Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sukanti Hotta

Abstract

5.0  

Sukanti Hotta

Abstract

ସ୍କୁଲର ପ୍ରଥମଦିନ

ସ୍କୁଲର ପ୍ରଥମଦିନ

1 min
427


ଜୀନୁ କାନ୍ଦିକାନ୍ଦି କହୁଛି ମୁଁ ସ୍କୁଲ ଯିବିନି ଘରେ ହିଁ ପାଠ ପଢ଼ିବି l ଯେତେ ବୁଝାଇଲେ ସେ ଜମା ଶୁଣୁନି l ମାଆ ରେବତୀ ବାପା ନରେଶ ଅଲିଅଳି କନ୍ୟାକୁ ବୁଝାଉଛନ୍ତି ସ୍କୁଲ ଯିବୁ ଧନ ପାଠ ପଢିଲେ ସିନା କଲେକ୍ଟର ହେବୁ l ଆମ ଗାଁର ଉନ୍ନତି ପାଇଁ କାମ କରିବୁ l

"କାଳିଆ ଘୋଡାରେ ଚଢ଼ିବୁ ତୁ ମଧୁବାବୁ ସଙ୍ଗେ ଲଢ଼ିବୁ" l


ଯେତେ ବୁଝାଇଲେ ବି ଜୀନୁର ଏକା ଜିଦ ମୁଁ ସ୍କୁଲ ଯିବିନି ଘରେ ପାଠ ପଢ଼ିବି ତମେ ମାଆ ମିଶି ମୋତେ ପାଠ ପଢ଼େଇଦେବ l

ବାପା ନରେଶ ମାଆ ରେବତୀ ଝିଅ ଜୀନୁକୁ ଗାଡ଼ିରେ ବସାଇ ସ୍କୁଲ ନେଇ କ୍ଲାସ ରୁମରେ ବସାଇଲେ l


ଜୀନୁ ପରି କୁନିକୁନି ପୁଅ ଝିଅଙ୍କର ବିକଳ କାନ୍ଦ, ଯେଉଁ ପିଲାମାନେ କାନ୍ଦୁ ନଥିଲେ ସେମାନେ ବି କାନ୍ଦୁଥିବା ପିଲାଙ୍କୁ ଦେଖି ଭେଁ ଭେଁ କାନ୍ଦୁଥିଲେ l ସ୍କୁଲର ପ୍ରଥମ ଦିନର ଦୃଶ୍ୟ ସବୁ ବାପାମାଆଙ୍କ ଆଖିରେ ବି ଲୁହ ଆଣି ଦେଇଥିଲା l ତାଙ୍କରି ଶିକ୍ଷକ ମାନେ କହୁଥିଲେ ବାପାମାଆଙ୍କୁ ଦେଖିଲେ ହିଁ ପିଲାମାନେ ବହୁତ କାନ୍ଦନ୍ତି ଆପଣ ମାନଙ୍କୁ ଆମେ ଅନୁରୋଧ କରୁଛୁ ପିଲାମାନଙ୍କ ପାଖରୁ ଦୂରେଇ ଯାଅ l


ସତରେ ପ୍ରାଇମେରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ, ସେମାନେ ଚିର ନମସ୍ୟ l


ସେମାନେ ପ୍ରତ୍ୟେକ ପିଲାଙ୍କ ଦ୍ୱିତୀୟ ଗୁରୁ l


ଦିନେ ଦୁଇଦିନ ପରେ ପିଲାମାନେ ଏତେ ସ୍ନେହ ଶ୍ରଦ୍ଧା ପାଆନ୍ତି ଯେ ହସିହସି କୁହନ୍ତି ଆମେ ସ୍କୁଲ ଯିବୁ l


Rate this content
Log in

More oriya story from Sukanti Hotta

Similar oriya story from Abstract