କୃଷ୍ଣ ପ୍ରିୟା ମହାପାତ୍ର

Inspirational

3.1  

କୃଷ୍ଣ ପ୍ରିୟା ମହାପାତ୍ର

Inspirational

ପରିଚୟ

ପରିଚୟ

5 mins
224


   କେହି କେବେ ନିଜ ଇଚ୍ଛାରେ ବଦଳି ନ ଥାଏ । ଦୁଃଖ ଆଉ ସମୟ ମଣିଷକୁ ବଦଳେଇ ଦେଇଥାଏ । ସେମିତି କିଛି ଘଟିଥିଲା ରୀତା ଜୀବନରେ । 

ରୀତା ମୋର ଅତି ଅନ୍ତରଙ୍ଗ ବାନ୍ଧବୀ, ମୁଁ ତାକୁ ଅତି ନିକଟରୁ ଜାଣେ । ଭାରି ହସକୁରୀ ଆଉ ଖୋଲା ମନର ପିଲାଟିଏ । ଯାହାକୁ ଦେଖିବ ତା ସାଙ୍ଗରେ ମିଶିଯିବ ସତେ ଯେମିତି ଅନେକ ଦିନର ସମ୍ପର୍କ । ବାପା ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ । ବଡ଼ ଝିଅ ହେତୁ ବାପା ଚାହିଁଲେ ଭଲ ଜାଗା ଦେଖି ବାହାଘର କରିଦେବେ । ତା ସାଙ୍ଗର ଝିଅମାନେ କଲେଜରେ ପାଠ ପଢିବା ବେଳେ ରୀତା ବାହା ହୋଇ ଶାଶୁ ଘରକୁ ଚାଲିଗଲା । ଜ୍ୱାଇଁ ବ୍ୟାଙ୍କ ଚାକିରି କରିଥିବାରୁ ରୀତା ବାପା ବୋଉ ମନେ ମନେ ବହୁତ ଖୁସି ହଉଥାନ୍ତି । ଯାହା ହେଉ ପଛେ ସବୁ ବେଳେ ଝିଅ ଆମର ସହରରେ ରହିବ ଆଉ ସୁଖରେ ରହିବ । ବାହାଘର ପରେ ରୀତା ଆସି ଘରେ ବୁଲି ଦେଇ ଜ୍ୱାଇଁ ସାଙ୍ଗରେ ସହରକୁ ଚାଲିଗଲା । ମୋର ଆଉ ଦୁଇ ତିନି ବର୍ଷ ରୀତା ସାଙ୍ଗରେ ଦେଖା ହୋଇ ପାରି ନ ଥିଲା । ସେତେ ବେଳେ ଏତେ ଫୋନ ସୁବିଧା ନ ଥିଲା । 

