STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ପିଲାଦିନର ଖେଳ

ପିଲାଦିନର ଖେଳ

1 min
604


ଆମେ ତିନିଜଣ ବନ୍ଧୁ ଭାରି ଉତ୍ତମ ବନ୍ଧୁ ଥିଲୁ। ସତରେ ମନେପଡୁଛି ସେ ପିଲାଦିନ, ବହୁତ ମିସ କରୁଛୁ । ସବୁଦିନ ଆମେ ନଦୀକୂଳକୁ ଯାଉ ଗାଧୋଇବାକୁ, ସୁନ୍ଦର କଳା ଘୁମର ପାଣି ରେ ଗାଧୋଇବା , ନଦୀ ଧାରେ ଧାରେ ଥିବା ବୃକ୍ଷ ମାନଙ୍କ ର ମଳୟ ପବନ ମନ କୁ ଆନ୍ଦୋଳିତ କରୁଥିଲା । ତିନିଜଣ ସାଙ୍ଗ ପାଣି ଫୋପାଡ଼ି ହୋଇକି ବହୁତ ମଜାରେ ଗାଧୋଇ ଥିଲୁ, ପାଣି ଫୋପଡ଼ା ଫୋପାଡ଼ି ରେ ମୋ ଆଖି ବୁଜି ହୋଇଯାଇଥିଲା, ପୋଖରୀ ରେ ମଧ୍ୟ ସେମିତି ଖେଳୁ ପାଣି ସହିତ। ମୁଁ ସବୁବେଳେ ଭାବେ ଆମେ ସମସ୍ତ ବନ୍ଧୁ ଏମିତି ରହୁ, ବୋହୁଚୋରି ଖେଳ, ଚକା ଚକା ଭଉଁରୀ, ଆମ୍ବ ତୋଟା ର ରଜଦୋଳି, ନଦୀ ପଠାର ଭଇଁଚ କୋଳି, କୁସ୍ତି ଖେଳ, ମା ର ଦହି ପଖାଳ, ମା ର ହାତରନ୍ଧା ମାଣବସା ପିଠା ମନେ ପଡିଲେ ପାଟିରୁ ଲାଳ ଗଡି ଆସେ ସେ ପିଲା ଦିନର ସ୍ମୃତି । ହୋଲି ରେ ସାଙ୍ଗ ମାନଙ୍କ ସହ ରଙ୍ଗ ଖେଳ , ଦଣ୍ଡ ନାଚ ର ମଜା , ମୋର ବିଳମ୍ବ ହେଲେ ବୋଉର ଗାଳି ଆଉ ଜେଜେ ମା ର ବାଙ୍କୁଳି ବାଡ଼ି ର ଡର ମନେପଡେ।


ସ୍କୁଲ ଯିବାକୁ କାନ୍ଦିଲେ ବାପା ସ୍କୁଲ ରେ ଛାଡିକି ଆସନ୍ତି ମାଷ୍ଟର ଙ୍କ ବେତ ମାଡ , ସାଙ୍ଗ ସାଥୀ ସ୍କୁଲ ଖେଳ ବହୁତ ମନେପଡେ ସତରେ । ସେ ମୁହୂର୍ତ୍ତ ଆଉ ଫେରିବନି, ସେ ପିଲାଦିନ ସତରେ ଫେରି ଆସନ୍ତା କି? ଆଜି କିଏ ଚାକିରୀ କଲାଣି ତ ଆଉ ସମସ୍ତେ ଅଲଗା ଅଲଗା ବାହାରେ ରହୁଚୁ ସତ କିନ୍ତୁ ଆମର ସେ ପିଲାଦିନ ଏବେ ବି ମନେରଖିଛି କେହି ଭି ଭୁଲିନ । ସମସ୍ତେ ଅଲଗା ହୋଇପାରନ୍ତି ଆମେ ସମସ୍ତେ ଆଜି ବନ୍ଧୁ ହୋଇ ଅଛୁ ସେଦିନର କୁନି ପିଲା ଭଳି ।


Rate this content
Log in