STORYMIRROR

Sukanti Hotta

Abstract

3  

Sukanti Hotta

Abstract

ଖରାପ ଭାବେନି

ଖରାପ ଭାବେନି

2 mins
491

ଅତି ଲେମ୍ବୁ ଚିପୁଡ଼ିଲେ ପିତା ଭଳି ମୋବାଇଲଟା ରିନାକୁ ହଇରାଣ କରିଦେଲାଣି ଯେତେବେଳେ ଦେଖ ଫୋନ କେତେବେଳେ ଶାଶୁଘର କଲେଣି କେତେବେଳେ ମାଆ ଘର ପୁଣି ସାଥୀ ସାଙ୍ଗ ପିଲାମାନଙ୍କର ଫୋନ lନୂଆନୂଆରେ ମୋବାଇଲକୁ ଗଣ୍ଠିର ଧନ କରି ପାଖରୁ ଟିକିଏବି ଦୂରେଇ ଦଉ ନଥିବା ରିନା ଫୋନକୁ ଅଧା ସମୟ ସାଇଲେନ୍ସ କରି ରଖୁଛି କାରଣ ଭଲରେ ଘର କାମ କରିପାରୁଛି ନା ନିଜ ଦେହର ଯତ୍ନ ନେଇ ପାରୁଛି l


ଏ ନିଆଁ ଲଗା ମୋବାଇଲ ଟା ଭଲରେ ଶୋଇବାକୁ ଦେଉନି ଫେସବୁକ ୱାଟ୍ସଅପରେ ଭ୍ରମଣ ବାହାଘର ବ୍ରତର ଫୋଟୋ ସାଙ୍ଗକୁ ମର୍ନିଙ୍ଗ, ଶୁଭସନ୍ଧ୍ୟା, ଶୁଭରାତ୍ରିର ମେସେଜ ଆଉ ଫ୍ରେଣ୍ଡ ରିକ୍ଯୁଷ୍ଟ lସାଥିସାଙ୍ଗର ଦର୍ଶନତ ମିଳୁନି କେବଳ ଫୋନରେ ହିଁ ହେଲୋ ହାଇ l


ବହୁତ ବର୍ଷ ପରେ ସାଙ୍ଗ ଟିନା ଘରକୁ ଆସିବ ଶୁଣି ରିନାର ଗୋଡ଼ ତଳେ ଲାଗିନଥିଲା ଦୁହେଁ ପିଲାବେଳୁ ସାଙ୍ଗ ଏକାଠି ଖୁବ ମସ୍ତି କରିଛନ୍ତି lରିନା ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରି ଟିନାକୁ ଅପେକ୍ଷା କରିବାର ସୀମା ସମାପ୍ତ ହୋଇଥିଲା l


ଟିନାର ଆଗମନ ପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ଖୁବ ବାର୍ତାଳାପ କରିଥିଲେ lଟିନା କହିଲା ବନ୍ଧୁ ମୋର ୱାଟ୍ସଅପରେ ଫୋଟୋସବୁକୁ ତୁ ଖାଲି ସିମ୍ବଲ ଦେଉଛୁ (ସୁପର, ଗେଲ, ଵେଷ୍ଟ ଅନାନ୍ୟା )ନା ଦେଖୁଛୁ ନା good, nice wow ଲେଖି ଦେଉଛୁ ? -


ସତରେ କହିଲୁ କେଉଁ ଫୋଟୋଟି ସବୁଠୁ ଭଲ ହୋଇଛି l


ରିନା କଣ କହିବ ବୁଝି ପାରିଲାନି ସେତ କିଛି ଭଲରେ ଦେଖିନି ଏତେ ଫୋଟୋ କେତେ ଦେଖିବ ବୋଲି ସବୁ ନଦେଖି ନପଢି ସମସ୍ତଙ୍କ ଲେଖା ଫୋଟୋ ମେସେଜକୁ ସିମ୍ବଲ, good, nice ଖାଲି ଲେଖି ଦେଉଥିଲା l


ଟିନା କହିଲା କଣ ସାଙ୍ଗ କିଛି କହୁନୁ ଚୁପଚାପ ରହିଛୁ, ମୁଁ ତୋର ହୃଦୟର ଭାଷା ବୁଝିଗଲି ତୁ ମୋ ପରି କାହାର କିଛି ନଦେଖି ନପଢି ସମସ୍ତଙ୍କର ମନ ରଖିବାକୁ ଖୁସି କରାଇବାକୁ ସିମ୍ବଲ ଦେଇଦେଉ wow ଲେଖିଦେଉ l


ଦୁହେଁ ଖୁବ ହସିଲେ ବିନା ହସ କଥାରେ lରିନା କହିଲା ଖରାପ ଭାବେନାଲ lଆସେ ଖାଇବା ତାପରେ ମିଶି ଫୋଟୋ ଦେଖିବା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract