ମୋ ମା'
ମୋ ମା'
ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଅର୍ଥ ବ୍ୟାପକ ନାମ ଅନେକ । ୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯେ ସଂସାରକୁ ଆଣେ ସେ ହେଉଛି ମା’। ମା’ଜେ ଆମକୁ ନୁଆ ଆଲେକ ଦେଲା ,ଏ ଦୁନିଆକୁ ଆଣିଲା ସନ୍ତାନର ଅଳିଅଝଟକୁ ପୁରଣ କରି କୋଳେଇ କାଖେଇ ଆମକୁ ବଡ କଲା ମଣିଷଟି ହେଉଛି ମା’। ଆଜି ହେଉଛି ସେହି ମା’ର ଦିନ ଯେ ପିଲାଟିବେଳୁ ନିଜେ ନଖାଇ ଛୁଆର ପେଟକୁ ଆଗ ଦେଖେ । ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ଜୀବନର କଣ କଣ ସେ ନକରେ ସବୁ ଦୁଃଖ କଷଣକୁ ମଥା ପାତି ସହିଯାଏ । ଭୋକ ଲାଗିବା ଆଗରୁ ପେଟ ଚିହ୍ନି ଖାଇବା ବାଢ଼ିଦିଏ ଦେହ ପା ଖରାପ ହେଲେ ସାରା ରାତି ଚେଇଁ ରହେ । ସେଇଥି ପାଇଁ ତ ସେ ଜଗତ ମା’ ସ୍ୱର୍ଗଠାରୁ ବଡ଼,ଗଙ୍ଗା ଭଳି ନିର୍ମଳ ପୁଣି ଈଶ୍ୱରଙ୍କଠୁ ମହାନ ।
ହେଲେ ଆଜିକାଲି ମା ର ମୁଲ କିଛି ନାହିଁ ତା ଦିବସ ତା ପାଇଁ ଗୋଟିଏ ଦିନ ପାଳନ କରିବାକୁ ଟାଇମି ନାହିଁ । କଣ ପୁଅ ମୋ ବୋହୂ ବାହାରେ ରହୁଛନ୍ତି । ଫୋନରେ ଟିକେ କଥା ହେବାକୁ ଟାଇମି ନାହିଁ । ଆମେ ଆଜି ଆମ wife କୁ ନେଇ ବୁଲିବାକୁ ଟାଇମି ଅଛି ଆମେ ଭାଲେନେ ଡେ ଆଉ ଲଭର ଡେ ସବୁ ଡେ ପାଳନ କରାଯାଉଛି । ହେ ଯୁଗ୍ ସନ୍ତାନ ମାନେ ମା କୁ ଭୁଲ ନାହିଁ ।
ସବୁ ମିଳିବ ମା ମିଳିବନି,ସେଇ ପ୍ରେରଣାଦାୟୀ, ମମତାମୟୀ ଦୟାଳୁ ମା’ ପାଇଁ ଆଜି ଦିନଟି ଉତ୍ସର୍ଗ ,୧୮୬୧ରୁ ୧୮୬୫ ମସିହା ପର୍ୟ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁ ସଂଘର୍ଷ ଲାଗି ରହିଥିଲା । ସେହି ସମୟରେ ଜଣେ ସାଧାରଣ ମହିଳା ରୁଗ୍ଣ । ଅସହାୟ ଓ ଆହତମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ସେ ସମସ୍ତଙ୍କଠାରେ ଆଦରଣୀୟା ଥିଲେ । ତାଙ୍କ ବିୟୋଗ ପରେ, ତାଙ୍କର ସୁକନ୍ୟା ଆନ୍ନା ଜାର୍ଭିସ୍ ନିଜର ସ୍ନେହମୟୀ ମାଆଙ୍କର ସ୍ମୃତି ରକ୍ଷା ନିମେନ୍ତ ପ୍ରଥମ ଥର ପାଇଁ ପାଳନ କରିଥିଲେ ‘ମାତୃ ଦିବସ’ । ସେଦିନ ଠୁ ରାଷ୍ଟ୍ରପତି ଉଡ୍ର ଓ୍ଵିଲ୍ସନ୍ ଏହି ସେବାକାରିଣୀ ମାଆଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ‘ମାତୃ ଦିବସ’ ରୂପେ ପାଳନ ପାଇଁ ଘୋଷଣା କରିଥିଲେ । ପରେ ତାହା ଆମେରିକୀୟମାନଙ୍କ ଲାଗି ଏକ ଜାତୀୟ ଦିବସର ମାନ୍ୟତା ପାଇଥିଲା । ବିଶ୍ୱର ଏକାଧିକ ରାଷ୍ଟ୍ରରେ ଏହି ଦିବସ ପାଳନ ହେଉଥିବାବେଳେ ଆମ ଦେଶରେ ମଧ୍ୟ ମେ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଉଛି । ଜନ୍ମଦାତ୍ରୀ ‘ମାଆ’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ । ଶିଶୁଟିଏ ଜନ୍ମ ହେବା ମାତ୍ରେ ପ୍ରଥମେ ସେ ‘ମାଆ’ ଶବ୍ଦ ହିଁ ଉଚ୍ଚାରଣ କରିଥାଏ । ମାଆ କୋଳ ତା’ ପାଇଁ ସବୁଠାରୁ ନିରାପଦ ଆଶ୍ରୟସ୍ଥଳୀ । କଷ୍ଟ ସହି ନିଜ ଶିଶୁ ପାଇଁ ସୁଖ ଦେବାରେ ମଧ୍ୟ ମାଆର ଆନନ୍ଦ ଅତୁଳନୀୟ । ଆଜି ଦୁନିଆର ସବୁ ମାଆ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ।
