STORYMIRROR

Sanjya Tripathy

Classics

4  

Sanjya Tripathy

Classics

ପ୍ରିୟା ସହ ମୁହୂର୍ତ୍ତଟିଏ

ପ୍ରିୟା ସହ ମୁହୂର୍ତ୍ତଟିଏ

1 min
217


ତୁମ ଜଳ ଜଳ ଆଖିର ମୌସୁମୀସିକ୍ତ ଇସାରାରେ

ପଥପ୍ରାନ୍ତ ଗଛଟିଏ ଚରିଉଠେ ନବ ସଂଜୀବନୀରେ

ଗତି ଏକ ଉଦାସ ସହର ତଥା ଅଚଞ୍ଚଳ ଝରଣାର

ବେଳାଭୂମିରେ ଭ୍ରମଣର ଅନୁଢା କିଶୋରୀ ତୁମେ

ତୁମ ମନ ରାଜ୍ୟରେ ଆସିନ ଏକ ନୂତନ କାକଳୀର

ଦୁଗ୍ଧ ଫେନ ନୀର ଉର୍ମିମାଳାରେ ସ୍ଥିତ

'ଯାତନାର - ଚେତନା ଓ ଜାଗୃତିର

ତୁମ ଆଜାନୁଲମ୍ବିତ କେଶବଲ୍ଲରୀ

ବାରମ୍ବାର ଉଚ୍ଚାରିତ ଏକ ଅସମାହିତ ପ୍ରଶ୍ନର

ତୁମ ପରିପୁଷ୍ଟ ଶରୀରରେ ନିଶାଣ ମୋହର

ଏବେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ବେଳ-

ତୁମ ଦେହର ରାଜରାସ୍ତାରେ ସୃଷ୍ଟ ସ୍ବାକ୍ଷର ,

ଆଦିମ ଅନ୍ଧାରର ସାନ୍ଧ୍ରତାର - ଆପେକ୍ଷିକ ଆକର୍ଷଣର

ଅସମ୍ଭବ ଭାବେ ଉତୁରି ଯାଇଥିବା ଏକ ଝଡ଼ର

ଅପେକ୍ଷାମାଣ ବ୍ରାହ୍ମ ମୁହୂର୍ତ୍ତର – ସୃଷ୍ଟିର ଆଦ୍ୟ ଓଁକାରର

ତୁମ ନୀଳ ନୟନରେ ନୀଳତୃଷାର 

ପୁ°ଜୀଭୂତ ଉଚ୍ଛ୍ବାସ

ନୂତନ ସକାଳ ବହି ଆଣିବ ସଂଭାବନାମୟ ସୌରଭ

ଏକ ଆବେଗ ସିତ, ନିକ୍କଣିତ ନୂପୁରର ପଦଧ୍ୱନି ଯହିଁରେ ପର୍ଯ୍ୟବେଶିତ ଆମ ସମ୍ପର୍କର ସୁରମ୍ୟ ସୃଷ୍ଟିକଳା

ତୁମ ହୃଦୟରେ ଦୁଃଖ ବିଯୋଗିତ ଡ୍ରାମାର

ନାହିଁ ତ ନୂତନ କୋଣାର୍କର ସୃଜନଶୀଳ ନବ ଦିଗ°ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics