STORYMIRROR

Maheswar sahoo

Inspirational

2  

Maheswar sahoo

Inspirational

ପ୍ରିୟ ସାଥି ମୋର

ପ୍ରିୟ ସାଥି ମୋର

9 mins
438



ନଦୀ କୂଳରେ ଗୋଟିଏ ଛୋଟିଆ ଗାଁ 'ରେ ରୁହନ୍ତି ଅଂଶୁ ନାମରେ ଜଣେ ସରଳ ଓ ଶାନ୍ତ ପିଲା । ସେ ନିଜର ପଢ଼ା ଦଶମ ପାଖରୁ ବନ୍ଧ ହୋଇ ଯାଇଥିଲେ କାରଣ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଶିଥିଳ ଥିଲା । ତେଣୁ ଅଂଶୁ ଘରର ପରିସ୍ଥିତି ସୁଧାରିବା ପାଇଁ ଗୋପାଳନ କଲେ । ଗୋ ପାଳନ କରିବାକୁ ସେ ବ୍ୟାଙ୍କ ଋଣ ସଦୃଶ କୋଡିଏ ହଜାର ଟଙ୍କା ଉଠାଇଥିଲେ । ଦୁଇଟି ଗାଈ କିଣିଥିଲେ ଓ ହୃଦୟ ଦେଇ ତାର ହେପାଯତ କରିଥିଲେ । ଗାଈ ଦୁଇଟିକୁ ନିଜ ପରିବାର ସଦସ୍ୟ ଭଳି ଭାବିନେଇଥିଲେ ଅଂଶୁ । 

    ରାତି ପାହିଲେ ଉଠି ପଡି ଗାଈ ଦୁଇଟିଙ୍କର ସେବାରେ ଲାଗି ଯାଆନ୍ତି । ସେମାନଙ୍କର ସମସ୍ତ ଅଳିଆ ଯେପରିକି ଗୋବର, ମୂତ୍ର ଆଦି ସମ୍ପୂର୍ଣ ରୂପେ ସଫା କରନ୍ତି । ତା ପରେ ଗାଈ ଦୁଇଟିକୁ ଚାରା ଦିଅନ୍ତି । ପେଜ ତୁରାଣୀ ଦେଇ ପଡିଆ କିଆରୀକୁ ଘାସ କାଟିବାକୁ ପଳେଇ ଯାଆନ୍ତି। ଏମିତି କିଛି ଦିନ କରିବା ପରେ ଦୁଇଟି ଯାକ ଗାଈ ଗର୍ଭବତୀ ହୋଇଥିଲେ । ସେମାନଙ୍କର ମଧ୍ୟ ଦୁଇଟି ମାଈ ପିଲା ଜନ୍ମ ହୋଇଥିଲେ । ଅଂଶୁ ବହୁତ ଖୁସି ହୋଇ ଯାଇଥିଲେ । ନିଜର ଗୋପାଳନ ସାର୍ଥକ ସ୍ୱରୂପୁ ଏବେ ଅଂଶୁ ଦୁଗ୍ଧ ଦୁହିଁ ବିକିବା ଆରମ୍ଭ କଲେ । ଦୈନିକ ପାଞ୍ଚ ଶହ ଟଙ୍କା ଭଳି ସେ ରୋଜଗାର କରି ପାରୁଥିଲେ । 

    ଅଂଶୁର ବାପା ଭାସ୍କର ବାବୁ ଓ ମାଆ ମାଆ ଲକ୍ଷ୍ମୀ ଦେବୀ ଅଂଶୁ ଉପରେ ବହୁତ ପ୍ରସନ୍ନ ଥିଲେ । ଅଂଶୁ ବୟସର ପିଲା ମାନେ ପାଠ ପଢୁଛନ୍ତି । ହେଲେ ଅଂଶୁ ଏବେ ମାସିକ ପନ୍ଦର ହଜାର ରୁ କୋଡିଏ ହଜାର ରୋଜଗାର କରୁଛନ୍ତି ଦେଖି ବାପା ଭାସ୍କର ବାବୁ ବହୁତ ଖୁସି ହେଲେ । ଏବେ ନିଜର ଆବଶ୍ୟକୀୟ ଉପାଦାନ କିଣିବାରେ ସକ୍ଷମ ହୋଇ ପାରିଥିଲେ ଅଂଶୁ । ଏଥି ସହିତ ଅଂଶୁ ନିଜର ଗୋଶାଳା ମଧ୍ୟ ଭଲଭାବେ ସଜାଡି ଦେଲେ । ଦୁଇଟି ଗାଈରୁ ଅଂଶୁ ପାଖରେ ଏଇନେ ଦଶ ଗୋଟି ଗାଈ ହୋଇ ଯାଇଥିଲେ । ଧୀରେ ଧୀରେ ରୋଜଗାର ବଢି ଚାଲିଲା । ଅଂଶୁ କିଛି ଜମି କିଣି ସେଥିରେ ଘାସ ଚାଷ କଲେ । ଦୈନିକ ଗାଈ ମାନଙ୍କୁ ଆବଶ୍ୟକ ପରିମାଣରେ ଘାସ ସେହି ଜମିରୁ ପାଇ ପାରୁଥିଲେ । 

