Sukanti Hotta

Abstract

5.0  

Sukanti Hotta

Abstract

ଅଦଭୂତ ପରମ୍ପରା

ଅଦଭୂତ ପରମ୍ପରା

2 mins
280


ଲିତା ତିନି ଭାଇରେ ଗୋଟିଏ ଭଉଣୀ ଭାରି ଗେଲେଇ ଥିଲା l ସକାଳ ୮ ଟାରେ ବିନା ବ୍ରସ ରେ ବେଡରେ ବସି ପ୍ରଥମ ଚା ପିଇଲା ପରେ ଶେଜ ତ୍ୟାଗ କରୁଥିଲା l ବାହାଘର ପରେ ସକାଳ ୬ ଟାରେ ଉଠି ସମସ୍ତଙ୍କ ପାଇଁ ଚା ବନେଇବା ଲିତା କୁ ଭାରି ପଡୁଛି l ପୁଣି ବାର ମାସରେ ତେର ପର୍ବ l ମାର୍ଗଶୀର ଗୁରୁବାର ସବୁଠୁ କଷ୍ଟ ଭୋର ଚାରିଟା ରାତିରୁ ମୁଣ୍ଡ ଧୋଇ ଗାଧୋଇ ପିଠାପଣା କରି ପୂଜା ସାରି ଅଫିସ ଯିବା l


ଲିତା ମନେମନେ ଭାବୁଛି କାହିଁକି ବାହାଘର ଜଞ୍ଜାଳରେ ପଡିଲି ବଡ଼ ଆରାମରେ ଘରେ ଥିଲି l ଖାଇବା ଭଲ ହେଇନି ବୋଲି କେତେ କହୁଥିଲି l ଚାକର ରାମୁକୁ ରାଗୁଥିଲି l ନିଜେ କଲାପରେ ଜଣାପଡୁଛି ରୋଷେଇ ସବୁବେଳେ ସମାନ ହୁଏନି କେବେ ରାଗ, ଲୁଣି ଅଲଣା ହୋଇଯାଉଛି l ସମସ୍ତଙ୍କ ମନ ରଖିବାକୁ ଯେତେ ଚେଷ୍ଟା କଲେବି ଅସଫଳ ହେଉଛି l


ଦେଖିବାକୁ ଆସିବା ବେଳେ ଶାଶୁ ଶ୍ୱଶୁର ଝିଅ ଝିଅ ଡାକୁଥିଲେ l ଲିତା ଭାବୁଥିଲା ଝିଅର ଆସନ ଦେଇ ରଖିବେ କିନ୍ତୁ ସବୁ ଓଲଟା ଜନ୍ମିତ ଝିଅ ହିଁ ଝିଅ l ବୋହୂ କେବେ ଝିଅ ହେଇପାରେନା l ଝିଅ ଡେରିରେ ଉଠିଲେ ଯାହା ଖାଇଲେ ଯାହା କହିଲେ ଆକଟ ନାହିଁ ବୋହୂ ପାଇଁ ସବୁ ଆକଟ l


କି ଅଦଭୂତ ପରମ୍ପରା ଚାରିଟା ରାତିରୁ ଉଠି ଝୋଟି ଦେଇ ଦଶ ପ୍ରକାର ପିଠାପଣା କରି ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ମାଆ ସନ୍ତୁଷ୍ଟ ହୁଅନ୍ତି l ଏତେ ପିଠାପଣା ବଡ଼ କଷ୍ଟରେ କରାହୁଏ ପୁଣି ଖାଇଲେ ଦେହରେ ଯାଉନି l


ଶାଶୁ ଶ୍ୱଶୁରଙ୍କ ପୁଣି ଆକଟ ଗୁରୁବାରେ କାହାକୁ ପଇସା ଦେବୁନି କିଛି ଦେବୁନି l ସତରେ ଗରୀବ ଅସହାୟଟି କି ବିକଳରେ ମାଗୁଥିଲା ମାଆ ଖାଇବାକୁ ମୁଠେ ଦିଅ, ପୂଜା ନହେଲେ ଦିଆ ଯିବନି l


ଲିତା ଭାବି ଚାଲିଛି ଲକ୍ଷ୍ମୀ ମାଆ କେଉଁଥିରେ ସନ୍ତୁଷ୍ଟ ଲକ୍ଷ୍ମୀ ମାଆଙ୍କୁ ହିଁ ଜଣା l ସେପଟୁ ଶାଶୁ ଦୟାଦେବୀ ଙ୍କ କର୍କଶ ସ୍ୱରରେ ଚିଲେଇବା ଶୁଣାଗଲା ଭୋଗଥାଳି ଜଲଦି ବାଢେ ତୋ ଶ୍ୱଶୁରଙ୍କୁ ଭୋକ ହୋଇଯିବ l


ଲିତା ଭାବନା ରାଜ୍ୟରୁ ଫେରି ଘଣ୍ଟାର କଣ୍ଟାଟିକୁ ଦେଖିଲା ୯ଟା ବାଜିଲାଣି ଜଲଦି କାମ ସାରିଲେ ଅଫିସ ଯିବ l କି ଅଦଭୂତ ଜୀବନ କହି ହେଉନି କି ସହି ହେଉନି l ଶାଶୁ କେବେ ହେଲେ ମାଆ ହେବନି l


Rate this content
Log in

Similar oriya story from Abstract