି ଘରେ ରଖି ରୋଷେଇ ଘରକାମ ସବୁ ଶିଖେଇବା ପାଇଁ ସ୍ତ୍ରୀ ଅନୁକୁ ଆଦେଶ ଦେଇଥିଲେ l


ଶାନ୍ତ ସରଳ ରାଧା ମାଆ ବାପାଙ୍କ କଥା ମାନି ପଢିବାକୁ ଇଚ୍ଛା ଥିଲେବି ବାପାଙ୍କ ଆଜ୍ଞାରେ ରୋଷେଇ ଘରକାମ କରି ନିଜ ଭାଗ୍ୟକୁ ଆଦରି ମନର କଥାକୁ ମନରେ ମାରି ଚାରି କାନ୍ଥ ତଳେ ଆବଦ୍ଧ ରହିଥିଲା l


ବାପା ଅନୁପମ ଝିଅ ପାଇଁ ବର ଖୋଜାରେ ବ୍ୟସ୍ତ lପ୍ରତିଦିନ ହୁଏ ରାଧାର ଭାଗ୍ୟ ପରୀକ୍ଷା lରୂପ ଗୁଣରେ ସିନା ରାଧା ଅନନ୍ୟା ସୁନ୍ଦରୀ କିନ୍ତୁ ଟଙ୍କା ଲୋଭୀ ସୈତାନ ମାନେ ଲକ୍ଷ୍ମୀ ପରି କନ୍ୟାର ମୂଲଚାଲ ଆରମ୍ଭ କରୁଥିଲେ lରାଧା କବାଟ କଣରେ ରହି ଦୁନିଆର ଅର୍ଥ ଲୋଭୀ ମାନଙ୍କ ଭାଷଣ ଶୁଣିଶୁଣି କାଠ କଣ୍ଢେଇଟି ପରି ନୀରବ ରହି ଯାଉଥିଲା l


ଦିନେ ମିଲିଟାରୀ ଡ୍ରେସ ପିନ୍ଧି ମାଆ ଅହଲ୍ୟା ସହ ପାଖ ଗାଁ ର ରାଘବ ବାହାଘର ପ୍ରସ୍ତାବ ନେଇ ଆସି ପହଁଚିଥିଲା ରାଧା ଘରେ lଅହଲ୍ୟା କହିଲେ ଲକ୍ଷ୍ମୀ ପ୍ରତିମା ପରି ଆପଣଙ୍କ ଝିଅକୁ ଆମେ ବୋହୂ କରି ନେବାକୁ ଆସିଛୁ lମୋ ପୁଅ ରାଘବ ମିଲିଟାରୀରେ ସାଧାରଣ ସିପାହୀ ଜଣେ lତା ବାପା ମଧ୍ୟ ଜଣେ ସିପାହୀ ଥିଲେ l

ଭାରତ ସୀମାରେ ଶତ୍ରୁର ଗୁଳିରେ ସହିଦ ହୋଇଥିଲେ ସିପାହୀ ମାନେ ପରା ଦେଶର ଗର୍ବ ଗୌରବ lଦେଶ ମାଟିର ରକ୍ଷା ପାଇଁ ହସିହସି ପରା ଜୀବନ ଦିଅନ୍ତି lମୋ ପୁଅ ବି ଦେଶର ସିପାହୀ l

କାଶ୍ମୀରରେ ଅଛି ବର୍ଷରେ ଦୁଇ ତିନିଥର ଛୁଟିନେଇ ଘରକୁ ଆସେ lରାଧାକୁ ଦେଖି ମନନୀତ କଲେ ଆମେ ବାହାଘର କରିବୁ ଆମକୁ ଧନ ସମ୍ପତ୍ତି କିଛି ଦରକାର ନାହିଁ କେବଳ ଅମୁଲ୍ୟ ରତ୍ନ ରାଧା ଦରକାର l


ଏହିସବୁ କଥା କବାଟ ଆଢୁଆଳରେ ରାଧା ଶୁଣୁ ଥିଲା lତାର ମନରେ ଅହଲ୍ୟା ଦେବୀଙ୍କ ପ୍ରତି ଭକ୍ତି ଜାଗି ଉଠିଥିଲା ମନକୁ ମନ ପ୍ରଶ୍ନ ଆସୁଥିଲା ଯାର ମାଆ ଦେଶ ପାଇଁ ନିଜ ସ୍ୱାମୀଙ୍କର ବଳିଦାନକୁ ଗ୍ରହଣ କଲାପରେ ବି ପୁଅକୁ ସିପାହୀ କରିଛନ୍ତି ତାଙ୍କରି ପୁଅ ଦେଖିବାକୁ କେମିତି ଥିବ l


ମାଆ ଅନୁଶ୍ରୀ ଡାକ ପକାଇଲେ ଝିଅ ରାଧା ପାଣି ଦୁଇ ଗ୍ଲାସ ଆଣିଲୁ lରାଧା ସଙ୍ଗେସଙ୍ଗେ ଦୁଇ ଗ୍ଲାସ ପାଣି ଧରି ଲାଜଲାଜ ଡରଡର ରେ ପହଁଚିଲା ବେଳେ ରାଘବର ଆଖିରେ ଆଖି ମିଶିଗଲା lସୁନ୍ଦର ବଳିଷ୍ଠ ଚେହେରା ମୁହଁରେ ସ୍ମିତ ହାସ୍ୟ ଦେଖି ରାଧାର ଶରୀରରେ ଶିହରଣ ଖେଳିଗଲା lପ୍ରଥମ ଦେଖାରେ ଭଲ ପାଇଗଲା lଦୁହେଁ ଦୁହିଁଙ୍କୁ ଅପଲକ ନୟନରେ ଦେଖୁଥିଲେ l


ଦୁହିଁଙ୍କ ପରିବାର ବୁଝିଗଲେ ପୁଅ ଝିଅ ଦୁହେଁ ରାଜି ବୋଲି lଧୂମଧାମରେ ବାହାଘର ହେଲା lବାହାଘର ପରେ ରାଧା ଶାଶୁଙ୍କର ସ୍ନେହରେ ଜନ୍ମିତ ମାଆ ବାପାଙ୍କର ସ୍ନେହକୁ ଦେଖିଲା l ବାହାଘରର ପ୍ରଥମ ରାତିରେ ରାଘବର ବଳିଷ୍ଠ ଶରୀର ଶାନ୍ତ ଭଦ୍ର ମିଠାମିଠା ସ୍ନେହ ପ୍ରେମ ବୋଳା କଥା ରାଧାକୁ ବହୁତ ଭଲ ଲାଗିଥିଲା ରାଘବର ପ୍ରେମର ବନ୍ଧନରେ ବାନ୍ଧି ହୋଇ ସାରା ଜୀବନ ସାଥୀଟିଏ ହୋଇ ରହିବ ବୋଲି ପ୍ରତିଜ୍ଞା କରିଥିଲା ରାଧା l


ବାହାଘରର ବର୍ଷଟିଏ ପରେ ରାଧା ପୁତ୍ର ସନ୍ତାନଟି ଜନ୍ମ ଦେଲା lଅହଲ୍ୟା ଦେବୀଙ୍କ ଆନନ୍ଦ କହିଲେ ନସରେ lସତେ ଯେମିତି ସବୁ ଖୁସିକୁ କାଳିଆ ତା ଅଣ୍ଟିରେ ଅଜାଡି ଦେଇଛି lଅହଲ୍ୟା ଦେବୀଙ୍କର ରାଧା ପ୍ରତି ନଥିଲା ଆକଟ lଜନ୍ମିତ ଝିଅ ପରି ସବୁ ସ୍ନେହ ଶ୍ରଦ୍ଧା ରାଧାକୁ ଦେଇଥିଲେ ଗାଁ ସାରା ବୁଲିବୁଲି କହୁଥିଲେ ମୋ ବୋହୂ ପରା ରୂପବତୀ ଗୁଣବତୀ ଲକ୍ଷ୍ମୀପ୍ରତିମାଟି lପୂର୍ବ ଜନମରେ ଲକ୍ଷେ ବେଲପତ୍ର ଶିବଙ୍କୁ ଚଢାଇ ଥିଲି ସେଥିପାଇଁ ମୋତେ ଏହିଭଳି ବୋହୂଟିଏ ମିଳିଛି l


ସ୍ୱାମୀ ରାଘବ, ଶାଶୁ ଅହଲ୍ୟାଙ୍କୁ ନେଇ ସୁଖଦୁଃଖର ଛୋଟ ସଂସାରକୁ ରାଧା ଅଭାବ ଅନଟନ ମଧ୍ୟରେ ସ୍ନେହ ପ୍ରେମ ଦେଇ ବୈକୁଣ୍ଠ ରୂପରେ ସଜାଇ ଦେଲା lରାଧା ଶ୍ୱଶୁରକୁ ତ ଦେଖିନି କିନ୍ତୁ ଶାଶୁଙ୍କଠୁ, ଗାଁ ଲୋକଙ୍କ ଠୁ ଶ୍ୱଶୁରଙ୍କ ବହୁତ ପ୍ରଶଂସା ଶୁଣିଛି lଶ୍ୱଶୁର ତାଙ୍କ ବାବା ବଉ ପରିବାରକୁ ବହୁତ ଭଲ ପାଉଥିଲେ କିନ୍ତୁ ଦେଶ ତାଙ୍କ ପାଇଁ ସବୁଠାରୁ ବଡ଼ ଥିଲା l lସତରେ ପୂର୍ଵ ଜନ୍ମର ଭାଗ୍ୟ ବଳରେ ଏମିତି ପରିବାର ମିଳିଛି l

