ପରିଚୟ ଦିଅ ଥରେ
ପରିଚୟ ଦିଅ ଥରେ
ଦିନେ ନିଜ ବେଡ଼ ଉପରେ ବସି ଭାବୁଥାଏ ପୃଥିବି
ଆଉ ଟିକେ ଟେନସନରେ ବି ଥାଏ ।ଉପାୟ କିଛି ପାଉ ନଥଏ । ତା'ର କାରଣ ଜାଣିବା ପାଇଁ ବେଳେ ବେଳେ
ଭାବେ ଏଇ ହ୍ୱାଟ୍ସଅପ୍ ଟାକୁ ବନ୍ଦ କରିଦେଵେ ନହେଲେ
ମୋବାଇଲଟାକୁ ଭାଙ୍ଗି ଦେବ ।
ବେତିବ୍ୟସ୍ତ ହୋଇ ଯାଉଥାଏ ପୃଥିବୀ ବାରମ୍ବାର ସେଇ ଗୋଲାପ ଫୁଲର ମେସେଜ ଦେଖି କଲ କଲେ ନୋ ରିସିଭ ଆଉ ଭିଡ଼ିଓ କଲ କଲେ ନୋ ରିସିଭ ।
ଗୋଲାପ ଫୁଲର ମେସେଜ ଦେଖି ଯେତିକି ଉତ୍ଫୁଲିତ ହେଉଥାଏ ସେତିକି ବ୍ୟତିଗ୍ରସ୍ତ ହେଉଥାଏ ।କାହିଁକିନା ପଠେଇଥିବା ଲୋକ ବିଷୟରେ ଜାଣି ନପାରି ।
କିଛି ଉପାୟ ନଥିଲା ପାଖରେ । ଦିନେ ଭାବିଲା
ଯାଉଛି ଅନୁରୋଧ କରି ପଚାରିବି ତୁମର ପରିଚୟ ଟିକେ ଦୟାକରି ଦିଅ ତୁମେ କିଏ ? ଏମିତି ପାଗଳ ପରି ପଚାରି ଚାଲିଲା ହେଲେ ଉତ୍ତର କିଛି ପାଇଲା ନାହିଁ ।ବାଧ୍ୟ୍ୟ ହୋଇ ସେ ସେଇ ନମ୍ବରକୁ ବ୍ଲକ କଲା ହେଲେ କିଛି ସମୟ ପରେ ଆଉ ଗୋଟେ ନମ୍ବର ରୁ ପୁଣି ସେଇ ଗୋଲାପ ଫୁଲର ମେସେଜ ଆସିଲା ତାକୁ ଦେଖି ପୃଥିବୀ ଆଶ୍ଚର୍ଯ୍ୟ ହୋଇଗଲା ଆଉ କିଏ କାହିଁକି ବାରମ୍ବାର ଏଇ ଗୋଲାପ ଫୁଲ ପଠାଉଛି । ପୃଥିବୀ ଗାଁ ପାଖ ମନ୍ଦିରକୁ ଗଲା ଆଉ ମା' ଙ୍କୁ ପ୍ରଣାମ କରି ମନ୍ଦିର ବେଢାରେ କିଛି ସମୟ ବସିଲା ।
ହେଲେ ତା'ର ମନରେ ଗୋଟିଏ କଥା କିଏ ସେଇ ଲୋକ
କିଛି ଉପାୟ ନପାଇ ମା' ଙ୍କୁ ଡାକିଲା ମନେ ମନେ
କିଛି ସମୟପରେ ଅମାବାସ୍ୟାର ଅନ୍ତ ହେଲା
ଆଉ ଚାନ୍ଦ ଉଇଁ ଉଠିଲା ତା' ମନ ଆକାଶରେ ସତରେ
ଗୋଟେ ସ୍ମୃତି ଜାଗ୍ରତ ହେଲା । ମନେ ପଡିଗଲା ୨୦ ବର୍ଷ ତଳର ପିଲାଦିନ କଥା ଆଉ ସେଇ ପଞ୍ଚମ ଶ୍ରେଣୀରେ ପଢୁଥିଲେ ପୃଥିବୀ ଆଉ ପୁର୍ଣିମା । ପୁର୍ଣିମା ବଡ଼ଲୋକ ଘର ଝିଅ ହେଲେ ପୃଥିବୀ ତା'ର ଭାରି ସାଙ୍ଗ
ପୁର୍ଣିମାର ବାପା ଆମେରିକାରେ ରୁହନ୍ତି । ପୁର୍ଣିମାର ଜେଜେ ଆଉ ଜେଜେମା ଗାଁ'ରେ ରହୁଥିବାରୁ ତା' ର ବାପା ପୂର୍ଣ୍ଣିମାକୁ ଗାଁ ରେ ଛାଡିଦେଇ ଯାଆନ୍ତି ।
ପୁର୍ଣିମା ଆଉ ପୃଥିବୀ ଏତେ ନିବିଡ ସାଙ୍ଗ ଯେ କେହି ଭାବି ପାରିବେନି । ୧୦ ବର୍ଷର ଛୋଟ ପିଲା ଦୁଇ ଜଣ
ସ୍କୁଲ ବଗିଚାରେ ଫୁଟୁଥିବା ଗୋଲାପକୁ ପୃଥିବୀ ତୋଳି ଆଣି ପୁର୍ଣିମାର ମୁଣ୍ଡରେ ଖୋସି ଦିଏ । ପ୍ରେମର ଅଙ୍କ ବୁଝି ନଥିବା ଦୁଇ ଚପଳ ପ୍ରେମୀ ଯୁଗଳ । କେବେ ଅଜାଣତରେ ପରସ୍ପର ପ୍ରତି ଆକର୍ଷିତ ହୋଇ ଯାଇଥିଲେ ।ଏମିତି ଗୋଟେ ଦିନ ନାହିଁ ପୃଥିବୀ ପୂର୍ଣ୍ଣିମାକୁ ଗୋଲାପ ଫୁଲଟିଏ ଦେଇ ନଥିବ ।
କିଛିଦିନ ଗଲା ପରେ ପୁର୍ଣିମାର ବାପା ଆମେରିକାରୁ ଗାଁ' କୁ ଫେରନ୍ତି ଆଉ ଦିନେ ପୃଥିବୀ ସହ ପୁର୍ଣିମାକୁ ଗୋଲାପ ଦେବାର ଦେଖିଲା ପରେ ପୃଥିବୀ ଗାଲକୁ ଦୁଇ ଚାପୁଡ଼ା ମାରିଥିଲେ , ଆଉ କହିଲେ ନନସେନ୍ସ ତୋର ଏତେ ସାହସ ମୋ ଝିଅକୁ ଗୋଲାପ ଫୁଲ ଦେଉଛୁ ।
ପ୍ରେମର ଛନ୍ଦ କପଟ ଜାଣି ନଥିବା ପୃଥିବୀର କିନ୍ତୁ ସେଇଟା ଥିଲା ଶେଷ ଗୋଲାପ ପୁର୍ଣିମା ପାଇଁ ଆଉ ତା' ପରେ ପୃଥିବୀ କାନ୍ଦି କାନ୍ଦି ଘରକୁ ଫେରିଗଲା ।
ତା' ର କିଛିଦିନ ପରେ ପୁର୍ଣିମାର ବାପା ପୂର୍ଣ୍ଣିମାକୁ ନେଇ ପରିବାର ସହ ଆମେରିକା ଚାଲି ଯାଇଥିଲେ
ଏମିତି ବର୍ଷେ ଦୁଇ ବର୍ଷ କାଳ ପୂର୍ଣ୍ଣିମାକୁ ଝୁରି ଝୁରି ପୃଥିବୀ କଣ୍ଟା ହୋଇ ଯାଇଥିଲା ।
ହଠାତ ପୃଥିବୀ ଚମକି ପଡି ଠିଆ ହୋଇ ଉଠି
ଭାବିଲା କ'ଣ ସେ ଗୋଲାପ ଦେଉଥିବା ଝିଅ ସେଇ ୨୦ ବର୍ଷ ତଳର ପୁର୍ଣିମା ନୁହେଁତ ? ଏମିତି ଭାବି ଫେରିଲା ଘରକୁ ରାତିରେ ବେଡ଼କୁ ଯିବା ଆଗରୁ ପୁଣି ସେଇ ଗୋଲାପ ଫୁଲର ମେସେଜ ଦେଖି ହଟାତ ଟାଇପ କଲା ପୃଥିବୀ ,ଆଉ ପଚାରିଲା ତମେ କିଏ ଯଦି ନକହିବ ତେବେ ଶପଥ କରି କହୁଛି ରାତି ପହିଲା ବେଳକୁ ମୋ ଶବ ଝୁଲୁଥିବ ଫ୍ୟାନରେ । ତା'ର ୫ ମିନିଟ ପରେ ଗୋଟିଏ ଅନ୍ୟ ନମ୍ବରରୁ କଲ ଆସିଲା । ରିସିଭ କଲା ପୃଥିବୀ...ହାଲୋ ଉତ୍ତର ଆସିଲା ହାଲୋ ଆପଣ ପୃଥିବୀ ବାବୁ ତ । ହଁ...ଆପଣ କିଏ କହୁଥିଲେ ତା' ପରେ କାନ୍ଦି ଉଠିଥିଲା ପୁର୍ଣିମା ,ପୃଥିବୀ ଅନୁରୋଧ କଲା ଦୟାକରି କୁହନ୍ତୁ ଆପଣ କିଏ ?
ଉତ୍ତର ଆସିଲା ମୁଁ ତୁମ ହଜିଲା ଅତୀତ ସେଇ ୨୦ ବର୍ଷ ତଳର ପୁର୍ଣିମା(ପୃଥିବୀ)...ମାଟି ଆଉ ଆକାଶ ଯୋଡି ହୋଇ ଯାଇଥିଲେ । କିଛି ସମୟ ପାଇଁ ଆଉ ୫ମିନିଟ ଯାଏ ଉଭୟ କାନ୍ଦୁଥିଲେ ପିଲାଙ୍କ ପରି । ପୃଥିବୀ ପଚାରିଲା..।
ଯଦି ଫେସବୁକରୁ ମୋ ବିଷୟରେ ଜାଣି ମୋ ମୋବାଇଲ
ନମ୍ବର ପାଇଲ ତେବେ ୫ ବର୍ଷ ହେଲା କାହିଁକି କଲ କରୁନଥିଲ । ପୁର୍ଣିମା କହିଲା - ମୁଁ ଦେଖୁଥିଲି ତୁମେ ପୃଥିବୀ ନା କଉ fake id କାହିଁକିନା 5 ମାସ ତଳେ ଖବର ପାଇଥିଲି ତମେ ଏଇ ଦୁନିଆରେ ନାହଁ ବୋଲି ।
ତେଣୁ ସନ୍ଦେହ କରିବା ଟା ସ୍ୱାଭାବିକ ସତରେ ପୃଥିବୀ ମୁଁ ସେଇଦିନ ଠାରୁ କେତେଯେ କାନ୍ଦିଛି ତୁମେ ବିଶ୍ୱାସ କରିବନି ।ହେଲେ ଏବେ ଜାଣିଲି ସେ ଖବର ମିଛ ଥିଲା |
ମୁଁ ଆମେରିକାରେ ରହିଲେ ବି ତମ ବାଟ ଚାହିଁ ରହିଥିଲି
ବାପା କେବେଠୁ ମା ଆଉ ମୋତେ ଛାଡି ଚାଲିଗଲେଣି ଆର ପାରିକୁ ଆଉ ଭଲ ଲାଗୁନି ଆମେରିକାରୁ ଫେରିଯିବି
ତୁମ ପାଖକୁ । ଯେମିତି ତୁମେ ମୋତେ ପ୍ରତିଦିନ ଗୋଲାପ ଫୁଲ ଦେଉଥିଲ କୁହ ପୃଥିବୀ ସେଦିନ ପରି ମୁଁ ତୁମ ପାଖକୁ ଗଲେ ତୁମେ ସେମିତି ମୋତେ ଗୋଲାପ ମୋ ମୁଣ୍ଡର ହେଡ଼କ୍ଲିପ ରେ ଆଣି ଖୋସି ଦେବ'ତ କୁହ ପୃଥିବୀ ?
ପୃଥିବୀ ଆଖିରୁ ଲୁହ ଝରି ଯାଉଥିଲା ସେ କିଛି କହି ପାରୁନଥିଲା ସେଇ କାନ୍ଦର କୋହ ଭିତରୁ ହଁ ବୋଲି କହିଲା...ସତରେ ଏମିତି ପୃଥିବୀ ଆଉ ପୁର୍ଣିମାର ପ୍ରେମ ବିବାହ ରେ ପରିଣତ ହେଲା । ସତରେ ପ୍ରେମ କେତେ ମହାନ...।