Sukanti Hotta

Abstract

4.3  

Sukanti Hotta

Abstract

ବାଇକ ପ୍ରେମ

ବାଇକ ପ୍ରେମ

2 mins
315


ପ୍ରତ୍ୟେକ ବାପାମାଆ ତାଙ୍କ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ପୁଣି ପୁଅର ପ୍ରେମ ବହୁତ ଅଧିକ କାରଣ ଅନ୍ଧବିଶ୍ୱାସ ଅଛି ପୁଅ ହିଁ ବାପାମାଆର ମୁହଁରେ ମୃତ୍ୟୁ ପରେ ପାଣି ଦିଏ l


ଗରୀବ ଘର ହେଉ କିମ୍ବା ଧନୀ ହେଉ ସମାଜରେ ଅଧିକାଂଶ ଘରେ ପୁଅ ମାନଙ୍କୁ ନା ଆକଟ ନା କଟକଣା ଅଛି ଯାହା ମାଗିଲେ ସଙ୍ଗେ ସଙ୍ଗେ ମିଳିଯିବାରୁ ପ୍ରାୟତଃ ବିଗିଡି ଯାଆନ୍ତି ଏମିତି ବିଗିଡି ଯାଇଥିଲା ଦିନୁ l ତିନି ଝିଅ ପରେ ଗୋଟିଏ ପୁଅ ପାଇ ବାପା ଶଙ୍କରା ମାଆ ଶାନ୍ତିଦେବୀ ପୁଅ ଯାହା ମାଗିଲେ ସଙ୍ଗେସଙ୍ଗେ ପୂରଣ କରିଦିଅନ୍ତି l


ଗରୀବ ଘରର ଦିନୁ ଅଡ଼ି ବସିଲା ବାଇକ କିଣିବା ପାଇଁ l ବାପା ଶଙ୍କରା ଧାର କରି ଝିଅ ମାନଙ୍କୁ ପାଠ ନପଢେଇ କୁଳ ରତନ ପାଇଁ ବାଇକଟିଏ କିଣିଥିଲେ l ପୁଅ କଲେଜ ଯାଉଥିଲା ଚାକିରୀ କରି ଧାର ଶୁଝିଦେବ ବୋଲି ବାପା ଶଙ୍କରାର ବିଶ୍ୱାସ ଥିଲା l


କୁଳ ରତନ ମଦ ପ୍ରେମରେ ପଡି କୁଳାଙ୍ଗାର ହୋଇଯାଇଥିଲା ଏହା ବାପା ଶଙ୍କରା ମାଆ ଶାନ୍ତିଦେବୀଙ୍କୁ ଜଣା ନଥିଲା l ପୁଅ କଲେଜ ଯାଉଛି କହି ମଦ ପିଇ ଝିଅ ମାନଙ୍କୁ କମେଣ୍ଟ ମାରୁଥିଲା l


ଦିନେ ବିନା ହେଲମେଟ ପିନ୍ଧି ମଦ ପିଇ ଘରକୁ ଆସୁଥିଲା ଟ୍ରାଫିକ ଛକରେ ଧରା ପଡିଗଲା l ଟ୍ରାଫିକ ପୋଲିସ ବଡ଼ ରସିଦ ଟି ଧରାଇଦେଲେ ମଦ, ହେଲମେଟ ପାଇଁ l


ଦିନୁ ଯେତେ କାନ୍ଦିକରି କହିଲା ଟ୍ରାଫିକ ପୋଲିସ ଶୁଣିଲେନି ସେମାନେ ତ ନିୟମରେ ବନ୍ଧା, ଧନୀ ଗରୀବ ତାଙ୍କ ପାଖରେ ସମସ୍ତେ ସମାନ l ଦିନୁ ତାର ବାପା ଶଙ୍କରାକୁ ଫୋନ କଲା l


ବିଚରା ଶଙ୍କରା ପଇସା କେଉଁଠୁ ଆଣିବ ବାଇକକୁ ବନ୍ଧା ପକାଇ ଟ୍ରାଫିକ ପୋଲିସକୁ ପଇସା ଦେଲା, ମାଆ ଶାନ୍ତିଦେବୀ ମୁଣ୍ଡ କଚାଡି କାନ୍ଦିଲେ ପୁଅ ଦିନୁ କାନ୍ଦିକାନ୍ଦି ମାଆ ର ଗୋଡ଼ ତଳେ ପଡି କହୁଥିଲା ମାଆ ସାଙ୍ଗ ଦୋଷରୁ ମୁଁ ଖରାପ ରାସ୍ତାରେ ଯାଇଥିଲି l


ଆଜିଠୁ ମୁଁ ମନ ଦେଇ ପଢ଼ିବି ମଦ ଛାଡ଼ିବି ନିଜ ରୋଜଗାରରେ ବାଇକକୁ ବନ୍ଧାରୁ ମୁକୁଳେଇବି l ମୋ ଭଉଣୀ ମାନଙ୍କ କଥା ବୁଝିବି l ବାଇକ ପ୍ରେମ ମୋ ଆଖି ଖୋଲିଦେଲା l



Rate this content
Log in

Similar oriya story from Abstract