ରାଧା ରାଘବ ପୁଅ ରାଜୁ ଶାଶୁ ଅହଲ୍ୟା ଦେବୀଙ୍କ ସହ ହସ ଖୁସିରେ ଛଅ ବର୍ଷ ବିତି ଯାଇଥିଲା lରାଧା ପ୍ରତେକ ଛୁଟିରେ ରାଘବର ଆସିବା ବାଟକୁ ଅପେକ୍ଷା କରୁଥିଲା lପ୍ରେମର ଚିଠି ରାଘବ ପାଖକୁ ଲେଖି ସାଥିରେ ବିତିଥିବା ସମୟକୁ ଭାବି ଆନନ୍ଦିତ ହେଉଥିଲା l


ପ୍ରତେକ ଦିନ ସକାଳେ ଚଉରା ମୂଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ସନ୍ଧ୍ୟାରେ ସଞ୍ଜବତୀ ଦେଇ ସ୍ୱାମୀ ସନ୍ତାନ ପରିବାରର ମଙ୍ଗଳ ଦୀର୍ଘାୟୁ କାମନା କରୁଥିଲା lଭଗବାନ ବିଶ୍ୱାସୀ ରାଧା ଶାଶୁଙ୍କ ସ୍ୱାମୀଙ୍କ ମନରେ ଜାଣତରେ କେବେ କଷ୍ଟ ଦେଇନି lସ୍ୱାମୀଙ୍କ କଥା ମାନି ଗାଁରେ ରହି ଶାଶୁ ଅହଲ୍ୟା ଦେବୀ, ପୁଅ ରାଜାର ଖୁବ ଯତ୍ନ ନେଉଥିଲା lରାଘବର ଅନୁପସ୍ଥିତି ରାଧାକୁ ବହୁତ ଦୁଃଖ ଦେଉଥିଲା lପ୍ରେମ ପାଗଳିନୀ ରାଧା ବିରହ ବେଦନାରେ ଅପେକ୍ଷା କରୁଥିଲା ରାଘବର ଆସିବା ବାଟକୁ l


ଶାନ୍ତ ଶିଷ୍ଟ ଭଦ୍ର ରାଘବ ରାଧାକୁ ବହୁତ ଭଲ ପାଏ lଦୁହିଁଙ୍କ ଯୋଡି ରାଧା କୃଷ୍ଣ ପରି lଝରଣାର ଜଳ ପରି ସ୍ୱଚ୍ଛ ପବିତ୍ର ନିର୍ମଳ ଦୁହିଁଙ୍କ ପ୍ରେମ l


ରାଧା ମନେମନେ ବହୁତ ଖୁସି ଥିଲା କାରଣ ତା ସ୍ୱାମୀ ରାଘବ ଆଜି ସନ୍ଧ୍ୟା ଟ୍ରେନରେ ପହଁଚିବ lମନରେ ତାର ଅସୁମାରୀ ଆନନ୍ଦ l ପ୍ରତି ମୁହୁର୍ତରେ ରାଧା ଭାଵିଚାଲିଛି ରାଘବ ବିଷୟରେ ନା ନିଦ ଲାଗୁଛି ନା ଭୋକ ଲାଗୁଛି lରାଘବର ମିଠାମିଠା କଥା ତାର ହାତର ଶୀତଳ ସ୍ବର୍ଶ ଦୁଷ୍ଟାମୀ ଆଉ ପ୍ରେମଟିକେ ପାଇବା ପାଇଁ ସେ ଝରକା ପାଖରେ ଅପେକ୍ଷା କରି ଭାବି ଚାଲିଛି ତାର ଜୀବନର ସବୁଠାରୁ ଅମୁଲ୍ୟ ରତ୍ନ ମଥାର ସିନ୍ଦୁର ହାତର ଶଙ୍ଖା ଇହ ଓ ପରକାଳର ଦେବତା ରାଘବକୁ l


ରାଘବ କହୁଥିଲା ସୀମାରେ ସବୁବେଳେ ଗୁଳି ଫୁଟୁଥାଏ ଦେଶର ଜନତା ଯେତେବେଳେ ଶାନ୍ତିରେ ଶୋଇଥାନ୍ତି ସେତେବେଳେ ସିପାହୀ ମାନେ ନଖାଇ ନଶୋଇ ସଜାଗ ପ୍ରହରୀ ହୋଇ ଜୀବନକୁ ବାଜି ଲଗେଇ ଦେଶକୁ ରକ୍ଷା କରୁଥାନ୍ତି ପଡୋଶୀ ଶତ୍ରୁ କବଳରୁ lଜଳ ସ୍ଥଳ ବାୟୁ ପଥରେ ସିପାହୀ ମାନେ ସଦା ସର୍ବଦା ଜାଗ୍ରତ ଥାନ୍ତି l


ରାଘବ ସବୁବେଳେ କହେ ଆମେ ସବୁ ସିପାହୀ ଭାରତ ମାଆର ସୁରକ୍ଷା ପାଇଁ ଜୀବନ ଦେବା ପାଇଁ ପଛାଉ ନାହିଁ lଆମ ଦେଶ ଆମ ପାଇଁ ସବୁ କିଛି, ପ୍ରଥମେ ଆମ ଦେଶ ତାପରେ ଆମ ପରିବାର lମୋ ମାଆ ମୋତେ ସିନା ଜନ୍ମ ଦେଇଛି କିନ୍ତୁ "ଭାରତ" ମାଆ ପରା କୋଟିକୋଟି ସନ୍ତାନକୁ ଜନ୍ମ ଦେଇଛି lତାର ମାଟି ପାଣି ପବନ ଖାଦ୍ୟ ଖାଇ ଆମେ ବଞ୍ଚିଛୁ ବଢିଛୁ l ତାର ସୁରକ୍ଷା ପାଇଁ ଆମେ ଜୀବନ ଦେବାକୁ ପଛେଇବୁନି lଭାରତ ମାଆର ପ୍ରେମ ପାଖରେ ବାକି ସବୁ ପ୍ରେମ ତୁଚ୍ଛ l


ରାଧା ପଚାରେ ମୋତେ ତମେ ଭଲ ପାଓନି ? ରାଘବ ହସିଦେଇ ଟାଣିନେଇ ଗେଲ କରି କହେ ତୋତେ ପରା ମୁଁ ପ୍ରେମ କରେ ବହୁତ ଭଲ ପାଏ lତୋ ହାତର ରୋଷେଇ ତୋର କଥା ନାଲି ନାଲି ଓଠର ହସ ତୋ ରୂପ ମୋତେ ପାଗଳ କରିଦିଏ ସେଥିପାଇଁ ସୁଦୂର କାଶ୍ମୀର ରୁ ତୋ ପାଖକୁ ଦୌଡି ଆସେ ତୋର ସାନିଧ୍ୟ ଟିକେ ପାଇବା ପାଇଁ l


ତୋ ପାଖରେ ଗୋଟିଏ ଦିନ ଗୋଟିଏ ମିନଟ ପରି ଲାଗେ lତୋ ପାଖରେ ବିତିଥିବା ପ୍ରତିଟି ମୁହୂର୍ତ ବିଷୟରେ ଭାବିଭାବି ମୁଁ ବହୁତ ଆନନ୍ଦିତ ହୁଏ lତୋ କଥା ଭାବିଦେଲେ ନା ଭୋକ ଶୋଷ ନା ଥଣ୍ଡା ନା ଗରମ ମନ ଖାଲି ଆନନ୍ଦିତ ହୋଇଯାଏ ତୋ ପରି ସୁଗୁଣ ସମ୍ପନ ସ୍ତ୍ରୀ ପାଇ ମୁଁ ନିଜକୁ ଧନ୍ୟ ମନେ କରେ lଜଗି ରହିଥାଏ କେବେ ଛୁଟି ହେବ l


ରାଧା ହସିଦେଇ କହେ ତମେ କାହାକୁ ସବୁଠାରୁ ବେଶି ଭଲ ପାଅ lମୋତେ ନା.....?


ରାଘବ ହସିଦେଇ ରାଧାକୁ ଆଲିଙ୍ଗନ କରି କହେ ତମକୁ ଭଲ ପାଏ କିନ୍ତୁ ତମର ସ୍ଥାନ "ଦ୍ୱିତୀୟ "ମାଆକୁ ଭଲ ପାଇବା ସ୍ତ୍ରୀକୁ ଭଲ ପାଇବା ପିଲାମାନଙ୍କୁ ଭଲ ପାଇବା ସାଙ୍ଗସାଥିକୁ ଭଲ ପାଇବା ଭିନ୍ନଭିନ୍ନ l


