STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ପରିବେଶ ସଚେତନତା

ପରିବେଶ ସଚେତନତା

1 min
532


ଏ କଥାଟି ଦୁଇଟି କୋମଳ ଶିଶୁଙ୍କୁ ନେଇ ହୋଇଛି।

ସେଦିନ ରବିବାର ଥାଏ।କୁନା ମୁନା ଘରକୁ ଖେଳିବାକୁ ଯାଇଥିଲା। ସେତେ ବେଳେ ତା ଜେଜେ ତାକୁ ଏକ ଗଳ୍ପ ଶୁଣାଉ ଥିଲେ। କହିଲେ ଆମ ପରିବେଶ କୁ ଆମେ ସ୍ଵଚ୍ଚ ସୁନ୍ଦର କରିବା।କେବେ ତାହାକୁ ପ୍ରଦୁଷିତ କରିବା ନାହିଁ।

ସେ କଥା କୁନା ଓ ମୁନା ଶୁଣିଲେ।ଦିନେ ସେମାନେ ଏକ ସମୁଦ୍ର କୂଳ କୁ ବୁଲିବାକୁ ଗଲେ।ଦେଖିଲେ ବୁଲି ବୁଲି ବହୁତ ମଜା ବି କଲେ। ଦିନ ସାରା ସମୁଦ୍ର କୂଳ ରେ ରହିଲେ ।ବାଲି ଘର ତୋଳିଲେ। ଢେଉରେ ଖେଳିଲେ।ସମୟ କୁଆଡେ ବିତିଗଲା କିଛି ଜଣା ପଡିଲାନି।ସେମାନେ ଦେଖିଲେ ଆସୁଥିବା ଲୋକ ମାନେ ବିଭିନ୍ନ ଜିନିଷ ଖାଇ ଏଠି ସେଠି ଫିଙ୍ଗି ଚାଲି ଯାଉ ଛନ୍ତି।କିଛି ଲୋକ ଫୋଟୋ ଉଠାଇ ମଜା ନେଉଛନ୍ତି।ପୁଣି କିଛି ଲୋକ ବେଳା ଭୂମିରେ ବସି ବସି ସମୟ କାଟୁଛନ୍ତି। କିନ୍ତୁ କାହାର ନଜର ନାହିଁ ବେଳା ଭୂମି କେତେ ଅସନା ହୋଇ ରହିଛି। ପରିବେଶକୁ ନେଇ କେହି ସଚେତନ ନାହାନ୍ତି। ସେତେ ବେଳେ କୁନା ଓ ମୁନା ବେଳା ଭୂମିରେ ପଡି ଥିବା କାଗଜ,ଜରି,ପଇଡ଼ ଆଦି ସବୁ ଏକାଠି କରି ଦୂର ଜାଗାରେ ଫୋପାଡ଼ି ଆସିଲେ।କୁନା ଓ ମୁନାକୁ ଦେଖି କିଛି ଯୁବକ ତାଙ୍କୁ ସହଯୋଗ କଲେ ସମୁଦ୍ର କୂଳ କିଛି ସମୟ ମଧ୍ୟରେ ସଫା ହୋଇଗଲା। ସେମାନେ ଘରକୁ ଆସି ଜେଜେଙ୍କୁ କହିଲେ ।ଜେଜେ ତାଙ୍କ ଦୁହିଁଙ୍କୁ ଖୁସିରେ କୋଳାଇ ନେଲେ।

କହିଲେ ଶୁଣ ପିଲେ ଆମ ପରିବେଶ କହିଲେ ଜଙ୍ଗଲ ,ପଡିଆ ଆମ ଚାରିପଟେ ଥିବା ସ୍ଥାନକୁ ବୁଝାଏ।ତେଣୁ ଆମେ ନିଜେ ସଚେତନ ହେବା ଓ ସଭିଙ୍କୁ ପରିବେଶକୁ ସୁନ୍ଦର କରିବାକୁ ପରାମର୍ଶ ଦେବା ଉଚିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics