ଵଳରାମ ତରାଈ

Romance

2.5  

ଵଳରାମ ତରାଈ

Romance

ପ୍ରେମରେ ପଡିଲେ ଏମିତି ହୁଏ

ପ୍ରେମରେ ପଡିଲେ ଏମିତି ହୁଏ

2 mins
594



ଡିସେମ୍ବରର ହାଡଭଙ୍ଗା ଶୀତ ରାତିରେ ରେଜେଇ ଭିତରେ ମୁହଁ ଘୋଡେଇ ହୋଇ ଚୁପ୍ ଚୁପ୍ କଥା ହେବାର ମଜ୍ଜା ଏକ ନିଆରା ଅନୁଭୂତି । ଦ୍ବିପ୍ରହରେ ରିତା ଦୁଇଘଣ୍ଟା ବିଶ୍ରାମ ନେଇଥିବାରୁ ପରିଣାମ ସ୍ବରୁପ ରାତିର ନିଦ ତାକୁ ଟାଏ ଟାଏ କରି ଅନେକ ଦୂରକୁ ଚାଲି ଯାଇଥିଲା । ନିଦ ନଆସିବାରୁ ସେ ବୁଝି ପାରୁନଥିଲା କଣ କରିବ ? ପୁନଶ୍ଚ ସେ ଚିନ୍ତା କଲା ଦିପକ ସହିତ ଟିକେ କଥା ହୋଇଯିବା ଠିକ୍ ହେବ । 


ପୁନଶ୍ଚ ନିଜର ଭାବନାରେ ବ୍ରେକ୍ କଷିଲା, କେତେ ସ୍ବାର୍ଥପର ଝିଅଟେ ମୁଁ । ମୁଁ ଦ୍ବିପ୍ରହରେ ଦୁଇଘଣ୍ଟା ଶୋଇଥିଲି, ହେଲେ ସେ ଦିନ ତମାମ ଅଫିସ୍ ରେ କାମ କରି ଥକ୍କି ପଡିଥିବ । ତଥାପି ତାର କଣ୍ଠ ସ୍ବର ଶୁଣିବା ଲୋଭରେ ସେ ଧୀରେ ଧୀରେ ମୋବାଇଲ୍ ଉଠାଇ ରିଙ୍ଗ କଲା । ଗୋଟିଏ ରିଙ୍ଗରେ ଦିପକ ଫୋନ୍ ରିସିଭ୍ କଲା । ତାର କଣ୍ଠ ସ୍ବରରେ କି ଯାଦୁ ଥିଲା କେଜାଣି ରିତା ବହୁତ ଆନନ୍ଦ ଦେଉଥିଲା । 

କଥାବାର୍ତ୍ତା ଆରମ୍ଭ ହେଲା ।


ରିତା ପଚାରିଲା ଗୋଟିଏ ରିଙ୍ଗ ରେ ଫୋନ୍ ରିସିଭ୍ କରିଦେଲ, କଣ ମୋ ଫୋନ୍ କୁ ଅପେକ୍ଷା କରିଥିଲ କି ? 

ହଁ, ନାଁ, ତୁ....ଫୋ......କଲି ।

ଆରେ, ତୁମ କଥା ମୁଁ ଶୁଣି ପାରୁନି । ରିତା କହିଲା ।

ଟିକିଏ ରୁହ ।

ଏବେ ଶୁଭିଲା ? ଦିପକ ପଚାରିଲା ।

ହଁ... । ରିତା ପ୍ରତିଉତ୍ତରରେ କହିଥିଲା ।

ଦିପକ କହିଲା ତୁମ ନମ୍ବର ପାଇଁ ଅଲଗା ରିଙ୍ଗଟୋନ୍ ରଖିଛି । ତେଣୁ ତୁମ ଫୋନ୍ ଜାଣିପାରି ଶିଘ୍ର ରିସିଭ୍ କରିଦେଲି । ହଁ, ଏବେ କୁହନ୍ତୁ ରାତି ଗୋଟାଏ ରେ କିପରି ମୋ କଥା ମନେ ପଡିଲା ?

କଥାବାର୍ତ୍ତା ଚାଲିଲା । ଦୁଇ ପ୍ରେମୀ ଯୁଗଳ ମଧ୍ୟରେ । ଅନେକ କଥା, କିଛି ଭବିଷ୍ୟତର ସ୍ବପ୍ନ, କିଛି ଆଜିର ଆଶା ଆକାଂକ୍ଷା ।


ହଠାତ୍ ରିତା ନିଦ ଭାଙ୍ଗିଗଲା । ସେ ମୋବାଇଲ ଉଠାଇ ଦେଖିଲା ରାତି ସାଢେ ତିନିଟା ବାଜିଲାଣି । ହେ ଭଗବାନ୍, ଦେଢଘଣ୍ଟା ହେଲା ମୁଁ ଶୋଇ ପଡିଛି, ଆଖି ମଳି ମଳି ଦେଖିଲା ଏବେ ବି ଫୋନ୍ କଲ୍ ଚାଲିଛି । ଫୋନ୍ କାନରେ ଲଗାଇ କିଛି କହିବା ପୂର୍ବରୁ ସେପାଖରୁ ଦିପକ କଣ୍ଠସ୍ବର ଭାସି ଆସିଲା, ନିଦ ଭାଙ୍ଗିଲା କି ପ୍ରିୟତମା । 

ରିତା ସର୍ବାଙ୍ଗ ଥରି ଉଠିଲା, ସେ ବିରକ୍ତି ହୋଇ କହିଲା ତୁମର ବୁଦ୍ଧି ବିବେକ ଅଛି କି ନାହିଁ ? ଯଦି ମୁଁ ଶୋଇ ପଡିଲି, ତୁମେ ବି ଫୋନ୍ କାଟି ଶୋଇ ପାରିଥାନ୍ତ । 

କହିଲା ଏଠାରେ ଶୋଇବା ପାଇଁ ବ୍ୟବସ୍ଥା ନାହିଁ । 

ମାନେ, କେଉଁଠି ଅଛ କି ତୁମେ ? ରିତା ପଚାରିଲା । ଆରେ ବାବା, ନେଟଓ୍ବର୍କ ନଥିଲା, ତୁମକୁ ଶୁଭିଲା ନାହିଁ । ସେଥିପାଇଁ ଛାତ ଉପରକୁ ଚାଲି ଆସିଥିଲି ।



Rate this content
Log in

Similar oriya story from Romance