ଵଳରାମ ତରାଈ

Tragedy Inspirational

3  

ଵଳରାମ ତରାଈ

Tragedy Inspirational

ଧନୀ ଲୋକର କାହାଣୀ

ଧନୀ ଲୋକର କାହାଣୀ

2 mins
617



ଜଣେ ଧନୀଲୋକ ଥିଲା । ସେ ଦିନରାତି କଠିନ ପରିଶ୍ରମ କରି ସହରର ସବୁଠାରୁ ବଡ ଧନୀ ହେବାର ସ୍ବପ୍ନ ଦେଖୁଥିଲା । ଖାଦ୍ୟପେୟ ଭୁଲି ଦିନରାତି କାମରେ ବ୍ୟସ୍ତ ରହେ । କିଛିବର୍ଷ ପରେ ତାର କଠିନ ପରିଶ୍ରମ ଓ ଏକାଗ୍ରତା ମାଧ୍ୟମରେ ସେ ସହରର ବଡ ଧନୀ ହେବାର ସୌଭାଗ୍ୟ ଅର୍ଜନ କରିଲା । ଏହି ଖୁସିରେ ସେ ଏକ ନୂଆଘର ତିଆରି କଲା ଓ ଗୃହପ୍ରବେଶ ଦିନ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆମନ୍ତ୍ରଣ କରି ଏକ ବିରାଟ ଭୋଜି ରଖିଲା । ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭକାମନା ଜଣାଇଲେ ଓ ଭୋଜିରେ ମନଭରି ଖାଇପିଇ ସମସ୍ତ ଅତିଥି ଚାଲିଗଲେ । ଧନୀ ଲୋକଟି ନିଜ ଶୟନ କକ୍ଷକୁ ଶୋଇବା ପାଇଁ ଗଲା । ହଠାତ୍ କାହାର ସ୍ୱର ତାର କାନରେ ବାଜିଲା । ମୁଁ ତୁମର ଆତ୍ମା କହୁଛି । ଏବେ ମୁଁ ତୁମ ଶରୀର ଛାଡିବାକୁ ଯାଉଛି କାରଣ ମୋର ସମୟ ହୋଇଯାଇଛି । ଧନୀ ଲୋକଟି ଭୟ କରିଗଲା ଓ କହିଲା ତୁମେ ଏପରି କରିପାରିବ ନାହିଁ । ତୁମେ ଶରୀର ଛାଡିଦେଲେ ମୁଁ ମରିଯିବି । ତୁମେ ଦେଖ ମୁଁ କେତେବଡ ସଫଳତା ହାସଲ କରିଛି ଓ ସେହି ଖୁସିରେ ତୁମ ପାଇଁ ବିରାଟ ରାଜପ୍ରସାଦ ପରି ଘର ନିର୍ମାଣ କରିଛି । ଏତେ ସବୁ ସୁଖ ସୁବିଧା କେବଳ ତୁମରି ପାଇଁ । 


ଆତ୍ମା କହିଲା ମୋ ଘର ତୁମ ସୁସ୍ଥ ଶରୀର ଅଟେ । କିନ୍ତୁ ତୁମେ ଧନ ଉପାର୍ଜନ ଲାଳସାରେ ଏ ଶରୀରକୁ ନଷ୍ଟ କରିଦେଇଛ । ଏବେ ତୁମକୁ ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦରୋଗ ଓ ଏପରି ଅନେକ ରୋଗ ମାଡି ବସିଛି । ଏବେ ତୁମେ ଅଣ୍ଟା ସଳଖ କରି ଚାଲି ପାରୁନାହଁ । ରାତିରେ ତୁମକୁ ନିଦ ବି ହେଉନାହିଁ । ତୁମ ହୃଦୟ ଦିନକୁ ଦିନ ଦୂର୍ବଳ ହୋଇଯାଉଛି । ତୁମେ ଧନ ବିଷୟରେ ଚିନ୍ତା କରି କରି ନିଜ ଶରୀରକୁ ରୋଗର ଗନ୍ତାଘର ସଜେଇ ଦେଇଛ । 


ତୁମେ ମୋତେ କୁହ, ତୁମେ ଏପରି ଏକ ଘରେ ରହିବାକୁ ଚାହିଁବ କି ଯେଉଁ ଘରର ସମସ୍ତ କାନ୍ଥ ଦୁର୍ବଳ ହୋଇଥିବ । ଘର ପାଖ ପରିବେଶ ଅଳିଆ ଆବର୍ଜନାରେ ପରିପୁର୍ଣ୍ଣ ହୋଇଥିବ । ଛାତରୁ ଖଣ୍ଡ ଖଣ୍ଡ ହୋଇ ଝଡୁଥିବ । ଛାତରୁ ଟପ ଟପ ପାଣି ବହୁଥିବ ଓ କବାଟ କି ଝରକା ନଥିବ । ମୁଁ ଜାଣେ ତୁମେ କଦାପି ରହିବ ନାହିଁ । ଏତିକି କହି ଆତ୍ମା ଶରୀର ଛାଡିଥିଲା । 


ଏ କାହାଣୀଟି ସମାଜର ବହୁତ ଲୋକଙ୍କର ସତ୍ୟତା । ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏକାଗ୍ରତା ଓ କଠିନ ପରିଶ୍ରମ କରିବା ଭୁଲ ନୁହେଁ । କିନ୍ତୁ ନିଜ ସ୍ବାସ୍ଥ୍ୟ ପ୍ରତି ପ୍ରଥମେ ଧ୍ୟାନ ଦିଅନ୍ତୁ । ନଚେତ୍ ସେ ଧନୀଲୋକ ପରି ସଫଳତାର ଶେଷ ପାହାଚରେ ପହଞ୍ଚିଯିବ ସତ ହେଲେ ସେ ସୁଖ ସୁବିଧାକୁ ତୁମେ ଉପଭୋଗ କରିପାରିବ ନାହିଁ । ସ୍ବାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ । ସବୁଠାରୁ ମୂଲ୍ୟବାନ ସମ୍ପଦ ।



Rate this content
Log in

Similar oriya story from Tragedy