ପ୍ରେରଣା
ପ୍ରେରଣା
ସକାଳ ପହରୁ ଅହରହ ଫୋନର ଘଣ୍ଟି ବାଜିଚାଲିଚି l ଫୋନର ଘଣ୍ଟି ବନ୍ଦ ହବାର ନାଆଁ ଧରୁନି l ସକାଳର ପ୍ରଥମ ଘଣ୍ଟି ସମାଚାର ପତ୍ର ’ଆଗୁଆ’ର ସାମ୍ବାଦିକର ପ୍ରଶ୍ନ l ତାପରେ ବନ୍ଧୁବାନ୍ଧବମାନଙ୍କର ଅଭିନନ୍ଦନ l ଆଉ ତାପରେ ସାଙ୍ଗମାନଙ୍କର ପାର୍ଟି ଆୟୋଜନ l ପୁଣି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ l କିନ୍ତୁ ଏଇ ସମାଚାର ତାଙ୍କ ମନରେ କ’ଣ ପ୍ରତିକ୍ରିୟା ସୃଷ୍ଟି କରୁଚି, କେହି ବୁଝିପାରିବେ ନାହିଁ l ଜେଜେବାପା ଜେଜେମା’ ମାମା’ ବାପାଙ୍କ ଫୋଟୋରେ ହାର ଚଢେଇ ଦୀପ ଜାଳିଦେଲେ l ତା’ ପରେ ନିଜ କୁନି ଭଉଣୀ ମୁନିର ଫୋଟୋରେ ହାର ଚଢେଇଲା ବେଳକୁ ନିଜକୁ ସମ୍ଭାଳି ପାରିଲେ ନାହିଁ l ମାଳାଟିକୁ ଚଢେଇ ଫୋଟୋକୁ କୁଣ୍ଢେଇ ଭୋ’ ଭୋ’ କାନ୍ଦି ଉଠିଲେ l କାନ୍ଦି କାନ୍ଦି କହୁଥାନ୍ତି ତୋ ମନୋସ୍କାମନା ଆଜି ପୂରଣ ତ ହେଲା ଲୋ ମୁନି, କିନ୍ତୁ ତୁ ନାହୁଁ l ତୋ ହତଭାଗା ଭାଇ ଆଜି ଶ୍ରେଷ୍ଠ କବି ବୋଲି ମନୋନୀତ ହେଇଚି l ମୁନି ବୟସରେ ବେଶୀ ଛୋଟ ନୁହେଁ l କିନ୍ତୁ ତାର କବିତାଗୁଡିକ ବେଶ ସମସ୍ତଙ୍କୁ ମୁଗ୍ଧ କରିଦିଏ l ସେଦିନର କଥା ଆଖି ଆଗରେ ଗୋଟି ଗୋଟି ହୋଇ ନାଚିଯାଉଚି l ସେଦିନ ସନ୍ଧ୍ୟାର ଦୃଶ୍ୟ ଆଜି ବି ତାକୁ ଛଟପଟ କରିଦେଉଚି l ଅନ୍ତଃସ୍ତରୀୟ ବିଦ୍ୟାଳୟ କବିତା ପ୍ରତିଯୋଗିତାରେ ପୁରସ୍କାରଟି ପାଇ ଘରେ ସମସ୍ତେ ବହୁତ ଖୁସି ହେଇ ଯାଇଥିଲେ l ଜେଜେ ବାପା ନିଜ ପଞ୍ଜାବୀ ପକେଟରୁ ୧୦୦ ଟଙ୍କା ନୋଟ ଧରେଇ ଗେଲ କରିଚାଲିଥିଲେ l ଜେଜେମା’- ମୋ କବୟିତ୍ରୀ- ବୋଲି କହି କୁଣ୍ଢେଇ ପକେଇଥିଲେ l ସନ୍ଧ୍ୟାରେ ପାଖ ବଙ୍ଗଳାରେ ଭୋଜି ଭାତର ପ୍ରବନ୍ଧ ଜେଜେ ବାପା କରିଥିଲେ l ମୋ ସବୁ ସାଙ୍ଗ, ମୁନିର ସାଙ୍ଗ ଆଉ ବାପାଙ୍କର କେତେଜଣ ଅନ୍ତରଙ୍ଗ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥାଏ l ସନ୍ଧ୍ୟାବେଳେ ଜେଜେ ବାପା ଜେଜେମା’ ଆମେ ସମସ୍ତେ ମୁନିର ସ୍ଵାଗତ ପାଇଁ ପାଖ ବଙ୍ଗଳାରେ ଅପେକ୍ଷା କରିଥାଉ l ହଠାତ ବାପାଙ୍କର ଫୋନ ଆସିଲା -ଘରୁ ବାହାରିଲୁ ଆମେ, ୫ ମିନିଟରେ ପହଞ୍ଚିବୁ l ମୁଁ ତ ପାଗଳଙ୍କ ପରି ଅପେକ୍ଷା କରିଥାଏ, ଚକୋଲେଟେ ଉପରେ ନଜର, ମୁନି ଆସିଲେ ତ ମିଳିବ l ଅପେକ୍ଷା କରି କରି ବ୍ୟସ୍ତ ଲାଗିଲାଣି l ଜେଜେ ବାପା ଜେଜେମାଆ ବାରମ୍ବାର ଗେଟ ପାଖକୁ ଯାଉଥାନ୍ତି ଆସୁଥାନ୍ତି l ଅଧ ଘଣ୍ଟା ହେଇଗଲାଣି l ଏମାନଙ୍କ ବ୍ୟସ୍ତତା ଦେଖି ରମଣ ମଉସା ଗାଡି ବାହାରକଲେ ଦେଖିବା ପାଇଁ, ଘଟଣା କ’ଣ ବୋଲି l ମୁଁ ମଧ୍ୟ ତାଙ୍କ ସାଙ୍ଗରେ ବାହାରି ପଡିଲି l କିନ୍ତୁ ଅଲ୍ପ ଦୂର ଗଲା ପରେ, ସେଠିକାର ଦୃଶ୍ୟ ଦେଖି ଅବାକ ହେଇଗଲି l
ମାମା’ ବାପା ପଡିଛନ୍ତି ଦୂରରେ, ଆଉ ମୁନି ରକ୍ତାକ୍ତ ଅବସ୍ଥାରେ l ରମଣ ମଉସା ଏପରି ଅବସ୍ଥା ଦେଖି ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଫୋନ କଲେ, ପୋଲିସକୁ ବି l ପାଖ ସିଟି ହସ୍ପିଟାଲରେ ଦାଖିଲ କରେଇଲେ l ମାମା’ ବାପାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଛାଡିଦେଲେ l କିନ୍ତୁ ମୁନି ଅବସ୍ଥା ବହୁତ ଶୋଚନୀୟ, ଡାକ୍ତର କହିଲେ l ମୁଁ ମୁନି ପାଖକୁ ଗଲି, ପରୀ ଭଳି ଦିଶୁଥାଏ, ହାତମୁଠାରେ ଗୋଲାପି ରଙ୍ଗରେ ଗୁଡା ହେଇଥିବା କଲମ l ମୋ ହାତରେ କଲମଟି ଧରେଇଦେଇ ଶେଷନିଃଶ୍ଵାସ ତ୍ୟାଗ କରିଥିଲା ମୁନି l ଡାକ୍ତରବାବୁ ମତେ ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ l ଆମ ପରିବାରରେ ଯେପରି ବଜ୍ର ପଡିଗଲା l ଜେଜେ ବାପା ଜେଜେମା ମାମା ବାପା ସମସ୍ତେ ଶୋକାତୁରl କିଏ କାହାକୁ ସମ୍ଭାଳିବ ? କିନ୍ତୁ, ଜେଜେ ବାପା ଜେଜେମା ବହୁତ କଷ୍ଟରେ ମାମା ବାପାଙ୍କୁ ସମ୍ଭାଳିପାରିଥିଲେ l ମୁଁ ସେତେବେଳେ ବୁଝିପାରୁନଥିଲି ମାମା ବାପା-ବୟସରେ ଏତେ ବଡ, ତାଙ୍କୁ ଜେଜେ ବାପା ଜେଜେମାଆ ଏତେ ପିଲା ପରି ବୁଝୋଉଛନ୍ତି କଣ l ବଡ ହେଲା ପରେ ବଡମାନଙ୍କର ଆଶ୍ଵାସନାର ମହତ୍ତ୍ଵ ବୁଝିପାରିଲି l ମୋ କୁନି ପରୀ ଭଉଣୀର ସ୍ମୃତି ଉଦ୍ଦେଶ୍ୟରେ ତାର ମୃତ୍ୟୁ ଦିବସରେ ଗୋଟିଏ କାହାଣୀ, ଗୋଟିଏ କବିତା ଲେଖୁଥିଲି l ଆଜି ତା’ର ପରିଣାମ ଆସିଲା l ଏମିତି ଭାବୁ ଭାବୁ ଘରର କଲିଙ୍ଗବେଲ ଶବ୍ଦରେ ବାସ୍ତବତାକୁ ଫେରିଆସିଲେ ରଜନୀବାବୁ l ସାମ୍ନାରେ ସାମ୍ବାଦିକ ଏବଂ .ଶୁଭାକାଂକ୍ଷୀମାନଙ୍କୁ ଦେଖାକଲେ l ସାମ୍ବାଦିକ ମାନେ- ପଚାରିଲେ- ଆପଣ ଏତେ ସୁନ୍ଦର ଗଳ୍ପ ଏବଂ କବିତା ଲେଖୁଛନ୍ତି l ଆପଣଙ୍କର ଲେଖା ପଛରେ କାହାର ପ୍ରେରଣା ରହିଚି ?କିଏ ଆପଣଙ୍କର ପ୍ରେରଣାର ଉତ୍ସ ? ଏହି ପ୍ରଶ୍ନ ଶୁଣି ଛଳ ଛଳ ଆଖିରେ କୁନି ଭଉଣୀର ଫୋଟୋ ଆଉ ଗୋଲାପି ରଙ୍ଗରେ ଗୁଡା ହୋଇଥିବା କଲମଟିକୁ ଦେଖେଇ କହିଲେ- ମୋ କୁନି ପରୀ ଭଉଣୀ, ଆଉ ସିଏ ଦେଇଥିବା ଏହି କଲମ ହିଁ ମୋର ପ୍ରେରଣା l ପରୀ ଭଉଣୀ ବିଷୟରେ କହୁ କହୁ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା l