    ନିଜର ରୁଗୁଣା ବାପାଙ୍କୁ ଡାକ୍ତରୀ ଚିକିତ୍ସା କରିବାକୁ ଅଂଶୁ ଭଲ ଡାକ୍ତର ଦେଖାଇ ଥିଲେ । ନିଜର କର୍ମ ବଢି ଚାଲିଥିଲା ଏଥି ସହିତ ନିଜ ବାପାଙ୍କୁ ସୁସ୍ଥ କରି ପାରିଲେ ନିଜ କର୍ମରେ ସେ ସାହାଯ୍ୟ କରିପାରିବେ । 

    ଅଂଶୁର ସାଙ୍ଗମାନେ ଆଜି କାଲି ଅଂଶୁ ଉପରେ ବହୁତ ଇର୍ଷୁକ ହେଇଯାଇଛନ୍ତି । ଅଂଶୁ ଏକ ସୁନ୍ଦର ବାଇକ କିଣି ରାଜା ଭଳି ବୁଲୁଥାଏ ଏପଟ କାମ ରୁ ସେପଟ କାମ । ଆଜି କାଲି ତାଙ୍କର ଖାତିରି ବଢି ଯାଇଥାଏ । ପରିଶ୍ରମୀ ଲୋକର କୌଣସିରେ ଅଭାବ ଭଗବାନ ରଖନ୍ତି ନାହିଁ । ତେଣୁ ଭଲ ପାଠ ପଢି ଭଲ ରୋଜଗାର କରିବା ଠାରୁ ଅଧିକରେ ଥିଲେ ଅଂଶୁ । ସମସ୍ତେ ବହୁତ ପ୍ରସଂଶା କରନ୍ତି ଅଂଶୁଙ୍କର ।

   ଏବେ ମାସିକ ଲକ୍ଷ ଲକ୍ଷ ଟଙ୍କା ଦୁଗ୍ଧ ବ୍ୟବସାୟରୁ ଅଂଶୁ ପାଖକୁ ଆସୁଥିଲା । ବାପା ଭାସ୍କର ବାବୁ ମଧ୍ୟ ଏବେ ଟିକେ ସୁସ୍ଥ ଜଣା ପଡୁଛନ୍ତି । ସେ ମଧ୍ୟ ଅଂଶୁ କାମରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ଧନ୍ଦା ସୁରୁଖୁରୁରେ ଚାଲିଲା । 

    ଅଂଶୁଙ୍କ ସାଥୀରେ ପଢୁଥିଲେ ଚନ୍ଦୁ । ଚନ୍ଦୁ ଭଲ ପାଠ ପଢ଼ନ୍ତି ହେଲେ ବହୁତ ଈର୍ଷାଳୁ ପରାୟଣ । ଅନ୍ୟ ସାଙ୍ଗଙ୍କ ଅପେକ୍ଷା ଅଂଶୁର ଅତି ପ୍ରିୟ ସାଙ୍ଗ ଚନ୍ଦୁ ଥିଲେ । ଚନ୍ଦୁ ଯେତେବେଳେ ଦେଖିଲେ ଅଂଶୁ ଏବେ ପାଠ ପଢା ଛାଡି ବ୍ୟବସାୟ କରି ବହୁତ ଆଗକୁ ବଢି ଚାଲିଛି ସେ ବହୁତ ଇର୍ଷା କରିଥିଲେ । ସବୁବେଳେ ଅଂଶୁ ପାଖକୁ ଆସନ୍ତି ଆଉ କୁହନ୍ତି ଅଂଶୁ ତୁ ତ ମୂର୍ଖ ହେଲୁ ଦେଖ ମୁଁ ବିଏ ରେ ପ୍ରଥମ ହେଇଛି । ହେଲେ ଅଂଶୁ କୁହନ୍ତି ହଁ ରେ ଚନ୍ଦୁ ତୋ ବାପାଙ୍କର ତୋତେ ପଢେଇବାକୁ ପଇସା ଥିଲା ତେଣୁ ପଢି ପାରିଲୁ ଓ ମୋ ବାପାତ ରୁଗୁଣା ଥିଲେ । ସେ କେଉଁଠୁ ମୋତେ ପଢିବାକୁ ପଇସା ଦେଇଥାନ୍ତେ କହିଲୁ । 

   ପୁଣି ଅଂଶୁ କୁହନ୍ତେ " ମୋ ସାଙ୍ଗ ଜଣେ ଭଲ ପଢି ଭଲ ମଣିଷଟିଏ ହେଲେ ଗୌରବର କଥା । ମୁଁ ବହୁତ ଖୁସି ହେବି ।"

ଚନ୍ଦୁ ପଳେଇ ଯାଆନ୍ତି କିଛି ନ କହି । ହେଲେ ଉପରେ ପାଣିଛିଞ୍ଚି ନିଆଁ ଲଗେଇବା ଉଦ୍ଧେଶ୍ୟରେ ଥାଆନ୍ତି ଚନ୍ଦୁ । ସବୁବେଳେ ସୁଯୋଗ ଖୋଜନ୍ତି କଣ କଲେ ଅଂଶୁ ବାରବାଦ ହେବ । ମନେ ମନେ ଜଳି ଯାଇଥାନ୍ତି ଚନ୍ଦୁ ଅଂଶୁ ଉପରେ । 

   ଦିନେ ଚନ୍ଦୁ ଆସି ଦେଖିଲେ ଜଣେ ଦୁଗ୍ଧ ବେପାରୀ ଆସି ଚନ୍ଦୁଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଇ ଗଲେ ଯାହାକି ଚନ୍ଦୁଙ୍କ ସାମନାରେ । ଅଂଶୁ କହିଲେ ଚନ୍ଦୁ କିଛି କିଣି ଖାଇବୁ ଯଦି ନେଇ ଯାଅ ଏହି ଶହେ ଟଙ୍କା । ଆଉ ଗୋଟେ କଥା ଜାଣିଛୁ ଏହି ବେପାରୀ ଜଣଙ୍କ ଛଅ ମାସ ହୋଇ ଗଲାଣି ଦୁଗ୍ଧ ନେଇ ପଇସା ବାକି ରଖିଥିଲେ ଆଉ ଆଜି ସବୁ ପଇସା ଦେଇ ଗଲେ । ବେପାର କରିଲେ ଧର୍ଯ୍ୟ ରହିବା ଦରକାର ତା ସହିତ ବିଶ୍ୱାସ ରହିବା ଦରକାର ତେଣୁ ମୁଁ ତାଙ୍କୁ ବିଶ୍ୱାସ କରେ ଆଉ ପରିଶ୍ରମର ପଇସା କେହି ଗୋଟେ ଟଙ୍କା ଖାଇ ପାରିବେ ନାହିଁ ଚନ୍ଦୁ । 

ଚନ୍ଦୁ କହିଲେ " ଆଚ୍ଛା ସେଇ ଲୋକ ଯଦି ତୋତେ ପଇସା ଦେଇ ନ ଥାନ୍ତେ ତେବେ ତୁ କଣ କରିଥାନ୍ତୁ ।"

ଅଂଶୁ :" ଜାଣିଲୁ ସେଇ ଲୋକ ଜଣଙ୍କ ମୋ ସହିତ ତିନି ବର୍ଷ ଧରି ବେପାର କରୁଛନ୍ତି । ଆଉ ତାଙ୍କର ସୁବିଧା ଦେଖି ସେ ପାଉଣା ପଇଠ କରନ୍ତି । କେବେ କାହାର ଗୋଟେ ଟଙ୍କା ଡୁବେଇବେ ନାହିଁ ।

