Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sukanti Hotta

Abstract

5.0  

Sukanti Hotta

Abstract

ରୀତୁର ଭାବନା

ରୀତୁର ଭାବନା

2 mins
474


ଆମେ ସମସ୍ତେ ବୈଜ୍ଞାନିକ ଯୁଗରେ ପଦାର୍ପଣ କରିଛେ, ଯନ୍ତ୍ରପାତିର ଆବିଷ୍କାର ଆମକୁ ଶିଖରରେ ଚଢ଼ାଇଦେଇଛି ସିନା ଅଳସୁଆ କରିଦେଲାଣି l ଦୁଇ ମିନିଟ ପାୱାର କାଟିଲେ ଆମେ ଚଳିପାରୁନୁ l ପୁଣି ଗୋଟିଏ ଦିନ ଦୁଇଦିନ ପାୱାର କଟିଲେ ଅବସ୍ଥା ଅସମ୍ଭାଳ l ଗାଡି, ଟିଭି, ଲାପଟପ ମୋବାଇଲ ନଥିଲେ ଚଳିହେବନି l


କିନ୍ତୁ ଗରୀବ ମଧ୍ୟବିତ୍ତ ପରିବାର ପାଇଁ ଯୁଗ ପରିବର୍ତ୍ତନ ହେଲେ, ନୂଆନୂଆ ଯନ୍ତ୍ରପାତି ବାହାରିଲେ କଣ ଫରକ ପଡିବ l


ରୀତୁର ଗାଁରେ ଦୁଇଦିନ ପାଇଁ ପାୱାର କଟାଯିବ ଶୁଣି ରୀତୁର ଆଖି ଅନ୍ଧାର ଦିଶିଲା,ଯାହା ଘରେ ସିନା ଇନଭେଟର ଅଛି ମେନେଜ କରିଦେବେ l ରୀତୁର ମୁଣ୍ଡରେ ବଜ୍ର ପଡିଗଲା କାରଣ ରବିବାର ଦିନଟି ହିଁ ଚାକିରିଆ ମାନଙ୍କ ପାଖରେ ଥାଏ, ଲୁଗାପଟା ସଫା ଠାରୁ ଆରମ୍ଭ କରି ଘର ସଫା l ବିନା ୱାସିଂଙ୍ଗ ମେସିନରେ ସଫା କରିବା କଷ୍ଟ, କେତେଥର ସ୍ୱାମୀଙ୍କୁ କହିଲାଣି ମେସିନ ଆଣିବାକୁ ପୁଣି ରବିବାରେ ମଟନ ନହେଲେ କାହା ଭାତ ହଜମ ହେବନି ମସଲା ହାତରେ ବାଟିବାକୁ ହେବ l


ଟିଭି ନଦେଖିଲେ ଜମା ଭଲ ଲାଗୁନି l ପାୱାର ନାହିଁ କଣ କରିବ ଆଗ କାଳରେ ଡ଼ିବିରିଜାଳି କେମିତି ଚଳୁଥିଲେ l ମୋବାଇଲଟା ଖରାପ ହୋଇଯାଇଛି ନହେଲେ ଗୀତ ଶୁଣିଶୁଣି କାମ କରିଦେଇଥାନ୍ତା l ସ୍ୱାମୀ ରଘୁ ନିପଟ ଅଳସୁଆ ଟିକେ ବି ସାହାଯ୍ୟ କରନ୍ତିନି l ଦୁଇଜଣ ତ ଚାକିରୀ ପୁରୁଷ ଚାକିରିରୁ ଆସି ରେଷ୍ଟ ନେବ କିନ୍ତୁ ସ୍ତ୍ରୀ ଘର ପିଲା କଥା ବୁଝିବ କି ଅଦଭୂତ ନିୟମ?


ଶାଶୁଶ୍ୱଶୁର ସବୁବେଳେ ପୁଅର ପକ୍ଷରେ ପରିବାରର ଅଭାବ ପାଇଁ ସିନା ଚାକିରି କଲି ନହେଲେ ଘରକାମ କରି ଶାନ୍ତିରେ ରହିଥାନ୍ତି l


ସାଙ୍ଗ ରିନା କହୁଥିଲା ଟାଇମ ପାସ ପାଇଁ ଚାକିରି କରୁଛି l କେତେ ଭାଗ୍ୟ ତାର ଚାକର ମାନେ ତାର ଘରକାମ କରିଦେଉଛନ୍ତି l ଟଙ୍କାର ଭୂମିକା ହିଁ ସବୁଠାରୁ ଅଧିକ l ରଘୁର ଯଦି ମଦ ପିଇବା ଅଭ୍ୟାସ ନଥାନ୍ତା ଦୁଇଜଣଙ୍କ ରୋଜଗାରରେ ପରିବାର ଖୁସିରେ ଚଳିଥାନ୍ତା l


ଇନଭେଟର ଟେ ତ ଆଣିଥାନ୍ତା ପୁଅ ଲାପଟପ ଟେ ପାଇଁ କାନ୍ଦୁଛି କହୁଛି ସବୁ ସାଙ୍ଗ ପାଖରେ ଲାପଟପ ଅଛି l ଘର ପାଇଁ ନୂଆନୂଆ ଯନ୍ତ୍ରପାତି ଆଣିଥାନ୍ତା l


ଗୋଟିଏ ବୋଲି ସ୍କୁଟି ଥିଲା ମାର୍କେଟରୁ ଜିନିଷ ଆଣିବା ପାଇଁ ସୁବିଧା ହେଉଥିଲା କିନ୍ତୁ ରଘୁ ମଦ ପିଇ ଗାଡି ଚଳେଇ ଆକ୍ସଇଡେଣ୍ଟ କରିଦେଇଛି l ଟଙ୍କା ଦେଲେ ଗାଡି ଆସିବ l


ମଣିଷର ସୁବିଧା ପାଇଁ କେତେ ଯନ୍ତ୍ରପାତି ବାହାରିଛି, କିନ୍ତୁ ଗରିବଙ୍କ ପାଇଁ?


ମଦ ନିଶା ଧନୀ ଗରୀବ ସମସ୍ତଙ୍କ ପରିବାର ଉଜାଡି ଦେଉଛି l


ରୀତୁ ଭଗବାନଙ୍କ ଉଦେଶ୍ୟରେ ହାତଯୋଡି କହିଲା ଭଲ ଘରଟି ଅଛି ଖାଇବାକୁ ଅଛି ଯନ୍ତ୍ରପାତି ନଥିଲେ କଣ ହେଲା? ଦୁନିଆରେ କେତେ ଗରୀବ ଅଛନ୍ତି ଘର ଖଣ୍ଡେ ନାହିଁ କି ଭଲ ଖାଇବାକୁ ପିନ୍ଧିବାକୁ ନାହିଁ l


ଯେତେ ଯୁଗ ବଦଳୁ ନୂଆନୂଆ ଯନ୍ତ୍ରପାତି ବାହାରୁ ଗରୀବଙ୍କ ପାଇଁ ଯନ୍ତ୍ରାଂଶର ଭୂମିକା କିଛି ନୁହେଁ l ଖାଲି ଭାବନା ଆଉ ସ୍ବପ୍ନ ରାଜ୍ୟରେ ବୁଲିବାହିଁ ହୋଇଥାଏ l


Rate this content
Log in

More oriya story from Sukanti Hotta

Similar oriya story from Abstract