Sadananda Sahoo

Inspirational

2.5  

Sadananda Sahoo

Inspirational

ପ୍ରେରଣା

ପ୍ରେରଣା

3 mins
7.2K


ଜୀବନର ଅଙ୍କା ବଙ୍କା ରସ୍ତାରେ ଚାଲୁ ଚାଲୁ ମୁଁ ଏକ ନୂତନ ପଥର ସୁଦୂର ପ୍ରସାରି ଶେଷ ସୀମାର ପରିବ୍ୟାପ୍ତ ଦୀପ୍ତି ମୟ ଆଲୋକ ସନ୍ଧାନରେ ନିଜକୁ ସମର୍ପିତ କରିଦେଲି !! ମୁଁ ଜାଣିନଥିଲି ଯେ ମୋର ଗନ୍ତବ୍ୟ ପଥ ଦୁର୍ଗମ ଆଉ ଅଭେଦ୍ୟ ; ସେଇ କଣ୍ଟକିତ ପଥରେ ଚାଲିବାକୁ ହେଲେ ମୋତେ ଦୁଃଖ ବରଣ କରିବାକୁ ହେବ ; ପାଦରୁ ରକତ ଝରିବ ; ଶରୀର କ୍ଷୀଣ ହୋଇ ଯିବ ଆଉ ପରିଶେଷରେ ମୃତ୍ଯୁ ମଧ୍ୟ ମୋତେ ଗ୍ରାସ କରିବାର ଯଥେଷ୍ଟ ସମ୍ଭାବନା ଅଛି !!

କହିବାର ବାହୁଲ୍ୟ ଏହିକି ଯେ - ମୁଁ ଯେତେ ବେଳେ ନବମ ଶ୍ରେଣୀରେ ପାଠ ପଢୁଥାଏ ; ଶ୍ରେଣୀ କକ୍ଷର ଶେଷ ଧାଡିରେ ବସୁ ଥିବା ପିଲାମାନଙ୍କ ସହିତ ନିବିଡ ସମ୍ପର୍କରେ ଯୋଡ଼ି ହୋଇ ଯାଇଥିଲି ! କାରଣ ସେଇ ଧାଡ଼ିର ପିଲାମାନଙ୍କର ଦଳପତି ଭୂମିକା ନିର୍ବାହ କରୁଥିଲି ; ପାଠ ପଢାରେ ଆମେ ବିଶେଷ ଧ୍ୟାନ ଦେଉନଥିଲୁ ! ସବୁବେଳେ ଦୁଷ୍ଟାମି କରିବାରେ ଦିନ ଅତିବାହିତ ହେଉଥିଲା !! ବିଭିନ୍ନ ପ୍ରକାର ଅଭିଯାନରେ ମୁଁ ନିଜକୁ ସାମିଲ କରୁଥିଲି ! ଯଥା-ଗାଁଆ ଗଡିଆରୁ ମାଛ ମାରିବା ; କାହା ବାଡ଼ିରୁ ବରକୋଳି ତୋଳିବା ;ବିଜୁଳି ଚୋରିକରିବା ;କଦଳୀ କାନ୍ଧି କାଟି ଆଣିବା ଇତ୍ୟାଦି ;! ଦଳପତି ହିସାବରେ ମୋତେ ମୋ ସହଯୋଗି ସାଙ୍ଗମାନେ ଯେ କୌଣସି ପ୍ରସ୍ତାବ ଦିଅନ୍ତି ମୁଁ ପ୍ରାୟତଃ ସବୁ ପ୍ରସ୍ତାବରେ ରାଜି ହୋଇଯାଏ ; ଏବଂ ପରବର୍ତ୍ତୀ ଅଭିଯାନ ନିମିତ୍ତ ଯୋଜନା ପ୍ରସ୍ତୁତ କରେ !!

ଏମିତି କାର୍ଯ୍ୟ କରି କିଛି ଦିନ । ଅତିବାହିତ ହେଳା ପରେ ଗାଁଆରେ ସମସ୍ତ ଲୋକ ଆମ କଳା କାରନାମା ବିଷୟରେ ଅବଗତ ହୋଇ ଯାଇଥିଲେ ; ଆଉ ସମସ୍ତେ ଆମକୁ ବଦମାସ୍ ଚୋର ପିଲା ବୋଲି ସମ୍ବୋଧନ କରି ଡାକିବାକୁ ଲାଗିଲେ ; ସେଇ ଚପଳ ବୟସରେ ମୁଁ ନିଜକୁ ହେୟ ମନେ କରି ଏଇ କାମରୁ ନିବୃତ ରହିବି ବୋଲି ସ୍ଥିର ନିଶ୍ଚିତ ହୋଇଗଲି !!

ଦିନକର ଘଟଣା ବାର୍ଷିକ ପରୀକ୍ଷା ଶେଷ ହୋଇ ଯାଇ ଥାଏ ; ମୁଁ ଖରାଦିନ ଛୁଟିରେ ମୋ ମାଆ ସହିତ ମାତୃଳାୟକୁ ଯାଇଥାଏ ; ଯେହେତୁ କୁସଙ୍ଗରେ ପଡ଼ି ଗାଁଆରେ ବିଭିନ୍ନ ପ୍ରକାର କାରନାମା କରିଥିଲି ; ସଙ୍ଗଦୋଷ ଛଡାଇବା ପାଇଁ ମାଆ ମୋତେ ମାମୁଁଘରେ ରଖିବାର ବନ୍ଦୋବସ୍ତ କରିବାକୁ ମାମୁଁ ଓ ମାଇଁଙ୍କ ସହିତ କଥୋପ କଥନରେ ମଜି ଯାଇଥାଏ ! ସେଇ ସମୟରେ ଗୋଟେ ଛୋଟ ଶିଶୁ ଆନୁମାନିକ ଆଠ କିମ୍ବା ନଅ ବର୍ଷ ହେବ ; କାନ୍ଧରେ ଲାଉଥାଳଟିଏ ଝୁଲେଇ କେନ୍ଦେରା ବଜାଇବା ସହିତ ପରିଶେଷରେ ଭିକ୍ଷାମ ଦେହିବୋଲି ଉଚାରଣ କରୁଛି ; କେନ୍ଦେରା ବାଦ୍ୟର ସୁର ତାଳ ସହିତ ତା'ମୁଖନିଷ୍ରୁତ ସଙ୍ଗୀତର ଝଙ୍କାର ମୋ ମନ ପ୍ରାଣକୁ ବିମୋହିତ କଲା ; ମାଇଁ ତା କେନ୍ଦରା ଶବ୍ଦ ଆଉ ଗୀତ ଶୁଣି ଗୋଟିଏ ଛୋଟ ମାଣରେ ଚାଉଳ ଆଣି ତା ' ତା ଥାଳରେ ଅଜାଡି ଦେଲେ ; ତା'ପରେ ସେ ପୂଣି ଅନ୍ୟ ଦ୍ୱାରକୁ କେନ୍ଦେରା ବଜେଇ ଭିକ୍ଷା କରିବାକୁ ଅଗ୍ରସର ହେଲାବେଳେ ମୁଁ ତାକୁ ଅଟକାଇବାକୁ ଚେଷ୍ଟା କଲି ; କଥାଛଳରେ କହିଲି ତୁ କେମିତି ଏତେ ସୁନ୍ଦର ଭାବରେ ଗୀତ ସହିତ ସ୍ୱର ତାଳର ସମନ୍ୱୟ ରକ୍ଷା କରି କେନ୍ଦେରା ବଜେଇ ପାରୁଛୁ ; ଯେହେତୁ ସେ ମୋର ସମସାମୟିକ ସେ ଛିଡା ହୋଇ ମୋ ସହିତ କଥା ହେଲା ଆଉ ଉପଦେଶ ଛଳରେ କହିଲା ସାଧନା କଲେ ସବୁ ସମ୍ଭବ ; ଆହୁରି ମଧ୍ୟ କହିଲା ଏ ଯେଉଁ ଗୀତି କବିତା ମୁଁ ଗାଉଛି ଏଗୁଡିକ ମୋର ନୀଜସ୍ଵ ; ଏହା ମୋ ଲଖନୀରୁ ନିଷ୍ରୁତ !! ତାପରେ ସେ ଗୋଟିଏ ହସ୍ତଲେଖା ଖଟଟିଏ ତା'ମୁଣା ଭିତରୁ ବହାର କରି ମୋତେ ଦେଖାଇଲା ; ମୁଁ ଆଶ୍ଚର୍ଯ୍ୟ ପ୍ରକଟ କଲି ଲେଖା ଗୁଡିକ ତା'ର ନିଜସ୍ୱବୋଲି ; ସେଇଦିନ ଠାରୁ ସେ କେନ୍ଦେରା ପିଲା ଯୋଗୀ ହୋଇଗଲା ମୋର ଆଦର୍ଶ ; କଲମ କାଗଜରେ ଖେଳିଲି ସବୁବେଳେ ; ହଠାତ୍ ଦିନେ ଲେଖୁ ଲେଖୁ ଲେଖିଦେଲି ମା ତାରିଣୀଙ୍କର ସୁନ୍ଦର ଭଜନଟିଏ ; ଯେତେବେଳେ ଲେଖନୀ ଧରେ ସେଇ ପିଲାଟି କଥା ମନେ ପଡେ ! ତାରିଣୀ ଭଜନଟିକୁ ସମସ୍ତଙ୍କୁ ଦେଖେଇଲି ସମସ୍ତଙ୍କ ମନକୁ ହୃଦୟକୁ ଛୁଇଁଲା ; ସେଇ ପ୍ରେରଣା ଟିକକ ପାଇ ଅଦ୍ୟାବଧି ମୋ ଲେଖନୀ ଅବିଶ୍ରାନ୍ତ ଭାବେ ଚଲିଛି ; ନୂଆ ସ୍ୱପ୍ନ ଆଉ ଆଶା ନେଇ ; ପିଲା ବେଳର ଚପଳତା ଆଉ ନାହିଁ ମୁଁ ଏବେ ସୁଧାର କବିଟିଏ !! କେନ୍ଦରା ପିଲାମୋର ଆଦର୍ଶ ଆଉ ସ୍ୱପ୍ନର ମାଇଲଖୁଣ୍ଟ ; ମୁଁ ସେ ଆଲୋକ ସନ୍ଧାନରେ ସଂକଳ୍ପବଦ୍ଧ !


Rate this content
Log in

Similar oriya story from Inspirational