ରାଧା ରାଗି ରାଘବକୁ ମିଛିମିଛିକା ଠେଲି ଦେଇ କହେ କଣ କୃଷ୍ଣଙ୍କର ଆଉ ଜଣେ ରାଧା ଅଛି lରାଘବ ତନୁପାତଳି ରାଧାକୁ ଗେଲ କରି କହେ ମୋ ନା ପରା ରାଘବ, ଶ୍ରୀରାମଙ୍କର ଯେପରି ଗୋଟିଏ ସ୍ତ୍ରୀ ସୀତା ମୋର ଖାଲି ରାଧା ତମ ବିନା ମୋ ଜୀବନଟା ଅଧା lଆମେ ପରା ମୁଦ୍ରାର ଉଭୟ ପାର୍ଶ lଦୁହେଁ ଖୁବ ହସନ୍ତି ଆଉ ଗପ କରନ୍ତି lକେତେ ଜଲଦି ସକାଳ ହୋଇଯାଏ ଜଣାପଡେନି l


ଏମିତି ଭାବୁ ଭାବୁ ଶାଶୁ ରତ୍ନମଣିଙ୍କର ପାଟି ଶୁଣାଗଲା ମା ରାଧା ଝରକା ବାହାରକୁ ଚାହିଁ କଣ ଭାବି ଚାଲିଛୁ lରୋଷେଇ ସରିଲା କି? ପାଞ୍ଚଟା ବାଜିଲାଣି ସାତଟା ବାଜିଲେ ପୁଅ ଘରେ ପହଂଚିବ ତାର ପସନ୍ଦର କ୍ଷୀରି ବନେଇ ରଖିଛୁକି ? ମୋ ପୁଅ ପସନ୍ଦର ଆଳୁ ପରଟା ଭେଣ୍ଡି ଭଜା ବନେଇବୁ l


ରାଧା କହିଲା ବଉ ମୁଁ ସବୁ ରୋଷେଇ କରି ରଖିଛି lକେତେବେଳେ ଯେ ସାତଟା ବାଜିବ କେଜାଣି lସବୁଠାରୁ କଷ୍ଟ ଅପେକ୍ଷା କରିବା ସମୟ ଜମା ସରୁନି l


ହଁ ଲୋ ମା ମୁଁ ଭାବୁଛି ଘଡ଼ିଟା ବୋଧେ ବନ୍ଦ ହୋଇଯାଇଛି lଆଜି ଠାକୁର ଘରେ ପୂଜା କରିବାକୁ ମନ ହେଉନି ଯେଉଁ କାଳିଆ ପ୍ରେମରେ ମଜି ଘଣ୍ଟା ଘଣ୍ଟା ଧରି ଭାଗବତ ପଢ଼ୁଥିଲି କାଳିଆର ଚକାଚକା ଆଖିକୁ ଅନେଇ ତା ପ୍ରେମରେ ଡୁବି ଯାଉଥିଲି ଆଜି ପୁଅର ପ୍ରେମରେ ଅନ୍ଧ ହୋଇଯାଇଛି l ଭାଗବତ ବହିରେ କାଳିଆ ମୁହଁରେ ପୁଅର ହସିଲା ହସିଲା ମୁହଁ ଦିଶୁଛି କେମିତି ପଢ଼ିବି କହିଲୁ ?


ଆଜି କାଳିଆକୁ କହିଦେଲି ତୋର ଆଶୀର୍ବାଦରୁ ପାଇଥିବା ମୋ କୁଳର ପ୍ରଦୀପ ହୃଦ ସଙ୍ଖାଳି ନୟନ ପିତୁଳା ଆସୁଛି ତାକୁ ଜାଗ୍ରତରେ ଆଣିବୁ ଘଣ୍ଟ ଘୋଡେଇ ରଖିଥିବୁ lମୁଁ ଦୁଆର ମୁହଁରେ ବସି ପୁଅର ବାଟକୁ ଜଗିବି ତୁ ଚୌକିଟେ ବାହାରେ ଥୋଇଦେ l


ଭଲ ପାଇବାଟା ସବୁଠାରୁ ଦୁର୍ଲଭ ଜିନିଷଟେ ପରା

ତାଠାରୁ ଆହୁରି ଦୁର୍ଲଭ ମାତୃ ପ୍ରେମ lମାତୃ ପ୍ରେମ ପାଖରେ ସବୁ କିଛି ତୁଚ୍ଛ ଲାଗୁଛି lକେତେପରି ପୁଅକୁ ବୁଝେଇଲି ଜୀବନକୁ ବିପଦ ଥିବା ଚାକିରୀ କରେନା,ଘର ପାଖରେ ଛୋଟ ଦୋକାନଟି କରି ଚଳିଯିବା ଭୂଆସୁଣୀ ବୋହୂଟି ଘରେ ତୋର ଆସିବା ବାଟକୁ ଜଗି ରହିଥାଉଛି lପୁଅଟା ମୋର ଜମା କଥା ଶୁଣୁନି l


ତାର ଜିଦ ଦିନେ ନା ଦିନେ ମଣିଷ ମରିବ, ଦେଶ ମାତୃଭୂମି ପାଇଁ ଯେ ଜୀବନ ଦିଏ ତାର ଜୀବନ ଧନ୍ୟ ହୋଇଥାଏ lସମସ୍ତଙ୍କ ଭାଗ୍ୟରେ ମାଆର ସେବା କରିବା ନଥାଏ l


ମୁଁ କହେ ମୁଁ ତୋର ମାଆ ପରା ମୋ କଥା ବୁଝିବୁନି ମୋ ଧନଟା ହସିଦେଇ କହେ ତୋର ସୁନା ବୋହୂଟା ଅଛି ପରା ତୋ କଥା ବୁଝିବା ପାଇଁ l


ସତରେ ତୁ ମୋର ବୋହୂ ନୋହୁଁ ତୁ ପରା ମୋ ଝିଅ lତୋ ଶ୍ୱଶୁର ଦେଶର ସିପାହୀ ଥିଲା ଦେଶ ପ୍ରେମ ପାଇଁ ଜୀବନ ଦେଲା ମୋତେ କଣ ମିଳିଲା? ସମସ୍ତେ ଆସିଲେ ସନମାନ କରି ଶବକୁ ନେଲେ ଫୁଲର ଗୁଚ୍ଛା ଆଣି ଗଦେଇ ଦେଲେ lଦେଶପ୍ରେମୀର ସ୍ତ୍ରୀ କହି ମୋତେ ପରିଚୟ ଦେଲେ l

ମୋର ଝାଟିମାଟିର ଘରକୁ ବଦଳେଇ ଦେଲେ ନା ଜୀବନର କଷ୍ଟକୁ ବଦଳେଇଲେ


କେତେ କଷ୍ଟରେ ପର ଘରର ବାସନ ମାଜି କାମ କରି ମୋ ରାଘବକୁ ପାଠ ପଢ଼ାଇଲି ସେ କଥା ଚକାଚକା ଆଖି ଧରି ମୌନ ହୋଇ ଗମ୍ଭିରା ଭିତରେ ବସିଥିବା କାଳିଆକୁ ଜଣା lତା ମାୟା ବୁଝିବା ବହୁତ କଷ୍ଟ lଦୁଇ ବେଳା ଦୁଇ ମୁଠା ଭଲରେ ଖାଇନି lମୋ ଶାଶୁ ଶ୍ୱଶୁର ମୋ ସ୍ୱାମୀଙ୍କର ସବୁ ପଇସା ପତ୍ର ନେଇଗଲେ ମୁଁ ପାଠ ଦି ଅକ୍ଷର ପଢିନି ବୋଲି କେତେ ହଇରାଣ ହେଲି l


କେତେ ରାତି ଶୋଇନି ଭାବିଥିଲି ମୋ ପୁଅକୁ ସିପାହୀ ନକରି ମୋ ପାଖରେ ରଖିବି lଏହି କାଳିଆ ମୋ ପୁଅକୁ ସିପାହୀ କରି ନେଇଗଲା ମୋତେ ତା ପ୍ରେମରେ ବାନ୍ଧିଦେଲା କହି ଆଖିର ଲୁହକୁ ପୋଛି କହିଲା ସବୁ ଭାଗ୍ୟର ଖେଳ ତା ବାପାର ଦେଶ ଭକ୍ତର ରକ୍ତ ତା ଦେହରେ ବହୁଛି ମୁଁ କଣ କରିପାରିବି? ସବୁ ତୋ ଭାଗ୍ୟ ଲୋ ଝିଅ l


ତୋ ଚୁଡ଼ି ସିନ୍ଦୁରକୁ କାଳିଆ ବଜ୍ର କରିଥାନ୍ତୁ lବାପା ପୁଅ ଦୁହେଁ ଖାଲି ଦେଶଦେଶ ହେଲେ, ଭାରତ ମାଆର ପ୍ରେମରେ ବାନ୍ଧି ହୋଇଗଲେ lପ୍ରେମହିଁ ଦୁନିଆରେ ଅଦଭୂତ ଆଉ ଶ୍ରେଷ୍ଠ lସତରେ ଏ କାଳିଆଟା ଦୁନିଆରେ କେତେ ପ୍ରକାରର ପ୍ରେମ ସୃଷ୍ଟି କରିଛି ସେ ପରା ମାୟାଧର lଦେଶପ୍ରେମ ବୋଧେ ଅଦଭୂତ ପ୍ରେମ !!ସବୁଠାରୁ ଉଚ୍ଚ lଦେଶପ୍ରେମ ପାଖରେ ମାଆ ସ୍ତ୍ରୀ ପିଲା ପ୍ରେମ ତୁଚ୍ଛ lହଉ.......


ମୋ ନାତିଆ ଟୋକାଟାର ଖେଳ ଆହୁରି ସରିନି lଖାଲି ସାଙ୍ଗ ସାଥୀ ମେଳରେ ଥିବ lତାକୁ ଅଧିକ ପାଠ ପଢେଇବା ଡାକ୍ତର ନହେଲେ କଲେକ୍ଟର କରିବା l ରାଜା ଦୌଡ଼ିଦୌଡି ଆସି କହିଲା ମାଆ ମୁଁ ଆଜି ଜଲଦି ଆସିଯାଇଛି ମୁଁ ପରା ମୋ ବାବାର ସୁନା ପୁଅ l


ମୁଁ ବଡ଼ ହୋଇ ଡାକ୍ତର କି କଲେକ୍ଟର ହେବିନି ମୁଁ ମୋ ବାବା ପରି ଭାରତ ମାଆ ପାଇଁ ଲଢ଼ିବି ସିପାହୀ ହେବି lଗୁଡ଼ୁମ ଗୁଡ଼ୁମ କରି ଗୁଳି ମାରି ଶତ୍ରୁ କବଳରୁ ଭାରତ ମାତାକୁ ରକ୍ଷା କରିବି lତୁ ଟିଭିରେ ଦେଖୁନୁ ପାକିସ୍ତାନ ଆମ ସୈନିକ ମାନଙ୍କୁ ଆମ ଦେଶର ଲୋକଙ୍କୁ କେମିତି ମାରି ଦେଉଛନ୍ତି lମୁଁ ସିପାହୀ ହୋଇ ଦେଶ ପାଇଁ ଲଢ଼ିବି, ଭୋକଶୋଷ ବରଫ ଥଣ୍ଡା ମୋର କିଛି କ୍ଷତି କରିବନି ମୁଁ ପରା ବାହାଦୂର ସିପାହୀ ବାବା ର ପୁଅ ଆଉ ନାତି lମୁଁ ମରିବାକୁ ଡରେନି lମୋ ଦେହରେ ବୀରର ରକ୍ତ ବୋହୁଛି l


ମୁଁ ଯାଉଛି ଗୋଡ଼ ହାତ ଧୋଇ ଠାକୁର ଘରେ ପ୍ରଣାମକରି ପାଠ ପଢିବାକୁ ବସିବି ମୋ ବାବା ମୋର ପଢିବା ଦେଖି ଖୁସିହୋଇ ମୋତେ ଗେଲ କରିବେ ସବୁ ଉପହାର ମୋତେ ଦେବେ ତୋତେ ଆଉ ମୋ ବୋଉକୁ ଗେଲ କରିବେନି କି ଉପହାର ଦେବେନି କହି ରାଜା ତା ମାଆକୁ ଭିଡି ଗେଲ କରିଦେଲା l


ମାଆ ଅହଲ୍ୟା କହିଲେ ବାପରେ କେବେ ତ ପାଠ ପଢୁ ନଥିଲୁ ଆଜି ତୋର ବାବା ଆସିବେ ବୋଲି ପଢ଼ିବି ବୋଲି କହୁଛୁ lପାଞ୍ଚ ବର୍ଷର ବକଟେ ଛୁଆ ବୁଦ୍ଧି ତ ଅଧିକ lକଣ କହୁଛୁ ସିପାହୀ ହେବୁ ତୋ ବାବା ମୋତେ ଯେମିତି ଦୁଃଖ ଦେଲା ତୁ ତୋ ବୋଉକୁ ଦୁଃଖ ଦେବୁ lଛୋଟ ପିଲାବେଳୁ ଏ ବୁଦ୍ଧି କିଏ ଦେଲା l

ଆସେ ତୋର ମୋର ବସି କଥା ହେବା l


ବାହାରେ ଅଟୋ ଶବ୍ଦ ଶୁଭାଗଲା ରାଜା ବାବା ଆସିଲେ କହି ଦୌଡ଼ିଯାଇ ରାଘବର ପାଦ ଛୁଇଁ ପ୍ରଣାମ କଲା ହାତ ଟାଣିଟାଣି ଗେଲ କରି କରି ଘର ଭିତରକୁ ନେଇଗଲା ପିଠିରେ ଲାଉ ହୋଇଗଲା lକହିଲା ବାବା ମୋ ପାଇଁ କଣ ଆଣିଛ?


ରାଘବ ରାଜାକୁ ଖୁବ ଗେଲ କରି କହିଲେ ପ୍ରଥମେ ମୁଁ ଗୋଡ଼ ହାତ ଧୋଇ ଫ୍ରେସ ହୋଇଯିବି ତାପରେ ତୋତେ ସବୁ ଖେଳନା ଦେବି l ରାଘବ ବଉ ଅହଲ୍ୟାର ପାଦ ଛୁଇଁ ମୁଣ୍ଡରେ ଲଗାଇ ପଚାରିଲା କେମିତି ଅଛୁ?


ଅହଲ୍ୟା ଦେବୀ କହିଲେ ମୋର ଭାଗ୍ୟ ବଳୁ ସୁନାର ବୋହୂଟି ପାଇଛି ମୋର କଣ ହେବ l ତୁ ବୋହୂ ପାଖକୁ ଯା ବୋହୂଟା ତୋତେ ଝୁରି ଝୁରି ଶୁଖିଗଲାଣି lରାଘବର ଆଖିଟା ମନଟା ଖୋଜୁଥିଲା କବାଟ ପାଖରେ ଠିଆ ହୋଇ ଲାଜୁଆ ଲାଜୁଆ ନଜରରେ ଚାଁହୁଥିବା ରାଧାକୁ ଯାଇ ଆଲିଙ୍ଗନ କରି ମନଭରି ଦେଖିବା ପାଇଁ lଅହଲ୍ୟା ଦେବୀଙ୍କ କଥାରେ ରାଘବ ଲାଜଲାଜ ହୋଇ ରାଧା ପାଖକୁ ଯାଇ ରାଧାର ଅଧରରେ ଚୁମ୍ବନ ଟି ଆଙ୍କିଦେଲା l


ରାଜା କହୁଥିଲା ବାବା ତମେ ମୋତେ ଭଲ ପାଅ, ବୋଉକୁ ନୁହେଁ lତମେ ମୋ ସହିତ ଖେଳିବ ମୋ ସହିତ ଖାଇବ lଯାହା ଉପହାର ଆଣିଛ ମୋତେ ଦେବ ମାଆ କୁ ଦେବନି କି ବୋଉକୁ ଦେବନି lରାଘବ ମୁରୁକି ମୁରୁକି ହସି ରାଜା କୁ କୋଳେଇ ଗେଲ କରି କହୁଥିଲା ତୁ ପରା ଆମର ଜୀବନ ପ୍ରଦୀପ ଆମେ ସମସ୍ତେ ତୋତେ ହିଁ ଭଲ ପାଉ l


ଅହଲ୍ୟା ପରିବାରର ଖୁସି ଦେଖି ମନେ ମନେ କାଳିଆକୁ ଧନ୍ୟବାଦ ଦେଇ କହିଲା କାଳିଆରେ ମୋ ପରିବାରକୁ ଏମିତି ପ୍ରେମର ବନ୍ଧନରେ ବାନ୍ଧି ଦେଇଥା l


ମୋ ପୁଅକୁ କୋଟି ପରମାୟୁ ଦେଇଥା lସୀମାରେ ଥିବା ସବୁ ସିପାହୀଙ୍କୁ ଘଣ୍ଟ ଘୋଡେଇ ରଖିଥା lସିପାହୀ ମାନଙ୍କ ପରିବାରକୁ ସ୍ନେହ ପ୍ରେମରେ ଯୋଡି ରଖିଥା l ତୋର ଷାଠିଏ ପଉଠି ଭୋଗରୁ, ଲାଲି ଅଧରର ହସରୁ କିଛି ସିପାହୀ ମାନଙ୍କୁ ତାଙ୍କ ପରିବାରକୁ ପଠାଉଥିବୁ ଯେମିତି ତାଙ୍କ ଜୀବନରେ ତାଙ୍କ ପରିବାରଙ୍କ ଜୀବନରେ ଅଭାବ ଦୁଃଖ ଜମା ରହିବନି l


ଯାହା ଦୁଃଖକଷ୍ଟ ଦେବୁ ମୋତେ ଦେବୁ ମୁଁ ପରା ସିପାହୀର ସ୍ତ୍ରୀ ସିପାହୀର ମାଆ lମୁଁ ସିପାହୀଙ୍କୁ ଭଲ ପାଉଥିଲି, ପାଉଛି, ପାଇବି ମଧ୍ୟ ମୋତେ ପରା ଭାରତ ମାତାର ମାଟି ପ୍ରେମର ବନ୍ଧନରେ ବାନ୍ଧି ଦେଇଛି l



Rate this content
Log in

Similar oriya story from Inspirational