  ଏ ଭିତରେ ମୁଁ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଚାଲିଗଲି । ଦିନେ ସାଙ୍ଗମାନଙ୍କ ସହିତ ମିଶି ବଜାର ଆଡ଼େ ଯାଇଥାଏ, ଦୂରରୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଆସୁଥାଆନ୍ତି । ମୋତେ ଟିକେ ଚିହ୍ନା ଚିହ୍ନା ଲାଗିବାରୁ ଠିଆ ହୋଇ ଚାହିଁଲି । ନିକଟକୁ ଆସିବାରୁ ଦେଖିଲି ରୀତା ଓ ତା ବର । ମନ ମୋର ଖୁସିରେ ଉଛୁଳି ଉଠିଲା । ମୁଁ ତାକୁ କୁଣ୍ଢେଇ ପକେଇଲି, ଟିକେ ଦୂରରେ ଠିଆ ହୋଇ ତା ବର ଆମକୁ ଦେଖୁଥାଆନ୍ତି । ଅନେକ କିଛି ଗପିବାକୁ ଇଚ୍ଛା ହେଉଥାଏ କିନ୍ତୁ ରୀତା କିନ୍ତୁ କାହିଁକି ମୁହଁ ଶୁଖେଇ ଠିଆ ହୋଇଥାଏ । ମୁଁ ସେତେବେଳେ ଭାବିଲି ରୀତା ମନ ଭିତରେ କିଛି ଦୁଃଖ ଅଛି ବୋଧହୁଏ ନ ହେଲେ ସେ ଯେମିତି ପିଲା ମୋତେ ଦେଖି ଖୁସିରେ ପାଗଳ ହୋଇ ଯାଇଥାଆନ୍ତା । କଣ ହେଇଛି ରୀତାର ?ମୋ ମନରେ କେତେ ପ୍ରକାର ଭାବନା ଆସୁଥାଏ । ରୀତା ବରକୁ ଦେଖିଲେ ଲାଗୁନି ସେ ରୀତା ମନରେ କିଛି ଦୁଃଖ ଦେଲା ଭଳି । କଣ କରିବି ଭାବି ରୀତାକୁ ତା ଘର ଠିକଣା ପଚାରିଲି । ତୁ ତ ଏଇ ସହରରେ ରହୁଛୁ ତୋ ଠିକଣା କହ ମୁଁ ତୋ ଘରକୁ ଯିବି । ରୀତା ମୋତେ ଟିକେ ଚାହିଁ କହିଲା ହଉ ଦେବି । ମତେ ଲାଗିଲା, ମନ ଭିତରେ ଯେମିତି ଅନେକ ଦୁଃଖକୁ ଲୁଚେଇ ରଖିଥିଲା ସେ । ପିଲାବେଳୁ ଭାରି ସ୍ୱାଭିମାନୀ । ମଧ୍ୟବିତ୍ତ ପରିବାରର ବଡ଼ ଝିଅ ହିସାବରେ ସାନ ଭାଇ ଭଉଣୀଙ୍କ ପାଇଁ ସବୁ କ୍ଷେତ୍ରରେ ବୁଝାମଣା କରି ଚଳିବାକୁ ପଡେ । ବାପାଙ୍କ ସହିତ ପୋଷାକ ପତ୍ର କିଣିବାକୁ ଗଲେ ସାନମାନଙ୍କ ଠାରୁ କମ ଦାମର ପୋଷାକକୁ ପସନ୍ଦ କରେ । ବାହାରେ ଖାଇବା କୁଆଡେ ବୁଲି ଯିବା ଇତ୍ୟାଦିକୁ ଭଲ ଲାଗେନି କହି ବାପାଙ୍କୁ ଅଯଥା ଖର୍ଚ୍ଚରୁ ବଞ୍ଚାଏ । 

ମୋତେ ଦେବା ଠିକଣା ବଦଳରେ ସେଇ ପାଖରେ ଥିବା ଗୋଟିଏ ମନ୍ଦିରକୁ ଆସିବାକୁ ଅନୁରୋଧ କଲା । ତା କଥା ଅନୁସାରେ ସକାଳୁ ମୁଁ ମନ୍ଦିରରେ ଯାଇ ପହଞ୍ଚିଲି, ସେ ମନ୍ଦିରକୁ ଏକୁଟିଆ ଆସିଥିଲା । ମୋତେ ଦେଖି ଖୁସି ହୋଇଗଲା । ମୁଁ ତାକୁ ପଚାରିଲି, ମନ୍ଦିରକୁ କାହିଁକି ଆସିବାକୁ କହିଲୁ, ମୋର ଏତିକି ପ୍ରଶ୍ନରେ ସେ କାନ୍ଦି ପକେଇଲା, କହିଲା ଅନି ମୁଁ ବାହା ହୋଇ ବଡ଼ ଭୁଲ କଲି, ବାପା ସିନା ଝିଅ ବୋଝକୁ ମୁଣ୍ଡରୁ ଓହ୍ଲାଇବେ ବୋଲି ବାହା କରିଦେଲେ ମୁଁ ପାଠ ପଢା ଅଧାରୁ ବାହା ହେଇ ବହୁତ ଦୁଃଖ ପାଉଛି । ବାପା ଭାବିଲେ ଚାକିରିଆ ଜ୍ୱାଇଁ କରି ଦେଲେ ଝିଅକୁ ସବୁ ସୁଖ ମିଳିଯିବ, କିନ୍ତୁ ଏଠିକି ଆସିବା ପରେ ଜାଣିଲି ତାଙ୍କ ପ୍ରକୃତି ଭଲ ନୁହେଁ ।  

  ସବୁ ବେଳେ କହୁଛନ୍ତି ତୁମେ ପଇସା ରୋଜଗାର କରୁନ ଜାଣିବ କଣ!! ଅଧା ପାଠୁଆ ଲୋକମାନଙ୍କର କଣ ବୁଦ୍ଧି ବୃତ୍ତି ଅଛି!!

କିଛି ଗୋଟେ ଖର୍ଚ୍ଚ କରିବା କଥା ପଡ଼ିଲେ ଆଗ ହିସାବ କରି କହିବେ ଏଇଟା କଣ ଦରକାର, ଅଯଥା କାହିଁକି ଏତେ ଖର୍ଚ୍ଚ କରୁଛ । ଯଦି ନିଜର ଶକ୍ତି ନାହିଁ ତ ଖର୍ଚ୍ଚ କରି ବା ପୁର୍ବରୁ ଚିନ୍ତା କର । ......!!

  ଏ ସବୁ କଥା ଶୁଣି ମୁଁ ଭାବୁଛି କାହିଁକି ପାଠ ପଢା ନ ସାରି ବାହା ହେଲି । ପ୍ରତ୍ୟେକ ଦିନ ଅଶାନ୍ତି ଭୋଗୁଛି ବାପାଙ୍କୁ କଣ କହିବି । ଝିଅକୁ ବାହା କରି ସେ ଯେ ଶାନ୍ତି ପାଉଛନ୍ତି, ଏ ସମ୍ପର୍କରେ ଜଣାଇ ତାଙ୍କୁ ମୁଁ ଦୁଃଖ ଦେବାକୁ ଚାହୁଁନି । ମୁଁ ତାକୁ କହିଲି ଏମିତି ତୁ କଣ ଜୀବନ ସାରା ସହୁଥିବୁ?? କଣ କରିବି ମୋ ଭାଗ୍ୟରେ ଯାହା ଅଛି ତାହା ଭୋଗିବି । କାହାକୁ ଦୋଷ ଦେବି । ସ୍ୱାମୀ ପାଇଁ ତା ମନରେ ପ୍ରବଳ ବିତୃଷ୍ଣା ଭାଵ ଭରି ରହିଥିଲା । ଯଦି ସ୍ତ୍ରୀକୁ ଜଣେ ସ୍ୱାମୀ ସମ୍ମାନ ଦେଇ ଜାଣିନି, ସ୍ନେହ ଶ୍ରଦ୍ଧା କରୁନି ସେମିତି ସ୍ୱାମୀ ପାଖରେ କେଉଁ ସ୍ତ୍ରୀ ସୁଖି ହୋଇପାରିବ । ତା କଥା ଶୁଣି ମୋତେ ମଧ୍ୟ ବହୁତ କଷ୍ଟ ହେଲା । ମୁଁ ତାକୁ କଣ ବା ବୁଝେଇ ସାନ୍ତ୍ଵନା ଦେବି ଭାବି ପାରୁନଥାଏ । ମୁଁ ତାକୁ କହିଲି ତୁ ଘରକୁ ଫେରି ଆସେ, ସେ ମନା କଲା ମୁଁ ଘରକୁ ଗଲେ ମୋ ଭାଇ ଭଉଣୀଙ୍କ ଜୀବନ ନଷ୍ଟ ହୋଇଯିବ । ବାପା ବୋଉ ଭାଙ୍ଗି ପଡିବେ । 

  ମୁଁ ତା ମନର ଲାଗି ଥିବା ଗଭୀର ଆଘାତକୁ ଲିଭେଇ ପାରିବିକି?? କଣ କରିବି ଚିନ୍ତା କରି ତାକୁ କହିଲି ତୁ ଆଉ ଥରେ ପାଠ ପଢା ଆରମ୍ଭ କରେ, ମୁଁ ତତେ ସବୁ ପ୍ରକାର ସାହାଯ୍ୟ କରିଵି । 

  ମୋ କଥା ତା ମନକୁ ପାଇଲା, ଖୁସିରେ ମୋତେ ସେ କୁଣ୍ଢେଇ ପକାଇଲା । ହେଲେ ମୁଁ ପଇସା କେଉଁଠୁ ଆଣିବି ବହି କିଣିବି ଫର୍ମ ଭରିବି । ମୁଁ ତାକୁ ଆଶ୍ୱାସନା ଦେଲି ମୁଁ ତୋ ସହିତ ଅଛି ତୁ ଖାଲି ପାଠ ପଢେ ଆଉ ସବୁ ମୁଁ ବୁଝିବି । 

ତୁ ଖାଲି ତୋ ସ୍ୱାମୀକୁ ଦେଖାଇ ଦେ ଯେ ତୁ ନିଜେ ତୋର ପରିଚୟ ସୃଷ୍ଟି କରିପାରିବୁ । ସେୟା ହେଲା ରୀତା ଘରୋଇ ଭାବରେ ପରୀକ୍ଷା ଦେଇ ଗ୍ରାଜୁଏସନ ପୁରା କଲା ତା ସହିତ compitative exam ପାଇଁ ପ୍ରସ୍ତୁତ ହେଲା । 

  ତା ପରିଶ୍ରମର ଫଳ ଭଗବାନ ତାକୁ ଦେଲେ, ରେଳ ବିଭାଗର ଗୋଟିଏ job ପାଇଁ ସେ ସିଲେକ୍ଟ ହେଲା 

  ଏତେ ସବୁ କରିବା ଭିତରେ ସ୍ୱାମୀ ତାର ବହୁତ କଥା ଶୁଣାନ୍ତି । ଅନେକ ଥର ବାହାରକୁ ଯିବାର କାରଣ ପଚାରି ରୀତାକୁ ଅଯଥା ଟିପ୍ପଣୀ ଦିଅନ୍ତି, ଏ ସବୁକୁ ସହି ରୀତା ତା ଲକ୍ଷ୍ୟରେ ପହଞ୍ଚିବ ବୋଲି ଆଶା ବାନ୍ଧି ଆଗେଇ ଯାଏ । 

  ଯେଉଁ ଦିନ ରୀତା ରେଳ ବିଭାଗର ଜଏନିଙ୍ଗ୍ ରିପୋର୍ଟ ପାଇଲା ସେ ଦିନ ତା ସ୍ୱାମୀ ଆଶ୍ଚର୍ଯ୍ୟ ହେଲା । ରୀତା ପାଠ ପଢି ପରୀକ୍ଷା ଦେଲା ଅଥଚ ଏତେ ଦିନ ସେ କେମିତି ଜାଣି ପାରିନଥିଲା । ରୀତାକୁ ପଚାରିବାକୁ ତାର ସାହସ ହେଉନଥାଏ । ବହୁତ କଥା କହିଛି ସେ, ଅନେକ ଅଶାନ୍ତି କରିଛି । ନିଜର ଅହଂ ପାଇଁ ପତିର କର୍ତ୍ତବ୍ୟ ନ କରି ତା ମନକୁ ଆଘାତ ଦେଇଛି । ରୀତା ପାଇଁ କିଛି କରିନି । ସେଥିପାଇଁ ଆଜି ପର୍ଯ୍ୟନ୍ତ ପାରିବାରିକ ସୁଖରୁ ସେ ବଞ୍ଚିତ ରହିଛି । ମନରେ ଗ୍ଲାନି ଭାଵ ଭରି ଗଲା । ସ୍ୱାମୀ ହିସାବରେ କିଛି ତ କେବେ କରିନି, ତେଣୁ କ୍ଷମା ମାଗିବାର ଅଧିକାର ମଧ୍ୟ ହରେଇ ବସିଛି । ରୀତା ଜୀବନରେ ଏକ ନୂଆ ମୋଡ଼ ଆସିଲା, ସେ ନିଜେ ନିଜର ପରିଚୟ ସୃଷ୍ଟି କରି ପାରିଲା । ଆତ୍ମବିଶ୍ୱାସ ବଳରେ ସେ ଆଜି ତା ସ୍ୱାମୀର ପାଟି ବନ୍ଦ କରି ଦେଇ ପାରିଛି । ଏବେ ସେ ସ୍ଵାଧୀନ ଭାବରେ ଜୀବନକୁ ବଞ୍ଚିପାରିବ । କାହା ଉପରେ ଅଯଥା ବୋଝ ହେବ ନାହିଁ । 

ସେ ଆଜି ସକ୍ଷମ, ତା ବାପାଙ୍କ ପାଇଁ ଚାହିଁଲେ କିଛି କରିପାରିବ । ଅନୁକୁ ଅନ୍ତରରୁ କୃତଜ୍ଞତା ଜଣାଇବା ପାଇଁ ତା ପାଖରେ ଭାଷା ନ ଥିଲା ।  

   ଯେଉଁ ଦିନ ସେ କାର୍ଯ୍ୟରେ ଯୋଗ ଦେବାକୁ ବାହାରିଲା ତା ସ୍ୱାମୀର ପାଦ ଛୁଇଁ ପ୍ରଣାମ କଲା ସେତେବେଳେ ଦେଖିଲା ସ୍ୱାମୀ ତାର ଆଖି ଛଳ ଛଳ କରି କ୍ଷମା ମାଗୁଛନ୍ତି । 


 



Rate this content
Log in

Similar oriya story from Inspirational