STORYMIRROR

Sukanti Hotta

Others

3  

Sukanti Hotta

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
469

ମେରୀର ହସଖୁସିର ସଂସାରଟି ସ୍ୱାମୀ ଝିଅକୁ ନେଇ ସୁରୁଖୁରୁରେ କଟୁଥିଲା lଆଜି ସେ କୋଡିଏ ବର୍ଷର କନ୍ୟାର ମାଆ ହୋଇ ଯାଇଛି, ସାନ ବେଳର ଝିଅର ସୁନ୍ଦର ସୁନ୍ଦର କଥା ନାଚ ଗୀତ କୁ ସେ ତାର ସ୍ୱାମୀ ମୋବାଇଲରେ ରେକର୍ଡ କରି ରଖିଛନ୍ତି l ଯେତେବେଳେ ମନ ହେଉଛି ସେମାନେ ମୋବାଇଲରୁ ଝିଅର ଫୋଟୋ ନାଚ ଗୀତ ଦେଖୁଛନ୍ତି l


ମେରୀକୁ ଆଜି ତାର ନନା ବଉଙ୍କ କଥା ବହୁତ ମନେ ପଡୁଛି lସଭା ସମିତିରେ ଭାଷଣ ଦେଉଥିବା ମେରୀ ପିଲାବେଳେ ଭଲରେ କହିପାରୁନଥିଲା ଆଜି ଭାବି ମନେ ମନେ ହସୁଛି


ଫରୁଆରେ ଖଡି଼ଟି ରଖି ନନାଙ୍କୁ ପଚାରୁଥିଲା ନନା ନନା ତରୁଆ ତିତରେ ତନ ତଛି ତହିବ ତି? ନନା କହୁଥିଲେ ଚକଲେଟ ବାଦାମ ଚଣା ଆହୁରି କେତେ ଜିନିଷ l


ସେ କହୁଥିଲା ନାହିଁ ନନା ତଡିତା

ଘରେ ଭାଇ ଭଉଣୀ ବଉ ତାର ତୋତାଲା କଥାକୁ ମନେ ପକାଇ ଆଜି ବି ହସୁଛନ୍ତି l

ମେରୀ ପରି ସମସ୍ତଙ୍କ ଜୀବନରେ କିଛି ନା କିଛି ସ୍ମୃତି ଥିବ, ସେ ସମୟରେ ମୋବାଇଲ ସିନା ନଥିଲା ପରିବାରର ସବୁ ସଦସ୍ୟ ଗୋଟିଏ ସ୍ଥାନରେ ବସି ପିଲାମାନଙ୍କ ମଜାମଜା କଥା କହୁଥିଲେ ଆଜି କାହା ପାଖରେ ସମୟ ନାହିଁ କାରଣ ଫେସବୁକ ହ୍ଵାଟ୍ସଆପ ଟିଭି ରୁ ସମୟ ମିଳିଲେ ତ?  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