ବଦଭ୍ୟାସ
ବଦଭ୍ୟାସ


ଛାଡିବାକୁ ଯେତେ ଇଚ୍ଛା କଲେବି ଛାଡି ପାରୁନି ମୁଁ କାରକୁ lମୋ ଘର ମୋ ବାପାମାଆ ମୋ ଭାଇଭଉଣୀ lସବୁବେଳେ ମୁଁ କହିବା ପ୍ରାୟ ଅଧିକାଂଶଙ୍କ ପ୍ରକୃତି ଥାଏ l ଆମର ବୋଲି କହିବାକୁ କଷ୍ଟ ଲାଗେ ବୋଧେ l
ସ୍ୱାମୀ ରଘୁ ଆଉ ରୁନୁ ମଧ୍ୟରେ ଏହି ମୁଁ କାରକୁ ନେଇ ସବୁବେଳେ ଝଗଡା ପାଟିତୁଣ୍ଡ lରଘୁ ରୁନୁର ମୁଁ କାରରୁ ଆରମ୍ଭ ହୋଇଯାଏ ବଚସା lବିଚରା ପିଲାମାନେ ଡରିକରି କବାଟ କୋଣରେ ଛିଡା ହୋଇଯାନ୍ତି l
ଏମିତି ପନ୍ଦର ମିନଟର ଡ୍ରାମା ପରେ ପୁରା ବାତାବରଣ ଶାନ୍ତ ହୋଇଯାଏ lବିଚରା ପିଲାମାନେ ହିଁ ବହୁତ କଷ୍ଟ ପାଆନ୍ତି lରଘୁ ରୁନୁର ପୁଣି ହସଖୁସି ମଜାକ ଆରମ୍ଭ ହୋଇଯାଏ l
ରାଜୁ ମୁନୁ ଭାବନ୍ତ
ି ଆମ ମମିଡାଡି ପିଲାମାନଙ୍କ ପରି ମୋର ମୋର କହି ଛୋଟ ଛୋଟ କଥାରେ ଝଗଡା କରୁଛନ୍ତି l ଆମେମାନେ କଣ ଶିଖିବୁ କେବେ ବୁଝୁନାହାନ୍ତି l
ସ୍କୁଲରେ ମଧ୍ୟ ପିଲାମାନେ ମୋର ମୋର କହି ଝଗଡା କରନ୍ତି lବାପାମାଆଙ୍କ ଟଙ୍କା ପଇସା ପ୍ରତିପତ୍ତିକୁ ନେଇ ଗର୍ବ କରନ୍ତି l
ରାଜୁ ମୁନୁକୁ କହିଲା ପରିବାର ହିଁ ମୁଁ କାର ମୋର ଭାବନାର ଜନ୍ମଦାତା lପ୍ରତ୍ୟେକ ପରିବାର ଯଦି ପିଲାମାନଙ୍କୁ ମୋର ଭାବନା ନ ଶିଖେଇ ଆମର ଘର ଆମ ପରିବାର ଶିଖାଇଲେ ଝଗଡା କେବେ ହେବନି l
ମୁଁ କାରର ବଦଭ୍ୟାସକୁ ପିଲାବେଳୁ ଆମେ ଯଦି ଛାଡିଦେବା ବଡହେଲେ ଆମେ କେବେ ଝଗଡା କରିବାନି lଆମେ ଦୁଇଭାଇ ସବୁବେଳେ ମିଳିମିଶି ରହିବା l