ମଣିଷର ପତିସ୍ଥିତି ରହିଛି ଓ ଆମକୁ ବ୍ୟବସାୟରେ ପରିସ୍ଥିତି ବିଷୟରେ ବୁଝିବା ଦରକାର । ତେଣୁ ମୁଁ ତାଙ୍କୁ ବିଶ୍ୱାସ କରେ । ବୁଝିଲୁ ଚନ୍ଦୁ ଏମିତି ବ୍ୟବସାୟ କରାଯାଏ । ତୁତ ଭଲ ପଢ଼ୁଛୁ ଚାକିରୀ କରିବୁ । ହେଲେ ମୋ ଭାଗ୍ୟ କାହିଁ ।"

ଚନ୍ଦୁ :" ଆଉ କହନାରେ ଅଂଶୁ । ତୁ ଏଇନେ ଯେତିକି ରୋଜଗାର କରି ପାରୁଛୁ ସେତିକି ଜଣେ ମୁଖ୍ୟମନ୍ତ୍ରୀଙ୍କର ଦରମା ନଥିବ । ହଉ ମୁଁ ଆସୁଛି ତୋ ପଇସା ରଖ । "

କହି ପଳେଇ ଯାଇଥିଲେ ଚନ୍ଦୁ । ମନେ ମନେ ବହୁତ ଜଳି ଯାଉଥିଲେ । କାରଣ ନିଜ ସାଙ୍ଗ ଅଂଶୁ । ନିଜ ଗାଁ ପିଲା । ନିଜ ସହ ପାଠି ମଧ୍ୟ । ଏବେ ଆଖ ପାଖରେ ଜଣେ ବଡ ଦୁଗ୍ଧ ବେପାରୀ । କାହାରି ଦୁଗ୍ଧ ଆବଶ୍ୟକ ପଡ଼ିଲେ ଅଂଶୁ ଯୋଗେଇ ଦିଅନ୍ତି । 

ଚନ୍ଦୁଙ୍କୁ ରାତି ସାରା ନିଦ ହେଲା ନାହିଁ । ମୋ ଜନ୍ମରୁ ମୁଁ ଲକ୍ଷେ ଟଙ୍କା କେବେ ଦେଖିନି ହେଲେ ଚନ୍ଦୁ ମୋରୀ ସାଙ୍ଗ, ଖାଇବାକୁ ପାଏ ନାହି । ଛିଣ୍ଡା ଗୁନ୍ଥା ପିନ୍ଧିକରି ଆସିଥାଏ ବିଦ୍ୟାଳୟ । ଆଜି ସେ କୋଟିପତି ହେବାକୁ ଯାଉଛି । ଏମିତି ବହୁତ ଭାବୁଥାନ୍ତି ଚନ୍ଦୁ । ରାତି ପାହି ସକାଳ ହେଲା । ସେ ସିଧା ଆସି ପହଞ୍ଚୀଲେ ଅଂଶୁ ପାଖରେ ଆଉ ଦେଖିଲେ ଅଂଶୁ ଘାସ କିଆରୀରେ ବିଷ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଓ ଲୋକମାନେ ଦୁଗ୍ଧ ଦୁହିଁବାରେ ବ୍ୟସ୍ଥ । ଏଇ ସୁଯୋଗରେ ଚନ୍ଦୁ ବିଷ ବୋତଲରେ ଥିବା ବିଷରୁ କିଛି ଦୁଗ୍ଧ ହାଣ୍ଡିରେ ଢାଳି ଦେଇଥିଲେ । ପୁରା ହାଣ୍ଡି ବିଷାକ୍ତ ହୋଇ ଯାଇଥିଲା । ଚନ୍ଦୁ ଆଉ କିଛି କାହାରିକୁ ନ କହି ସିଧା ଘରକୁ ପଳେଇ ଗଲେ । ଘରେ ଯାଇ ପ୍ରସ୍ତୁତ ହୋଇ କଲେଜ ଚାଲିଗଲେ । 

     କଲେଜ ରେ ପଢ଼ା ପଢିରେ ବ୍ୟସ୍ତ ଥାଆନ୍ତି ଘରୁ ଫୋନ ଆସିଲା ଯେ କି ବାପାଙ୍କ ଅବସ୍ଥା ବହୁତ ଖରାପ ଓ ସେ ଏବେ ଡାକ୍ତର ଖାନାରେ ଅଛନ୍ତି । ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । ତାଙ୍କ ପ

