STORYMIRROR

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ମନର ଇଚ୍ଛା ଶକ୍ତି

ମନର ଇଚ୍ଛା ଶକ୍ତି

2 mins
633


ମନର ଇଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରେ। ଯେତେ ଜଟିଳ ସ୍ଥିତି ଆସିଲେ ମଧ୍ୟ ନିଜ ମନରେ ଥିବା ଦୃଢ ବିଶ୍ୱାସ ଓ ଅଧ୍ୟବସାୟ ବଳରେ ମଣିଷ ସବୁ କିଛି ସମ୍ଭବ କରିପାରେ ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଆମଘର ଫାଖର ବିଭୁତି ରେଜଲ୍ଟ ରୁ ମିଳିଥିବା ସୂଚନା ଅନୁସାରେ, ଜଣେ ଚାଷିର ପୁଅ ଦଶମ ଶ୍ରେଣୀରେ ଟପ କରିଛି । ଆଉ ଜଣେ ଚାତ୍ର ଶିବ ଧନିର ପୁଅ ମୋଟ ୫୦୦ ନମ୍ବରରୁ ୪୪୦ ନମ୍ବର ରଖିଚନ୍ତି। ତେବେ ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଚାଲୁଥିବା ସମୟରେ ବିଭୁତି ପାଛପଢା ଉପରେ ତାହାର କୌଣସି ପ୍ରଭାବ ଦେଖିବା ପାଇଁ ମିଳିନାହିଁ । ତାଙ୍କ ପିତା ଚାଷ କାମ କରି ଜାତିରେ ଧୋବା ଲୁଗା ପଟା ସଫା କରି ଯେତିକି ଟଙ୍କା ଆୟ କରନ୍ତି ତାହାରି ମଧ୍ୟରେ ପରିବାର ଚଳିଥାଏ । ତେବେ ପରିବାର ଚଳାଇବା ପାଇଁ ବିଭୁତି ମା’ ମଧ୍ୟ କାମ କରେ ଲୁଗା ସଫା କରେ । ଏହାର ପରିକ୍ଷା ଫଳରେ ଶ୍ରେୟ ନିଜ ମାତା ପିତା ଓ ଶିକ୍ଷକମାନଙ୍କୁ ଧନ୍ୟବାଦ ଦେଲା ଆପଣଙ୍କ ଆଶିର୍ବାଦ ପାଇଁ ମୁଁ ଆଜି ଟପ୍ପର ହେଇପାରିଲି ।ଏଠି ଦେଖନ୍ତୁ ଧନୀ ଆଉ ଗରୀବ ଫରକ କଣ ମନର ଇଛାଶକ୍ତି ରେ ସବୁ କିଛି ହେଇପାରିବ,ସେ ଆହୁରି ମଧ୍ୟ କହିଛନ୍ତି, ଆଜିକାଲି ସମୟରେ ସମସ୍ତେ ଯେପରି ସୋଶିଆଲ ମିଡିଆରେ ନିଜକୁ ବ୍ୟସ୍ତ ରଖନ୍ତି ମୁଁ ସେତେବେଳେ ପାଠପଢା ରେ ମନ ଦିଏ ,ଫୁଟବଲ ଖେଳନ୍ତି ମୁଁ ଖେଳେନି ,ଟିଭି ଦେଖନ୍ତି ମୁଁ ଦେଖିନି ସେଥିପାଇଁ ମୋ ଉପରେ କୌଣସି ପ୍ରଭାବ ପକାଇନାହିଁ । କାରଣ ସୋଶିଆଲ ମିଡିଆରେ ଯେତେବେଳେ ନାହିଁ ସେତେବେଳେ ମୁଁ ପ୍ରବେଶ କରିପାରିବି । ମୁଁ ପାଠପଢା ମୋ ଭବିଷ୍ୟତ ମୋ ବର୍ତମାନ ମୋ ଅତିତ ମୋର ଏ ସମୟରେ ମୋର ଗୋଟିଏ ଲକ୍ଷ୍ୟ ଯେ, କେମିତି ଭଲ ପାଠ ପଢିବି ଓ ମୋର ଲକ୍ଷ୍ୟକୁ ପୂରଣ କରିବି । ତେଣୁ ପାଠପଢାକୁ ଅଧିକ ପ୍ରାଧାନ୍ୟ ଦେଉଛି ମୁଁ । ନହେଲେ ଆଜି କଣ ମୁଁ ଟପ୍ପର ହେଇପାରିଥାନ୍ତି, ମୋ କଷ୍ଟକର ପଢି ରାତିରେ ନଶୋଇ ମୁଁ ବାପାଙ୍କର ଆଶୀର୍ବାଦ ରୁ ଆଜି ମୁଁ ଭଲ ଟପର ହେଇପାରିଲି ।


ମୁଁ ଆଗକୁ ବି କହୁଛି ଆଗାମୀ ଦିନରେ ମୁଁ ଜଣେ ଭଲ ଇଞ୍ଜିନିୟର ହେବି । ତେବେ ବିଭୁତିର ରେଜେଲ୍ଟ ଯେବେ ପ୍ରକାଶ ପାଇଲା ସେହି ସମୟରେ ତାଙ୍କ ବାପା ଜମିରେ ଥିଲେ ଚାଷ କରୁଥିଲେ । ହେଲେ ଏହି ସମୟରେ ଜଣେ ଭାଇ ଆସି କହିଲେ ତୋ ପୁଅ ଟପ୍ପର ହେଇଛି ସେ ଯେବେ ଏ କଥା ଶୁଣିଲେ ସେ ଖୁସି ହୋଇଗଲେ କହିଲେ ମୋ ପୁଅ ଆଜି ମୋ ନାଆ ରଖିଛି । ମୁଁ ଚାଷି ହେଲେ କଣ ହେଲା ? ମୁଁ ମୂର୍ଖ ହେଲେ କଣ ହେଲା ? ମୋ ପୁଅ ଆଜି ଦେଶର ଭବିଷ୍ୟତ। ତା ବପା ହୋଇ ମୁଁ ଧନ୍ୟ ମନେ କରୁଛି ଏମିତି ପୁଅ ସବୁ ବାପାଙ୍କ ମିଳୁ। ଖୁସିର କାରଣ ଦୁଇଟି ଥିଲା । କାରଣ ବିଭୁତି ସହ ତା ଭଉଣୀ ମଧ୍ୟ ୯୨ ପ୍ରତିଶତ ନମ୍ବର ରଖିଥିଲେ । ତେବେ କହିବାକୁ ଗଲେ ତା ପରିବାର ବେଶ ଖୁସି ଅଛନ୍ତିୁ ଏହି ରେଜେଲ୍ଟକୁ ନେଇ । ଏହାସହ ତା ମା’ ସୂଚନା ଦେଇ କହିଲେ ଯେ, ମୋ ପୁଅ ଭଲ ପାଠପଢିବା ସହ ବଡ ଇଞ୍ଜିନିୟର ବନୁ । ହେଲେ ତାହାର ପାଠପଢାକୁ ନେଇ ଏତେ ଟଙ୍କା ଆସିବ କେଉଁଠୁ ତାହାକୁ ନେଇ ଆମେ ସମସ୍ତେ ଚିନ୍ତାରେ ଅଛୁ । ବର୍ତ୍ତମାନ ସମୟରେ ବିଭୁତି ଘର ପାଖରେ ଥିବା ଏକ ଦୋକାନରେ ବସି ନିଜ ଖର୍ଚ୍ଚ ବାହାର କରିବା ସହ ଲୁଗା ସଫା କରି ବାପା ମାଆ ଆଜି ପୁଅକୁ ପୁଅଟିଏ କରିଦେଲେ।


ଏଠି ସମୟ ବଡ ବଳିବାନ ଏଠି ସମସ୍ତେ ସମାନ ମନରେ ଇଛାଶକ୍ତି ଥିଲେ ସବୁଠାରୁ ବଡ ସଫଳତା ହାସଲ ହେବ,ଅସମ୍ପୂର୍ଣ୍ଣ କାମବି ବହୁତ ବଡ ସଫଳତା ଦେବ।ଆମେ ସୋସିଆଲ ମିଡିଆରେ ଟାଇମ ନଦେଇ ନିଜ କାମରେ ନିଜ ମନରେ ଟାଇମ ଦିଅନ୍ତୁ। ଆପେ ଆପେ ସଫଳତା ପାଖକୁ ଆସିଜିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational