ପ୍ରିୟା ସହ ମୁହୂର୍ତ୍ତଟିଏ
ପ୍ରିୟା ସହ ମୁହୂର୍ତ୍ତଟିଏ
ତୁମ ଜଳ ଜଳ ଆଖିର ମୌସୁମୀସିକ୍ତ ଇସାରାରେ
ପଥପ୍ରାନ୍ତ ଗଛଟିଏ ଚରିଉଠେ ନବ ସଂଜୀବନୀରେ
ଗତି ଏକ ଉଦାସ ସହର ତଥା ଅଚଞ୍ଚଳ ଝରଣାର
ବେଳାଭୂମିରେ ଭ୍ରମଣର ଅନୁଢା କିଶୋରୀ ତୁମେ
ତୁମ ମନ ରାଜ୍ୟରେ ଆସିନ ଏକ ନୂତନ କାକଳୀର
ଦୁଗ୍ଧ ଫେନ ନୀର ଉର୍ମିମାଳାରେ ସ୍ଥିତ
'ଯାତନାର - ଚେତନା ଓ ଜାଗୃତିର
ତୁମ ଆଜାନୁଲମ୍ବିତ କେଶବଲ୍ଲରୀ
ବାରମ୍ବାର ଉଚ୍ଚାରିତ ଏକ ଅସମାହିତ ପ୍ରଶ୍ନର
ତୁମ ପରିପୁଷ୍ଟ ଶରୀରରେ ନିଶାଣ ମୋହର
ଏବେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ବେଳ-
ତୁମ ଦେହର ରାଜରାସ୍ତାରେ ସୃଷ୍ଟ ସ୍ବାକ୍ଷର ,
ଆଦିମ ଅନ୍ଧାରର ସାନ୍ଧ୍ରତାର - ଆପେକ୍ଷିକ ଆକର୍ଷଣର
ଅସମ୍ଭବ ଭାବେ ଉତୁରି ଯାଇଥିବା ଏକ ଝଡ଼ର
ଅପେକ୍ଷାମାଣ ବ୍ରାହ୍ମ ମୁହୂର୍ତ୍ତର – ସୃଷ୍ଟିର ଆଦ୍ୟ ଓଁକାରର
ତୁମ ନୀଳ ନୟନରେ ନୀଳତୃଷାର
ପୁ°ଜୀଭୂତ ଉଚ୍ଛ୍ବାସ
ନୂତନ ସକାଳ ବହି ଆଣିବ ସଂଭାବନାମୟ ସୌରଭ
ଏକ ଆବେଗ ସିତ, ନିକ୍କଣିତ ନୂପୁରର ପଦଧ୍ୱନି ଯହିଁରେ ପର୍ଯ୍ୟବେଶିତ ଆମ ସମ୍ପର୍କର ସୁରମ୍ୟ ସୃଷ୍ଟିକଳା
ତୁମ ହୃଦୟରେ ଦୁଃଖ ବିଯୋଗିତ ଡ୍ରାମାର
ନାହିଁ ତ ନୂତନ କୋଣାର୍କର ସୃଜନଶୀଳ ନବ ଦିଗ°ତର ।