ାଟିରୁ ଗରଳ ବାହାରି ପଡ଼ିଲାଣି । ଚନ୍ଦୁ ଏଇ କଥା ଶୁଣି ତାଙ୍କର ମୁଣ୍ଡରେ ଚଡକ ପଡିଗଲା । ତାଙ୍କୁ ଚାରିଆଡ଼ ଅନ୍ଧକାର ଦେଖାଗଲା । ସେ ସଙ୍ଗେ ସଙ୍ଗେ କଲେଜରୁ ଡାକ୍ତରଖାନା ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ । ଡାକ୍ତର ଖାନାରେ ପହଞ୍ଚି ଜାଣିଲେ ତୁମ ବାପା ବିଷ ପିଇ ଦେଇଛନ୍ତି । 

    ବାପା କାହିଁକି ବିଷ ପିଇଲେ ବୋଲି ଭାବି ଚାଲିଲେ ଓ ମାଆଙ୍କୁ ପଚାରିଲା ବାପା କାହିଁକି ବିଷ ପିଇଲେ । ମାଆ କହିଲେ ସେ ସୁସ୍ଥ ମଣିଷ ବିଷ କାହିଁକି ପିଇବେ । ସକାଳେ ଉଠି ଦୋକାନରୁ ଦୁଗ୍ଧ ଆଣିବାକୁ ଯାଇଥିଲେ ହେଲେ ପୁଣି ଆସି କହିଲେ ଦୋକାନରେ ଦୁଗ୍ଧ ବିଳମ୍ବରେ ମିଳିବ ଆଉ ମୁଁ ଯାଉଛି ଅଂଶୁ ପାଖରୁ ତଟକା ଦୁଗ୍ଧ ନେଇ ଆସିବି କହି ଚାଲିଗଲେ । ଆଉ ଅଂଶୁ ଆଜି ଦୁଇ ଲିଟର ଦୁଗ୍ଧ ବିନା ମୂଲ୍ୟରେ ଯାଚି ଯାଚି ଦେଇ ଦେଇଥିଲା । ତୋ ବାପା ଆଜି ରାବିଡ଼ି ଚାହା ପିଇ ଥିଲେ । ସେ ଚାହା ପିଇ ସାରିବା ପରେ ତାଙ୍କୁ ବାନ୍ତି ହୋଇଥିଲା । ଆମେ ଡାକ୍ତର ଖାନା ନେଇ ଆସିଲୁ । 

    ଚନ୍ଦୁ ନିଜର ଭୁଲ ବୁଝି ପାରିଥିଲେ । ଯିଏ ଯାହା ପାଇଁ ଗାତ ଖୋଳେ ସେ ସେଇ ଗାତ ରେ ପଡେ । ତେଣୁ ଚନ୍ଦୁ ପାଇଁ ନିଜ ବାପା ହେଉଛନ୍ତି ଭଗବାନ । ରୋଜଗାର କହିଲେ ବାପା ହିଁ ମୁଖ୍ୟ । ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ । ବାପାଙ୍କର କିଛି ଯଦି ହେଇଯାଏ ତେବେ ଆମ ପରିବାର ପେଟକୁ ଦାନା ପାଇବୁ ନାହିଁ । ପାଠ ପଢିବାତ ଦୂରର କଥା ଦାନା ହୀନ ହେଇଯିବୁ । ଚନ୍ଦୁ ମନରେ ଏକ ଅଜଣା ଭୟ ଖେଳି ଯାଇଥିଲା ଓ ସେ ସଙ୍ଗେ ସଙ୍ଗେ ନିଜ ମାଆଙ୍କୁ କହି ଦେଇଥଲେ ମାଆ ମୁଁ ଆଜି ସକାଳେ ଅଂଶୁ ଘରକୁ ଯାଇଥିଲି ଓ ସେ ଭଲ ରୋଜଗାର କରୁଛି ଦେଖି ମୋର ବହୁତ ଇର୍ଷା ହେଉଥିଲା । ସେ ମୋଟ ଅଙ୍କରେ ପଇସା ଗଣୁଥିବାର ଦେଖି ମୋ ଦେହ ଜଳିଯାଏ ତେଣୁ ଅଂଶୁ ଘାସ ବିଷ ଦେଉଥିବାର ଦେଖି ସେଇ ବିଷରୁ କିଛି ଲୁଚେଇ ତା କ୍ଷୀର ହାଣ୍ଡିରେ ଢାଳି ଦେଇଥିଲି । ତାକୁ ବଦନାମ କରି ତା ବେପାର ବନ୍ଧ କରିବି ଭାବିଥିଲି । ତାକୁ ବରବାଦ କରିଦେବି ଭାବିଥିଲି । ତାକୁ ଜେଲ ରେ ରଖିଦେବୀ ଭାବିଥିଲି ହେଲେ ମାଆ ମୋ ଭୁଲ କଣ ମୋ ଉପରେ ପଡିଗଲା । ମାଆ ମୁଁ ବହୁତ ବଡ଼ ଭୁଲ କରିଛି । ସେଇ ଦୁଗ୍ଧ ପାନ କରି ହଜାର ହଜାର ଲୋକ ମରିଯିବେ ! ଏବେ କଣ କରିବି ମାଆ । 

     ଠିକ ସେଇ ସମୟରେ ଅଂଶୁ ଶୁଣି ପାରି ସେଇ ଡାକ୍ତର ଖାନାରେ ପହଞ୍ଚି ଯାଇଥିଲେ । ଆଉ କହିଥିଲେ " ଚନ୍ଦୁ ଜାଣିଛୁ ତୋ ବାପା ବିଷାକ୍ତ ଦୁଗ୍ଧ ପିଇଛନ୍ତି । ମୋର କୌଣସି ଭୁଲ ପାଇଁ ଆଜିର ଦୁଗ୍ଧ ବିଷାକ୍ତ ହେଇ ଯାଇଛି ମୁଁ ଜାଣି ପାରି ଏଠାକୁ ଆସିଛି ଆଉ ଯାହା ଖର୍ଚ୍ଚ ହେବ ମୁଁ ଦେବି ଓ ତୁମ ବାପାଙ୍କୁ ଭଲ କରିବି । ତୁମେ କୌଣସି ଆଇନିର ସରଣ ନିଅ ନାହିଁ କି ଥାନାକୁ ଯାଅ ନାହିଁ । ମୁଁ ନ ଥିଲି ଓ ସେଇଥି ପାଇଁ ମୋ ଲୋକ ମାନେ ତୁମ ବାପାଙ୍କୁ ଦୁଗ୍ଧ ଦେଇ ଦେଇଛନ୍ତି । କାରଣ ତୁମ ବାପା ଆଜି ବାଧ୍ୟ କରି ଦୁଗ୍ଧ ନେଇଛନ୍ତି ତେଣୁ ମୁଁ ଦୁଃଖିତ । ଜାଣିଛୁ ଚନ୍ଦୁ ମୁଁ ଆଜି ଘାସ ବିଲକୁ ଯିବାର କାରଣ ଘାସ ବିଲରେ ପୋକ ଲାଗି ଯାଇଥିଲେ । ପୋକ ଲଗା ଘାସ ଖାଇ ଗାଈ ମାନେ ବେମାର ପଡିବେ । ତେଣୁ ମୁଁ ଆଜି ସକାଳେ କୌଣସି ବେପାରୀଙ୍କୁ ଦୁଗ୍ଧ ନ ଦେବାକୁ କହି ବିଲକୁ ଚାଲି ଯାଇଥିଲି । ଲୋକ ମାନେ ମୁଁ ଦୁଗ୍ଧ ପରୀକ୍ଷା ନ କରିବା ଯାଏ କାହାରିକୁ ଦୁଗ୍ଧ ଦିଅନ୍ତି ନାହିଁ । ହେଲେ ତୋ ବାପା ମୋ ସାଙ୍ଗର ବାପା ଭାବି ମୋ ଲୋକ ମାନେ ଦୁଗ୍ଧ ଦେଇ ଦେଇଛନ୍ତି । ତେଣୁ ମୁଁ ଦୁଃଖିତ । "

ଚନ୍ଦୁ : " ଆଚ୍ଛା କହିଲୁ ତୁ ସେଇଟା ବିଷାକ୍ତ କି ଭଲ ଦୁଗ୍ଧ ବୋଲି କେମିତି ଜାଣି ଥାନ୍ତୁ ?"

ଅଂଶୁ :" ମୋର ଚାରୋଟି ବିଲେଇ ଅଛନ୍ତି । ସେମାନଙ୍କୁ ମୁଁ ପେଟପୁରା ଦୁଗ୍ଧ ପ୍ରଥମେ ପିଆଏ । ତାପରେ ବେପାରୀଙ୍କୁ ଦିଏ । ଆଜି ଯେତେବେଳେ ମୁଁ ଗୋଟେ ବିଳେଇକୁ ଦୁଗ୍ଧ ପିଆଇଲି ସେ ହଠାତ ପିଇ ଦେଇ ଅଜବ ପ୍ରକାର ହେଲା ତା ପରେ ବେହୋସ ହୋଇ ଗଲା । ପୁଣି ଆଉ ଗୋଟେ ବିଳେଇକୁ ଦେଲି ସେ ମଧ୍ୟ ସେମିତି ହେଇ ବେହୋସ ହୋଇଗଲା ଆଉ ଜାଣି ପାରିଲି ଆଜିର ଦୁଗ୍ଧ ରେ କିଛି ଗଡ଼ବଡ଼ ହୋଇଛି ଓ ତା ପରେ ପଚାରିଲି ଯେ ତୁମେ ଦୁଗ୍ଧ କାହାକୁ ଦେଇଛ କି ଆଉ ସେମାନେ କହିଲେ ହଁ ଚାନ୍ଦୁବାବୁଙ୍କ ବାପାଙ୍କୁ ଦୁଇ ଲିଟର ଯାଚଯାଚି ଦେଇଛୁ ଓ ସେ ପଇସା ଯାଚିବାରୁ ନେଲୁ ନାହିଁ କାଳେ ଆପଣ ରାଗିବେ । ସେଇଠୁ ମୁଁ ତୁମ ଘରକୁ ଆସିଲି ଓ ତୁମ ଘରେ ମୋତେ ଲୋକମାନେ ଏଇ ଅଘଟଣ ବୋଲି କହିଲେ । ମୁଁ ଡାକ୍ତର ଖାନାକୁ ଧାଇଁ ଆସିଲି ଚନ୍ଦୁ । ତୁ ଯାହା ମାଗିବୁ ନେଇଜା ହେଲେ ମୋ ନାଁରେ ଥାନାରେ କି ପୋଲିସକୁ କିଛି କହିବୁ ନାହିଁ ଚନ୍ଦୁ "

   ଏମିତି କହି ଅଂଶୁ ଚନ୍ଦୁ ଓ ତା ମାଆଙ୍କର ଗୋଡ଼ ଧରି କାନ୍ଧି ପକେଇଲା ଅଂଶୁ । ତୁମେ ଯାହା ଚାହିଁବ ଦେବୀ । ମଉସାଙ୍କ ଭଲ ହେବା ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିବି । ବଡ଼ ଡାକ୍ତରଖାନାରେ ଚିକିତ୍ସା ଦେବୀ ମୋତେ କ୍ଷମା କରିଦିଅ କହି କନ୍ଧିବାକୁ ଲାଗିଲା ଅଂଶୁ । ଡାକ୍ତରଖାନାର ବେଡ଼ ଉପରେ ସୋଇଥାନ୍ତି ଚନ୍ଦୁଙ୍କର ବାପା । ପାଇପ ଲଗା ଯାଇ ପେଟ ସଫା କରାଯାଉଛି । ଏଇ ସମୟରେ ଏମିତି ଏମାନଙ୍କ ଭିତରେ କଥା ବାର୍ତ୍ତା ଚାଲିଛି । ଚନ୍ଦୁଙ୍କ ମାଆ ହଠାତ ଚନ୍ଦୁ ଆଡକୁ ଅନେଇ ବିଶ୍ୱାସ ଘାତକ କହି ଗାଲ ମୁଳିକୁ ଦୁଇ ଜବଡା ଦେଇ କହିଲେ । " ନାଇଁରେ ଅଂଶୁ ପ୍ରକୃତ ଦୋଷୀ ମୋ ପୁଅ ଚନ୍ଦୁ । ତୋ ଭଳି ଚାଲାକ ପୁଅ ଭାଗ୍ୟରେ ଥିଲେ ମିଳେ । ଏଇ କୁଳାଙ୍ଗାର ତୋ ଉପରେ ଈର୍ଷାଳୁ ହୋଇ ତୋ ପାଖକୁ ଯାଇ ତୋ ଦୁଗ୍ଧ ହାଣ୍ଡିରେ ବିଷ ଢାଳିଛି । ସାଙ୍ଗ ନାଆଁ ରେ ୟେ ହିଁ କଳଙ୍କ । ହେଲେ ତୁ ବହୁତ ଚାଲାକ ବୋଲି ଲୋକ ମାନଙ୍କୁ ବଞ୍ଚେଇ ପାରିଲୁ । ତୁ ହିଁ ଜୀବନର ଚଲା ପଥରେ ଜଣେ ସୁସ୍ଥ ଓ ଶକ୍ତ ବେପାରୀ ପୁଅ ହୋଇ ଦୁନିଆକୁ ଓ ନିଜ ବାପା ମାଆଙ୍କର କୁଳ ମଣ୍ଡନ କରିପାରିବୁ । "  

    ଚନ୍ଦୁ କାନ୍ଧି ପକେଇଥିଲେ ଓ ଅଂଶୁର ପାଦ ତଳେ ପଡି ଯାଇଥିଲେ ଆଉ କହିଥିଲେ ମୋତେ ଗୋଟିଏ ଉଚିତ ଶିକ୍ଷା ମିଳିଲା ରେ ଅଂଶୁ । ମୁଁ ସିନା ପାଠ ପଢ଼ିଛି ହେଲେ ମୋ ଭିତରେ ମାନବିକତା ନ ଥିଲା । ମୋ ଅନ୍ତରାତ୍ମା ଅନ୍ଧ ହେଇଯାଇଥିଲା ଇର୍ଷା ଓ ଅହମିକାରେ । ସାମ୍ବାଦିକ ସହିତ ପୋଲିସ ଘଟଣା ସ୍ଥଳକୁ ଆସିଯାଇଥିଲେ ଓ ସେମାନଙ୍କ ସମ୍ନାରେ ସମ୍ପୂର୍ଣ ସତ କହି ଚନ୍ଦୁ ନିଜକୁ ଦୋଷୀ ପ୍ରମାଣ କରିଥିଲେ । ପ୍ରତ୍ୟକ ଖବର କାଗଜର ପୃଷ୍ଠାରେ ଛାପିଯାଇଥିଲା ଅବିଶ୍ୱାସୀ ଓ ଈର୍ଷାଳୁ ସାଥି । 

    ଅଂଶୁ ଚନ୍ଦୁକୁ କୁଣ୍ଢେଇ ପକେଇ କହିଥିଲେ ମୋ ପୋଷା ବିଲେଇ ବେହୋସ ହୋଇ ଯାଇଥିଲା ସେତେବେଳେ ମୁଁ ଜାଣିଥିଲି ମୋ ଦୁଗ୍ଧ ହାଣ୍ଡିରେ ଚନ୍ଦୁ ଛଡା ବିଷ ମିସେଇବାର ଆଉ କାହାରି ହିଁ ସାହସ ହେବନି । ଆଉ ମୁଁ ମଧ୍ୟ ମୋ ନିଜକୁ ସବୁବେଳେ ନ୍ୟୁନ ମନେ କରେ ମୁଁ ପାଠ ଭଲ ପଢେ ନାହିଁ । ହେଲେ ତୋ ସମ୍ନାରେ ମୁଠା ମୁଠା ଟଙ୍କା ଗଣୁଛି ଓ ତୋତେ ବହୁତ ବଢ଼ୁଥିବ । କାରଣ ଆମେ ଦୁହେଁ ସାଥିରେ ପଢ଼ନ୍ତି ଖେଳନ୍ତି ଓ ନିଜର ଦୁଃଖ ସୁଖ ବଣ୍ଟନ୍ତି । ତେଣୁ ତୁ ଏଇ କାମ କରିବା ଦ୍ୱାରା ତୋ ହୃଦୟରେ ଏକ ନୂତନ ଆଲୋକ ସୃଷ୍ଟି ହୋଇ ପାରିଛି । ଏବେ ମୋର ବିଶ୍ୱାସ ମୋ ସାଙ୍ଗ ନିଶ୍ଚୟ ଜଣେ ଭଲ ମଣିଷ ହେବ । ତେଣୁ କଥାରେ ଅଛି ଭାତ ଛାଡି ହୁଏ ହେଲେ ସାଙ୍ଗ ଛାଡି ହୁଏନି । ତୁ ମୋର ଯେତେ ବି ଅନିଷ୍ଟ କର ହେଲେ ମୁଁ ତୋ ସହିତ ସଦା ସର୍ବଦା ରହିଛି ଓ ରହିଥିବୀ । ଚାଲ ଏବେ ସବୁ ଭୁଲି ଯାଇ ମଉସାଙ୍କ ଜୀବନ ପାଇଁ ପ୍ରାଥନା କରିବା


Rate this content
Log in

Similar oriya story from Inspirational